• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

323232
ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’

ଭୁବନେଶ୍ୱର:‘ଥିଲେ ଦିଅ, ନଥିଲେ ନିଅ।’ କଥାଟା ଶୁଣି ଟିକେ ଖଟ୍‌କା ଲାଗୁଛି ନା ! ହେଲେ ଉଦ୍ଦେଶ୍ୟ ଏହାର ମହାନ। କରିବ ଲୋକଙ୍କ ସେବା ଉଦ୍ଦଶ୍ୟରେ ଏମିତି ଏକ ଅଭିଯାନ ଆରମ୍ଭ ହୋଇଛି ଭୁବନେଶ୍ୱରର ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ। ଯେଉଁମାନଙ୍କ ପାଖରେ ଅଧିକ ଅଛି, ସେମାନେ ଏଠାରେ ଦେବେ। ଆଉ ଯେଉଁମାନଙ୍କର ନାହିଁ ସେମାନେ ଏଠାରୁ ନେବେ। ଅଦରକାରୀ ଭାବି ଅନେକ ପୋଷାକପତ୍ର ଲୋକେ ଫୋପାଡ଼ି ଦେଉଛନ୍ତି। କାରଣ ତାଙ୍କ ପାଖରେ ଅଧିକ ଅଛି। ଅନ୍ୟପକ୍ଷେ […]

  • Sunday, 11 July 2021
trafic
ଟ୍ରାଫିକ୍‌ ପୁଲିସଙ୍କୁ ଉପହାର ଦେଇ ନୂଆବର୍ଷ ପାଳିଲେ ରାଜଧାନୀ ଯୁବକ

ଭୁବନେଶ୍ୱର: ନୂଆ ବର୍ଷ ପାଇଁ ସ୍ୱାଗତପର୍ବ ସରି ଯାଇଛି। ଭୋଜିଭାତ ହେଲା। କିଏ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କଲା। କିଏ ଜିରୋ ନାଇଟରେ ବାଣଫୁଟାଇ ଧୁମ୍‌ଧାମରେ ଆମନ୍ତ୍ରଣ କଲା ନୂଆବର୍ଷକୁ। ହେଲେ ନୂଆବର୍ଷରେ ରାଜଧାନୀର ଏଇ ଯୁବକଙ୍କ  କାମ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଏହି ଯୁବକମାନେ ନୂଆ ତରିକାରେ ପାଳନ କରିଛନ୍ତି ନୂଆବର୍ଷ। ନାଚଗୀତ କି ଭୋଜିଭାତରେ ନୂହେଁ, କର୍ତ୍ତବ୍ୟନିଷ୍ଠ ଟ୍ରାଫିକ୍‌ ପୋଲିସଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ସେମାନେ ନିଜର ନୂଆବର୍ଷର ସ୍ମୃତିକୁ […]

  • Sunday, 11 July 2021
dhanujatra
ଏବେ ବରଗଡ଼ରେ ଚାଲିଛି କଂସର ରାଜୁତି

ବରଗଡ଼: ବରଗଡ଼ରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀ ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି॥ ଗୋପପୁର ପାଲଟିବ ଅମ୍ବାପାଲି । ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଛି। ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଧନୁଯାତ୍ରା ୧୧ ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ […]

  • Sunday, 11 July 2021
dharmendra
ରତ୍ନଭଣ୍ଡାର ଖୋଲାଯିବା ଉଚିତ୍‌-ଧର୍ମେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଜଣେ ଭକ୍ତ ହିସାବରେ ମୁଁ ଚାହୁଁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଥିଲେ।  ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି,  ଜଣେ ଭକ୍ତ ହିସାବରେ ଚାହୁଁଛି, ରତ୍ନଭଣ୍ଡାର ଖୋଲାଯିବା ଉଚିତ୍ । କିନ୍ତୁ ଏହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ। ବାଦ […]

  • Sunday, 11 July 2021
bhadrakh
ପ୍ରବଳ ଶୀତରେ ବୃଦ୍ଧଙ୍କ ମୃତ୍ୟୁ !

