• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cyber loot
ଯୁବତୀଙ୍କୁ ୧ଲକ୍ଷ ୬୯ ହଜାର ଟଙ୍କାର ଚୁନା ଲଗାଇଲେ ସାଇବର ଠକ

ବେଲପାହାଡ: ପୁଣି ମାତିଲେ ସାଇବର ଠକ। ଝାରସୁଗୁଡା ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । ଗତ ୨୩ ତାରିଖରେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଏଥିରେ ସେ କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କୁହାଯାଇଥିଲା। ତା ପରଦିନ ପୁଣି ଠକମାନେ ଯୁବତୀଙ୍କୁ ଫୋନ କରିଥିଲେ । ଟଙ୍କା ଆକାଉଣ୍ଟରେ ନେବା ପାଇଁ ଟାକ୍ସ ବାବଦକୁ ୧୮ […]

  • Tuesday, 13 July 2021
similipal
ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ୧ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ।  ହୁ ହୁ ହୋଇ ଜଳୁଛି ଜଙ୍ଗଲ।  ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି  । ସେପଟେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଘଟଣାସ୍ଥଳକୁ […]

odisha
‘ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା’

ଭୁବନେଶ୍ୱର: ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ସପ୍ତାହକ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସ୍ପଷ୍ଟ କରିଥିଲେ। ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା’ ମିନତି ବାରିକ କହିଛନ୍ତି। ସେ କହିଛନ୍ତି, ‘ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା। […]

student
ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ

ଭ‍‍ୁବନେଶ୍ୱର: ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି। ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହଁ। ଇଂରାଜି, ନ୍ୟୁମେରିକାଲ ଆବିଲିଟି ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ଏହି ସବୁ କ୍ଷେତ୍ରରେ  ଆସାମ ଓ ମଧ୍ୟପ୍ରଦେଶ ଠାରୁ ପଛରେ ଅଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ […]

  • Tuesday, 13 July 2021
death
ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ପାଞ୍ଚାଳୀ ସାହୁ। ଗତକାଲି ରାତିରେ ଖାଇ ସାରିବା ପରେ ଦୁଃଖବନ୍ଧୁ ଓ ପାଞ୍ଚାଳୀ ନିଜ ରୁମ୍‌ରେ ଶୋଇଥିଲେ। ରୁମ୍‌ରେ ଥିବା ଟେବୁଲ ଫ୍ୟାନ୍ ଚାଲୁଥିବାବେଳେ ସର୍ଟ‌ ସର୍କିଟ ଯୋଗୁ ଫ୍ୟାନ୍ ପୋଡ଼ି ଯାଇଥିଲା। ଫଳରେ ଧୂଆଁରେ ଉଭୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ […]

  • Tuesday, 13 July 2021
Amit Shah
ପଶ୍ଚିମବଙ୍ଗରେ ସରକାର ଗଠନ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି: ଅମିତ ଶାହ

ଭୁବନେଶ୍ୱର: ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି। ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଶହରୁ ଅଧିକ ସିଟ୍‌ରେ ବିଜେପି ସରକାର ଗଠନ କରିବ। ଆଉ ଏହା ପରେ ପରେ ଓଡ଼ିଶାରେ ବି ଶାସନକୁ ଆସିବ ବିଜେପି। ଗତକାଲି କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କିଛି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବ ଭାରତର ବିକାଶର ଧାରା ପଶ୍ଚିମବଙ୍ଗରୁ ଆରମ୍ଭ ହେଉଛି। ଏହାପରେ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ହୋଇ କେରଳରେ ପହଞ୍ଚିବ। ଏହି ସବୁ […]

  • Tuesday, 13 July 2021
madhapur village
ମଦ ପୋଛି ଦେଉଛି ମଥାର ସିନ୍ଦୂର : ବିଧବାଙ୍କ ଗାଁ ପାଲଟୁଛି ମାଧପୁର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ମଦ ପୋଛି ଦେଉଛି ମଥାର ସିନ୍ଦୁର । ବିଧବା ହୋଇଯାଉଛନ୍ତି ଗାଁର ମହିଳା।  “ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ। ଏହି ଉକ୍ତି ସମ୍ପର୍କର ସମସ୍ତେ ଅବଗତ । କିନ୍ତୁ ବୌଦ୍ଧ ଜିଲ୍ଲାର ମାଧପୁର ଗ୍ରାମକୁ ଦେଖିଲେ ଜଣାପଡେ ଏ ଗାଁର ଲୋକେ ସତେକି ସବୁ ଜାଣିକି ଅଜଣା । ମଦ ଯୋଗୁଁ ଗାଁରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଗାଁ ଏବେ ପୁରୁଷଶୂନ୍ୟ ହେବାକୁ ବସିଛି। ଏବେ ‘’ବିଧବାଙ୍କ […]

