• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

palli
ପଲ୍ଲୀସଭାରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଭଦ୍ରକ: ରଣକ୍ଷେତ୍ର ପାଲଟିଲା ପଲ୍ଲୀସଭା। ଭଦ୍ରକ ବ୍ଲକ୍ କୋଡ଼ଗମ୍ଭୀର ଗାଁରେ ଆଜି ସକାଳ ୯ଟା ବେଳେ ଘଟିଛି ସଂଘର୍ଷ। ଦୁଇ ଗୋଷ୍ଠୀ ପରସ୍ପରକୁ ଠେଲା ପେଲା କରିବା ସହ ଗୋଟିଏ ଗୋଷ୍ଠୀ ବାଉଁଶ ଓ ଠେଙ୍ଗାରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ କରୋନା କଟକଣା ଯୋଗୁଁ କୌଣସି ପଲ୍ଲୀସଭା ନକରିବାକୁ ଗାଇଡଲାଇନ୍ସ […]

  • Wednesday, 14 July 2021
mainnn
ସପ୍ତାହକୁ ୨ ଦିନ ସଟଡାଉନ୍ କଲେ କରୋନା ନିୟନ୍ତ୍ରଣକୁ ଆସିବ କି?

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଦୁଇ ଦିନିଆ ସଟଡାଉନ୍। ତେବେ କାହିଁକି ଏଭଳି କଡ଼ା କଟକଣା? ଜୁନର ପ୍ରତି ଶନି ଓ ରବିବାର ସଟଡାଉନ୍ ଘୋଷଣା ପଛରେ କଣ ରହିଛି ଯୁକ୍ତି? କୁହାଯାଉଛି ଏସବୁ ଜିଲ୍ଲାରେ ଅଧିକ କରୋନା କେସ୍ ଚିହ୍ନଟ ହେଉଥିବାରୁ ସରକାର ଏଭଳି ପକ୍ଷକ୍ଷେପ ନେଇଛନ୍ତି। ଗଲା ୩ ଦିନ ଭିତରେ ୪୨୬ ପଜିଟିଭ୍। ମୋଟ୍ ଉପରେ ୨୨୪୫ କେଶ୍। ରାଜ୍ୟରେ ବେଲଗାମ୍ ଭାବେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। […]

  • Wednesday, 14 July 2021
main
ରାଜ୍ୟ ଭିତରେ ଗଡ଼ିବ ୫ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ। ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭୁବନେଶ୍ୱରରୁ ଭଦ୍ରକ,  ଭୁବନେଶ୍ୱରରୁ ବ୍ରହ୍ମପୁର, ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଏବଂ  ଭୁବନେଶ୍ୱରରୁ କୋରାପୁଟ ମଧ୍ୟରେ ଚାଲିବ। ଭୁବେନଶ୍ୱର- କୋରାପୁଟ ସ୍ପେଶାଲ ଟ୍ରେନ୍ ଅନୁଗୁଳ, ସମ୍ବଲପୁର ଓ ରାୟଗଡ଼ା ଦେଇ ଯିବ। ଏହି ଟ୍ରେନ ସପ୍ତାହକକୁ ୩ ଦିନ ଚଳାଚଳ କରିବ। ୫ଟି ଯାକ ସ୍ପେଶାଲ୍ ଟ୍ରେନ୍ ଜୁନ୍ […]

  • Wednesday, 14 July 2021
shut-down
ସଟଡାଉନ୍‌ରେ କଣ ହେବ କୋହଳ?

ଭୁବନେଶ୍ୱର: ଅନଲକ୍-୧ ଗାଇଡଲାଇନରେ ସାମାନ୍ୟ ସଂଶୋଧନ କଲେ  ରାଜ୍ୟ ସରକାର। ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଇଥିଲା। ହେଲେ  ପରୀକ୍ଷା ଆୟୋଜନ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା। ସେହିପରି ୧୧ଟି ଜିଲ୍ଲାରେ ଶନିବାର ଓ […]

  • Wednesday, 14 July 2021
corona-33
ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ହେଲେ ୮୦ କରୋନା ଆକ୍ରାନ୍ତ।  ୮୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାରୁ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। Another 80 #Covid19 patients have recovered and are being discharged. 17 are from Puri 16 from Kendrapara 16 from Malkangiri 7 from Cuttack […]

