• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

1
ଡେବ୍ରିଗଡ ଅଭୟାରଣ୍ୟରେ ପୁଣି ଥରେ ଲାଗିବ କ୍ୟାମେରା

ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ପୁଣି ଥରେ ସିସିଟିଭି କ୍ୟାମେରା ଲାଗିବ। ପୂର୍ବରୁ ମାଓବାଦୀଙ୍କ ଗତିବିଧି ଯୋଗୁଁ ଏହି ଜଙ୍ଗଲରୁ କ୍ୟାମେରା ହଟାଇ ଦିଆଯାଇଥିଲା। ଏବେ ବାଘଙ୍କ ଗତିବିଧି ଓ ଉପସ୍ଥିତି ସଂପର୍କରେ ଖବର ରଖିବା ପାଇଁ ପୁଣି ଥରେ କ୍ୟାମେରା ଲଗାଯିବ। ଏଥିସହିତ ପଗ୍ ଇମ୍ପ୍ରେସନ୍ ପ୍ୟାଡ୍ ( ପିଆଇପି) ମଧ୍ୟ ବସା ଯାଇ ବାଘଙ୍କ ପ୍ରକୃତ ସଂଖ୍ୟା ଆକଳନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି। National tiger conservation authority […]

  • Thursday, 15 July 2021
dead
ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

ସମ୍ବଲପୁର: ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ସମ୍ବଲପୁରରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସହର ମଧ୍ୟ ଦେଇଯାଇଥିବା ଟାଙ୍ଗନା ନାଳରୁ ଜଣେ ଶିକ୍ଷକଙ୍କ ମୃତଦେହ ଭାସୁଥିବାର ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତ ଶିକ୍ଷକଙ୍କ ନାଁ ବେଦ ପ୍ରକାଶ। ତାଙ୍କ ଘର ସମ୍ବଲପୁର ସହରର ବାହାଲପଡ଼ାରେ। ସେ ଛତିଶଗଡ଼ରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ଗତ ରାତିରେ ସେ ବାହାରକୁ […]

  • Thursday, 15 July 2021
7
ସେଲ୍‌ଫି ଉଠାଇ ହରଡ଼ଘଣାରେ ଡାକ୍ତର

ଜୟପୁର: ସେଲ୍‌ଫି ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି। ଯିଏ ଯେଉଁଠି ପାରିଲା ସିଏ ସେଠି ସେଲ୍‌ଫି ନେଉଛନ୍ତି। ଏହି ନିଶାରେ ସ୍ଥାନ, କାଳ, ପାତ୍ର କିଛି ବି ଦେଖୁ ନାହାନ୍ତି। ଫଳରେ ଟିକେ ଟିକେ ଅସାବଧାନତା ଯୋଗୁ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଇଛି। ଏହି ସେଲ୍‌ଫି ନିଶା ଯୋଗୁ ଜଣେ ଡାକ୍ତର ହରଡ଼ଘଣାରେ ପଡ଼ି ଯାଇଛନ୍ତି। ଏହି ଡାକ୍ତର ଅପରେସନ୍ ଥିଏଟର (ଓଟି) ଭିତରେ ସେଲ୍‌ଫି ନେଇ ଫଶି ଯାଇଛନ୍ତି। କୋରାପୁଟର ଜୟପୁର ଜିଲ୍ଲା […]

  • Thursday, 15 July 2021
2
ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ

ଗଞ୍ଜାମ: ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିରେ ଏବେ ବି ଲୋକମାନେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ତିତ୍‌ଲିକୁ ତିନି ସପ୍ତାହ ପୂରିବାକୁ ବସିଲାଣି ହେଲେ ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପଞ୍ଚାୟତ ବାସିନ୍ଦା ଏବେ ଯାଏ ମଧ୍ୟ ଅଣ୍ଟା ସଳଖି କରି ପାରିନାହାନ୍ତି। ବାତ୍ୟା ପରବର୍ତ୍ତୀ ଋଷିକୂଲ୍ୟା ବନ୍ୟାରେ ଧୋଇ ହୋଇ ଯାଇଛି ଘର ଦ୍ୱାର ଏବଂ ଭାସିଯାଇଛି ସବୁ ଆସବାବ ପତ୍ର। କେବଳ ପଡ଼ିରହିଛି ଭିଟାମାଟି ଓ ନଷ୍ଟ ହୋଇ ଯାଇଥିବା ଚାଷଜମି। […]

