• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jee-main-exam
ଆଜିଠୁ JEE Main 2021; ସାରା ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍‌ ଆଜିଠୁ ଅର୍ଥାତ୍‌ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ପରୀକ୍ଷା ହେବ। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବେଷ୍ଟ ରାଙ୍କ୍‌ ଆଧାରରେ […]

cm
ସଂକ୍ରମଣ ବଢ଼ୁଥିବା ବେଳେ କିପରି ପିନ୍ଧିବେ ମାସ୍କ, ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଦୃଶ୍ୟ ଭାଇରସର ମାୟାଜାଲ ଏବେ ବି ଲୋକଙ୍କୁ କବଳିତ କରିଚାଲିଛି । କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ମହାମାରୀ କଡ଼ ଲେଉଟାଇଲାଣି। ଏପରି ସ୍ଥିତିରେ ମାସ୍କ କିପରି ପିନ୍ଧିବା, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ମହାମାରୀ ବଢ଼ିଚାଲିଥିବା ବଳେ ଭିଡ଼ ଜାଗାରେ ବି ଲୋକଙ୍କ ବେପରୁଆ ପଣ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ବରଂ ଠିକ୍‍ ଭାବରେ […]

  • Tuesday, 13 July 2021
cm
ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’

ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି […]

  • Tuesday, 13 July 2021
Coloured Cauliflowers Grown
କ୍ଷେତରେ ହସୁଛି ଗୋଲାପୀ ଓ ବାଇଗଣୀ ରଙ୍ଗର କୋବି

ନିଶ୍ଚିନ୍ତକୋଇଲି : କୋବି ଚାଷ କରି ଚର୍ଚ୍ଚାରେ ମହିଳା  ସ୍ୱୟଂ ସହାୟିକା ଗୋଷ୍ଠୀ । ତେବେ ଚର୍ଚ୍ଚା ଚାଷ ପାଇଁ ନୁହେଁ, ବରଂ ଭିନ୍ନ ଧରଣର କୋବି ଉତ୍ପାଦନ ପାଇଁ ସେମାନେ ଏବେ ଚର୍ଚ୍ଚିତ ଅଛନ୍ତି। ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କଟକ ନିଶ୍ଚିନ୍ତକୋଇଲି ବ୍ଲକ ସାଙ୍କିଲୋ ଗାଁର ମହିଳାମାନେ ଏବେ ରଙ୍ଗବେରଙ୍ଗୀ କୋବି ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତେବେ ଭିନ୍ନ ରଙ୍ଗର କୋବି […]

  • Tuesday, 13 July 2021
Odisha-assembly
ବିଧାନସଭାରେ ଥମୁନି ମଣ୍ଡି ଝଡ଼, ବିରୋଧୀ-ଶାସକ ମୁହାଁମୁହିଁ

ବିଧାନସଭାରେ ଆଜି ବି ହଙ୍ଗାମା ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି ଭୁବନେଶ୍ୱର : ବିଧାନସଭାରେ ଥମୁନି ମଣ୍ଡି ଝଡ଼ । ଆଜି ବି ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ । ତେବେ ବଡ଼ କଥା ହେଲା, ପ୍ରଥମ ଥର […]

  • Tuesday, 13 July 2021
Health Minister Naba Das
ପରିସ୍ଥିତି ବିଗିଡ଼ିଲେ ଲକ୍‌ଡାଉନ୍‌ ହୋଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁତ କଷ୍ଟରେ କରୋନା ନିୟନ୍ତ୍ରଣକୁ ଆସିଛି। ହେଲେ ଏବେବି ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ଏସ୍‌ଆର୍‌ସି ଗାଇଡ୍‌ଲାଇନ୍ସ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜେସନ୍‌, ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ମନ୍ତ୍ରୀ ନବ ଦାସ ଆହୁରି କହିଛନ୍ତି, ‘ଯଦି ଜନସାଧାରଣ କୋଭିଡ୍‌ କଟକଣା ପାଳନ କରନ୍ତି, ତା’ହେଲେ ଆମକୁ ଆଉ ଲକ୍‌ଡାଉନ୍‌ […]

  • Tuesday, 13 July 2021
body-building
ରାଜ୍ୟ ମହିଳା ଫିଟନେସ୍ ଚାମ୍ପିୟନସିପରେ ଚମକିଲେ ଓଡ଼ିଶା ସୁନ୍ଦରୀ

ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ ।  ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି ମହିଳା ପ୍ରତିଯୋଗୀ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଲୱା ଦେଖାଉଛନ୍ତି ଓଡ଼ିଆ ମହିଳା। ଘର କୋଣରେ ପଡ଼ି ନରହି ଷ୍ଟେଜ ଉପରେ ପୁରୁଷଙ୍କ ପରି ପୋଜ ଦେଉଛନ୍ତି […]

  • Tuesday, 13 July 2021
pipili politics
’ଲୋକଙ୍କ ଇଛା, ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ’

ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ । ପିପିଲି ନିର୍ବାଚନମଣ୍ଡଳୀର ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ବୋଲି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ […]

  • Tuesday, 13 July 2021
Anjana Mishra
ବିବନକୁ ଫାଶି ହେଉ, ପ୍ରତିଦିନ ମୁଁ ମରି ମରି ବଞ୍ଚିଛି: ଅଞ୍ଜନା

ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।  ଏନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍‌ ଓ ତାଙ୍କ […]

school
ପରୀକ୍ଷା ହେବନି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି ।  ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ […]

  • Tuesday, 13 July 2021
koraput
ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ : ନାହିଁ ଆବଶ୍ୟକ ବେଡ୍, ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ

ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ […]

  • Tuesday, 13 July 2021
puri
ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା : ନୟାଗଡ଼ ବଦଳରେ ବୌଦ୍ଧରୁ ଆସୁଛି ପର୍ଯ୍ୟାପ୍ତ ରଥ କାଠ

ଜଗନ୍ନାଥ ବନ ପ୍ରକଳ୍ପ ଫେଲ୍ ମାରିଥିବା ସେବାୟତଙ୍କ ଅଭିଯୋଗ ନୟାଗଡ଼ରେ କାଠ ଅଭାବ କଥାକୁ ସ୍ୱୀକାର କଲେ ନୀତି ପ୍ରଶାସକ ପୁରୀ(ମଧୁସୂଦନ ମିଶ୍ର) : ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା । ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ, ଯାହା ନୟାଗଡ଼ରେ ରଥକାଠ ଅଭାବ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେବାୟତଙ୍କ ଅଭିଯୋଗ, ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ । ସେପଟେ ଅଭିଯୋଗକୁ ସିଧାସଳଖ […]

  • Tuesday, 13 July 2021
Crime-Against-Women
କରୋନା ବେଳେ ରାଜ୍ୟରେ ବଢିଛି ଅପରାଧ : ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି

୨୦୨୦ରେ ବଢିଛି ହତ୍ୟା, ବଳାତ୍କାର, ଦଙ୍ଗା ଓ ସିନ୍ଧିଚୋରି ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି ଦୁର୍ଘଟଣା କମିଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ ୨୦୨୦ରେ ରାଜ୍ୟରେ ୧୪୭୦ ହତ୍ୟା, ୫୧୪ ଡକାୟତି, ୪୫୦୦ ସିନ୍ଧିଚୋରି NDPS ମାମଲାରେ ପୋଲିସ ହଜାରେରୁ ଅଧିକ ମାମଲା ରୁଜୁ କରିଥିଲା ୧୮୦୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ଭୁବନେଶ୍ୱର: ମହାମାରୀ କାଳରେ ରାଜ୍ୟରେ […]

  • Tuesday, 13 July 2021
snake
"ଚିକିତ୍ସା କରାଅ ନଚେତ୍‌ ମାରିଦିଅ"

ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।

father-son arrested
ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ ବାପପୁଅ, ବାନ୍ଧିଲା ପୋଲିସ୍‌

ଅନୁଗୁଳ(ବିରଜା ଦାସ): ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନାଙ୍କ ପୁଅଙ୍କୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରି କରାଇ […]

  • Tuesday, 13 July 2021
Shooting
ଘରକୁ ଫେରୁଥିଲେ, ପଛପଟୁ ବାଜିଲା ଗୁଳି: ରାସ୍ତାରେ ଟଳି ପଡ଼ିଲେ ବ୍ୟବସାୟୀ

ଉମରକୋଟରେ ଟି. ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଛି ଗୁଳି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବ୍ୟାଙ୍କ ସମ୍ମୁଖରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼ ଗୁଳିମାଡ଼ କରି ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ ଉମରକୋଟ(କାର୍ତ୍ତିକ ମଲ୍ଲିକ):  ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି। ତାଙ୍କ ଅଣ୍ଟାରେ ଗୁଳି ବାଜିଛି । […]

  • Tuesday, 13 July 2021
marriage-party
ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍

