• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bbsr
୧୩ରୁ ଭୁବନେଶ୍ୱରରେ ରେଳ ସେବା ଆରମ୍ଭ

ଭୁବନେଶ୍ୱର:  ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରରୁ ପ୍ରତିଦିନ ଚାଲିବ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଟ୍ରେନ୍‌ଟି ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍‌ ରହିବ। ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ […]

  • Wednesday, 14 July 2021
naveen
ମୋଦିଙ୍କ ସହ କଥା ହେଲେ ନବୀନ, କରୋନା ବିରୋଧୀ ଲଢେଇ ନେଇ ରଖିଲେ ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡିକ ହେଲା:- ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍‌କୁ କୋଭିଡ୍ ଜୋନ୍‌ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି। ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ […]

  • Wednesday, 14 July 2021
arogya
ଆଉ ୨୦ ପଜିଟିଭ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଗଂଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଅଛନ୍ତି। ଗଂଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧୫୪ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଆଉ ୬ ଆକ୍ଟିଭ କେଶ ରହିଛି। ସେହିପରି ବୌଦ୍ଧରେ ୪ଜଣ ସଂକ୍ରମିତ ହୋଇଛନ୍ତି। ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେହିପରି ଆଜି କରୋନାରୁ […]

  • Wednesday, 14 July 2021
home
ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା କରୋନା ରୋଗୀ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା ରୋଗୀ। କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡଲାଇକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଯଦି ଜଣେ ରୋଗୀଙ୍କ କମ୍ ଲକ୍ଷଣ ଥିବ ବା ପ୍ରି-ସିମ୍ଟମେଟିକ୍ ଥିବେ, ତେବେ ତାଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ମିଳିବ। ସଂପୃକ୍ତ ରୋଗୀଙ୍କୁ ୨୪ ଘଣ୍ଟା ତଦାରଖ କରିବାକୁ କେୟାର ଗିଭର୍ ବ୍ୟବସ୍ଥା କରାଯିବ। କେୟାର ଗିଭର ହ୍ରାଇଡ୍ରୋକ୍ସି କ୍ଲୋରକ୍ୱିନ ନେଇପାରିବେ ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ମେଡିକାଲ ସହ ଯୋଗାଯୋଗରେ […]

  • Wednesday, 14 July 2021
covid33
ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି। କଟକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଏବେ ବି ୨ଟି ଆକ୍ଟିଭ କେଶ ରହିଛି। ମୟୁରଭଞ୍ଜରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାଜପୁରରେ ୬୧ […]

  • Wednesday, 14 July 2021
doctor
କ୍ୱାରେଣ୍ଟିନରେ ଗଲେ ଭୁବନେଶ୍ୱର ଏମ୍ସ ଡାକ୍ତର ଓ ଆଟେଣ୍ଡାଣ୍ଟ

ଭୁବନେଶ୍ୱର: କ୍ୱାରେଣ୍ଟିନରେ ଗଲେ ଡାକ୍ତର ଓ ଆଟେଣ୍ଡାଣ୍ଟ। ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ପଠାଯାଇଛି। ଡାକ୍ତରଙ୍କ ସହ ଦୁଇ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ସ୍ୱାବ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ ବାହାରିଥିଲା। ଆଜି ସକାଳେ ୧୪ ଜଣ ଅପରାହ୍ଣରେ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ […]

  • Wednesday, 14 July 2021
bara-death
ବରଗାଡ଼ିରେ ବସି ଥାଆନ୍ତେ ହେଲେ କୋକେଇରେ ଶୋଇଲେ....

ବିବାହ ଦିନ ଚାଲିଗଲା ବରଙ୍କ ଜୀବନ। ଯେଉଁଦିନ ବିବାହ କରିଥାନ୍ତେ, ବର ବେଶରେ କନ୍ୟା ପାଖକୁ ଯାଇଥାନ୍ତେ ସେ ଦିନ ଉଠିଲା କୋକେଇ। ଶୁଣିବାକୁ ଯେତେ ହୃଦୟବିଦାରକ ଘଟଣା ବି ସେତେ କଷ୍ଟଦାୟକ ।

  • Wednesday, 14 July 2021
vaccination
ଟିକା ନେବାକୁ ମନା କରୁଛନ୍ତି ଡଙ୍ଗାରିଆ କନ୍ଧ

ପୁଣି ନିରାଶ ପ୍ରଶାସନ, ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲିରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍‌-୧୯ ଟିକା କରଣ କରିବାର ଥିଲା। କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।

flood water
ଫୁଲୁଛି ବୈତରଣୀ: ୟାସ୍‌ ପ୍ରଭାବରେ ଅନେକ ଲୁଣା ବନ୍ଧ ଡ୍ୟାମେଜ୍‌

ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷା ଯୋଗୁଁ ବଢିଛି ବିଭିନ୍ନ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

  • Wednesday, 14 July 2021
flood water
ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଯାଜପୁର ଓ ଭଦ୍ରକ

ବାତ୍ୟା ୟାସ୍ ପ୍ରଭାବରେ ବୈତରଣୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି।

Modi
କାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ୟାସ୍‌ ପ୍ରଭାବିତ ଅଂଚଳ ବୁଲି ଦେଖିବେ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

