• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nilakantha
ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ : ବଞ୍ଚିବାକୁ ଆକୁଳ ନିବେଦନ କରୁଛନ୍ତି ନୀଳକଣ୍ଠ

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ପେଟରେ ଟ୍ୟୁମର ସହ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ । କଷ୍ଟ ଓ ଯାତନାରେ ବିତୁଛି ଜୀବନ ନିଜେ ଚଳିବାକୁ ଅକ୍ଷମ , ରୋଜଗାର ବି ନାହିଁ  । ଏଭଳି ସ୍ଥିତିରେ ବଞ୍ଚିବାକୁ ଆକୁଳ ନିବେଦନ କରିଛନ୍ତି ଯାଜପୁର ନୀଳକଣ୍ଠ ପାତ୍ର ଭୁବନେଶ୍ୱରରେ ରହିଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏବେ ସରକାରୀ ସହାୟତା ପାଇଁ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଯାଜପୁର ଦାମୋଦରପୁର ମାଟିଆକଣ ଗାଁର ୩୫ ବର୍ଷୀୟ ନୀଳକଣ୍ଠ […]

  • Tuesday, 13 July 2021
nit
NIT କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ

ରାଉରକେଲା: NIT କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ । ରାଉରକେଲା NITର ୧୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ NIT କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପରେ  ନେଗେଟିଭ ଚିହ୍ନଟ ହୋଇଥିବା ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।  ସେହିପରି ଆଜିଠାରୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା NIT […]

  • Tuesday, 13 July 2021
Home-Guard
ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ଟାଇଟଲ୍ ହାସଲ କଲେ ବାହୁବଳୀ ହୋମ୍‌ଗାର୍ଡ

ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍‌ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା। ଜିମ୍‌ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। […]

  • Tuesday, 13 July 2021
kendrapara
ଛତୁ ଯୋଗାଉଛି ରୋଜଗାର

ଚାକିରି ପାଇଁ ନଦୌଡ଼ି ସ୍ୱାବଲମ୍ବୀ ହେଲେ ଯୁବକ ଟ୍ରେନିଂ ନେଇ ତିଆରି କରୁଛନ୍ତି ଛତୁ ମଞ୍ଜି ଛତୁ ଚାଷ କରି ରୋଜଗାର କରୁଛନ୍ତି ଘନଶ୍ୟାମ କେନ୍ଦ୍ରାପଡ଼ା,ବିନିକା(ମନୋଜ ସ୍ୱାଇଁ,ଦିଲ୍ଲୀପ ସାହୁ):ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତ୍ତମପୁର ଗାଁର ଗଣେଶ ବେହେରା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସଫଳ ଛତୁ ଚାଷୀ […]

  • Tuesday, 13 July 2021
modi
ମନ କି ବାତ କାର୍ଯ୍ୟକ୍ରମରେ ତିନି ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦି

ବିଜୟ, ଅମରେଶଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ବିଜୟ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ଜଙ୍ଗଲ ସୃଷ୍ଟି କରିଛନ୍ତି ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା କହିଲେ ପ୍ରଧାନମନ୍ତ୍ରୀ ପାରାଦୀପର ଯନ୍ତ୍ରୀ ଅମରେଶ ସାମନ୍ତ ମଧ୍ୟ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ସେହିପରି ଟିକାକରଣକୁ ନେଇ ସମସ୍ତଙ୍କ ଉତ୍ସାହ ବିଷୟରେ ଚିଠି ଲେଖଥିଲେ ପୁଷ୍ପା ନୂଆଦିଲ୍ଲୀ: ଜଙ୍ଗଲ ସୃଷ୍ଟି ପାଇଁ […]

  • Tuesday, 13 July 2021
acid
ସ୍ୱାସ୍ଥ୍ୟକର୍ମୀଙ୍କ ଚରମ ଅବହେଳା: ଔଷଧ ବଦଳରେ ଏସିଡ୍ ବ୍ୟବହାର କରିବାରୁ ମହିଳା ଗୁରୁତର

ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା ଔଷଧ ବଦଳରେ ଏସିଡ୍ ବ୍ୟବହାର କରାଯାଇଥିବା ଅଭିଯୋଗ ! ମହିଳାଙ୍କୁ ବାରିପଦା ପିଆର୍ ମେଡିକାଲ ସ୍ଥାନାନ୍ତର ବାରିପଦା(ମାଣିକଲାଲ ପାଣି):  ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା । ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା । ଜଣେ ମହିଳାଙ୍କ ଚିକିତ୍ସା ବେଳେ ଓଷଧ ବେଳେ ଏସିଡ୍ ପରି କିଛି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଚିକିତ୍ସା ପାଇଁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ […]

  • Tuesday, 13 July 2021
bolangir
ବଲାଙ୍ଗିରର କୈଳାସ ଖେର : ନିଜ ସୁମଧୁର ସ୍ୱରରେ ଲୋକଙ୍କୁ ବିମୋହିତ କରୁଛନ୍ତି ସଫେଇ କର୍ମଚାରୀ ଗୌତମ

ବଲାଙ୍ଗୀର(ଘଟେଶ୍ୱର ମିଶ୍ର):  ଚମତ୍କାର ଗୀତ ଗାଉଛନ୍ତି ସଫେଇବାଲା । ସୁମଧୁର କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣୁଛନ୍ତି । ପ୍ରସିଦ୍ଧ ଗାୟକ କୈଲାସ୍ ଖେରଙ୍କ ପରି ଅବିକଳ ଗୀତ ଗାଉଛନ୍ତି।  କଣ୍ଠରେ ସତେ ଯେପରି ବିରାଜମାନ କରିଛନ୍ତି ମାଆ ସରସ୍ୱତୀ ।  ମୋବାଇଲରୁ ଗୀତ ଶୁଣି  ସଙ୍ଗୀତ ସାଧନା ଜାରି ରଖିଛନ୍ତି  । ଆମ ଆଖପାଖରେ ଏମିତି କିଛି ପ୍ରତିଭାବାନ ଲୋକ ଥାଆନ୍ତି, କିନ୍ତୁ ସେମାନେ ନିଜ ପ୍ରତିଭା ସମ୍ପର୍କରେ ଅଜ୍ଞ ଥାଆନ୍ତି। ହେଲେ ହଠାତ ସେମାନଙ୍କ […]

  • Tuesday, 13 July 2021
bus accident
ଭାରସାମ୍ୟ ହରାଇ ଓଲଟିଲା ବସ୍ : ଜଣେ ମୃତ, ୨୦ ଆହତ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ।  ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇବା ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ମୃତ୍ୟୁ, ୨୦ ଗୁରୁତର। […]

  • Tuesday, 13 July 2021
odisha
ନା ଥିଲା ଫଟୋ ନା ଠିକଣା, ତଥାପି ପହଞ୍ଚିଗଲା ପୋଲିସ୍‌

ଭୁବନେଶ୍ୱର: ନା ପୋଲିସ୍‌ ପାଖରେ ଥିଲା ଫଟୋ, ନା ଠିକଣା। କେବଳ ପୋଲିସ୍‌କୁ‌ ସେମାନଙ୍କର ନାଁ ହିଁ ଜଣାଥିଲା। ଆଉ ଶେଷରେ ପୋଲିସ୍‌କୁ ସଫଳତା ମିଳିଥିଲା। ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଜରାଟ ସୁରତ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ସୁନୀଲ ପାଣ୍ଡି। ଖବ୍‌ରୀ ଓ ମୋବାଇଲ୍ ସର୍ଭେଲାନ୍ସ ସହାୟତାରେ ଚଢ଼ାଉ କରି ପୋଲିସ୍‌ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ ପରେ ଗୁଜରାଟ ପୋଲିସ୍ ସୁନିଲଙ୍କୁ ‌ଓଡ଼ିଶାରୁ […]

