• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ । ଶୁଣିବାକୁ ଟିକିଏ ଅଜବ ଲାଗିଲେ ବି ସତ ଘଟଣା । ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ ନାୟକ ପତ୍ନୀ କିରଣଙ୍କ ସ୍ମୃତିରେ ତିଆରିଛନ୍ତି ଷ୍ଟାଚ୍ୟୁ । ବେଙ୍ଗାଲୁରୁର ଜଣେ କଳାକାର ଦେଢ଼ ବର୍ଷ କାଳ ଲାଗି ୮ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ସିଲିକନ୍ ମୂର୍ତ୍ତି କରିଛନ୍ତି ।

କଥା ସିନା କହିପାରୁନାହାନ୍ତି, ହେଲେ ସେ ପାଖରେ ଅଛନ୍ତି । ସୋଫାରେ ବସିଛନ୍ତି, ହାତରେ ଚୁଡି, ମଥାରେ ସିନ୍ଦୁର ଓ ବେକରେ ସୁନାଚେନ ପକାଇଛନ୍ତି । ପ୍ରକୃତ କଥା ହେଲା ଯେ ମହିଳା ଜଣଙ୍କ ଜଣେ ଜୀଅନ୍ତା ମଣିଷ ନୁହେଁ ବରଂ ମୂର୍ତ୍ତି । ବ୍ରହ୍ମପୁରର ପ୍ରଶାନ୍ତ ନାୟକ ନିଜ ସ୍ୱର୍ଗତ ପତ୍ନୀ କରିଣଙ୍କ ସ୍ମୃତିରେ ତିଆରିଛନ୍ତି ଏ ସିଲିକନ ମୂର୍ତ୍ତି ।

ଗତ ୨୦୨୧ ମସିହା ଏପ୍ରିଲରେ କିରଣଙ୍କ ପରଲୋକ ହୋଇଥିଲା । ଯାହାକୁ ନେଇ ଭାଙ୍ଗିପଡିଥିଲେ ପ୍ରଶାନ୍ତ । ପରେ ବେଙ୍ଗାଲୁରୁର ଜଣେ ଶିଳ୍ପୀଙ୍କ ସହ ଯୋଗାଯୋଗ କରି ୮ ଲକ୍ଷ ଟଙ୍କା ବ୍ୟୟରେ ନିଜ ସ୍ତ୍ରୀଙ୍କ ଏକ ଅବିକଳ ସିଲିକନ ପ୍ରତିମୂର୍ତ୍ତି ତିଆରିଛନ୍ତି । ପ୍ରଶାନ୍ତଙ୍କ ପିଲା ମାନେ ବି ଏହି ମୂର୍ତ୍ତିକୁ ପାଖରେ ପାଇ ମାଆର ଅନୁପସ୍ଥିତିକୁ ଦୂର କରିପାରିଛନ୍ତି ।

ମୁଣ୍ଡ କୁଣ୍ଡାଇଦେବା ସହ, ପ୍ରତିଦିନ ସଜ୍ଜେଇ ଦେଉଛନ୍ତି ପୁଅ-ଝିଅ । ପ୍ରଶାନ୍ତଙ୍କ ସାନ ଭାଇ କହିଛନ୍ତି, ଭାଉଜଙ୍କ ବିୟୋଗ ପରିବାର ପାଇଁ ଏକ କଠିନ ପରିସ୍ଥିତି ଆଣିଥିଲା, ଏବେ କିରଣଙ୍କ ପ୍ରତିମୂର୍ତ୍ତି ତାଙ୍କ ଅବର୍ତ୍ତମାନକୁ କିଛି ଅଂଶରେ ଦୂର କରିପାରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now