• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rastare-dhalidele
ବିକିବାକୁ ମିଳିଲାନି ଜାଗା, ରାସ୍ତାରେ ପରିବା ଫୋପାଡି ଦେଲେ ବ୍ୟବସାୟୀ

ଝାରସୁଗୁଡ଼ା: କୋଭିଡ୍ କଟକଣା ଜୋରଦାର କରିଛି ପ୍ରଶାସନ । ସାପ୍ତାହିକ ହାଟ, ଦୋକାନ, ବଜାର ବନ୍ଦ କରିଛି। ଫଳରେ ବ୍ୟବସାୟୀମାନେ ଘାଟାରେ ପଡ଼ିଛନ୍ତି। ଜିନିଷପତ୍ର ବିକ୍ରି କରିପାରୁ ନାହାନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସହରରେ ଏକମାତ୍ର ପରିବା ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନି ପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତିବାଦରେ ବ୍ୟବସାୟୀ ପନିପରିବା […]

  • Tuesday, 13 July 2021
coronavirus in odisha
ରାଜ୍ୟରେ ୨୪ ଘଣ୍ଟାରେ ୫୮୮ କରୋନା ରୋଗୀ ଚିହ୍ନଟ; ୧୦୦ ଟପିଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଗତକାଲି ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫, ବାଲେଶ୍ୱରରୁ […]

OTV-portal-NIGHT-CURFEW
ରାତି ୧୦ଟାରୁ ଶୂନଶାନ ହୋଇଗଲା ସହର...

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ।  ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୋଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୋଲିସ ଫୋର୍ସ ମୁତୟନ […]

  • Tuesday, 13 July 2021
3 arrested
ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩  ଅଭିଯୁକ୍ତଙ୍କୁ ଗିରଫ କରିଛି l ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ […]

  • Tuesday, 13 July 2021
corona virus
ରାଜ୍ୟରେ ଦିନକରେ ୫୦୦ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୩୩୭ କ୍ୱାରେଣ୍ଟିନରେ ଥିବାବେଳେ ୨୩୬ ଲୋକାଲ କେସ୍‌  ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୁଳରୁ  ୩୨, କଟକରୁ ୨୮, ବରଗଡରୁ ୪୩,  କଳାହାଣ୍ଡିରୁ […]

  • Tuesday, 13 July 2021
OTV-CMCV
CMC ଗାଇଡ ଲାଇନ: ବିବାହ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ରହିବେନି

କଟକ: ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ତ କେଉଁ ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ CMC ପକ୍ଷରୁ  ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ, ବିବାହ ଓ ଶୁଦ୍ଧି କାଯର୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ […]

  • Tuesday, 13 July 2021
virus
ବେକାବୁ କରୋନା; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୬୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ଯେପରି ବଢିବାରେ ଲାଗିଛି ତାହାକୁ ଦେଖି ରାଜ୍ୟବାସୀଙ୍କ ନିଦ ହଜି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୮୯ ରହିଛନ୍ତି। ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟରୁ ମିଳିଥିବା ତଥ୍ୟ […]

Untitled-2
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ଭୁବନେଶ୍ୱର: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରିଛି । କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ମରଶରୀର ଫେରାଇ ଆଣିବାକୁ ନିବେଦନ କରିଥିଲେ ଶ୍ରୀ ପଣ୍ଡା ।  ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ମରଶରୀର ଆସି ପହଞ୍ଚିଥିଲା। କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପାଟିକିରା ଗାଁର ପ୍ରଭାତ କୁମାର ବାରିକ କତାରର ଦୋହାରେ ରହୁଥିଲେ […]

  • Tuesday, 13 July 2021
corona positive odisha
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; କାଲି ଥିଲା ୨୯୭, ଆଜି ୩୯୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୩୦୦ ଟପିଛି। ଗତକାଲି ୨୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୯୪। ଏଥିମଧ୍ୟରୁ ୨୩୧ କ୍ୱରେଣ୍ଟିନ୍‌ରେ ଥିବାବେଳେ ୧୬୩ ଲୋକାଲ କେସ ରହିଛି। ସମସ୍ତ ରୋଗୀ ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଖୋର୍ଦ୍ଧା […]

odisha divas
ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି। ୧୯୩୬ ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ […]

  • Tuesday, 13 July 2021
rudra-1
ପିପିଲି ଉପନିର୍ବାଚନ: ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ

ପିପିଲି: ପିପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି ପିପିଲି ନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ପିପିଲି ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି। ସ୍ୱର୍ଗତ ପ୍ରଦୀପ ମହାରାଥୀଙ୍କ […]

Corona-297
ଥମୁନି କରୋନା : ଆଜି ବି ଚିହ୍ନଟ ହେଲେ ୨୯୭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ତାଲିକାରେ ସବୁଠାରୁ ଆଗରେ ରହିଛି କଳାହାଣ୍ଡି। ଆଜି ଏଠାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ […]

