• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂଜାରେ ନାହିଁ ବର୍ଷା ସମ୍ଭାବନା । ତେବେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ତେବେ ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷା ଭୟ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ବର୍ତ୍ତମାନ ବାୟୁମଣ୍ଡଳରେ ଆଦ୍ରତା ରହୁଥିବାରୁ ଦିନ ସମୟରେ ବେଶୀ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଗୁଳୁଗୁଳି ଏବଂ ଗରମ ଅନୁଭୂତ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାସହ ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହୋଇନାହିଁ ।

ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆକାଶ ନିର୍ମଳ ସହ ମେଘମୁକ୍ତ ରହିବ ବୋଲି ଜଣାପଡ଼ିଛି । କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ ।

OTV is now on Whatsapp

Join and get latest news update delivered to you via whatsapp

Join Now