ଭଦ୍ରକ: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଶୀତ ସମ୍ଭାଳି ନ ପାରି ଜଣ ବୃଦ୍ଧ ମୃତ୍ୟୁଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଉତ୍ତେଇପୁରରୁ। ମୃତ ବ୍ୟକ୍ତି ଜଣକ ହେଲେ ଅଚ୍ୟୁତାନନ୍ଦ ପରିଡ଼ା । ଅଚ୍ୟୁତାନନ୍ଦ ନିହାତି ଗରିବ ଶ୍ରେଣୀର।  କିଛିଦିନ ହେଲା ପ୍ରବଳ ଥଣ୍ଡା ପଡ଼ିବାରୁ ଅଚ୍ୟୁତ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଗତ ରାତିରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । […]

  • Sunday, 11 July 2021
Niti-Aayog
SDG ତାଲିକାରେ ଉପରକୁ ଉଠୁଛି ଓଡ଼ିଶା

ଭୁବେନଶ୍ୱର: ସଷ୍ଟେନେବଲ୍‌  ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି।  ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି । ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୮କୁ ବଢ଼ିଛି । ଉତ୍ତରପ୍ରଦେଶ ଓ ସିକ୍କିମ ସହ ୩ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡ଼ିଶା ଥିଲେ ମଧ୍ୟ ଏହା ଦାରିଦ୍ର୍ୟ ଦୂରୀକରଣ, ଅନାହାର ଦୂରୀକରଣ, […]

  • Sunday, 11 July 2021
tiger
ମୃତ୍ୟୁ ସହ ଲଢି ଲଢି ଶେଷରେ ଆଖି ବୁଜିଲା ‘ବର୍ଷା’

ଭୁବନେଶ୍ୱର: ନନ୍ଦନକାନନରେ କଲରାପତରିଆ ବାଘ ବର୍ଷାର ମୃତ୍ୟୁ ଘଟିଛି।  ଚିକିିିତ୍ସାଧୀନ ଅବସ୍ଥାରେ ଗତକାଲି ତାର ମୃତ୍ୟୁ ହୋଇଯାଇଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଗତ ଜୁଲାଇରେ ତା’ର ଅସ୍ତ୍ରୋପଚାର ହୋଇଥିଲା। ଗତ ଅଗଷ୍ଟ ମାସରୁ ବର୍ଷାର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା।  ଗତକାଲି ସକାଳେ ବର୍ଷା ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାର ମୃତ୍ୟୁ ଘଟିଛି। ସୂଚନାଥାଉ କି, ବର୍ଷାକୁ ଯେତେବେଳେ […]

  • Sunday, 11 July 2021
snow
ଓଡ଼ିଶାରେ ବରଫପାତ

ସୁନ୍ଦରଗଡ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ପ୍ରବଳ ଶୀତର ଲହରି ଜାରି ରହିଛି।  କୋଇଡ଼ା, ଟେନ୍ସା, ଡେଙ୍ଗୁଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବରଫ ପଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳ ପାହାଡିଆ ଏବଂ ଜଙ୍ଗଲିଆ ହୋଇଥିବାରୁ ବେଶି ଶୀତ ଅନୁଭୂତ ହେଉଛି। ଅନେକ ସ୍ଥାନରେ ବରଫ ପଡୁଥିବା ଦେଖିବାକୁ ମିଳିଛି।  କୋଉଠି ଗାଡି ଉପରେ ତ ଆଉ କୋଉଠି ଘାସ ଉପରେ ବରଫର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି। ବରଫପାତ […]

  • Sunday, 11 July 2021
dharmendra
ନକୁଳଙ୍କ ହାତରୁ ମୁଢି ଖାଇଲେ ଧର୍ମେନ୍ଦ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧର୍ମେନ୍ଦ୍ର ଖାଇଲେ ନକୁଲଙ୍କ ମୁଢି। ତାଙ୍କ ପରି ଜଣେ ସାଧାରର ମୁଢି ବିକାଳିଠାରୁ କେନ୍ଦ୍ରମନ୍ତ୍ରୀ ଖାଇବେ, ଏହା କ’ଣ କମ୍‌ କଥା ! ଖୁସିରେ ଗଦ୍‌ଗଦ୍‌ ହୋଇ ଯାଇଛନ୍ତି ନକୁଳ। ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟରେ ମୁଢି ବିକୁଥିବା ନକୁଳ ଆଜି ପୁରା ଫେମସ୍‌। କାରଣ ଫେସ୍‌ବୁକ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଫଟୋକୁ ଆଜି ଦେଖୁଛନ୍ତି ଲୋକ। ଲାଇକ୍ କରୁଛନ୍ତି। ଏ କ’ଣ କମ୍‌ ଖୁସିର କଥା ! ପ୍ରକୃତ କଥାଟା ଏମିତି। […]

