• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

petrol
୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର ୯ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ପାର୍‌ ହୋଇଛି। ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ୯୨ ଟଙ୍କା ୧୩ ପଇସା ରହିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଆଜି ୮୯ ଟଙ୍କା ୫୪ ପଇସା ହୋଇଥିବା ବେଳେ […]

  • Tuesday, 13 July 2021
accident
ଘର ପିଣ୍ଡାରେ ଛିଡ଼ା ହୋଇଥିଲେ, ଚଢ଼ିଗଲା କାର୍‌

ବରଗଡ଼/ବାଲିଗୁଡ଼ା(ଦୀପକ ଶର୍ମା/ଅଜିତ ନାୟକ): ରାଜ୍ୟ ୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବ୍ରିଜ୍‌ରୁ ତଳକୁ ଅଟୋ ଖସି ପଡ଼ିବା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସର୍ନାପାଲିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ […]

  • Tuesday, 13 July 2021
lingaraj temple
ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ : କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଜାଗରରେ ଏକାଠି ଦୀପ ଜାଳିବା ମନା ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ଧ୍ୟାନ ଦିଆଯିବ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ ଭୁବନେଶ୍ୱର: ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ।  କୋଭିଡ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ । ଲିଙ୍ଗରାଜ […]

  • Tuesday, 13 July 2021
rain in odisha
୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ଥିବା ବେଳେ ସକାଳୁ ସକାଳୁ ସ୍ୱଳ୍ପ ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ […]

  • Tuesday, 13 July 2021
ghost
ଭୂତ ବୁଲୁଛି ଚିକିଲି ଗାଁରେ . . . ଡରରେ ଜଡ଼ସଡ଼ ସ୍ଥାନୀୟ ବାସିନ୍ଦା

କଳାହାଣ୍ଡି(ଘଟେଶ୍ୱର ମିଶ୍ର, ଇଙ୍ଗିତ ପଣ୍ଡା): ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଭୂତ ଭୟ। ଗାଡ଼ି ଆଲୁଅରେ ସ୍ପଷ୍ଟ ଦିଶିଗଲା ଭୂତ । ଦେଖିବା ଲୋକଙ୍କ ମନରେ ଛନକା। କୋଳାହାଳ ଭିତରେ ଦେଖିବାକୁ ମିଳୁଛି ଧଳାଲୁଗା କିମ୍ବା ଗାମୁଛା ପିନ୍ଧିଥିବା ଜିନିଷଟି ହଲୁଛି। ଆଉ ଏହା  ଦେଖିବା ପରେ ସମସ୍ତଙ୍କ ମନରେ ଛନକା ପଶିବା ସ୍ୱାଭାବିକ। ବିଜ୍ଞାନ ଯୁଗରେ ଲୋକଙ୍କ ଭିତରେ ଭୂତପ୍ରେତ ପ୍ରତି ବିଶ୍ୱାସ ନଥିବା ବେଳେ କିଛି ଦିନ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା […]

  • Tuesday, 13 July 2021
bank
୭୬ ହଜାର ଜମାକାରୀ ଫେରି ପାଇବେ ଟଙ୍କା

ବାରିପଦା(ମାଣିକ ଲାଲ୍‌ ପାଣି): ୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍। ଏ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ବାରିପଦା DRCSଙ୍କୁ ଚିଠି ଲେଖିଛନ୍ତି। ଜମାକାରୀ କିଭଳି ସୁରୁଖୁରୁରେ ଟଙ୍କା ଫେରି ପାଇବେ ଏବଂ ହାଇକୋର୍ଟଙ୍କ ଆଦେଶ ପାଳନ ହେବ ସେ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ନିର୍ଦ୍ଦେଶ ଦେଇଛନ୍ତି। ଆଜିଠୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ। ଟଙ୍କା ଫେରସ୍ତ ନେଇ ସୂଚନା ମିଳିବା […]

  • Tuesday, 13 July 2021
odisha
ପ୍ରତିକାର ପାଇଁ ଡାକ୍ତରଖାନା ନଯାଇ ଚାଲିଛି ଝଡ଼ାଫୁଙ୍କା ଓ ପୂଜାପାଠ