  • Wednesday, 14 July 2021
HC
ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଜଣାଅ: ହାଇକୋର୍ଟ

କଟକ: ହାଇକୋର୍ଟରେ ପୁରୀ ରଥଯାତ୍ରା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି। ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରଥଯାତ୍ରା ବନ୍ଦ କରିବାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ଏହି ମାମଲାକୁ ବିରୋଧ କରି ଦୁଇଟି ଇଣ୍ଟରଭିନିଂ ପିଟିସନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। […]

  • Wednesday, 14 July 2021
lightening
ବଜ୍ରପାତ ନେଲା ୩ ଜୀବନ

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର ଏବଂ ଅନ୍ୟ ଜଣେ ହେଲେ ତାକରଡ଼ା ଗାଁର। ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନୂଆସାହି ଗାଁରେ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ଜଣେ ଯୁବକଙ୍କ […]

govt
ମନଇଚ୍ଛା କରୋନା କିଟ୍‌ ମଗାଇ ଅଡୁଆରେ ସରକାର

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିଲା ପୁଣି ଦୁଇଟି କୋଭିଡ୍ କିଟ୍ ଭର୍ତ୍ତି ଟ୍ରକ। ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ଆଗରେ ଠିଆ ହୋଇଥିବା ଟ୍ରକରେ ଥିଲା ୩୧ଟି ଭେଣ୍ଟିଲେଣ୍ଟର। ଏସବୁ ଆସିଛି ପଞ୍ଜାବ ମୋହାଲିରୁ। ସେମିତି ଅନ୍ୟ ଟ୍ରକରେ ତାମିଲନାଡୁରୁ ଆସିଛି ମାସ୍କ, ଗ୍ଲୋଭସ ଓ ଅନ୍ୟ ସଂରଞ୍ଜାମ। ଆଜି ସକାଳୁ ଦୁଇଟି ଯାକ ଟ୍ରକ ପହଞ୍ଚିଥିଲେ ବି ଦ୍ୱିପହର ସୁଦ୍ଧା ଭିତରକୁ ପ୍ରବେଶ ଅନୁମତି ମିଳିନି। ସେପଟେ ୪-୫ ଦିନ ହେବ ରସୁଲଗଡ ଶିଳ୍ପାଞ୍ଚଳରେ ଅଟକିଥିବା […]

  • Wednesday, 14 July 2021
check
କଟକ, ଭୁବନେଶ୍ୱରରେ ରାତ୍ରକାଳୀନ ଚେକିଂ ଜୋରଦାର

ଭୁବନେଶ୍ୱର: ରାତି ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଘୋଷଣା ପରେ ଆଜି ଟୁଇନ ସିଟିରେ ଚେକିଂ କଡାକଡି କରାଯାଇଛି। ଉଭୟ କଟକ ଓ ଭୁବନେଶ୍ୱରରେ ଆଜି ସନ୍ଧ୍ୟା ପରେ କମିଶନରେଟ ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି। ସେପଟେ କର୍ଫ୍ୟୁ ସମୟରେ ବିମାନ କିମ୍ବା ଟ୍ରେନରେ ଯାଆସ କରୁଥିବା ଯାତ୍ରୀଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯାଇଛି। ଟିକେଟ୍ ଦେଖାଇ ସେମାନେ ଯାଇପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ଟୁଇଟ  କରି ସୂଚନା ଦିଆଯାଇଛି। ସେହିପରି ବସଯାତ୍ରୀଙ୍କ […]

  • Wednesday, 14 July 2021
main-stick
ଭୟରେ ଘରକୁ ଗଲେନି, ଝୁମ୍ପୁଡ଼ି ଘରେ ବିତୁଛି ଜୀବନ

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର। ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟିନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି ଆମେ କ୍ୱାରେଣ୍ଟିନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗର ଚିତ୍ର ଦେଖାଉଛୁ। କ୍ୱାରେଣ୍ଟିନ ସେଣ୍ଟର ତଥା ଟିଏମସି ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱାବ୍ ସଂଗ୍ରହ କରାଯାଉନାହିଁ। ଫଳରେ କ୍ୱାରେଣ୍ଟିନ ଅବଧି ସାରି ଘରକୁ ଫେରିବା ପରେ ବି କିଏ ପଜିଟିଭ୍ ହେଉଛନ୍ତି ତ […]

