• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ଏବେ ବି ଥମିନି । ଏହି ଘଟଣାକୁ ନେଇ ତାଙ୍କ ପରିବାର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରାୟ ସମୟରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । କାରଣ ଏବେ ଯାଏଁ ବି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର କଥା ସମାଧାନ ହୋଇନି । ଅନେକ ସମୟରେ ଏମିତି କିଛି ଘଟଣା ଘଟୁଛି, ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ସେଲିବ୍ରିଟିଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆରେ କୋଟି କୋଟି ୟୁଜର ଚାତକ ଭଳି ଚାହିଁ ବସିଛନ୍ତି ।

ତେବେ ନିକଟରେ ଯେଉଁ ତାଜା ଖବର ସାମ୍ନାକୁ ଆସିଛି, ତାହା ହେଲା ଐଶ୍ୱର୍ଯ୍ୟାଙ୍କ ସ୍ଲାମ ବୁକ୍‌(ଡାଏରୀ)ର ସ୍କ୍ରିନ୍‌ ସଟ୍‌ । ଏହା ଖୁବ୍‌ ପୁରୁଣା । କିନ୍ତୁ ଡିଭୋର୍ସ ଚର୍ଚ୍ଚା ଚାଲିଥିବାରୁ ଅଚାନକ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି । ଜଣେ ୟୁଜର ଏହାକୁ ସେୟାର କରିଛନ୍ତି । ଏହାକୁ ୧୯୯୪ ମସିହାରେ ମିସ୍‌ୱାର୍ଲ୍ଡ ଟାଇଟଲ ହାସଲ କରିବା ବେଳେ ଲେଖିଥିଲେ ଐଶ୍ୱର୍ଯ୍ୟା । ଏଥିରେ ସେ ନିଜର ମନର କଥା ଲେଖିଛନ୍ତି । ବହୁ ପୁରୁଣା ହେଲେ ବି ଏହା ଏବେ ଖବ୍ ଭାଇରାଲ ହେଉଛି ।

ତେବେ ସବୁଠାରୁ ବଡ଼ କଥା ହେଲା, ଏହି ସ୍ଲାମ୍‌ ବୁକ୍‌ରେ ସେତେବେଳେ ସେ ଲେଖିଥିଲେ ଆଦର୍ଶ ସମ୍ପର୍କ ତାଙ୍କୁ ବୋର୍‌ କରିଦିଏ । ଏମିତି ଅନେକ କିଛି ସେତେବେଳେ ସେ ଲେଖିଛନ୍ତି ଯାହାକି ବର୍ତ୍ତମାନ ସମୟରେ ତାଙ୍କୁ ତାଙ୍କ ଲେଖା ସହ ଯୋଡ଼ିଲେ ଆଶ୍ଚର୍ଯ୍ୟ ଲାଗିବ ।

ସ୍ଲାମ୍‌ବୁକ୍‌ର ଏକ ପ୍ରଶ୍ନ ଥିଲା, ଐଶ୍ୱର୍ଯ୍ୟାଙ୍କୁ କ’ଣ ଅଧକ ପ୍ରୋତ୍ସାହିତ କରିଥାଏ । ସେଥିରେ ସେ ଲେଖିଛନ୍ତି, ମୋତେ ଅନ୍ଧାରରେ ବି ଯିଏ ଆଲୋକର ରାସ୍ତା ଦେଖାଇଥାନ୍ତି ।

ଅନ୍ୟ ଏକ ପ୍ରଶ୍ନ ଥିଲା, କେତେବେଳେ ଅଧିକ ବିରକ୍ତ ହୁଅନ୍ତି ଐଶ୍ୱର୍ଯ୍ୟା । ଏହାର ଉତ୍ତର ସେ ଲେଖିଥିଲେ ଯେ, ଯେଉଁ ଲୋକମାନେ ନିଜର ଖରାପ ଡ୍ରେସ୍‌ ବାହାରେ ସାର୍ବଜନୀନ ଭାବେ ସଫା କରନ୍ତି, ସେତେବେଳେ ମୋତେ ଭାରି ବିରକ୍ତ ଲାଗେ । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ‘ମୋ କଷ୍ଟ ବା ମନର ବ୍ୟଥା ମୁଁ କେବେ କାହାରିକୁ କହିବାକୁ ଭଲପାଏ ନାହିଁ । କାରଣ ସେ ସବୁ ମୋର ନିଜର । ମୁଁ ଅନ୍ୟକୁ କାହିଁ କହିବି ।’

Slam BookSlam Book

ସ୍ଲାମ୍‌ବୁକ୍‌ରେ ଆଉ ଏକ ପ୍ରଶ୍ନ ଥିଲା, ଐଶ୍ୱର୍ଯ୍ୟା କ’ଣ ଭଲ ପାଆନ୍ତି । ଏହାର ଉତ୍ତରରେ ସେ ଲେଖିଥିଲେ, ପ୍ରେମରେ ରହିବାକୁ ହିଁ ଭଲ ଲାଗେ । ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି କ’ଣ ବୋଲି ପ୍ରଶ୍ନରେ, ସେ ବଡ଼ ବଡ଼ ଅକ୍ଷରରେ ଲେଖିଥିଲେ ଜେନୁଇନ୍‌ନେସ୍‌ ।

ତେବେ ଦେଖିବାକୁ ଗଲେ, ଐଶ୍ୱର୍ଯ୍ୟା –ଅଭିଷେକଙ୍କ ମଧ୍ୟରେ ଛାଡ଼ପତ୍ର କଥା ସେତେବେଳେ ଚର୍ଚ୍ଚାକୁ ଆସିଲା, ଯେତେବେଳେ ଉଭୟଙ୍କୁ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଲଗା ଅଲଗା ଯୋଗଦେଉଥିବା ଦେଖିବାକୁ ମିଳିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now