• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୁଣା ପାଣି ମାଡ଼ି ନଷ୍ଟ ହେଉଛି ଚାଷ ଜମି । ଚିଙ୍ଗୁଡି ଘେରିକୁ ଲୁଣା ପାଣି ନେଉଛନ୍ତି ଚିଙ୍ଗୁଡି ମାଫିଆ । ଫଳରେ ଚାଷୀଙ୍କ ଜମିରେ ନଷ୍ଟ ହେଉଛି ଫସଲ । ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଚାଷୀ । ଅଭିଯୋଗ କରିଛନ୍ତି, ଚିଙ୍ଗୁଡ଼ି ମାଫିଆ କିଛି ସରକାରୀ ଅଧିକାରୀଙ୍କୁ ହାତ କରି ବିଭିନ୍ନ କେନାଲର ସ୍ଲୁଇସ ଗେଟକୁ ନିୟନ୍ତ୍ରଣ କରୁଛନ୍ତି ।

ଗେଟ୍ ଚାବି ନିଜ ପାଖରେ ରଖି ଚିଙ୍ଗୁଡ଼ି ଘେରିକୁ ଲୁଣା ପାଣି ନେବାକୁ ବ୍ୟବହାର କରୁଛନ୍ତି । ଫଳରେ ଧାନ ଚାଷ ଜମିକୁ ମଧୁର ପାଣି ଯାଇ ପାରୁ ନାହିଁ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ହରିପୁର, ଉତ୍ତରଖମା, ସୋମପୁର, କୁଆଁର ସର, କୃଷ୍ଣପୁର, ଶଗଡ଼ିଆ ଗାଁର ଶତାଧିକ ଚାଷୀଙ୍କର ହଜାର ହଜାର ଏକର ଜମିରେ ଲୁଣା ପାଣି ମାଡ଼ି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି ।

ଶତାଧିକ ଚାଷୀ ଚାନ୍ଦବାଲି ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଲୁଣା ପାଣି ବନ୍ଦ କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।

OTV is now on Whatsapp

Join and get latest news update delivered to you via whatsapp

Join Now