  • Tuesday, 13 July 2021
fire in forest
ଜଙ୍ଗଲରେ ନିଆଁ ଲଗାଇ ବନ୍ଧା ହେଲେ ୪

ଉଦଳା/କାମାକ୍ଷାନଗର: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ପୋଡାଡିହା ରେଞ୍ଜର ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଶିକାର ପାଇଁ ନିଆଁ ଲଗାଉଥିବାବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କିଲୋଗ୍ରାମ ଓଜନର ଝିଙ୍କ ମାଂସ ଜବତ […]

  • Tuesday, 13 July 2021
Teacher
ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛନ୍ତି ଶିକ୍ଷକ : ସହଜ ଓ ସରଳ ଭାଷାରେ ୨୧ ବର୍ଷ ଧରି ଶିଖାଉଛନ୍ତି ଗୀତା ଭାଗବତ

ସଙ୍ଗୀତ ଶିକ୍ଷକଙ୍କ ଶାଶ୍ୱତ ପ୍ରୟାସ ୨୧ ବର୍ଷ ଧରି ଆଧ୍ୟାତ୍ମିକ ଜ୍ଞାନ ବାଣ୍ଟୁଛନ୍ତି ପ୍ରମୋଦ ସାର୍ ସହଜ ଓ ସରଳ ଭାଷାରେ ଶ୍ଳୋକ ଓ ନୀତିଶିକ୍ଷା ବୁଝାନ୍ତି ଗୀତା ପାଠ ଶୁଣିବାକୁ ଦୌଡ଼ି ଆସନ୍ତି ବହୁ ଛାତ୍ରଛାତ୍ରୀ ଯାଜପୁର(ଗୁଲାମ ଗସ): କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ । ଶିଶୁ ମାନେ ହିଁ ଦେଶର ଭବିଷ୍ୟତ। ହେଲେ ଆଧୁନିକ ଯୁଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀତି ଶିକ୍ଷା ଓ ଆଧ୍ୟାତ୍ମିକ ଜ୍ଞାନର ଅଭାବ ଦେଖାଦେଉଛି । ଏହାର […]

  • Tuesday, 13 July 2021
vice-president
ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨ ତାରିଖ ଦିନ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚବେ।  ସେହିଦିନ ସନ୍ଧ୍ୟାରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେହିପରି ଏପ୍ରିଲ ୩ରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଉ ତା’ପରେ ୩ ତାରିଖ ସନ୍ଧ୍ୟା ୫ଟାରେ ଉପରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ […]

  • Tuesday, 13 July 2021
NIT-exam
ଛାତ୍ରଛାତ୍ରୀଙ୍କ ବିରୋଧ ପରେ NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି : ଅଫଲାଇନ ବଦଳରେ ଅନଲାଇନରେ ହେବ ପରୀକ୍ଷା

ରାଉରକେଲା: ଛାତ୍ରଛାତ୍ରୀଙ୍କ ବିରୋଧ ପରେ ରାଉରକେଲା ଏନଆଇଟି କର୍ତ୍ତୃପକ୍ଷଙ୍କ ତତ୍ପରତା । ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି । ପୂର୍ବରୁ ଅଫଲାଇନରେ ପରୀକ୍ଷା କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାଚ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଥିଲେ […]

  • Tuesday, 13 July 2021
Rain
‘ବହୁତ ବର୍ଷା ଦେ...ନିଆଁ ଲିଭି ଯାଉ’

ବାରିପଦା: ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏସବୁ ଭିତରେ ଗତକାଲି ଏକ ଆଶ୍ୱସ୍ତିକର ଖବର ଆସିଥିଲା। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି।  ସେଠାରେ ହୋଇଥିବା ବର୍ଷା ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା […]