  • Tuesday, 13 July 2021
accident
ଗଛରେ ପିଟି ହେଲା ବୋଲେରୋ କ୍ୟାମ୍ପର, ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣାଗ୍ରସ୍ତ

ଲମତାପୁଟ(ଜଗତ୍‌ ଜୀବନ): ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏକ ବୋଲେରୋ କ୍ୟାମ୍ପର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନେ ବିଶାଖାପାଟଣାର ଝାଡ଼ପା ଗାଁର ବୋଲି ଜଣାପଡ଼ିଛି। ସେମାନେ ଝାରସୁଗୁଡ଼ାର ଏକ ମାଇନିଂରେ କାମ କରନ୍ତି। ଗାଁରେ […]

  • Tuesday, 13 July 2021
7am-Vote
ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା !

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳର ତେଲୁଗୁ ସମ୍ପ୍ରଦାୟର ଲୋକେ ଏବେ ଆନ୍ଧ୍ର ମୁହାଁ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସେମାନେ ମତଦାନ କରିବାକୁ ଯାଉଥିବା ଅଭିଯୋଗ ହୋଇଛିା ଏପରିକି ଆନ୍ଧ୍ର ଯିବାପାଇଁ ପାରାଦୀପରେ ବସ୍‌ ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତି ସମେତ ଅନ୍ୟ କେତେକ ବସ୍ତିରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ମତ୍ସ୍ୟଜୀବୀଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ଥିବା ଅଭିଯୋଗ ହୋଇଛି। ତେଣୁ ଏହି ଭୋଟରମାନଙ୍କୁ ନେବା […]

gas tanker
କ୍ରେନ୍ ସାହାଯ୍ୟରେ ଉଠିଲା ଏନ୍‌ଏଚରେ ଓଲଟି ପଡ଼ିଥିବା ଆମୋନିଆ ଭର୍ତ୍ତି ଟ୍ୟାଙ୍କର

ଗଂଜାମ: ଗଂଜାମ ଜିଲ୍ଲା ପୁଇଁତଳା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କର ଉଠାଯାଇଛି। ୪ଟି କ୍ରେନ ଲଗାଯାଇ ସୁରକ୍ଷିତ ଭାବେ ଗ୍ୟାସ ଟ୍ୟାଙ୍କରକୁ ଉଠାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଏହି ଟ୍ୟାଙ୍କରକୁ ଉଠାଇବା ଲାଗି ପାରାଦୀପରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା।  ଗତକାଲି ଗଂଜାମ ସହରରେ ଗ୍ରାସିମ ଇଣ୍ଡ୍ରଷ୍ଟ୍ରିଜ୍ ଏକ ଟିମ୍ ସ୍ଥିତି ପରଖିଥିଲେ। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉନଥିବା ବିଶେଷଜ୍ଞ […]

  • Tuesday, 13 July 2021
puri
ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ : ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି

ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରୁ ରୋହିଣୀ କୁଣ୍ଡ ଅନ୍ୟତମ ରୋହିଣୀ କୁଣ୍ଡରୁ ପାଣି ଛିଞ୍ଚନରୁ ବଞ୍ଚିତ ଭକ୍ତ ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଲେ ଆଲୋଚନା ପରେ ପଦକ୍ଷେପ ପୁରୀ(ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ଛିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ପଞ୍ଚତୀର୍ଥ ହେଲା ମହୋଦଧୀ, ମାର୍କଣ୍ଡେୟ, […]

  • Tuesday, 13 July 2021
reshma
ଅଜଣା ରୋଗରେ ପୀଡ଼ିତ ବାପା : ଟିଉସନ୍ କରି ପରିବାର ଚଳାଉଛଉନ୍ତି ରେସମା