  • Wednesday, 14 July 2021
pressmeet
'ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି'

ଭୁବନେଶ୍ୱର: ଓଡ଼ିଶାକୁ ବୈମାତୃକ ମନୋଭାବ କହିବାର ଯୁଗ ସରିଛି। ଓଡ଼ିଶାର ବିକାଶ ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି। ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି। ଅଗ୍ରୀମ ଟଙ୍କା ଦେବାର ପରମ୍ପରା ସୃଷ୍ଟି କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପିର ପ୍ରେସମିଟରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ […]

  • Wednesday, 14 July 2021
ips
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ମଧ୍ୟ ଅଛନ୍ତି ସତ୍ୟଜିତ ମହାନ୍ତି। ଦାୟିତ୍ୱ ନେବା ଅବସରରେ ସେ ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଶନିବାର ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଥିଲେ। ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା […]

  • Wednesday, 14 July 2021
nagative
୧୨ ଜିଲ୍ଲାରୁ ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬, ସୁନ୍ଦରଗଡ଼ରୁ ୫, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ଏବଂ ସମ୍ୱଲପୁରରୁ ଜଣେ ଅଛନ୍ତି। ଆଜି ସକାଳେ ୧୯ ଜିଲ୍ଲାରୁ ରାଜ୍ୟରେ ୧୫୬ […]

curfew
ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତ୍ରକାଳୀନ କର୍ଫ୍ୟୁରେ କୌଣସି କୋହଳ କରାଯିବ ନାହିଁ। ଏନେଇ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ରାତ୍ରକାଳୀନ କର୍ଫ୍ୟୁରେ କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଏହି କୋହଳ ନିୟମ କିନ୍ତୁ ଓଡ଼ିଶାରେ ଲାଗୁ ହେବ ନାହିଁ। ସେହିପରି ବାହାରେ ଛେପ ପକାଇଲେ କିମ୍ବା ମାସ୍କ ନପିନ୍ଧିଲେ ଅଧିକ ଜରିମାନା ଦେବାକୁ ହେବ। ଏମିତିକି […]

  • Wednesday, 14 July 2021
suspended
ବାଦାମ କିଣା ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ୍ସ ଏମ୍‌ଡି ନିଲମ୍ବିତ

ମାଲାକାନଗିରି: ବାଦାମ କିଣାରେ ଦୁର୍ନୀତି ଅଭିଯୋଗ ନେଇ ମାଲକାନଗିରି ପୋଟେରୁ ଲ୍ୟାମ୍ପସ୍ ଏମଡି ନିଲମ୍ବିତ। ପୋଟେରୁ ଲ୍ୟାମ୍ପସ MD ଧନେଶ୍ୱର ପଟ୍ଟନାୟକଙ୍କୁ ନିଲମ୍ବିତ କରିଛନ୍ତି ଲ୍ୟାମ୍ପସ ପ୍ରଶାସକ। ଏହାସହିତ ତଦନ୍ତ କରାଯାଇ ଅନ୍ୟ କର୍ମଚାରୀ ଯଦି ଏହି ଦୁର୍ନୀତିରେ ସାମିଲ ଥିବେ, ତେବେ ତାଙ୍କ ବିରୋଧରେ ବି କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡମିନିଷ୍ଟ୍ରେଟର୍ ସାମଲ ମାରାଣ୍ଡି ସୂଚନା ଦେଇଛନ୍ତି। ଅଭିଯୋଗ ମୁତାବକ, ପୋଟେରୁ ଲ୍ୟାମ୍ପ ଅଧୀନରେ ଥିବା ଚିନାବାଦାମ ମଣ୍ଡିରୁ ଗଲା କିଛିଦିନ ହେବ ଚାଷୀଙ୍କ […]

  • Wednesday, 14 July 2021
shaan
ଓଡ଼ିଆ ଡ଼ାକ୍ତରଙ୍କୁ ଡକ୍ଟର ସୁର ସମ୍ରାଟ ଆୱାର୍ଡ, ଶାନ୍ କଲେ ପ୍ରଶଂସା