  • Tuesday, 13 July 2021
Bibana
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଘରେ ସିବିଆଇ ଚଢ଼ଉ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘର ଉପରେ ସିବିଆଇ ଚଢ଼ଉ । କଟକ ଜିଲ୍ଲା ବାରଙ୍ଗ ଥାନାର ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘର ଉପରେ ଗତକାଲି ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍ ଚଢ଼ଉ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଛି । ଏହାସହ ବିବନ ଘରୁ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି । ସେ ମୁମ୍ବାଇରେ ଲୁଚି […]

jasmin malik
ମାସ୍କ ପ୍ରସ୍ତୁତ କରି ସ୍ୱାବଲମ୍ବୀ କଟକର ଯସ୍ମୀନ ମଲିକ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): କରୋନା କାଳରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ବି ସକ୍ଷମ କରାଇ ଚର୍ଚ୍ଚାରେ କଟକର ମହିଳା ଯସ୍ମୀନ ମଲିକ । ସଂଖ୍ୟାଲଘୁ ମହିଳାମାନଙ୍କୁ ରୋଜଗାର ଦେବାରେ ତାଙ୍କର ବଡ଼ ଅବଦାନ ରହିଛି । ତାଙ୍କର ଏହି ପଦକ୍ଷେପକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ପ୍ରସଂଶା କରିଛନ୍ତି । କରୋନା ଯୋଗୁଁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ କାରୋନା ମହାମାରୀ ସମସ୍ତଙ୍କ ଲାଗି ଚ୍ୟାଲେଞ୍ଜ […]

  • Tuesday, 13 July 2021
water scarcity
ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା : ପିଇବା ପାଣି ପାଇଁ ବିକଳ ହେଉଛନ୍ତି ଲୋକେ

କାମରେ ଆସୁନି ନଳକୂଅ, ଚୁଆ ଓ ପୋଖରୀ ଉପରେ ନିର୍ଭରଶୀଳ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେବି ମିଳୁନି ସୁଫଳ ମୋହନା ଓ ଟାଙ୍ଗୀରେ ବିଶୁଦ୍ଧ ଜଳ ପାଇଁ ହଇରାଣ ଗ୍ରାମବାସୀ ମୋହନା,ଚୌଦ୍ୱାର(ମିହିର ଜିତ, ପ୍ରକାଶ ନାୟକ): ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା । ବିଶୁଦ୍ଧ ପିଇବା ପାଣି ପାଇଁ ଡହକବିକଳ ହେଉଛନ୍ତି ଲୋକେ॥ ମୋହନାରୁ ଟାଙ୍ଗୀ ସବୁଠି ସମାନ ପରିସ୍ଥିତି । କେଉଁଠି ନଳକୂଅ ନାହିଁ ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ […]

  • Tuesday, 13 July 2021
rain
ଶିବରାତ୍ରୀ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମହାଶିବରାତ୍ରୀ ଅର୍ଥାତ୍‌ ମାର୍ଚ୍ଚ ୧୧ ପରେ ୨ ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ବୁଧବାର ଦିନ ପୂର୍ବାନୁମାନ କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାର୍ଚ୍ଚ ୧୨ ଓ ୧୩ରେ ବରଗଡ଼, […]

  • Tuesday, 13 July 2021
mohan majhi
ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି? ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ

କରୋନାଠୁ ବଡ଼ ମହାମାରୀ ବେକାରୀ ସମସ୍ୟା ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ଚାଲିଛି ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?: ମୋହନ ବେକାରୀ ସମସ୍ୟା ରାଜ୍ୟରେ ସୀମା ଟପିଯାଇଛି:ନରସିଂହ ମୋହନଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଭୁବନେଶ୍ୱର: କରୋନା ମହାମାରୀଠାରୁ ବଡ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ବେକାରୀ ପ୍ରସଙ୍ଗକୁ ନେଇ ମୁଲତବି ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏଭଳି ବିବୃତି ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି […]