ଆଳି(ବନମାଳୀ ସାହୁ): ରୋଗିଣା ବାପାର ଗୁଣମତୀ ଝିଅ। ରୋଗଶଯ୍ୟାରେ ପଡ଼ି ଛଟପଟ୍ ହେଉଛନ୍ତି ଘରର ମୁରବୀ, ପରିବାର ଚଳାଉଛି ପାଠୋଇ ଝିଅ। ରୋଜଗାରିଆ ମଣିଷ ଘର ଦୁଆରେ ପଡ଼ି ରହିବା ପରେ  ଅସହାୟ ହୋଇ  ପଡ଼ିଥିଲା ପୂରା ପରିବାର। ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିଲା । ଆଉ ଏପରି ସମୟରେ ରେଶମା ପୁଅ ପରି ଘର ପାଇଁ . . .  ବାପା ପାଇଁ . . . ଆଶା ବାଡ଼ି ସାଜିଛନ୍ତି। ବାପା […]

  • Tuesday, 13 July 2021
odisha
ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି।ମାଉସୀ ଘରକୁ ବୁଲିବାକୁ ଆସିଥିବାବେଳେ ଟ୍ୟୁବ୍‌ୱେଲ୍‌ ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା‌ ଅନ୍ତର୍ଗତ ଶାଳଗଢିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସନିଆ ନାୟକଙ୍କ ପତ୍ନୀ ଝିଅ ସରୋଜିନୀକୁ ଧରି ଗୋଆପାଳରେ ରହୁଥିବା ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ମାଉସୀ ଘରେ ଟ୍ୟୁବ୍‌ୱେଲ୍‌ ଖୋଳା ଯାଉଥିବା ବେଳେ ଗାତରେ ଶିଶୁ କନ୍ୟାଟି ପଡ଼ି ଯାଇଥିଲେ। […]

  • Tuesday, 13 July 2021
satakosia
ସାତକୋଶିଆ ଇକୋ ରିଟ୍ରିଟ୍‌ରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ଟି କଟେଜ୍, ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

କଟକ: ନରସିଂହପୁର ଥାନା ବାଲିପୁଟ ନିକଟସ୍ଥ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା କଟେଜ୍। ଅଗ୍ନିକାଣ୍ଡରେ ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳି ଯାଇ ଛାରଖାର ହୋଇଯାଇଛି । ଭୋର୍ ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ହେଉଛି। ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ। ତେବେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ଦମକଳ ବିଭାଗ ପହଞ୍ଚି ନିଆଁକୁ ବର୍ତ୍ତମାନ ସୁଦ୍ଧା […]

  • Tuesday, 13 July 2021
mask-marriage
ବାହାଘରରେ ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ : ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ନବମ ଏକାଦଶ ପରୀକ୍ଷା

ଭୁବନେଶ୍ୱର : ବିବାହ ଉତ୍ସବରେ ଆସିଥିବା ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ। ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛିନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ ଏପରି ସାମୁହିକ କାର୍ଯ୍ୟରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ମାନିବେ ଆୟୋଜକ, ନେହେଲେ କଡ଼ା ଦଣ୍ଡବିଧାନ ରହିଛି । […]

  • Tuesday, 13 July 2021
bolangir
ସଫେଇ କାମରେ ନିୟୋଜିତ ହେବେ କିନ୍ନର : ରୋଜଗାର ଯୋଗାଇଦେଲା ବଲାଙ୍ଗିର ପୌରସଂସ୍ଥା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବେ । […]

  • Tuesday, 13 July 2021
Age-Fraud
ଦୁଇ ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ; ଥିଲା ୪୨ ହେଲା ୬୪

ଜଳେଶ୍ୱର(ଅଜିତ କୁମାର ଦାସ): ବର୍ଷକ ମଧ୍ୟରେ ବୟସ ବଢ଼ି ଯାଇଛି ୨୦ ବର୍ଷ। ଖାଲି ଜଣକର ନୁହେଁ କାହାର ବୟସ ୫ ବର୍ଷ ବଢ଼ି ଯାଇଛି ତ ଆଉ କାହାର ୧୦ ବର୍ଷ ଏବଂ ଆଉ କାହାର ୧୫ ବର୍ଷ ବଢ଼ି ଯାଇଛି। ଏପରିକି କାହାର ବୟସ ଏକାଥରକେ ୧୦ ବର୍ଷ ବଢ଼ି ଯାଇଛି। ସାମାଜିକ ସୁରକ୍ଷାରେ ବିଭିନ୍ନ ସୁବିଧା ପାଇବା ଲାଗି ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରୁ […]