  • Sunday, 11 July 2021
stree
ସୁପାରି କିଲର ଲଗାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ହେଲେ ଗୋଟିଏ ଜୀବନ ବି ଜିଇଁବାକୁ ପସନ୍ଦ କଲେନି। ସୁପାରି କିଲର ଲଗାଇ  ନିର୍ଦ୍ଦୟ ଭାବେ ସ୍ୱାମୀଙ୍କ ଗଳାକାଟି ହତ୍ୟା କଲେ। ପ୍ରେମିକ ବି ଏଥିରେ ସହାୟତାର ହାତ ବଢାଇଥିଲେ। ବଣାଇ ହତ୍ୟାକାଣ୍ଡର ପଛରେ ଲୁଚି ଥିବା ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ପୋଲିସ। ଘଟଣା ଥିଲା ଗତ ୧୯ ତାରିଖର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ […]

  • Sunday, 11 July 2021
pradip
ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ନବରଙ୍ଗପୁର: ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।  ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଥିବା ଜଣାପଡିଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ। ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ରେ ମାମଲା ରୁଜୁ କରି ପୋଲିସ ଛାନଭିନ୍‌ ଆରମ୍ଭ କରିଛି ।ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ଦଫା ୧୨୦ (ଖ) ଏବଂ […]

  • Sunday, 11 July 2021
karate-1
ଭାରତୀୟ କରାଟେ ଦଳରେ ୧୪ ଓଡ଼ିଆ

ଭୁବନେଶ୍ୱର: ଭାରତୀୟ କରାଟେ ଦଳରେ ସ୍ଥାନ ପାଇଛନ୍ତି ୧୪ ଓଡ଼ିଆ ଖେଳାଳି। ଏହି ୧୪ ଜଣ ଯାକ ଭୁବନେଶ୍ୱରସ୍ଥିତ ଭି.ଭି କରାଟେ ସ୍କୁଲରୁ କରାଟେକା ବୋଲି ଜଣା ପଡ଼ିଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ହାଇଦ୍ରାବାଦରେ ହେବାକୁ ଥିବା ସେବୁକାଇ ଆମନ୍ତ୍ରଣୀୟ ଆନ୍ତର୍ଜାତିକ କରାଟେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୯ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆନ୍ତର୍ଜାତିକ କରାଟେ ଟୁର୍ଣ୍ଣାମେଣ୍ଟରେ ୪ଟି ଦେଶ ଭାଗ ନେବେ।  […]

  • Sunday, 11 July 2021
operation-1
ଦେବଦୂତ ଡାକ୍ତରଙ୍କ ପାଇଁ ଜୀବନ ଫେରି ପାଇଲେ ଆଦିବାସୀ ଯୁବତୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ସଫଳ ହୋଇଛି ଟ୍ୟୁମର ଅପରେସନ। ଖାଲି ସଫଳ ହୋଇନି, ଜଣେ ଗରିବ ଆଦିବାସୀ ଯୁବତୀ ନିଜ ଜୀବନ ଫେରି ପାଇଛନ୍ତି। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଜଣେ ଗରିବ ଆଦିବାସୀ ଯୁବତୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡା। ଚାଲାଣଗୁଡ଼ାର ରାମ ଦୁରୁଆଙ୍କ ଝିଅ ପ୍ରମିଳାଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ  ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ […]

  • Sunday, 11 July 2021
dead body
ତିନି ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଟେମ୍ରିମାଲ ଗାଁରୁ ଗତ ୩ ଦିନ ଧରି ନିଖୋଜ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଆଜି ଉଦ୍ଧାର କରିଛି। ତାଙ୍କର ମୃତ ଦେହ କ୍ଷତବିକ୍ଷତ ଅବସ୍ଥାରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟେମ୍ରିମାଲ ଗାଁର ତାଙ୍କ ନାଁ ଲୁଭାବତୀ ଏଣ୍ଡଜା ନାମ୍ନୀ ଜଣେ ଯୁବତୀ ଶୁକ୍ରବାର ସଂଧ୍ୟାରେ ଶୌଚ ପାଇଁ ଯାଇ ନିଖୋଜ ହୋଇ ଯାଇଥିଲେ। ତିନିଦିନ ଧରି ଘରକୁ ନ ଫେରିବାରୁ ଗତକାଲି ପରିବାର […]

  • Sunday, 11 July 2021
labour
ଘରକୁ ଫେରିଲେ ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସହ ଅନ୍ୟ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ଅନ୍ୟ ଦୁଇ ଜଣ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ ପୀଡ଼ିତଙ୍କ ପରିବାର। ଏହାପରେ ମାଲେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଥିଲେ ବୈଜୟନ୍ତ।  ରାଷ୍ଟ୍ରଦୂତଙ୍କୁ ଏ ନେଇ […]