କଲ୍ୟାଣସିଂହପୁର(ମାଉଡି ବାରିକ): ଗାଁରେ ବ୍ୟାପିଛି ମିଳିମିଳା । ହେଲେ ପ୍ରତିକାର ପାଇଁ ଲୋକମାନେ ଡାକ୍ତରଖାନା ନ ଯାଇ ଯାଉଛନ୍ତି ଗୁଣିଆ, ପୂଜକଙ୍କ ପାଖକୁ। ଔଷଧ ଦେବା ବଦଳରେ କରୁଛନ୍ତି ଝଡ଼ାଫୁଙ୍କା ଓ ପୂଜାପାଠ । ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ଏଠି ଲୋକଙ୍କ ମନରୁ ଦୂର ହୋଇନି ଏମିତି ଅନ୍ଧବିଶ୍ୱାସ। ଡାକ୍ତରୀ ଚିକିତ୍ସା ଏମାନଙ୍କ ବିଶ୍ୱାସ ଜିତି ପାରିନି ।  ଯେତେ ସୁଯୋଗ ଦେଲେ, ସଚେତନ କରାଇଲେ  ବି ଲୋକେ ଏଠି ପାରମ୍ପରିକ ବିଶ୍ୱାସର […]

  • Tuesday, 13 July 2021
mkcg
ଦୀର୍ଘ ୬ମାସ ହେଲା ଥାଇରଏଡ୍ ମେସିନ୍ ଖରାପ : ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ବ୍ରହ୍ମପୁର: ଚିକିତ୍ସା ସେବା ପାଇଁ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର କହିଲେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବୁଝାଏ। ଏହା ଉପରେ ନିର୍ଭର କରନ୍ତି ଆଖପାଖ ଜିଲ୍ଲାର ରୋଗୀ। ପ୍ରତିଦିନ ମେଡିକାଲ ଆଉଟଡୋରକୁ ଆସନ୍ତି ଗଞ୍ଜାମ ଓ ଜିଲ୍ଲା ବାହାରୁ ଶହ ଶହ ରୋଗୀ। ହେଲେ ଏହି ମେଡିକାଲର ରୋଗ ନିଦାନ କେନ୍ଦ୍ରରେ ଦୀର୍ଘ ୬ମାସ ହେଲାଣି ଥାଇରଏଡ୍ ମେସିନ୍ ଖରାପ ହୋଇ ପଡିଛି । ଫଳରେ ରୋଗୀ ଥାଇରଏଡ୍ ପରୀକ୍ଷା ପାଇଁ ଘରୋଇ କ୍ଲିନିକ ଉପରେ ନିର୍ଭର […]

  • Tuesday, 13 July 2021
anubhab-barsa
ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି। […]

koraput
ଗାଁକୁ ରାସ୍ତାଟିଏ ନାହିଁ : ପାଠ ପଢ଼ିବା ପାଇଁ ନିତିଦିଦ ପାହାଡ଼ ଚଢ଼ୁଛନ୍ତି କୋମଳମତି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) :  ପାହାଡ଼ ଚଢ଼ିଲେ ପିଲାଏ ପାଠ ପଢ଼ିବେ। ଅବହେଳିତ ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ସହ ଖଳେ। ନାହିଁ ନାହିଁରେ ଉଜ୍ଜଳ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ପାଠ ପଢ଼ିବା ପାଇଁ ପିଲାଏ ନିତି ପ୍ରତିଦିନ  ନୟାନ୍ତ ହୋଇ ଯାଉଛନ୍ତି । ରାସ୍ତା ସୁବିଧା ନଥିବାରୁ ପ୍ରତିଦିନ ପାହାଡ଼ ଚଢ଼ି ପାଠପଢ଼ିବା ପାଇଁ ଯାଉଛନ୍ତି କୋମଳମତି। ସର୍ବଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ […]

  • Tuesday, 13 July 2021
puri
ଶ୍ରୀମନ୍ଦିର ବେଢ଼ାରେ ପଡ଼ିଲା ରକ୍ତ ଛିଟା; ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡ଼ୁଆ ଛେଚି ଦେଲେ ସେବାୟତ

ପୁରୀ(ପ୍ରଦୀପ ମହାନ୍ତି): ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ପଡ଼ିଲା ରକ୍ତ ଛିଟା। ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁ ଉତ୍ତରଦ୍ୱାରରେ ରକ୍ତଛିଟା ପଡ଼ିଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡ଼ୁଆ ନେଇ ଉତ୍ତର ଦ୍ୱାର ଦେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ବଚସା ହୋଇଥିଲା। କୁଡ଼ୁଆ ଉତ୍ତର ନୁହେଁ ଦକ୍ଷିଣ ଦ୍ୱାର ଦେଇ […]