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧା ପାଇଲେ ଡକ୍ଟର ସୁର ସମ୍ରାଟ୍ ଆୱାର୍ଡ। ବ୍ରହ୍ମପୁର ଏମକେସିଜି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚନ୍ଦନ ଗନ୍ତାୟତଙ୍କୁ ମିଳିଛି ଏହି ଆୱାର୍ଡ। ଅନଲାଇନରେ ସୁର ସମ୍ରାଟ୍ ନାଁରେ ଏକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଡାକ୍ତର ଚନ୍ଦନ। ଗତ ୩ ସପ୍ତାହ ଧରି ଅନୁଷ୍ଠିତ ହୋଇଥିବା ଏହି ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦେଶର ପ୍ରାୟ ୨ ହଜାରରୁ ଅଧିକ ପ୍ରତିଯୋଗୀ। ଯେଉଁଥିରେ ଫାଇନାଲ ରାଉଣ୍ଡରେ ଡାକ୍ତର ଚନ୍ଦନ ନିଜ କଣ୍ଠର ଯାଦୁରେ […]

  • Wednesday, 14 July 2021
temple
ସ୍ନାନମଣ୍ଡପର ସ୍ଥିତି ଯାଞ୍ଚ କଲା ASI

ଭୁବନେଶ୍ୱର: ଆସନ୍ତା ଜୁନ୍ ୫ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହାକୁ ନଜରରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରିଛନ୍ତି। ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ସଠିକ୍ ଭାବେ ହୋଇଛି ନା ନାହିଁ ତାହା ଯାଞ୍ଚ କରିଛନ୍ତି। ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ଏଭଳି […]

  • Wednesday, 14 July 2021
board
ଜୁନ ୧ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍ ଖାତା ଦେଖା। ଏଥିପାଇଁ ୩୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ ୧.୩୦ରୁ ସଂଧ୍ୟା ୬ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। ଏବେ କେବଳ ଅନଲାଇନ୍ ବିଷୟର ଖାତା ଦେଖା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନ୍ […]

  • Wednesday, 14 July 2021
elephant
ଚନ୍ଦକାରେ ଖୋଲିବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ବିଶ୍ୱସ୍ତରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ରହିଛି।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଶିମିଳିପାଳ-ହଦଗଡ଼ ଏବଂ ବରୁଣେଇ-ନୂଆଗଡ଼ ହାତୀଙ୍କ ନୂଆ କରିଡର ହେବ। ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଜାତୀୟ ରାଜପଥର ଅଣ୍ଡର ପାସ୍ ନିର୍ମାଣ ଚଳିତବର୍ଷ ଶେଷ କରିବାକୁ ମୁଖ୍ୟ ଶାସନ […]

  • Wednesday, 14 July 2021
ips
ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ, ଅଗ୍ନିଶମ ଡିଜି ହେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ।  ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କୁ କେତୋଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ସତ୍ୟଜିତ ମହାନ୍ତି। ସେହିପରି ସେ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ୍ ଡିଫେନ୍ସର କମାଣ୍ଡାଣ୍ଟ ଜେନେରାଲ୍ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ବହନ କରିବେ। ଏପଟେ ସେସୁର ସିଇଓ ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ OSRTCର […]

  • Wednesday, 14 July 2021
main-head
ମହାମାରୀ ସଙ୍କଟ ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆତଙ୍କୀ କୀଟ

ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍-ଫାଓ ଆକଳନ କରିଛି ଯେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି ଏହି ଆତଙ୍କୀ କୀଟ। ଏଭଳି ଯଦି ହୁଏ, ତେବେ କରୋନା ଓ […]