  • Thursday, 15 July 2021
p1
ଆଜିଠୁ ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର […]

  • Thursday, 15 July 2021
polithin
ପଲିଥିନ୍ ବ୍ୟାନ୍‌କୁ ନ ମାନିଲେ ଗଣିବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍‌ ନିୟମକୁ ନ ମାନିଲେ ଜରିମାନା ଲାଗିବ। ଆଜିଠୁ ଖାଉଟି ଏବଂ ବିକ୍ରେତାଙ୍କ ପାଇଁ ଜରିମାନା ରାଶି ଧାର୍ଯ୍ୟ କରିଛି BMC। ଖାଉଟି, ରାସ୍ତାକଡ଼ ଦୋକାନ ଏବଂ ସମସ୍ତ ପ୍ରକାର ହୋଟେଲ ପାଇଁ ଜରିମାନା ରାଶି ଧାର୍ଯ୍ୟ ହୋଇଛି। ଖାଉଟିଙ୍କ ପାଇଁ ୨ ଶହ, ୫ ଶହ ଏବଂ ହଜାରେ ଟଙ୍କା ଜରିମାନା ରହିଛି। ସେହିପରି ପଲିଥିନ୍ ବ୍ୟାନ୍ ନିୟମକୁ ଖିଲାପ କଲେ ରାସ୍ତାକଡ଼ ଦୋକାନ ପାଇଁ ୫ ଶହ, ହଜାରେ […]

  • Thursday, 15 July 2021
1d
ଅାଇଜି ପାର୍କରେ ଇନ୍ଦିରାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭୁବନେଶ୍ୱରରେ ଅାଇଜି ପାର୍କରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିସହ ପିସିସି ସଭାପତିଙ୍କ ସହ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଚଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  • Thursday, 15 July 2021
1a
ଗାଁରେ ପହଞ୍ଚିଲା ଅଚ୍ୟୁତାନନ୍ଦଙ୍କ ମରଶରୀର

ବଲାଙ୍ଗିର: ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଗାଁରେ ତାଙ୍କ ମରଶରୀର ପହଞ୍ଚିଲା ପରେ ଗାଁ ପରିବେଶ ଶୋକାକୁଳ ହୋଇଯାଇଛି। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେୱାଡ଼ା ଅରନ୍‌ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍‌ କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। […]

  • Thursday, 15 July 2021
8
ଆସିଯାଇଛି ପର୍ଯ୍ୟଟନର ଋତୁ ; କାଲିଠୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ବାରିପଦା : ଆସିଯାଇଛି ପର୍ଯ୍ୟଟନର ଋତୁ। ଶିମିଳିପାଳରେ ପୁଣି ପର୍ଯ୍ୟଟକଙ୍କର ଭିଡ଼ ଜମିବ। କାରଣ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ହେଉଛି କାଳିଆଣୀ ଗେଟ୍। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର। ଅଭୟାରଣ୍ୟ ଭିତରେ ଅଛି ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର […]

  • Thursday, 15 July 2021
0
ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର ହୋଇଛି। ଜାହାଜକୁ ବର୍ଥିଂ କରାନଯାଇ ମେଡିଟେରାନିନ୍ ମୁରିଂ ପଦ୍ଧତିରେ ପୋତାଶ୍ରୟ ମଧ୍ୟରେ ବର୍ଥ ଠାରୁ କିଛି ଦୂରରେ ରଖି ସେଥିରୁ ତୈଳ ଖଲାସ୍‌ କରାଯାଇଛି। ୧ ନମ୍ବର ଫର୍ଟିଲାଇଜର୍‌ ବର୍ଥ ନିକଟରେ ଜାହାଜକୁ ଲଙ୍ଗର ପକାଯାଇ ରଖାଯାଇଛି। ପାରାଦୀପ ବନ୍ଦରରେ ଏଭଳି ପ୍ରକ୍ରିୟାରେ ପଣ୍ୟ କାରବାର କରିବାରେ ଏହା ପ୍ରଥମ ଘଟଣା ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ […]