  • Tuesday, 13 July 2021
cycling
୪ ଘଣ୍ଟା ୨୩ ମିନିଟ୍‌ରେ ୧୫୧ କି.ମି. ଚଲାଇଲେ ସାଇକେଲ୍‌

ଭୁବନେଶ୍ୱର: ୪ ଘଣ୍ଟା ୨୩ ମିନିଟ୍‌ରେ ୧୫୧ କିଲୋମିଟର ସାଇକେଲ୍‌ ଚାଳନା। Bhubaneswar Cycling and Adventure Club(BCAC) ପକ୍ଷରୁ ଆୟୋଜିତ ଗୋଲ୍ଡେନ୍ ଟ୍ରାଏଙ୍ଗଲ୍ ସାଇକ୍ଲିଂ ଚାମ୍ପିଅନ୍‌ଶିପ୍‌(GTCC-2021)ରେ ୧୫୧ କିଲୋମିଟରକୁ ୪ ଘଣ୍ଟା ୨୩ ମିନିଟ୍‌ ୪୮ ସେକେଣ୍ଡରେ ଯାତ୍ରା କରି ରାଉରକେଲାର ରୋହିତ ହେମ୍ବ୍ରମ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ରୋହିତ ହେମ୍ବ୍ରମ୍‌ଙ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା, ଟ୍ରଫି ଓ ମେଡାଲ୍‌ ମିଳିଛି। ଜାମ୍‌ସେଦ୍‌ପୁରର ଅଭନୀତ୍‌ ସିଂ […]

  • Tuesday, 13 July 2021
rain
କାଲିଠୁ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା, ୧୭ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତାକାଲିଠୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୧୭ ତାରିଖରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Tuesday, 13 July 2021
paradeep
ପାରାଦୀପରୁ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପ୍ରସଙ୍ଗ; ତଦନ୍ତ ଆରମ୍ଭ

ପାରାଦୀପ(ରମାକାନ୍ତ ନାୟକ): ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପରୁ କିଛି ଲୋକ ଯାଇଥିବା ନେଇ ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ ହୋଇଛି। ପାରାଦୀପର ବିଭିନ୍ନ ବସ୍ତିର ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି। ନିର୍ବାଚନ କମିଶନ୍‌ଙ୍କୁ ଏସମ୍ପର୍କରେ ଅବଗତ କରାଯିବ ଓ ଦୁଇଟି ଭୋଟର କାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଳ୍ଲାପାଳ କହିଛନ୍ତି। ତେବେ ଆନ୍ଧ୍ର ପଞ୍ଚାୟତ […]

  • Tuesday, 13 July 2021
school
କାଲି ଓଡ଼ିଶାର ସବୁ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଅର୍ଥାତ୍‌‌ ୬ ଘଣ୍ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି, ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ ଆସନ୍ତାକାଲି ରାଜ୍ୟରେ ସବୁ ସ୍କୁଲ୍ ବନ୍ଦ ନେଇ ଘୋଷଣା ହୋଇଛି। […]

  • Tuesday, 13 July 2021
woman died
ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ସ୍ତ୍ରୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ସ୍ତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ସାନଜରିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ବନ୍ଦିତାଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା। ପରେ ଶୈଳେନ୍ଦ୍ର ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଶୈଳେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ବନ୍ଦିତା ପୋଡ଼ି ହୋଇଯାଇଥିଲେ। […]

  • Tuesday, 13 July 2021
biban
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡ ସମୟରେ ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବା ପାଇଁ ଚେଷ୍ଟା କରାଯିବ। ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ କେଉଁ କେଉଁ ସ୍ଥାନରେ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ […]

  • Tuesday, 13 July 2021
chitrakonda
କରୋନା ଦେଖାଇଲା ଆତ୍ମନିର୍ଭରଶୀଳ ହେବାର ବାଟ: ଟାଙ୍ଗରା ଭୂଇଁରେ ସୁନା ଫଳାଉଛନ୍ତି ଆଦିବାସୀ

ଚିତ୍ରକୋଣ୍ଡା : ଟାଙ୍ଗରା ଭୂଇଁ ଏବେ ଶଷ୍ୟଶ୍ୟାମଳା । ବହୁ ଚାଷୀ ନିଜ ଜମିରେ ଫସଲ ଫଳାଇବାକୁ ଅସମର୍ଥ ହେଉଥିବା ବେଳେ ପାହାଡ଼ ପର୍ବତଘେରା ଚିତ୍ରକୋଣ୍ଡାର ଟାଙ୍ଗରା ଭୂଇଁରେ ଫଳିଛି ବାଇଗଣ, କୋବି, ସିମ୍ବ, କଖାରୁ, କଲରା ଭଳି ଅନେକ ପନିପରିବା। ଏହି ଛନଛନିଆ ପନିପରିବାକୁ ବଜାର, ଗାଁଗଣ୍ଡାରେ ବିକ୍ରି କରି ପରିବାର ଚଳାଉଛନ୍ତି ମାଲକାନଗିରି ଜିଲ୍ଲା ନୂଆଗୁଡା ପଞ୍ଚାୟତର ଆରଏସି-୧୧ ଗ୍ରାମର ଲୋକେ। ଦିନେ କାମଧନ୍ଦା ନପାଇ ଏମାନେ ଦାଦନ ଖଟିଯାଉଥିଲେ। ଏବେ ଲୋକେ ଦାଦନ […]

