• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

3
ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୭୫୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ ଟାଙ୍ଗରିପାଲୀ ମଙ୍ଗଶପୁର ହୋଇଥିବା ବେଳେ ଆଉ ଜଣେ ଡର୍ଲ୍ଲିପାଲି ଅଞ୍ଚଳର। ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୨୭ ଜଣ ସୁସ୍ଥ ହୋଇଛନ୍ତି। ୨୭ଟି […]

  • Wednesday, 14 July 2021
markert
ଦୂର ହେବ ଅଭାବି ବିକ୍ରି, ଚାଷୀଙ୍କ ପାଇଁ ଖୋଲିବ ବଜାର

ଭୁବନେଶ୍ୱର: କଣ୍ଟାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷପାଇଁ ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ଆଜି ଏଇ ଅଧ୍ୟାଦେଶରେ ମୋହର ମାରିଛି। ଏଣିକି ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଦୁଇବର୍ଷ ପୂର୍ବରୁ ଏଥିପାଇଁ କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବାକୁ ଗୁରଗାଁଓରେ ରୋଡ୍ ସୋ କରିଥିଲା ସମବାୟ ବିଭାଗ। ଅଭାବି ବିକ୍ରି ଉପରେ ଲଗାମ ଲଗାଇବା ତଥା ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ରର ପରାମର୍ଶରେ ରାଜ୍ୟ […]

  • Wednesday, 14 July 2021
corona
ଗୋଟିଏ ଜିଲ୍ଲାରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ। ୧୨ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ମଧୁସ୍ମିତା ସାହୁ। ନୂଆପଡା ଜିଲ୍ଲାରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ମୁମ୍ୱାଇ ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା। ୪ ଜଣଙ୍କ ଲକ୍ଷଣ ଥିଲା କିନ୍ତୁ ୮ ଜଣଙ୍କ ଲକ୍ଷଣ ଜଣା ପଡୁ ନ ଥିଲା। ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରେ ଖଡିଆଳ […]

  • Wednesday, 14 July 2021
PETA-MAIN
ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟ ଯନ୍ତ୍ରଣାର ଖୋଲିଲା ରହସ୍ୟ

ପୁରୀ: ଅସ୍ତ୍ରୋପଚାର କରିବାକୁ ଯାଇ ମହିଳାଙ୍କ ପେଟରେ ଗଜକନା ଛାଡ଼ିଦେଲେ ଡାକ୍ତର। ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ। ଜେନଫ୍ ବେଗମ୍ ନାମକ ଜଣେ ପ୍ରସୂତି ଗତ ୬ ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। କିନ୍ତୁ ଘରକୁ ଫେରିବା ପରଠୁ ସଂପୃକ୍ତ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଅଧିକ ଯନ୍ତ୍ରଣା ହେବାରୁ ପୁଣି ଥରେ ଭୁବନେଶ୍ୱରର ସେହି […]

  • Wednesday, 14 July 2021
umarkote
କ୍ୱାରେଣ୍ଟିନ୍ ଅବଧି ସରିଲା, ୫୦ କିମି ଚାଲି ଚାଲି ଘରକୁ ଫେରିଲେ ପରିବାର ଲୋକେ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ମିଳିଲାନି ସରକାରୀ ସହାୟତା। ଘରକୁ ଫେରିବାକୁ ଚାଲି ଚାଲି ଯିବାକୁ ପଡ଼ିଲା ୫୦ କିଲୋମିଟରରୁ ଅଧିକ ବାଟ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ତେଲେଙ୍ଗାନାରେ ଦାଦନ ଭାବେ କାମ କରୁଥିବା ଜିଲ୍ଲାର କିଛି ଶ୍ରମିକ ଲକଡାଉନ୍ ପରେ ଜୀବିକା ହରାଇଥିଲେ। ବହୁ କଷ୍ଟରେ ନିଜ ଜିଲ୍ଲାକୁ ଫେରିବା ପରେ ତାଙ୍କୁ ଝରିଗାଁ ବ୍ଲକର ଫୁପୁଗାଁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ କ୍ୱାରେଣ୍ଟିନ୍ ଅବଧି ସରିବା ପରେ ସ୍ତ୍ରୀ […]

  • Wednesday, 14 July 2021
farm
କୃଷି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି, ଉପକୃତ ହେବେ ୨୪.୫୬ ଲକ୍ଷ ଚାଷୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସମସ୍ୟା ସହ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ୧୭ ହଜାର କୋଟିର ବ୍ୟୟ ଅଟକଳ ରଖାଯାଇଥିବା କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବା ସହ ବାହାର ରାଜ୍ୟକୁ ଶ୍ରମିକ ନଯାଇ କିପରି ରାଜ୍ୟ ଭିତରେ କାମ ପାଇବେ। ସେ ନେଇ […]

  • Wednesday, 14 July 2021
Untitled-1
ମାସାଧିକ କାଳ ନାବାଳିକାକୁ ଗଣଦୁଷ୍କର୍ମ!