  • Thursday, 15 July 2021
2
ତିତ୍‌ଲି ପରେ ଚାଷୀଙ୍କ ଚକଡ଼ା ଚିନ୍ତା

ରାୟଗଡ଼ା: ପ୍ରଥମେ ତିତ୍‌ଲି ଆଉ ଏବେ ଚକଡ଼ା ପୋକ, ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତିତ୍‌ଲି ପ୍ରଭାବରେ ବ୍ୟାପକ କପା ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଶହ ଶହ ହେକ୍ଟର ଜମିରେ ଚକଡ଼ା ପୋକ ମାଡ଼ି ଯାଇଛି। ଯେତେ କୀଟନାଶକ ସିଞ୍ଚନ କଲେ ମଧ୍ୟ କିଛି ସୁଫଳ ମିଳୁନି। ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ ଶହ ଶହ ହେକ୍ଟର ଜମିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶହ ଶହ […]

  • Thursday, 15 July 2021
1
ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ଆରମ୍ଭ ହୋଇଛି । ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରାଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ୫ଟି ସର୍କଲ ଜେଲ୍ ଏବଂ ଶାଖା […]

  • Thursday, 15 July 2021
1
ଚୌକିରେ ବୁହା ହେଲେ ରୋଗୀ

କୋରାପୁଟ: ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ଡାକ୍ତରଖାନା ନିଆଯାଉଥିବା ନଜରକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ୍‌ରେ ଜଣେ ବୃଦ୍ଧାଙ୍କୁ ଚୌକିରେ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି। ଲମତାପୁଟ୍‌ ବ୍ଲକର ଉପାପଡ଼ା ଗାଁର ଲଚମା ପାତାଲ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ପୁଅ ଓ ସମ୍ପର୍କୀୟମାନେ ଏକ ଚୌକିରେ ପ୍ରାୟ ୨ କିଲୋମଟର ଦୂରରେ ଥିବା ମାଟାମପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୋହି ବୋହି ନେଇଥିଲେ। ଦୁଇ ବର୍ଷ […]

  • Thursday, 15 July 2021
farmer-agitation
ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି। ତେବେ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ୍‌ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଆଜି ସକାଳେ ଶତାଧିକ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ଏହାସହ ସଂଗଠନ ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍‌ ଉଠାଇ […]

  • Thursday, 15 July 2021
1
ମହାବାତ୍ୟାକୁ ପୂରିଲା ୧୯ ବର୍ଷ; ଏବେବି ଲିଭିନି ମହାବାତ୍ୟାର ସେହି କରାଳ ରୂପ

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। କିନ୍ତୁ ଏବେ ଯାଏ ମନରୁ ଲିଭିନି ସେଇ ପ୍ରକୃତିର କରାଳ ରୂପ। ଆଖି ଆଗରେ ଭାସିଯାଇଥିଲେ ପରିବାର ଲୋକ। ଉଜୁଡ଼ି ଯାଇଥିଲା ଜୀବନ ଜୀବିକା। ପ୍ରକୃତିର ତାଣ୍ଡବ ପରେ ଯେଉଁ କେତେଜଣ ବଞ୍ଚିଯାଇଥିଲେ ତାଙ୍କ ପାଇଁ ଦୁର୍ବିସହ ହୋଇ ଯାଇଥିଲା ଜୀବନ। ମହବାତ୍ୟାରେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର ଦାସମଠ ଓ ନଳଭେଡ଼ି ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ମହାବାତ୍ୟାର ୧୯ବର୍ଷ ପରେ ବି ଅନେକ […]

  • Thursday, 15 July 2021
HighCourt
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠୁ ଜେଲ୍‌ରେ ଖୋଲିବ କ୍ୟାମ୍ପ୍‌ କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍‌ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ […]

  • Thursday, 15 July 2021
2
ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ; ଚିନ୍ତାରେ ଚାଷୀ

ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଳକ୍‌ କଅଁରାଳି ଗାଁରେ ଚାଷୀ କରିଥିବା ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି। ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଭଣ୍ଡା ଗଛ ସବୁ ଉଜୁଡ଼ି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଉ ଯେତିକି ଅମୃତଭଣ୍ଡା ଗଛ ସବୁ ରହି ଯାଇଛି, ସିଏ ବି ଧିରେ ଧିରେ ମରିଯାଉଛି।  ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିଛି ଉପାୟ ନପାଇ ଚିନ୍ତାରେ ପଡ଼ି […]

  • Thursday, 15 July 2021
aska
ଭୂତପଙ୍କାଳ ଗାଁରେ ୬ ଜଣ ଭାସିଯିବା ଘଟଣା: ମିଳିଲା ଜଣଙ୍କ ମୃତଦେହ

ଗଞ୍ଜାମ: ବାତ୍ୟା ତିତ୍‌ଲି ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ଗୋଟେ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି। ଅକ୍ଟୋବର ୧୧ ଓ ୧୨ରେ ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁର ୬ […]

  • Thursday, 15 July 2021
school
ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

aiims
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।

tarini
ଆଜି ଘଟଗାଁ ପୀଠରେ ଚଇତି ପର୍ବ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ଆଜି ଚଇତି ପର୍ବ ପାଳନ ହେଉଛି। ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀ ସୁନା ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ ଓ ଚନ୍ଦନରେ ସ୍ନାନ କରାଯାଇଥିଲା।    

  • Thursday, 15 July 2021
vote
ଭୋଟରଙ୍କୁ ପ୍ରବର୍ତ୍ତାଇବା ଭିଡିଓ ଭାଇରାଲ, ପୁନଃ ମତଦାନ ପାଇଁ ଦାବି

ନୂଆପଡ଼ା(ମାୟାଧର ସରଫ) : ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍‌ରେ ଭୋଟ୍‌ ଦେବାକୁ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ପ୍ରବର୍ତ୍ତାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଏହାପରେ ସେଠାକାର ବିଜେପି ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠାରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଏହି ଭିଡିଓରେ କହୁଥିବା ଦେଖିବାକୁ […]

  • Thursday, 15 July 2021
election
ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ରାଜ୍ୟର ୬ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ। ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବ ନିର୍ବାଚନ। ଏହି ୬ ଲୋକସବା ଆସନ ସହ ୪୨ ଗୋଟି ବିଧାନସଭା ଆସନରେ ମଧ୍ୟ ନିର୍ବାନଚ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ। ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେବ। ସେମାନଙ୍କ […]

  • Thursday, 15 July 2021
rathha
ଆଜି ପୁଣି ଟଣା ହେବ ରୁକୁଣା ରଥ

ଭୁବନେଶ୍ୱର: ବଢ଼େଇ ବାଙ୍କରେ ଅଟକି ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ପୁଣି ଟଣା ହେବ। ଗତକାଲି ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଥିବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ଟାରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି […]

  • Thursday, 15 July 2021
chadak
ଚଡ଼କ ମେଳା ଉଦ୍‌ଯାପିତ

ଜଳେଶ୍ୱର(ଅଜିତ ଦାସ): ୧୩ ଦିନ ଧରି ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ବେଶ୍ ଧୁମ୍‌ଧାମରେ ଚାଲିଥିବା ପ୍ରସିଦ୍ଧ ଚଡ଼କ ମେଳା ଉଦ୍‌ଯାପିତ ହୋଇଯାଇଛି। ବିଶ୍ୱାସ ଓ ପରମ୍ପରାର ଅନନ୍ୟ ନିଦର୍ଶନ ଚଡ଼କ ଯାତ୍ରାର ଗତକାଲି ଅନ୍ତିମ ଚରଣ ପାଟ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସକାଳୁ ମାଳ ଚନ୍ଦନ ନୀତି ପରେ ଅପରାହ୍ଣରେ ମାନସିକ କରିଥିବା ପାଟ ଭକ୍ତମାନେ ଦେହରେ କଣ୍ଟା ଫୋଡ଼ି ଭକ୍ତି ଓ କୁଛ୍ର ସାଧନାରେ ନିଆରା ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

  • Thursday, 15 July 2021