  • Tuesday, 13 July 2021
husband killed wife
ଅନ୍ୟ ଯୁବତୀଙ୍କ ପ୍ରେମ ଜାଲରେ ପଡ଼ିଗଲେ ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପାଇଁ ଦେଲେ ସୁପାରି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ସୁପାରି ଦେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଖୁଲାସା ହୋଇଛି‌। ଏହି ଘଟଣାରେ ପୋଲିସ୍‌ ଆଜି ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ସୁପାରି କିଲର୍‌ ଥିବାବେଳେ ଅନ୍ୟ ୨ଜଣ ସେମାନଙ୍କର ସହଯୋଗୀ ବୋଲି ଜଣାପଡ଼ିଛି। ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି। ଗତ ଜାନୁଆରୀ ୨୯ […]

  • Tuesday, 13 July 2021
petrol
୯୪ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ୯୦ ଟପିଲା ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରିରେ ପେଟ୍ରୋଲ ୯୪ ଟଙ୍କା ପାର୍‌ କରିଛି। ବର୍ତ୍ତମାନ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି। କଟକରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ […]

  • Tuesday, 13 July 2021
nilagiri
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ : ଭୟରେ ଜନବସତି ଆଡ଼କୁ ପଳାଇ ଆସୁଛନ୍ତି ଜଙ୍ଗଲୀ ଜନ୍ତୁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଇା ଜଙ୍ଗଲରେ ଅଗ୍ନିକାଣ୍ଡ। ଗତ ରାତିରୁ ଜଙ୍ଗଲର ୭ଟି ସ୍ଥାନ ଜଳୁଥିବା ଦେଖିବାକୁ ମିଳିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି।  ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଛନ୍ତି। ପାହାନ୍ତିଆରୁ ନୀଳଗିରି ସହରରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଜଳୁଥିଲେ ବି ଲିଭାଇବା ଲାଗି ଏ ଯାଏ ପଦକ୍ଷେପ ନିଆଯାଇନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। #ତିନିକୋଶିଆା_ଜଙ୍ଗଲର_ନିଆଁ ତିନିକୋଶିଆ […]

  • Tuesday, 13 July 2021
odisha
ହନୁମାନ ପଇସା, ରତ୍ନ ପଥର ଜବତ; ଧରାପଡ଼ିଲେ ୩ଜଣ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଏହି ଘଟଣାରେ ଚିତ୍ରକୋଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ କରିଛି। ଏହି ରାକେଟ୍‌ର ଚେର ଆନ୍ଧ୍ରକୁ ଲମ୍ବିଥିବା ସୂଚନା ମିଳିଛି। ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ପୋଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହନୁମାନ ପଇସା, ରତ୍ନ […]

  • Tuesday, 13 July 2021
POuspa-KO
ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କୁ ମୁଣ୍ଡକାଟି ହତ୍ୟା ମାମଲାର ଖୋଳତାଡ଼ ଜାରି ରହିଛି। ଏହି ଘଟଣାରେ ମୃତ ମହିଳା ପୁଷ୍ପଲତାଙ୍କ ସ୍କୁଟି ମିଳିଛି। ମୃତ ପୁଷ୍ପଲତାଙ୍କ ସ୍କୁଟି କମିଶନରେଟ୍ ପୋଲିସ କନ୍ଧମାଳ କଳିଙ୍ଗାରୁ ଜବତ କରିଛି। ଏହି ସ୍କୁଟି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସହଯୋଗୀ ଦ୍ୱାରା କଳିଙ୍ଗାରେ ଲୁଚାଇ ରଖିଥିଲା। ପୋଲିସର ଜେରା ବେଳେ ସ୍କୁଟି ବାବଦରେ ସେ ସୂଚନା ଦେଇଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ କିଛି ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ […]

  • Tuesday, 13 July 2021