କଟକ: ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗରରେ ଏହି ଅଭାବନୀୟ ଘଟିଛି। ଏଥିରେ ପାଖାପାଖି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଯା’ଆସ ଲାଗି ରହିଥିଲା। ଏହି ସମୟରେ […]

  • Tuesday, 13 July 2021
rain
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

୧୧ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ରେ ହୋଇପାରେ ବର୍ଷା ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକକୁ ୟେଲୋ ଓ୍ୱାର୍ଣ୍ଣିଂ ମୟୂରଭଂଜ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।  ଉତ୍ତର ଉପକୂଳ ଓଡ଼ିଶା, ଝାରସୁଗୁଡ଼ା, […]

  • Tuesday, 13 July 2021
bank
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ : ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ଆଜି ସେକେଣ୍ଡ ସଟର ଡେ, ଆସନ୍ତାକାଲି ରବିବାର ଛୁଟି ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର ଆଉ ତାପରଦିନ ଅର୍ଥାତ ମାର୍ଚ୍ଚ ୧୫ ଓ ୧୬ ତାରିଖ ୨ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ଫଳରେ ମାର୍ଚ୍ଚ ୧୩ ରୁ […]

  • Tuesday, 13 July 2021
kendrapara
ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ : କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ନାହଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ

 ମୁକୁଳା ପଡ଼ିଛି ଘାଇ ବାଲି ବସ୍ତା ପକାଯାଇ କରାଯାଇଛି ଅସ୍ଥାୟୀ ମରାମତି ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ସମସ୍ୟା ଆଳି(ବନମାଳି ସାହୁ) : ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ। କେବଳ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି  ନଦୀବନ୍ଧ । ଯାହା ଫଳରେ କେନ୍ଦ୍ରାପଡ଼ା ଆଳିର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ମୁକୁଳା ପଡ଼ିଛି […]

  • Tuesday, 13 July 2021
mla
ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ୱର: ଗୃହରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ  ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଧାୟକ। ଆଜି ଆରମ୍ଭରୁ ବିଧାନସଭାରେ ଧାନକିଣାକୁ […]

  • Tuesday, 13 July 2021
assembly odisha
ବିଧାନସଭାରେ ମଣ୍ଡି ତାତି : ‍ବିରୋଧୀଙ୍କ ହୋହାଲ୍ଲା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ମଣ୍ଡି ତାତି । ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଇବା ଦାବିରେ ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି।  ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ […]

  • Tuesday, 13 July 2021
malkangiri
ମଣ୍ଡି ଦୁର୍ନୀତି; ନକଲି ଚାଷୀଙ୍କ ଠାରୁ ଧାନ କିଣି ନିଲମ୍ବିତ ହେଲେ କାଲିମେଳା ଲ୍ୟାମ୍ପ୍ସ ଏମଡି

ମାଲିକାନଗିରି (ଜିତେନ୍ଦ୍ର ବେଉରା) : ମାଲିକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ବେଆଇନ କାର୍ଯ୍ୟକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ମଣ୍ଡିରେ ଚାଲିଥିବା ଦଲାଲରାଜକୁ ଦମନ କରି  କାଲିମେଳା ଲ୍ୟାମ୍ପ୍ସର ଏମଡି ସରୋଜ ସୁନ୍ଦର ରାୟଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ବେଆଇନ କାର୍ଯ୍ୟ କରାଯିବା ସହ ନକଲି ଚାଷୀଙ୍କ ଧାନ କିଣାଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । କାଲିମେଳା ବ୍ଲକର ବିଭିନ୍ନ ବ୍ଲକରେ ଜାଲ୍ କାଗଜପତ୍ର ଜରିଆରେ ନକଲି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଥିଲା […]

  • Tuesday, 13 July 2021
sex-racket-busted
ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌; ୪ ମହିଳା ଉଦ୍ଧାର, ୨ ବ୍ୟକ୍ତି ଗିରଫ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ ୧୫ ଦିନ ହେବ ଏହିକ ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ […]

  • Tuesday, 13 July 2021
elephant death
କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ, ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜକୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍ ହାତୀ ମୃତ୍ୟୁର ଅନୁଧ୍ୟାନ କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ହାତୀ ମୃତ୍ୟୁର ଖବର। ଅଭୟାରଣ୍ୟରୁ ପୁଣି ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷେ, ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରି କେନ୍ଦ୍ରୀୟ ଟିମ୍ ଫେରିଛନ୍ତି। ସବୁ ହାତୀର […]

  • Tuesday, 13 July 2021