Journalist
ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି।

Cyclone
ତାଣ୍ଡବ କରୁଛି ବାତ୍ୟା: ପ୍ରକୋପ ରହିବ ଆହୁରି ୩ ଘଣ୍ଟା

ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC।  ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି

imd
୩ ଘଣ୍ଟା ପର୍ଯ୍ୟନ୍ତ ଜୋରସୋରରେ ବହିବ ପବନ: କାଲି ଅପରାହ୍ଣରୁ ପାଗରେ ଆସିବ ସୁଧାର

ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ଧରି ଚାଲିବ।

hard-yaas
ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
Cyclone-Yaas-
ଧାମରାରୁ ୬୦ କିମି ଦୂରରେ ବାତ୍ୟା: ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଆସିବ ବଡ଼ ଜୁଆର

ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
SRC
ଆକଳନ ସମୟଠାରୁ ଡେରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

  • Wednesday, 14 July 2021
rain
ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା

ଭଦ୍ରକର ଧାମରାଠାରୁ ମାତ୍ର ୭୦ କିମି ଦୂରରେ ବାତ୍ୟା ୟାସ ରହିଛି। ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୩୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍।

  • Wednesday, 14 July 2021
cyclone-Eye
ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୩୦ ରୁ ୧୪୦ କିମିରୁ ବହୁଛି ପବନ: ଦିନ ୧୧ଟାରୁ କରିବ ଲ୍ୟାଣ୍ଡଫଲ୍‌

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ବର୍ତ୍ତମାନ ସମୟରେ ଧାମରାଠାରୁ ୮୫ କିମି ଦୂରରେ ରହିଛି ବାତ୍ୟା। ଏହାସହ ବାତ୍ୟା ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା ରହିଛି

  • Wednesday, 14 July 2021
sajaga
ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ପ୍ରଶାସନ

ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ। ଓଡ଼ିଶା ମାଟିକୁ ଛୁଇଁବ ବାତ୍ୟା ୟାସ୍। ସବୁ ଆକଳନ ସତ୍ତ୍ୱେ, ଏହା ପ୍ରକୃତରେ କେଉଁଠି ତାଣ୍ଡବ ରଚିବ, କେତେ କ୍ଷୟକ୍ଷତି କରିବ, ଏବେଠୁ କିଛିବି ସଠିକ୍ ଭାବେ କହିବା ମୁସ୍କିଲ୍।

  • Wednesday, 14 July 2021
Yess-Ahwana
ଆଁ କରି ମାଡ଼ି ଆସୁଛି ୟାସ୍‌: ଏପଟେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ପିସିଆର୍ ଭ୍ୟାନଅଏ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନିଆଯାଉଛି। କେବଳ ବୟସ୍କ ନୁହଁନ୍ତି, ନବଜାତଠୁ ଆରମ୍ଭ କରି ଗର୍ଭବତୀ ଏବଂ ଅସହାୟଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ଟିଏମ୍ସି ସେଣ୍ଟର, ମେଡ଼ିକାଲ, ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଘର ସବୁଠି ଥଇଥାନ୍ କରାଯାଇଛି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ।

  • Wednesday, 14 July 2021
cyeclone
ଟ୍ରେଲର ଦେଖାଉଛି ୟାସ୍‌

ଭାଙ୍ଗିବ, ଉଡ଼େଇବ, ବୁଡ଼େଇବ। ପାଣିପାଗ ବିଭାଗର ପୂର୍ବାନୁମାନ ସହ ତାଳ ଦେଇ ଉପକୂଳକୁ ମାଡ଼ି ଆସୁଛି ୟାସ୍, ମାଡ଼ି ଆସୁଛି ପ୍ରଳୟ। ପାଣିପାଗ ବିଭାଗର ସଦ୍ୟତମ ଆକଳନ କହୁଛି ବାତ୍ୟା ଏବେ ପାରାଦୀପରୁ ୨ ଶହ କିଲୋମିଟର ଦୂରରେ ଅଛି। ଅତି ଭୀଷଣ ରୂପ ନେଇ କାଲି ମଧ୍ୟାହ୍ନ ସୁଦ୍ଧା ଏହା ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ

  • Wednesday, 14 July 2021
src
ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍

ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍ NDRF, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ କର୍ମଚାରୀ ମୁତୟନ ସଂପର୍କରେ SRC ପ୍ରଦୀପ ଜେନାଙ୍କ ସୂଚନା NDRF ୫୨ଟିମ୍, ଓଡ୍ରାଫ୍ ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍ ମୁତୟନ ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି ଜରୁରୀ ସ୍ଥିତି ପାଇଁ ୮ଟି ଟିମ୍ ରିଜର୍ଭ ରଖାଯାଇଛି- SRC ସବୁକୁ ମିଶାଇ ପ୍ରାୟ ୪ ହଜାରରୁ […]

  • Wednesday, 14 July 2021
naveen patnaik
ଜିରୋ କାଜୁଆଲିଟି ଆମ ସରକାର ପଲିସି- ମୁଖ୍ୟମନ୍ତ୍ରୀ

ମାଡ଼ି ଆସୁଛି ବାତ୍ୟା। ରାଜ୍ୟର ବାତ୍ୟା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ କେମିତି ପ୍ରସ୍ତୁତି ଚାଲିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟ ଶାସନ ସଚିବ ଓ ଏସଆରସି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

  • Wednesday, 14 July 2021