  • Sunday, 11 July 2021
sri-1
ଶ୍ରୀମନ୍ଦିର ଭିତରେ ବେଫିକର ମୋବାଇଲ୍‌ରେ ଗପୁଛନ୍ତି ଯୁବକ, ଫଟୋ ଭାଇରାଲ

ପୁରୀ; ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଛିଡ଼ା ହୋଇ ଫୋନ୍‌ରେ ବେଫିକର କଥା ହେଉଛନ୍ତି ଜଣେ ଯୁବକ । ଘଟଣା ସମୟର ଫଟୋ ଭାଇରାଲ୍ ହୋଇଛି। ସୁରକ୍ଷାକର୍ମୀ ମୁତୟନ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ କିପରି ଗଲା ମୋବାଇଲ୍‌ ?  କିପରି ଦେଖି ପାରିଲେନି ସୁରକ୍ଷାକର୍ମୀ ? ଏପରି ଅନେକ ପ୍ରଶ୍ନ ଉଠିଛି ଭକ୍ତଙ୍କ ମନରେ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଏହା ପ୍ରଥମ ଘଟଣା ନୁହେଁ।  ଗତ କିଛି […]

  • Sunday, 11 July 2021
khordha
ବର୍ବରତା ! ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ

ଖୋର୍ଦ୍ଧା: ସୀମା ଟପିଗଲା ବର୍ବରତା। ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଲେ। ଲାତ, ଗୋଇଠା, ମୁଥ ସାଙ୍ଗକୁ ଠେଙ୍ଗାରେ ମାରିଲେ।  ଏହି ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବୋଲି ଜଣା ପଡ଼ିଛି।  ଭିଡିଓଟିରେ ଯେପରି ଅମାନୁଷିକ ଭବେ ଯୁବକଙ୍କୁ ପିଟୁଛନ୍ତି ଦେଖିଲେ ଯେ କୌଣସି ଲୋକ ବିଚଳିତ ହୋଇଯିବ। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ଥରେ ନୁହେଁ କି ଦୁଇ ଥର ନୁହେଁ, ଏକାଧିକ ଥର ଓ […]

  • Sunday, 11 July 2021
suicide
ପରିବାର ଲୋକ ବିରୋଧ କଲେ ପ୍ରେମକୁ, ଆଉ ତା’ ପରେ...

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ସକାଳୁ ସକାଳୁ ଖେଳି ଯାଇଛି ଚାଞ୍ଚଲ୍ୟ।  ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଶନିବାର ଭୋରରୁ ବାଉରୀ ସାହିର ବାରୀମାଳରେ  ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତକ ମାନେ ହେଲେ କୈଳାଶ ନାହାକ ଏବଂ ବିଜ୍ଞାନୀ ନାହାକ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଗାଁର ବାସିନ୍ଦା କୈଳାଶ ଏବଂ ବିଜ୍ଞାନୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । […]

  • Sunday, 11 July 2021
vigilance
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆନନ୍ଦପୁର:  ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସେ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଗ୍ରାମ୍ୟ  ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା। ସୁବଳଙ୍କ ନାଁରେ ରହିଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଅଭିଯୋଗ ପାଇବା ପରେ  ଭିଜିଲାନ୍ସ ଟିମ୍‌ ସୁବଳଙ୍କ ଘର ରେଡ୍ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ୯ଟି ଘରେ ଏକକାଳୀନ ଚଢଉ ମଧ୍ୟ ହୋଇଛି।

  • Sunday, 11 July 2021
purnima
ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା: ଦୁଇ ସାହାସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି। ଦୁଇ ଭଉଣୀ ପାଇବେ ଚଳିତବର୍ଷର ସାହସିକତା ପୁରସ୍କାର। କେନ୍ଦ୍ରାପଡ଼ା ଜିଲ୍ଲା  ମହାକାଳପଡ଼ା ନିପାଣିଆ ଗାଁର ଏଇ ଦୁଇ ଭଉଣୀ ସେଦିନ ଡଙ୍ଗାବୁଡ଼ି ସମୟରେ ଯେଉଁ ଅପୂର୍ବ ସାହସିକତା ଦେଖାଇ ଲୋକଙ୍କୁ ଉଦ୍ଧାର କରିଥିଲେ ସେଥିପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ଚଳିତ ବର୍ଷ ଜାନୁଆରୀ ୨ ତାରିଖର ଘଟଣା।  ନିପାଣିଆରେ ଏକ ଯାତ୍ରୀବାହୀ ଡଙ୍ଗା ନଦୀ ମଝିରେ ଓଲଟି ପଡ଼ିଥିଲା। ଏଇ ଦୁଇ ଭଉଣୀ […]