ସାଲେପୁର: ହଜିଗଲାଣି ମାନବିକତା। ମାସାଧିକ କାଳ ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅଞ୍ଚଳରୁ। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ସୂଚନା ମୁତାବକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଦୁର୍ବୁତ୍ତ ଘରେ ପଶି […]

  • Wednesday, 14 July 2021
naveen-hack
ନବୀନଙ୍କୁ ବିରୋଧୀଙ୍କ ନିବେଦନ: ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ସଚିବାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯଦି, ମୁଖ୍ୟମନ୍ତ୍ରୀ ଏଭଳି କରନ୍ତି ତେବେ ସେ ବି ତାଙ୍କ ସହ ଯୋଗଦେବେ ବୋଲି କହିଛନ୍ତି। ଖାଲି ବନ୍ଦେ ଉତ୍କଳ ଜନନୀ ନୁହେଁ, ତିନି ଥର ଜୟ ଜଗନ୍ନାଥ କହିବାକୁ ବି ସେ ନିବେଦନ କରିଛନ୍ତି। ଏଭଳି ମହାମାରୀ […]

  • Wednesday, 14 July 2021
Untitled-1
ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ ରହିବ

ଭୁବନେଶ୍ଵର: ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସବୁ ଦୋକାନ ବନ୍ଦ ହେବ। ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା। ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ […]

  • Wednesday, 14 July 2021
vacc
ସୁସ୍ଥ ହେଲେ ୯ ଜିଲ୍ଲାର ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏପର୍ଯ୍ୟନ୍ତ ଜଗତସିଂହପୁରରେ ୨୮, ଯାଜପୁରରୁ ୧୭୩, ଭଦ୍ରକରୁ ୯୫, ଗଞ୍ଜାମରୁ ୩୧୭, କଟକରୁ ୨୬, ଖୋର୍ଦ୍ଧାରୁ ୬୦, ସମ୍ବଲପୁରରୁ ୩, ବାଲେଶ୍ୱରରୁ […]

  • Wednesday, 14 July 2021
keral
ସ୍ୱତନ୍ତ୍ର ବିମାନରେ ଫେରିଲେ କେରଳରେ ଫସିରହିଥିବା ଓଡ଼ିଆ ଝିଅ

ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ। କେରଳରୁ ଫେରିଥିବା ସମସ୍ତ ଝିଅ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ବସ୍ ଯୋଗେ ନିଜ ଅଞ୍ଚଳକୁ […]

  • Wednesday, 14 July 2021
migrants
୨୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ପ୍ରବାସୀଙ୍କୁ ରୋଜଗାର ଦେବେ ସରକାର

ଭୁବନେଶ୍ୱର: ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଜମି ଯୋଗାଇବ ସଂସ୍ଥା। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ସୋସାଇଟି ଆକ୍ଟରେ […]

  • Wednesday, 14 July 2021
main-grand
ଲକଡାଉନ ଛଡାଇନେଲା ରୋଜଗାର, ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ପେଟପାଟଣା ଚିନ୍ତା

ଭୁବନେଶ୍ୱର: କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କଣ ହେବ ସେମାନଙ୍କ ରୋଜଗାରର  ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି, ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ […]

  • Wednesday, 14 July 2021
thunder
ବଜ୍ରପାତ ନେଲା ୪ ଜୀବନ

ଭୁବନେଶ୍ୱର: କାଳ ହେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କେନ୍ଦୁଡ଼ିହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର […]

quarntine
'ବିନା କୋଭିଡ୍ ଟେଷ୍ଟରେ କ୍ୱାରେଣ୍ଟିନ ସେଣ୍ଟରରୁ ଘରକୁ ଯାଉଛନ୍ତି ପ୍ରବାସୀ'

ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ତେଣୁ ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ଅବ୍ୟବସ୍ଥାକୁ ନେଇ ଏହିଭଳି ଢଙ୍ଗରେ ରାଜ୍ୟ […]

  • Wednesday, 14 July 2021
prajameli
ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି, ସରକାରଙ୍କ ବିରୋଧରେ ଗର୍ଜିଲେ ଶତାଧିକ ଜନତା

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣି ବସିଲା ପ୍ରଜାମେଳି। ଚିତ୍ରକୋଣ୍ଡା ମୁରାଳିଗୁଡ଼ାରେ ବସିଥିବା ପ୍ରଜାମେଳିରେ ଏକାଠି ହୋଇଥିଲେ ଶତାଧିକ ଜନତା। ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ପଣସପୁଟ, ନାକାମାମୁଡ଼ି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଭଳି ମୌଳିକ ଅଧିକାର ପ୍ରସଙ୍ଗ ନେଇ ପ୍ରଶାସନକୁ ଅବଗତ କରିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟତଃ ଅଂଚଳରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ନିୟମିତ କାର୍ଯ୍ୟ କରୁନଥିବାରୁ ସେମାନଙ୍କୁ […]

  • Wednesday, 14 July 2021
recovered
ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାଛଡ଼ା କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି […]

mada
କ୍ୱାରେଣ୍ଟିନ୍ କେନ୍ଦ୍ରରେ ପ୍ରବାସୀଙ୍କୁ ପିଟିଲେ ସରପଞ୍ଚଙ୍କ ସ୍ୱାମୀ!