  • Tuesday, 13 July 2021
bhadrak
ଧାନ ପାଇଁ ବିଷ ପିଇଦେଲେ ଚାଷୀ: ଟୋକନ୍ ଥାଇ ସୁଦ୍ଧା SHG ଧାନ ନକିଣିବାରୁ ଚରମ ପଦକ୍ଷେପ

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ। ଟୋକନ ଥିବା ସତ୍ତ୍ୱେ SHG ଧାନ ନ କିଣିବାରୁ ଚରମ ପଦକ୍ଷେପ ନେଇଛନ୍ତି ରାମକୃଷ୍ଣ ପଣ୍ଡା। ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର SHG ଗ୍ରୁପ ବିରୋଧରେ ଧାନକିଣା ଅନିୟମିତତା ହୋଇଥିବା କହି ପଞ୍ଚାୟତ ଅଫିସ୍ ଆଗରେ ସେ ବିଷ ପିଇ ଦେଇଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣା ଯାଇନଥିବା ଅଭିଯୋଗ ହୋଇଛି। ତେବେ ଗୁରୁତର ତାଙ୍କୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]

  • Tuesday, 13 July 2021
metro rail in odisha
ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍‌ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ […]

  • Tuesday, 13 July 2021
bbsr
ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା : ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ  ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି […]

  • Tuesday, 13 July 2021
puri
ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ

ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ, ପ୍ରଶାସନ ପାଇଁ ଅଲୋଡ଼ା, ହେଲେ ହାରି ନାହାନ୍ତି। ପୋଲିଓ ଆକ୍ରାନ୍ତ ଜଗଦୀଶ୍ ନିଜ ଅକ୍ଷମତା ପାଇଁ ଦୁଃଖ ନକରି ପର୍ଯ୍ୟଟକଙ୍କୁ ନୂଆ ଜୀବନ ଦେଉଛନ୍ତି

  • Tuesday, 13 July 2021
guideline
୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର: ସପ୍ତାହେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ

ଭୁବନେଶ୍ୱର: ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ […]

  • Tuesday, 13 July 2021
poet
ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନନ୍ଦକିଶୋରଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା

ଆସିକା(ମନୋଜ ମୁନୀ):  କବି। ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି […]

  • Tuesday, 13 July 2021
child-rescued
ଦେଢ଼ ମାସ ପରେ ଉଦ୍ଧାର ହେଲା ଚିଣ୍ଟୁ, କେବେ ମିଳିବ ପିହୁ ?

ଯାଜପୁର(ଗୁଲାମ ଗସ୍‌): ନିଖୋଜ ହେବାର ଦେଢ଼ ମାସ ପରେ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରୁ ଯାଜପୁର ଜିଲ୍ଲାର ଏହି ଶିଶୁ ପୁତ୍ର  ନିଖୋଜ ଥିଲେ। ତେବେ ଗତକାଲି ତାଳଚେରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ନିକଟ ଆଦିବାସୀ ବସ୍ତିରେ ରହୁଥିବା ରାମ ଜଜଙ୍କ ୪ ବର୍ଷର ପୁଅ ଚିଣ୍ଟୁଙ୍କୁ କେହି ଅପହରଣ କରି ନେଇଥିଲେ। ଏନେଇ ପରିବାର […]

  • Tuesday, 13 July 2021
business-man
ଘରକୁ ଫେରୁଥିବା ବେଳେ ହୋଟେଲ୍‌ ମାଲିକଙ୍କ ଉପରକୁ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ରାଉରକେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହୋଟେଲ ମାଲିକ ସଜନ ମିତ୍ତଲ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୋଟେଲ୍‌  କାମ ସାରି ସଜନ ଘରକୁ ଫେରୁଥିଲେ। ଏହି ସମୟରେ ଯୋଜନା ମୁତାବକ ପୂର୍ବରୁ ଛକି ରହିଥିବା ୨ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ରାଉରକେଲା ଡିଲକ୍ସ ହୋଟେଲ୍‌ ଗଳିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର […]

  • Tuesday, 13 July 2021