• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କମିଶନରେଟ ପୋଲିସ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ । ପ୍ରଥମେ ଡିଜେ ପରେ ଏବେ ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଭିନ୍ନ ପୂଜା କମିଟି । ପାରମ୍ପରିକ ବାଜା ଓ ସାଉଣ୍ଡକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳିବ କମିଶନରେଟ ପୋଲିସ ।

ଯେଉଁ ପୂଜା କମିଟି ନିୟମ ଉଲଂଘନ କରିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କଟକ ପୂଜା କମିଟି ଓ ଶାନ୍ତି କମିଟି । ଡିଜେ ପରେ ପାରମ୍ପରିକ ବାଜା ଉପରେ କଟକଣା .. ୬୫ ଡେସିବିଲରୁ ଅଧିକ ଶବ୍ଦ ଉପରେ ରୋକ୍ ।

ନିୟମ ନମାନିଲେ ଜବତ ହେବ ବାଦ୍ୟଯନ୍ତ୍ର .. କଟକଣାକୁ ନେଇ ଅସନ୍ତୋଷ ଝାଡିଲେ ପୂଜା କମିଟି । କଟକ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳିବ ବୋଲି କହିଛି କମିଶନରେଟ୍ ପୋଲିସ । ଯାହାକୁ ନେଇ ଏବେ ତେଜିଛି ବିବାଦ । ପାରମ୍ପରିକ ବାଜାର ଶବ୍ଦ ୬୫ ଡେସିବିଲରୁ ଅଧିକ ହେଲେ ବାଦ୍ୟଯନ୍ତ୍ର ଜବତ ହେବ ।

ଏପରିକି ରାତି ୧୨ଟା ପରେ ଦୁଲୁଦୁଲି ଓ ତାଳମୂଳି ବାଜା ବାଜିପାରିବ ନାହିଁ ବୋଲି କହିଛନ୍ତି କଟକ ଡିସିପି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଲାଇସେନ୍ସ ରଦ୍ଧ ହେବ । ପୂଜା କମିଟି ମାନେ ଯଦିଓ ଡିଜେ ବ୍ୟାନ୍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମାତ୍ର ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

ରାତି ୧୦ଟା ଯାଏ ମାଇକ ବକ୍ସ ବଜାଇବାକୁ ନିୟମ ଥିବା ବେଳେ, ଏହାକୁ ରାତି ୧୨ଟା ଯାଏ ବୃଦ୍ଧି କରିବାକୁ ଦାବି କରିଛନ୍ତି । କେଉଁ କାଳରୁ ମାଆଙ୍କ ପୂଜାରେ ପାରମ୍ପରିକ ବାଜା ବାଜି ଆସୁଛି । ଡିଜେ ମୁକ୍ତ ଭସାଣି ଠିକ ହେଲେ ପାରମ୍ପରିକ ବାଦ୍ୟ ଉପରେ ନିୟମ କଡାକଡି କରିବା ଠିକ ନୁହେଁ ବୋଲି ପୂଜା କମିଟି ଓ ଶାନ୍ତି କମିଟି କହିଛି ।

ଭସାଣି ଦିନ ରାତି ୧୨ ପରେ କେଉଁ ପ୍ରକାର ପାରମ୍ପରିକ ବାଜା ବାଜିବ, କେତେ ସଂଖ୍ୟାରେ ବାଜିବ ସେନେଇ ନିଷ୍ପତ୍ତି ନେବ କମିଶନରେଟ ପୋଲିସ ।

OTV is now on Whatsapp

Join and get latest news update delivered to you via whatsapp

Join Now