ଜଗତସିଂହପୁର: କ୍ୱାରେଣ୍ଟିନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତରୁ। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ସେମାନେ ଯୁବକଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ଠେଙ୍ଗାରେ ପିଟିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ତେବେ ଯୁବକ ଜଣକ ହଇରାଣ କରୁଥିବାରୁ ତାଙ୍କୁ ତାଗିଦ କରାଯାଇଥିବା […]

  • Wednesday, 14 July 2021
MAIN-ACT
ପଶ୍ଚିମବଙ୍ଗରେ ବିପତ୍ତି ବେଳର ସାଥୀ ହେଲେ ଓଡ଼ିଆ ଯୋଦ୍ଧା

ଭୁବନେଶ୍ୱର: ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍, ଅମ୍ପନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍। ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି, ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି। ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସୀ ସାଙ୍ଗକୁ ପ୍ରଶଂସାର ସୁଅ। ଛଅ ଦିନ ପରେ ବି ତାଜା […]

  • Wednesday, 14 July 2021
clap
କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀଙ୍କୁ ତାଳି ମାରି କଲେ ସ୍ୱାଗତ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ପୋଲିସ କର୍ମଚାରୀଙ୍କୁ ଭବ୍ୟ ସ୍ୱାଗତ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ପ୍ରଥମ କରୋନା ଆକ୍ରାନ୍ତ ଜଣେ କନଷ୍ଟେବଳ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଜି ପୋଲିସ ସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି। ଟ୍ୱିନସିଟି ପୋଲିସ କମିଶନର ତାଙ୍କୁ ଫୁଲତୋଡା ପ୍ରଦାନ କରିଥିବା ବେଳେ ଡ଼ିସିପି ଓ ସାଥି ପୋଲିସ କର୍ମୀ ତାଳି ମାରି ସ୍ୱାଗତ କରିଥିଲେ। ସୁସ୍ଥ ହୋଇଥିବା ପୋଲିସ କର୍ମୀ ଜଣକ ଏବେ ୧୪ଦିନ କ୍ୱାରେଣ୍ଟିନରେ […]

  • Wednesday, 14 July 2021
kovid
ରାଜ୍ୟରେ ପ୍ରଥମଥର ପାଇଁ ଡାକ୍ତର କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ିନି। ଆଜି ରାଜ୍ୟରେ […]

  • Wednesday, 14 July 2021
market
ମହାମାରୀ ସ୍ଥିତିରେ ଚେତିଲେନି ମେଡିସିନ ଦୋକାନୀ, ବିନା ପ୍ରେସକ୍ରିପସନ୍‌ରେ ସାଜିଲେ କୋଭିଡ୍ ଡାକ୍ତର!

ଭୁବନେଶ୍ୱର: ଫ୍ଲୁ ଲକ୍ଷଣ ଅର୍ଥାତ୍, ସର୍ଦ୍ଦି, ଜ୍ୱର, କାଶ ଆଦି ଥିଲେ ଲୋକଙ୍କୁ ୧୦୪କୁ ଫୋନ୍ କରି ଜଣାଇବାକୁ କହିଛନ୍ତି ସରକାର। କାରଣ ଏସବୁ କରୋନାର ଲକ୍ଷଣ କିନ୍ତୁ ଏଥିପ୍ରତି କେତେ ସଜାଗ ଓ ସଚେତନ ଔଷଧ ଦୋକାନୀ? ଏନେଇ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟକୁ ନେଇ ହଇଚଇ ଆରମ୍ଭ ହୋଇଛି। ଫ୍ଲୁ ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ନାଁ, ଠିକଣା ଓ ଫୋନ ନମ୍ବର ରଖିବାକୁ କହିଥିଲେ ସରକାର। ତେବେ ଦୋକାନୀ ନିର୍ଦ୍ଦେଶ ମାନିବେ କଣ ପୂର୍ବଭଳି […]

  • Wednesday, 14 July 2021
corona-hikesd-asit-tripathy
'ସବୁ ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ଠାରୁ ନିଆଯିବ କରୋନାଜନିତ ତଥ୍ୟ'

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ନୂଆ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍, ରେଡ୍ ଓ ଅରେଂଜ ଜୋନ୍ ଚିହ୍ନଟ ହେବ। ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଯାଏଁ ଲକ୍ଷେ ଲୋକ ସଫଳତାର […]

  • Wednesday, 14 July 2021
pangolin
ସଂଗରୋଧ କେନ୍ଦ୍ରରୁ ବଜ୍ରକାପ୍ତା ଉଦ୍ଧାର ପରେ ହେବ କରୋନା ଟେଷ୍ଟ!

କଟକ: ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ ଟେଷ୍ଟ ହେବ। ସ୍ୱାବ ନମୁନା ନିଆଯାଇ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯିବ, ଟେଷ୍ଟ ଓଡ଼ିଶାରେ ହିଁ ହେବ।  କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓ ଦେଲେ ସୂଚନା। ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ। ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ, […]

  • Wednesday, 14 July 2021