  • Wednesday, 14 July 2021
adivasi
ପଥର ଗୁମ୍ଫାରେ ବିତୁଛି ଜୀବନ

ରାଇରଙ୍ଗପୁର: ଜୀବନ ଭୟରେ ପଥର ଗୁମ୍ଫାରେ ରହୁଛନ୍ତି ଜଣେ ଆଦିବାସୀ ଖଡିଆ ପରିବାର। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଝାଡଖଣ୍ଡ ସୀମାନ୍ତ ମାଙ୍କଡଗୋଡା ଗାଁର ଏହି ଘଟଣା। ଏଇ ଗାଁରେ ରହୁଥିବା ଶନିବାରୀ ଦେହୁରୀଙ୍କୁ ପଡୋଶୀମାନେ ଝଗଡା ପରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଭୟଭୀତ ହୋଇ ଶନିବାରୀ ପରିବାର ସହ ଘର ଛାଡି ଝାଡଖଣ୍ଡ ଅଂଚଳକୁ ପଳାଇ ଯାଇ ସେଠାରେ ଜଙ୍ଗଲରେ ଥିବା ଏକ ପଥର ଗୁମ୍ଫାରେ ରହିଥିଲେ। ଘଟଣା ସଂପର୍କରେ ଜାଣିବା […]

  • Wednesday, 14 July 2021
bande
କୋଭିଡ୍ ଯୋଦ୍ଧାଙ୍କ ପାଇଁ ସାରା ଓଡ଼ିଶା ଗାଇଲା 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଗାଇଲେ ଲୋକେ।  କେବଳ ଜନତା ନୁହଁନ୍ତି, ନେତା, ଅଭିନେତା, ଲୋକପ୍ରିୟ ଗାୟକ ମଧ୍ୟ କରୋନା ମୁକାବିଲାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ବନ୍ଦେ ଉତ୍କଳ ଗାଇଛନ୍ତି। କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ: ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର, ଲୋକସେବା ଭବନରେ […]

  • Wednesday, 14 July 2021
modi-govt
ଲୋକଙ୍କ ପାଖରେ ପହଞ୍ଚିବ ମୋଦିଙ୍କ ରିପୋର୍ଟ କାର୍ଡ

ଭୁବନେଶ୍ୱର: ମୋଦିଙ୍କ ରିପୋର୍ଟ କାର୍ଡକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ରାଜ୍ୟ ବିଜେପି। ଜୁନ୍ ପହିଲାରୁ ମାସେ ଯାଏ ଓଡ଼ିଶାରେ ଡିଜିଟାଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ଚାଲିବ। ଲୋକଙ୍କୁ  ମୋଦି ସରକାରଙ୍କ ପଦକ୍ଷେପ, ସଫଳତା ସମ୍ପର୍କରେ ଅବଗତ କରାଯିବ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଦେଇଥିବା ଚିଠି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେପଟେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶାକୁ ସହଯୋଗ ମିଳିଛି। ସାମ୍ବିଧାନିକ ବ୍ୟବସ୍ଥା […]

  • Wednesday, 14 July 2021
BOLERO
ପୋଲିସ୍‌କୁ ଲୁଚି ପଳାଉଥିଲେ, ଓଲଟି ପଡ଼ିଲା ଗାଡ଼ି

ସୋର: ମଦଭର୍ତ୍ତି କାର ଦୁର୍ଘଟଣାଗ୍ରସ୍ତ। ପୋଲିସ ମଦଭର୍ତ୍ତି କାରକୁ ପିଛା କରୁଥିବା ବେଳେ ଦୁର୍ଘଟଣା ହୋଇଛି। ବାଲେଶ୍ୱର ଜିଲ୍ଲା ସାହାସପୁରା ଗାଁ ନିକଟରେ ନୟନ ଜୋରୀରେ କାରଟି ଓଲଟିଯିବାରୁ ସେଥିରେ ବସିଥିବା ୩ଜଣ ମଦ ବେପାରୀ ସାମାନ୍ୟ ଆହତ ହୋଇଥିଲେ। ୩ଜଣକୁ ପୋଲିସ ଗିରଫ କରିଛି। ପୁରୁଣା ବାଲେଶ୍ୱରରୁ ୩ଜଣ ଯୁବକ ଗୋଟିଏ କାରରେ ୩୦୦ଲିଟରରୁ ଉର୍ଦ୍ଧ୍ୱ ମଦ ଭର୍ତ୍ତି କରି ସୋର ଆଡକୁ ଯାଉଥିବା ବେଳେ ଗୋପାଳପୁର ପୋଲିସ ଏହି କାରକୁ ପିଛା କରିଥିଲେ। ଦ୍ରୁତ […]

  • Wednesday, 14 July 2021