  • Sunday, 11 July 2021
bhalu
ଭାଲୁ ନେଇଗଲା ଆଖି

ଉଦଳା: ବଳଦ ଖୋଜିବା ହେଲା କାଳ। ବଳଦକୁ ଖୋଜିବା ପାଇଁ ଘର ବାଡିକୁ ପଳାଇ ଯାଇଥିଲେ। ହେଲେ ସେଠାରେ ଯେମିତି ଅଘଟଣ ତାଙ୍କୁ ଅପେକ୍ଷା କରି ବସିଥିଲା। ଝାମ୍ପି ପଡ଼ିଲା ଭାଲୁ। ଆଉ ତାଙ୍କର ଆଖି ତାଡ଼ି ନେଇଗଲ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧିନ କଟରାସାହି ଗ୍ରାମରେ। ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡ଼ିକୁ ଯାଇଥିଲେ । ତେବେ […]

  • Sunday, 11 July 2021
image
ଘରେ ଛାଡି ଦେବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ।  କିଛି ଦିନ କାମ କରିବା ପରେ ସେ ଘରକୁ ଫେରି ଆସିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ଜଣେ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି କହି ବାଇକରେ ବସାଇ ଆଣିଥିଲେ। […]

  • Sunday, 11 July 2021
otdc
ଓଟିଡିସି ପାନ୍ଥ ନିବାସରେ ମିଳିବ ଷ୍ଟାର ୱେଡିଂ ସୁବିଧା

ଭୁବନେଶ୍ୱର: ବିବାହର ଦିନକୁ ସ୍ମୃତିମୟ କରିବାକୁ କିଏ ବା ନ ଚାହେଁ ? ହେଲେ ଏଥିପାଇଁ ସମସ୍ତଙ୍କ ପାଖରେ ସୁବିଧା ଓ ସୁଯୋଗ ନ ଥାଏ । ସୁବିଧାମାନେ ଅର୍ଥିକ ସୁବିଧା। ହେଲେ ଏବେ ସେ ସୁବିଧା ଆପଣଙ୍କ ହାତପାଆନ୍ତାକୁ ଆସିଛି। ଆପଣଙ୍କ ବିବାହ ଉତ୍ସବକୁ ଯଦି ଆକର୍ଷଣୀୟ ଏବଂ ସ୍ମୃତିମୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବଜେଟ ଅନୁସାରେ ଏହି ସୁଯୋଗ ଦେବାକୁ ଯାଉଛି ଓଟିଡିସି । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ପାନ୍ଥନିବାସରେ। ବ୍ୟୟବହୁଳ […]

  • Sunday, 11 July 2021
student
ଗୌହାଟୀରେ ଫସି ରହିଛନ୍ତି ଓଡ଼ିଆ ଛାତ୍ର

ଗୌହାଟୀ: CAA ତାତି ପାଇଁ ଗୌହାଟୀରେ ଫସିଛନ୍ତି ବ୍ରହ୍ମପୁର ଦ୍ୱିତୀୟ ଓଡ଼ିଶା ବାଟାଲିଅନ୍‌ର ୬୫ଜଣ NCC ଛାତ୍ର। ଡିସେମ୍ବର ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ମେଘାଳୟ ସିଲଂରେ ନର୍ଥ ଇଷ୍ଟର୍ଣ୍ଣ ରିଜନ୍ ଟ୍ରାକିଂ କ୍ୟାମ୍ପ ହେବାର ଥିିଲା ଏଥିପାଇଁ ଗତ ୯ ତାରିଖ ରାତିରେ ବ୍ରହ୍ମପୁରରୁ ୬୫ଜଣ ଛାତ୍ର ଆସାମର ସିଲଂ ଅଭିମୁଖେ ବାହାରି ଯାଇଥିଲେ। ୧୧ତାରିଖରେ ଗୌହାଟୀରେ ପହଞ୍ଚିଥିଲେ ।ତେବେ ସିଏଏକୁ ନେଇ ଗୌହାଟୀରେ କର୍ଫ୍ୟୁକୁ ନେଇ ଛାତ୍ରମାନେ ସିଲଂ ଯାଇପାରିନଥିଲେ। ପରେ ସମସ୍ତ ଛାତ୍ରକୁ […]

  • Sunday, 11 July 2021