ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ଖୋର୍ଦ୍ଧାରୁ ୨, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ କାର୍ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାର୍ ଡ୍ରାଇଭରଙ୍କ ସମେତ ସହ ଗାଡ଼ିରେ ଥିବା ଜଣେ RI ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ତହସିଲଦାର ଅଶ୍ୱିନୀ ଦାଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରମାଡ଼ରେ କାର୍ର କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଗତକାଲି ତହସିଲଦାର କର୍ମଚାରୀଙ୍କ ସହ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ […]
ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍ସାଇଟ୍ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏହି ୱେବ୍ସାଇଟ୍ ନାଁରେ ଅଭିଯୋଗ ଆଣିଛନ୍ତି। ଖାଲି ତାଙ୍କ ବିରୋଧରେ ନୁହେଁ ଏପରିକି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ପ୍ରକୃତି ଅଭିଯୋଗ […]
ବଲାଙ୍ଗିର: ପ୍ରସୂତି ମୃତ୍ୟୁରୁ ମେଡିକାଲ୍ରେ ଉତ୍ତେଜନା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରସୂତି ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି। ଜଣେ ପ୍ରସୂତୀଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲର ଓ୍ୱାର୍ଡ ସମ୍ମୁଖରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ। ଗତକାଲି ମାଳଗୋଦାମ ପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳା ହରିପାଲଙ୍କୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। […]
ନବରଙ୍ଗପୁର: ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା। ମୃତ୍ୟୁ ପରେ ପୋଲିସ ମର୍ଯ୍ୟଦା ସହ ଏଇ କୁକୁରର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ନବରଙ୍ଗପୁର ପୋଲିସ ସନ୍ଧାନୀ କୁକୁର ତାରାର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା। ଏହି ସମୟସୀମା ମଧ୍ୟରେ ଅନେକ ମାମଲାର ସମାଧାନ ସଫଳତାର ସହ କରିଛି । ମାଓ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଅନେକ ଅପରେସନରେ ଏହି […]
କୋରାପୁଟ: ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲା ସଟ୍ଡାଉନ୍ ଘୋଷଣା। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୨୪ ଘଣ୍ଟାରେ କୋରାପୁଟରୁ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ […]