ପିପିଲି: ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୩ରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ […]
ମାଲକାନଗିରି: ୨ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ। ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ ୨ ଛାତ୍ରଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଞ୍ଚଳରେ। ସୁକୁମା ଏସ୍ପିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨ ଛାତ୍ରଙ୍କୁ ଗଳାକାଟି ଅତି ବିଭତ୍ସ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତ ଦେହକୁ ମିଲପାଲି ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ଇନ୍ଫର୍ମର ଭାବେ ଏମାନଙ୍କୁ ହତ୍ୟା କରିଥିବା ଏସ୍ପି ସୂଚନା ଦେଇଛନ୍ତି।
ପୁରୀ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ବି ଲାଗୁ ହୋଇଛି । ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ ଡାଉନ ହେବ। ନାଇଟ କର୍ଫ୍ୟୁ ପାଇଁ ଆଜି ରାତି […]
ଭୁବନେଶ୍ୱର:ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ହୁ ହୁ ହୋଇ ବଢିଯାଇଛି। ଏପଟେ ଟିକାକରଣ ଚାଲିଥିଲେ ମଧ୍ୟ ଟିକା ପର୍ଯ୍ୟାପ୍ତ ପରିମାଣର ମିଳୁନାହିଁ। ପରିସ୍ଥିତିକୁ ଦେଖି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋଲା ବଜାରରେ ମିଳୁ କରୋନା ଟିକ। ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଟିକା […]
ଭୁବନେଶ୍ୱର: ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଗତ ୧୪ ତାରିଖରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି, ଏବେ ପୁଣି ଏକ ବିପତ୍ତି ମାଡ଼ି ଆସିଛି। ପୁଅ ଯିବାର ୪ ଦିନ ପରେ ସ୍ୱର୍ଗତ ଅଜିତଙ୍କ ମା’ ଆଖି ବୁଜି ଦେଇଛନ୍ତି। ଅଜିତ ମଙ୍ଗରାଜଙ୍କ ମା କ୍ଷେତ୍ରମଣିଙ୍କର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ପୁଅର ବିଚ୍ଛେଦ ସହି ପାରିଲେନି ମା’। ଯେଉଁ ପୁଅ […]
ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧୩୨୧ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ସୁନ୍ଦରଗଡ ଓ ଖୋର୍ଦ୍ଧା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ସୁନ୍ଦରଗଡରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ […]
ଭୁବନେଶ୍ୱର: କିଡ୍ନୀ ସମସ୍ୟାର ଚିକିତ୍ସା କରିବା ବାହାନରେ ଜେଲରୁ ଆସି ଏସ୍ସିବିରେ ରହିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏପ୍ରିଲ ୧୦ରେ ଏସସିବିରୁ ପୋଲିସକୁ ଚକ୍ମା ଦେଇ ଚମ୍ପଟ ମାରିଥିଲା ହାଇଦର। ହେଲେ ଏସ୍ସିବିରୁ କେମିତି ଖସି ପଳାଇଲା ହାଇଦର ? କିଏ ତାକୁ ସହଯୋଗ କରିଥିଲା ? ଏହା ପଛରେ ବଡ ହାତ ରହିଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ। ତେବେ ପରିବାର ଲୋକଙ୍କ ସହଯୋଗରେ ସେ ଫେରାର ହୋଇଥିବା କୁହାଯାଉଥିଲା। ହାଇଦରକୁ ତେଲେଙ୍ଗାନର ସାଙ୍ଗାରେଡ୍ଡି ଜିଲ୍ଲାରୁ […]
ଭୁବନେଶ୍ୱର: ପୋଲିସକୁ ଚକ୍ମା ଦେଇ ଖସି ପଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଶେଷରେ ଧରିଛି କମିଶନରେଟ ପୋଲିସ। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିଲା ସେଖ୍ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି। ହାଇଦର ଫେରାର ହେବା ପରେ କଡା ସମାଲୋଚନାର ଶିକାର ହୋଇଥିଲା ପୋଲିସ। ଏହା ହାଇଦରର ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଏଥିରେ ବଡ ବଡ ହାତ ରହିଥିବା ବିରୋଧି ଅଭିଯୋଗ ଆଣିଥିଲେ। ସେଥିପାଇଁ […]
ମାଲକାନଗିରି: ଭାଇରାଲ ଭୋକର ଭୟାନକ୍ କାହାଣୀ ଶେଷରେ ପ୍ରଶାସନ ପାଖରେ ପହଞ୍ଚିଛି। । ଏକଥା ଜାଣିବ ପରେ ତତ୍ପର ହୋଇ ପଡ଼ିଛି ମାଲକାନଗିରି ପ୍ରଶାସନ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ବୃଦ୍ଧା ଫୁଲମତିକୁ ଉଦ୍ଧାର କରିଛନ୍ତି। ଫୁଲମତି ନିଜର ଦୁଃଖ କହିଛି। ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା, ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ତଳୁ ତରକାରୀ ଗୋଟାଇ ଖାଉଥିଲେ। ଦେହର ପଞ୍ଜରା ହାଡ଼ ଗଣି ହୋଇ ଯାଉଥିଲା। ଯେମିତି […]
ପୁରୀ: ପୁରୀରେ ଆଜି ଶତକ ଅତିକ୍ରମ କରିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୧୨ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ରେ ପହଁଚିଛି। ଶ୍ରୀମନ୍ଦିର ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସେବାୟତ ୧୦ ଓ ସେବାୟତ ପରିବାରରୁ ୫ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଜୋତା ଷ୍ଟାଣ୍ଡ କର୍ମଚାରୀ ୧୦ ଏବଂ ୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଶ୍ରୀମନ୍ଦିର […]
ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ। କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ […]
କଟକ: କଟକ ବଡ ମେଡିକାଲରୁ ହାଇଦର ଖସି ପଳାଇବା ଘଟଣାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ହାଇଦର ଖସିବା ପଛରେ ବଡ଼ ହାତ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି। ହାଇଦର ଫେରାର ଘଟଣାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲା ବିଜେପି। ପ୍ରେସମିଟରେ ପୂର୍ବତନ ଡିଜିପି, ବରିଷ୍ଠ ନେତା ପ୍ରକାଶ ମିଶ୍ର ସମାଲୋଚନା କରି କହିଛନ୍ତି, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର […]
ସୁନ୍ଦରଗଡ଼: ସୁନ୍ଦରଗଡରେ ବେକାବୁ ହେଉଛି କରୋନା। ରାଜ୍ୟ କରୋନା ସଂକ୍ରମଣ ତାଲିକାର ଉପରେ ରହୁଛି ଏହି ଜିଲ୍ଲା। କଟକଣା ସତ୍ତ୍ୱେ ନିୟନ୍ତ୍ରଣ କରି ହେଉନି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ପୁଣି ଆରମ୍ଭ ହୋଇଛି ଟିଏମ୍ସି ବ୍ୟବସ୍ଥା। ବାଲିଶଙ୍କରା ବ୍ଲକ ରାଉଲଡେଗାରେ ଖୋଲିଛି ଏହି ଟିଏମ୍ସି ସେଣ୍ଟର। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଏହି କେନ୍ଦ୍ରରେ ରଖାଯିବ। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି, ଯେଉଁମାନେ କି ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି କୋଭିଡ୍ ଟିକା ନେଇଥିବା […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ପୁରୀ: ପୁରୀରେ ବ୍ୟାପକ ହୋଇଛି କରୋନା ସଂକ୍ରମଣ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାପିଲାଣି କରୋନା ସଂକ୍ରମଣ। ଦୀର୍ଘମାସ ବନ୍ଦ ରହିବା ପରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲା। କଟକଣା ଭିତରେ ଜଗା ଦର୍ଶନ ପାଉଥିଲେ ଭକ୍ତ। ହେଲେ ଏବେ ପରିସ୍ଥିତି ସାଂଘାତିକ ହେଲାଣି। ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ କରୋନା ପଜିଟିଭ ଆସିଥିବା ଜଣାଯାଇଛି। ଆଜି ମିଳିଥିବା ସୂଚନାରୁ ଜଣାଯାଇଛି, ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କ […]
ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ସେହିପରି ରାଜ୍ୟରେ କରୋନାରେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ […]
ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଯାଜପୁର ଏସ୍ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରଫୁଲକୁ ହତ୍ୟା କରାଯାଇଛି। ଗତକାଲି ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ […]
ବାଲେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆଜି ଦିନକରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡର ରୋଗୀ ସଂଖ୍ୟା ୧୦୦ ଟପିଛି। ତେବେ ବାଲେଶ୍ୱର ଆଜି କରୋନାର ହଟସ୍ପଟ ପାଲଟିଛି। ଆଜି ବାଲେଶ୍ୱରର ଇମାମୀ ପେପର ମିଲ୍ରୁ ଆଜି ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୧୫୮ ଜଣ ନୂଆ ପଜିଟିଭ। ଏମାନଙ୍କ ମଧ୍ୟରୁ କେବଳ ଇମାମୀରୁ ୧୦୧ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେଲଗାମ ହେଲାଣି। ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି। ଆଜି କରୋନାରେ ପୁଣି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା […]
କଟକ: ବନ୍ଦ ହେଲା କଟକ ବଡ଼ ମେଡିକାଲର ନର୍ସିଂ କଲେଜ। ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ ଛାତ୍ରୀମାନେ କିନ୍ତୁ ଅଲଗା କଥା କହୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ପ୍ରିନ୍ସପାଲଙ୍କ ବିରୋଧରେ ଧାରଣା ଦେଇଥିବାରୁ ପ୍ରତିଶୋଧ […]
ଭୁବନେଶ୍ୱର:ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫରେ କିଛି ବି ପରିବର୍ତ୍ତନ ଆସିନି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ ୫୬୨। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ […]
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୨୩କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ […]
ଭୁବନେଶ୍ୱର: କରୋନା ସଂକ୍ରମଣ ଆଜି ରାଜ୍ୟରେ ବିସ୍ଫୋରକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ […]
ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ। ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା […]