• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ajay
'ଓଡ଼ିଶାର ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି'

ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି କରୋନା ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି, ଏହା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା। ICMR ଗାଇଡଲାଇନ୍ସ ଅନୁଯାୟୀ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। […]

  • Wednesday, 14 July 2021
liquor
ଓଡ଼ିଶାରେ ଅନଲାଇନରେ ବିକ୍ରି ହେବ ମଦ

ଭୁବନେଶ୍ୱର: ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି। ଅନଲାଇନରେ ମଦ ବିକ୍ରି ହେଲେ ବ୍ୟବସାୟୀ ମଦ ନିଗମ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ ଫୁଲଫିଲ କରିପାରିବେନି ବୋଲି କହିଛି ସଂଘ। ଏହାସହ ଗ୍ରାହକଙ୍କ ନିକଟକୁ ମଦ ପହଞ୍ଚାଇବା […]

  • Wednesday, 14 July 2021
fire
ଗାଡ଼ିରୁ ଡିଜେଲ କାଢି ନେଉଥିଲେ ଅଗ୍ନିଶମ କର୍ମଚାରୀ, ଦେଖିଦେଲା ଡ୍ରାଇଭର

କୋରାପୁଟ: ଗାଡ଼ିରୁ ତେଲ କଢାଯିବାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ। ଗତ ୧୭ ତାରିଖ ଦିନ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଥିବା ଅଗ୍ନିଶମ ଗାଡ଼ିରୁ ତେଲ ବାହାର କରିବାକୁ ନେଇ ଡ୍ରାଇଭର ଓ ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୈପାରୀଗୁଡା କାର୍ଯ୍ୟାଳୟରେ ଥିବା ଗାଡ଼ିରୁ ଅଗ୍ନିଶମ ଅଧିକାରୀ ଦୁଇ ଜଣ ଯୁବକଙ୍କୁ ଆଣି ଗାଡ଼ିରୁ ଡ଼ିଜେଲ ବାହାର କରୁଥିବା […]

  • Wednesday, 14 July 2021
reserve
କାଲିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ ଟିକେଟ, ଓଡ଼ିଶାରେ ଏସବୁ ଷ୍ଟେସନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଆସନ୍ତାକାଲିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକେଟ। ଏଥିସହ କମନ୍ ସର୍ଭିସ ସେଣ୍ଟର ଏବଂ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିପାରିବ। ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିଜର୍ଭେସନ୍ କାଉଣ୍ଟର ଖୋଲିବାକୁ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ଜୋନାଲ୍ ରେଲେଓ୍ୱ ନେବେ। ଏହି ଅନୁସାରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନରେ ରିଜର୍ଭେସନ୍ କାଉଣ୍ଟର […]

  • Wednesday, 14 July 2021
village
ଗାଁ ଦାଣ୍ଡରେ ଯୁବକଙ୍କୁ ଠେଙ୍ଗା, ପଥରରେ ମାଡ଼ମରା ଘଟଣାର ୧୦ ଆକ୍ରମଣକାରୀ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀ ପୋଡ଼ାଡିହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୦ ଆକ୍ରମଣକାରୀ ଚିହ୍ନଟ। ଆକ୍ରମଣକାରୀ ଚିହ୍ନଟ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।  ଆକ୍ରମଣକାରୀଙ୍କୁ ଧରିବା ଲାଗି ଏସଡିପିଓଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଛି। ସାମାନ୍ୟ କଥାକଟାକଟିକୁ ନେଇ ଯୁବକ ଜଣଙ୍କୁ ନିର୍ଦ୍ଧୂମ ମାଡ଼ ମାରିଥିଲେ। ୧୦ରୁ ୧୨ ଯୁବକ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ଠେଙ୍ଗା, ବାଡ଼ିରେ ମାଡ଼ ମାରିବା ସହ […]

  • Wednesday, 14 July 2021
modi2222
କାଲି ଓଡ଼ିଶା ଆସୁଛନ୍ତି ମୋଦି, ଆକାଶମାର୍ଗରୁ ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଭୁବନେଶ୍ୱର ଡିସିପି ଏନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, […]

  • Wednesday, 14 July 2021
naveen
ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକେପଟରେ ଯାଇ ଆକାଶମାର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ସଫା ହେବା ସହ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ଯୁଦ୍ଧକାଳୀନ ଭିତ୍ତିରେ […]

  • Wednesday, 14 July 2021
evalution
୨୬ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ଜୁଲାଇରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର: କରୋନା ଓ ବାତ୍ୟା ସ୍ଥିତି ସତ୍ତ୍ୱେ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ।  ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। HSC, SOSC ଓ ମଧ୍ୟମା ପାଇଁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ପୂର୍ବ ନିଷ୍ପତ୍ତି ଅନୁସାରେ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସିଫ୍ଟରେ ଖାତା ଦେଖା ହେବ ଏବଂ […]

  • Wednesday, 14 July 2021
modi
କାଲି ଆକାଶମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିପାରନ୍ତି ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ମୋଦି। ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ଏହାସହ ରାଜ୍ୟ ସରକାରଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବା ସମ୍ଭାବନା ରହିଛି। ତେବେ ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ କ୍ଷୟକ୍ଷତି ଘଟିଛି। ସେପଟେ ଏଥିପାଇଁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି ହେଡକ୍ୱାର୍ଟର […]

  • Wednesday, 14 July 2021
cyclone
ବାତ୍ୟାରେ ୮୯ ବ୍ଲକ ପ୍ରଭାବିତ, ପାଖାପାଖି ୪୫ ଲକ୍ଷ ଲୋକେ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଅମ୍ପନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ଆଲୋଚନା।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏନେଇ ହୋଇଛି ଆଲୋଚନା ହୋଇଛି। ବାତ୍ୟାରେ ୮୯ ବ୍ଲକ ପ୍ରଭାବିତ ହୋଇଛି। ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ଅମ୍ପନ ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବଙ୍କୁ ଏନେଇ ଅବଗତ କରିଛନ୍ତି। ମୁଖ୍ୟ ଶାସନ […]

  • Wednesday, 14 July 2021
puri
ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଆଶା, କମ୍ ସେବାୟତରେ ହେବ ରୀତିନୀତି

ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ଥରର ସ୍ନାନ ଯାତ୍ରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ୍ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ। ଏନେଇ ୨୫ ତାରିଖ ସୁଦ୍ଧା ସେବାୟତଙ୍କ […]

  • Wednesday, 14 July 2021
death
'ଅମ୍ପନ' ନେଲା ଜଣଙ୍କର ଜୀବନ!

ଭୁବନେଶ୍ୱର: ଅମ୍ପନ ବାତ୍ୟାରେ କେନ୍ଦ୍ରାପଡ଼ା ସାତଭାୟାର ଜଣେ ମହିଳାଙ୍କର ମୃତ୍ୟୁ ନେଇ ସୂଚନା ମିଳିଥିବା ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମହିଳା ଜଣକ ହେଲେ ୫୭ ବର୍ଷୀୟା କୋଇଲି ବେହେରା। ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ। ଘଟଣା ସଂପର୍କରେ ବୈଜୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଲେଖିଛନ୍ତି। ଜିଲ୍ଲାପାଳ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବୈଜୟନ୍ତ ଟ୍ୱିଟ କରିଛନ୍ତି। ସେହପରି ବାତ୍ୟା ଅମ୍ପନ […]

  • Wednesday, 14 July 2021
arogya
ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ଗୋଟିଏ ପଟେ ହଜାରେ ଟପିଲା, ଅନ୍ୟପଟେ ଜଣଙ୍କ ଜୀବନ ନେଲା। ପୁଣି ଆଉ ଜଣଙ୍କ ଜାବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଏହାଛଡ଼ା ରାଜ୍ୟରେ […]

  • Wednesday, 14 July 2021
noon
ମଧ୍ୟାହ୍ନ ପୂର୍ବରୁ ଜଗତସିଂହପୁର ଦେଇ ଅତିକ୍ରମ କରିବ ଅମ୍ପନ

ଭୁବନେଶ୍ୱର: ବାତ୍ୟା ଅମ୍ପନ IMDର ପୂର୍ବ ଆକଳନ ଅନୁଯାୟୀ ଗତି କରୁଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ସାଢେ ୮ଟାରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ଅମ୍ପନ ନେଇ ଏହି ତାଜା ସୂଚନା ଦେଇଛନ୍ତି SRC ପ୍ରଦୀପ କୁମାର ଜେନା। ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ। […]

  • Wednesday, 14 July 2021
wind
ଆକଳନ କରାଯାଇଥିବା ଦିଗରେ ଗତି କରୁଛି ଅମ୍ପନ

ଭୁବନେଶ୍ୱର: ବାତ୍ୟା ଅମ୍ପନ ପୂର୍ବାନୁମାନ କରାଯାଇଥିବା ଦିଗରେ ହିଁ ଗତି କରୁଛି। ଏହା ସକାଳ ୭ଟା ସୁଦ୍ଧା ପାରଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି। ଆଜି ଅପରାହ୍ଣରୁ ସଂଧ୍ୟା ଭିତରେ ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଆଜି ସକାଳ ସୁଦ୍ଧା ବାତ୍ୟା ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ସକାଳ ସୁଦ୍ଧା ଘଣ୍ଟାପ୍ରତି ୭୪ […]

  • Wednesday, 14 July 2021
heavy-rain
ଭୀଷଣ ବର୍ଷା ନେଇ ୧୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାରେ ଜୋରଦାର ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସକାଳ ୫ଟା ୩୦ ଯାଏଁ ପ୍ରବଳ ବର୍ଷା ହେବା ନେଇ SRC ଟ୍ୱିଟ୍ କରି […]

  • Wednesday, 14 July 2021
heavy rainfall
ଅଶାନ୍ତ ହେଉଛି ପାରାଦୀପ, ୧୩୫ କିମି ବେଗରେ ପବନ!

ଭୁବନେଶ୍ୱର: ଅମ୍ପନର କରାଳ ରୂପରେ ଅଶାନ୍ତ ହେଉଛି ପାରାଦୀପ। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛ ବର୍ଷା ପବନ। ପାରାଦୀପରେ ବର୍ତ୍ତମାନ ପବନର ବେଗ ୯୬ କିମି ଥିଲେ ବି ଏହା ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଅମ୍ପନର ପ୍ରଥମ ବଡ଼ ପ୍ରଭାବ ପାରାଦୀପ ଅଞ୍ଚଳରେ ପଡ଼ିଛି। ପାରାଦୀପ ଠାରୁ ୧୮୦ କିମି ଦୂରରେ ରହିଛି ଅମ୍ପନ। ଗତ ୬ ଘଣ୍ଟା ଧରି ପ୍ରାୟ ୧୧ ବେଗରେ ଗତି କରୁଛି ଅମ୍ପନ। […]

  • Wednesday, 14 July 2021
evacuted
୧୩ ଜିଲ୍ଲାରେ ରାତ୍ରୀକାଳୀନ ଅପରେସନ୍ ଜୋରଦାର, ୧ ଲକ୍ଷ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରାଜ୍ୟର ସମୁଦ୍ର ଏବଂ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାତି ୧୧ଟା ସୁଦ୍ଧା ୧ ଲକ୍ଷ ୬ ହଜାର ୪୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ଟି ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦ ହଜାର ୯୭୦ ଜଣଙ୍କୁ ୮୨ଟି ସୁରକ୍ଷିତ ସେଲ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଭଦ୍ରକ ଜିଲ୍ଲାରୁ ୨୦ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରୁ ୧୯ ହଜାର […]

  • Wednesday, 14 July 2021
paradeeep
ପାରାଦୀପରେ ବର୍ଷା ପବନ ଆରମ୍ଭ, ୯ହଜାର ଲୋକ ସ୍ଥାନାନ୍ତରିତ

ଜଗତସିଂହପୁର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାର ୯୦୭୬ ଲୋକ କେଉଁ ସ୍ଥାନରୁ କେଉଁଠି ସ୍ଥାନାନ୍ତର କରାଯାଇଛି, ସେନେଇ ସବିଷେଶ ତଥ୍ୟ ରଖିଛନ୍ତି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଏରସମାରୁ ୨୫୦୧ ଜଣ ୩୪ଟି […]

  • Wednesday, 14 July 2021
hit
ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ ଅମ୍ପନ, ୧୮୫ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଭେରି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏବେ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅମ୍ପନ୍’। ଦୀଘାଠାରୁ ୩୯୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅର୍ଥାତ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ […]

  • Wednesday, 14 July 2021
asit-tripathy
ଅମ୍ପନ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ରାତି ଭିତରେ ୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର!

ଭୁବନେଶ୍ୱର: ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି। ବାତ୍ୟା ପୂର୍ବରୁ କିପରି ଲୋକେ ସୁରକ୍ଷିତ ରହିପାରିବେ ଓ ସ୍ଥାନାନ୍ତର ହୋଇପାରିବ, ସେନେଇ ଆଲୋଚନା କରିଥିଲେ। ଏହାସହ ସମ୍ଭାବ୍ୟ କ୍ଷୟକ୍ଷତି ପରେ କଣ […]

  • Wednesday, 14 July 2021
police-mana
ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଡୁଆରେ ପଡ଼ିଲେ ମହିଳା ଆଇଆଇସି

କେନ୍ଦୁଝର: ବଢ଼ିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସାରାଣୀ ଜେନାଙ୍କ ପାଇଁ ଅଡ଼ୁଆ। ଥାନାରେ ଯୁବକଙ୍କୁ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ୍। ଏନେଇ ୪ ସପ୍ତାହରେ ରିପୋର୍ଟ ଦେବାକୁ ସନ୍ଧ୍ୟାରାଣୀଙ୍କୁ OHRC ନୋଟିସ୍ କରିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଏସପିଙ୍କୁ ବି ଜବାବ ମାଗିଛନ୍ତି ମାନବାଧିକାର କମିଶନ୍। ତୁରନ୍ତ IIC ସନ୍ଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର କାଟି ପୀଡ଼ିତଙ୍କୁ ୧୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ଗୃହ ସଚିବ […]

  • Wednesday, 14 July 2021
atyachar
୭ ବର୍ଷର ପୁଅ ଘର କାମ ନକରିବାରୁ ସାବତ ମା' କଲା ଏପରି କାମ

କଟକ: ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ଅଭିଯୋଗ ଆସିଛି କଟକ ସିଡିଏ ସେର-୭ ଅଞ୍ଚଳରୁ। ଘର କାମ ନକରିବାରୁ ଏବଂ ଦୁଷ୍ଟାମୀ କରୁଥିବାରୁ ଛୁରୀକୁ ତତାଇ ଶିଶୁଟିକୁ ଚେଙ୍କ ଦେଇଥିବା ସଂଗୀନ ଅଭିଯୋଗ ବି ଆସିଛି। ଚେଙ୍କ ପ୍ରଭାବରେ ଶିଶୁଟିର ମୁହଁ, ନାକ ଏବଂ ଓଠ […]

  • Wednesday, 14 July 2021
quarnetine
ପୁଣି ଭାଇରାଲ ହେଲା କ୍ୱାରେଣ୍ଟିନ୍‌ ସେଣ୍ଟର କାରନାମା; ଗୋଟିଏ ଖୁସିରେ, ଅନ୍ୟଟି ଦୁଃଖରେ!

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଏଠାରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୧୦୬ ଜଣ ରହୁଛନ୍ତି। ତେବେ ଏମାନଙ୍କ ଭିତରୁ ଗୋଟିଏ ରୁମରେ ଥିବା ୫ ଜଣ ଯୁବକ କ୍ୱାରେଣ୍ଟିନ୍  ଓ ସାମାଜିକ ଦୂରତ୍ୱ ନିୟମ ଭୁଲି ନାଚଗୀତ ଭିଡିଓ ସୁଟିଂ କରିଥିବା ଦେଖାଯାଉଛି। ପରେ ଭିଡିଓକୁ ଟିକଟକ ସୋସିଆଲ ମିଡିଆରେ ଅପଲୋଡ୍ କରିବାରୁ […]

  • Wednesday, 14 July 2021