Corona-Tika
କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ […]

corona virus
ରାଜ୍ୟରେ ଚିହ୍ନଟ ହେଲେ ୨୧୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି  ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ କିଛି ଦିନ ହେଲା ନୂଆପଡାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ବରଗଡ ସର୍ବାଗ୍ରେ ଅଛି। ଆଜି ଏହି ଜିଲ୍ଲାରୁ ୩୪ […]

heat-wave
ତାତିରୁ ମିଳିବ ଆଶ୍ୱସ୍ତି ! ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଡହଡହ ଖରାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ମାସରେ ଯଦି ଏମିତି ଖରା, ଏପ୍ରିଲ, ମେ’ କେମିତି କଟିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟବାସୀ। ଗତକାଲି ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଥିଲା ଟିଟିଲାଗଡ଼ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, […]

  • Tuesday, 13 July 2021
pipili bypoll
ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର, ଅଜିତ

ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି  କଂଗ୍ରେସ ପ୍ରାର୍ଥୀ […]

  • Tuesday, 13 July 2021
asha workers
ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର: କୋଭିଡ୍‌ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଡ୍ୟୁଟିରେ ଥାଇ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରକୁ ଭତ୍ତା ମିଳିବ। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭,୫୦୦ ଟଙ୍କା ଓ ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ। ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା […]

  • Tuesday, 13 July 2021
aditya das
ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌, ଟ୍ରେନ୍‌ ଡ୍ରାଇଭର ଦେଲେ ଚାଞ୍ଚଲ୍ୟକର ବୟାନ

ଭୁବନେଶ୍ୱର: ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଛି। ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଚଳାଉଥିବା ଡ୍ରାଇଭର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ରେନ୍‌ ଡ୍ରାଇଭର। ଏହି ଘଟଣାରେ ଟ୍ରେନ୍‌ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି GRP। ଡ୍ରାଇଭରଙ୍କ କହିବା ଅନୁସାରେ, ‘ସେଦିନ ରାତି ୮ଟା ୨୦ରେ ଟ୍ରେନ୍‌ ରେତଙ୍ଗ ଛାଡ଼ିଥିଲା। ରାତି ୮ଟା […]

  • Tuesday, 13 July 2021
odisha
ହସ୍ପିଟାଲ୍‌ରେ କରୋନା ରୋଗୀଙ୍କ ବଲିଉଡ୍‌ ଡ୍ୟାନ୍ସ

ଜୟପୁର: କୋଭିଡ୍‌ ହସ୍ପିଟାଲ୍‌ରେ କରୋନା ରୋଗୀଙ୍କ ଡ୍ୟାନ୍ସ। ତା’ବି ପୁଣି ବଲିଉଡ୍‌ ଗୀତର ତାଳେ ତାଳେ ଲଗାଉଛନ୍ତି ଠୁମ୍‌କା। କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲର ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା।  ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଭିଡିଓଟି ଭାଇରାଲ ପରେ ଏହି ହସ୍ପିଟାଲରେ କିଭଳି ଭାବରେ ଚାଲିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ତାକୁ ନେଇ ପ୍ରଶ୍ନ ଉଠିଛି। ଭିଡିଓରେ ୩ ଜଣ କରୋନା […]

  • Tuesday, 13 July 2021
police
ଫିଟ୍‌ନେସ୍‌ ନ ଥିଲେ ଅବସର !

ଭୁବନେଶ୍ୱର: ଟ୍ୱିନ୍‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍‌ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍‌ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ତାହା […]

  • Tuesday, 13 July 2021
exam
ନିର୍ଦ୍ଧାରିତ‌ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ନେଇ ତତ୍ପରତା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ(ପ୍ରତି ଶନିବାର ଓ ରବିବାର) ସଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା […]

  • Tuesday, 13 July 2021
corona
ଓଡ଼ିଶାରେ କରୋନା ନେଲା ଆଉ ୪ ଜୀବନ, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା […]

  • Tuesday, 13 July 2021
corona
ଓଡ଼ିଶାରେ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୬ ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୩୯ ରହିଛି। ଚିହ୍ନଟ […]

odisha
ସେଲ୍‌ଫି ନେଲେ, ସାଙ୍ଗକୁ ଭିଡିଓ କଲିଂ କରି Waterfall ଦୃଶ୍ୟ ଦେଖାଉଥିଲେ, ହଠାତ୍‌...

ଦେବଗଡ଼: କାଳ ହେଲା ସେଲ୍‌ଫି ନିଶା। ସେଲ୍‌ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ଗତକାଲି ସକାଳେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। […]

  • Tuesday, 13 July 2021
lockdown
‘ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି’

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର […]

  • Tuesday, 13 July 2021