  • Tuesday, 13 July 2021
accident
ଭାଇଭଉଣୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ NH-୧୬ ଗଣ୍ଡାପାଲି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଭାଇକୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରମ୍ଭା ଟିକରପଡା ସାହିର ଅନ୍ତର୍ଯାମୀ ବେହେରା ଆଜି ସକାଳେ ପତ୍ନୀ, ପୁଅ ପାର୍ଥ ବେହେରା ଓ ୪ ବର୍ଷର ଝିଅ ଅଞ୍ଜନି ବେହେରାଙ୍କୁ ନେଇ ବାଇକ୍‌ରେ ବ୍ରହ୍ମପୁର ଯାଉଥିଲେ। […]

  • Tuesday, 13 July 2021
school
ଏପ୍ରିଲରୁ ଆଉ ସ୍କୁଲ୍‌ରେ ହେବନି ରବିବାର କ୍ଲାସ୍‌

ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ସ୍କୁଲ୍‌ରେ ଆଉ ରବିବାର କ୍ଲାସ୍‌ ହେବନି। ଏପ୍ରିଲରୁ ରିଭିଜନ କ୍ଲାସ୍‌ ଚାଲିବ, ହେଲେ ରବିବାର କ୍ଲାସ୍‌ ହେବନି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, କୋର୍ସ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର କ୍ଲାସ୍‌ର ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍‌ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି। ସୂଚନାଥାଉ କି, କିଛିଦିନ […]

  • Tuesday, 13 July 2021
CONGRESS
ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରାଯାଉଛି। ବିଧାନସଭା ଘେରାଇ ପାଇଁ ଗଲା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ରାଜ୍ୟ ଯୁବ କଂଗ୍ରେସ […]

  • Tuesday, 13 July 2021
Nagada
୫ ବର୍ଷ ପରେ ନଗଡ଼ାର ଭାଗ୍ୟ ବଦଳିଛି କି ? ଜୀବନ ଜୀବିକାକୁ ନେଇ କେତେ ଖୁସି ନଗଡ଼ାବାସୀ?

କେମିତି ଅଛି ନଗଡ଼ା? କେତେ ବଦଳିଛି ଚେହେରା? ୫ ବର୍ଷ ପରେ ବଦଳିଛି କି ଭାଗ୍ୟ? ନଗଡ଼ା(ଅଭୟ ପତି): ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିଲା, ହେଲେ ଏବେ ଏହାର ଚିତ୍ର ବଦଳିଛି । ଅପହଞ୍ଚ ଇଲାକାର ମାନ୍ୟତା ପାଇବାର ଘଟଣାକୁ ଆଉ କେଇଟା ଦିନ ପରେ ପାଞ୍ଚ ବର୍ଷ ପୂରିବାକୁ ଯାଇଛି।  ପୁଳାପୁଳା ପ୍ରତିଶ୍ରୁତି ପରେ ବି ଏବେ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା […]

  • Tuesday, 13 July 2021
Save-elephant
ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ, ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ

ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ ତିଆରି ହେଲା ସ୍ୱତନ୍ତ୍ର ଡିଭାଇସ ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା ୩ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଡିଭାଇସ୍ ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ଖୋର୍ଦ୍ଧା(ବଳରାମ ଲେଙ୍କା): ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ । ରେଳ ଧାରଣାରେ ଦୁର୍ଘଟଣା ପୂର୍ବରୁ ହାତୀଙ୍କ ବାବଦରେ ସୂଚନା ଦେବା ସହ ହାତୀଙ୍କୁ ଘଉଡାଇବାକୁ ଡିଭାଇସରେ […]

  • Tuesday, 13 July 2021
Mayurbhanj Shuts Down
୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡକୁ ନେଇ ଭଞ୍ଜ ସେନା ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି। ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୩ଟା ଯାଏ ଚାଲିବ। ଭଞ୍ଜ ସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଭଞ୍ଜ ସେନାର […]