• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

8
ଢେଙ୍କାନାଳର ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଢେଙ୍କାନାଳର ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସଞ୍ଜୟ କୁମାରଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ଘର ହରିୟାଣାରେ ଏବଂ ସେ ସେନାର ଜଣେ ଯବାନ ବୋଲି ଜଣାପଡ଼ିଛି। ପୁଲିସ୍‌ର ସୂଚନା ଅନୁସାରେ, ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ସହ ସଞ୍ଜୟଙ୍କ ଫେସବୁକ୍ ମାଧ୍ୟମରେ ପ୍ରଥମେ ସଂପର୍କ ଗଢ଼ିଉଠିଥିଲା। ପରେ ଏହି ସଂପର୍କ ପ୍ରେମରେ ପରିଣତ ହୋଇଥିଲା। ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ନିଜକୁ […]

  • Thursday, 15 July 2021
3
ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍‌ଜନନୀ ମା’ ଦୁର୍ଗା

କେନ୍ଦ୍ରାପଡ଼ା: ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍‌ଜନନୀ ମା’ ଦୁର୍ଗା। ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଦୁର୍ଗା ଭସାଣିରେ ରହିଛି ସ୍ୱତନ୍ତ୍ରତା। ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ଆଣି ହଂସୁଆ ନଦୀରେ ଥିବା ସୁସଜ୍ଜିତ ଡଙ୍ଗାରେ ଭକ୍ତମାନେ ଅଶ୍ରୁଳ ବିଦାୟ ଦେଇଥାନ୍ତି। ପ୍ରଥମେ ଗୋପାଳକମାନେ ମା’ଙ୍କୁ କାନ୍ଧରେ ବୋହିନେଇ ବଜାର ପରିକ୍ରମା କରିଥାନ୍ତି। ପରିକ୍ରମା ପରେ ହଂସୁଆ ନଦୀରେ ଥିବା […]

  • Thursday, 15 July 2021
2
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା: ହଟିଲା ରାସ୍ତାରୋକ

ଭୁବନେଶ୍ୱର: ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳର ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ଦାବିରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଭୁବନେଶ୍ୱର ପଳାଶପଲ୍ଲୀ ନିକଟରେ ଗତକାଲି ଠାରୁ ରାସ୍ତାରୋକ ଚାଲିଥିଲା। ବୀମା ଏଜେଣ୍ଟ୍‌ ଭାବେ କାମ କରୁଥିବା ଏୟାରଫିଲ୍ଡ ଥାନା ଭୋଇ ସାହିର ଦୀପ୍ତିମୟୀ ସେଠୀଙ୍କ ମୃତଦେହ ବେଗୁନିଆ ଥାନା ଟିକାତାଳରେ ଜାତୀୟ ରାଜପଥ କଡ଼ରୁ ମିଳିଥିଲା। ତଣ୍ଟିକଟା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀପ୍ତିମୟୀ ଶୁକ୍ରବାରଠୁ ନିଖୋଜ […]

  • Thursday, 15 July 2021
mao
ନିର୍ବାଚନ ବର୍ଜନ ଦାବିରେ ମାଓ ପୋଷ୍ଟର

କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି। ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଏଭଳି ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ।

  • Thursday, 15 July 2021
gggg
ରାମଚନ୍ଦ୍ରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରାଉ

ଆନନ୍ଦପୁର( ମୁନା ସିଂ):  ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲା କଂଗ୍ରେସ। ଆଜି ବହୁ କଂଗ୍ରେସ କର୍ମୀ ଏକ ରାଲିରେ ବାହାରି ଏସ୍‌ପି ଅଫିସ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଗତ ୨୫ ତାରିଖରେ ରାମଚନ୍ଦ୍ରଙ୍କୁ ହତ୍ୟା କାରାଯାଇଥିଲା। ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ […]

  • Thursday, 15 July 2021
mao
ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ନକ୍ସଲଙ୍କ ଧମକ

ଫୁଲବାଣୀ(ତ୍ରିନାଥ ସାହୁ):  ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ମାଓବାଦୀଙ୍କ ଚେତାବନୀ। କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅଞ୍ଚଳରେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନ୍ ନାଁରେ ଏହି ପୋଷ୍ଟର ମରାଯାଇଛି। ଗୁଛାପଡ଼ା ଛକ ସମେତ ଗୁଛାପଡ଼ାଠାରୁ ବାଇନ୍ଦାପଡ଼ା ରାସ୍ତାର ବିଭିନ୍ନ ଛକ ଓ ଗଛ ଗୁଡ଼ିକରେ ପୋଷ୍ଟର ଦେଖିବାକୁ ମିଳିଛି। ଏପରିକି ସରକାରୀ ବସ୍‌ରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି।

  • Thursday, 15 July 2021
jeep
ସାମୁଦ୍ରିକ ଥାନା ଭଙ୍ଗାରୁଜା ଘଟଣାରେ ୫୨ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ୍‌ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ ପାଲଟିଛି। ଗାଁର ବୋହୂ ବାପଘରୁ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ ଦେଖାଦେଇଥିବା ଗଣ୍ଡଗୋଳରୁ ଥାନା ଭଙ୍ଗାରୁଜା ଯାଏଁ କଥା ଯାଇଥିଲା। ପୁଲିସ୍‌ ଘଟଣାର ସମାଧାନ କରିବାରେ ବିଫଳ ହେବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ଥାନାରେ ପଶି […]

  • Thursday, 15 July 2021
car
କାର୍‌ରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ପଦ୍ମପୁରରୁ ଜବତ ହୋଇଛି ଦୁଇ ଲକ୍ଷ ଟଙ୍କା। ଏମ୍‌ଭିଆଇ ଚେକିଂ ବେଳେ ପଦ୍ମପୁର ମେଲଛା ମୁଣ୍ଡା ନିକଟ ଗୁଦେରପାଲିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି। ଏକ କାର୍‌ରେ ଚାଲାଣ ହେବା ବେଳେ ପୁଲିସ୍ ଏହାକୁ ଜବତ କରିଛି। ଜବତ କାରର ନମ୍ବର ହେଉଛି OD17 K 1166। ସୋହେଲାର ସଞ୍ଜୟ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହା ପାଖକୁ […]

  • Thursday, 15 July 2021
sambit ---1
ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍। ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି। ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍ ଜାରି ହୋଇଛି। ସେପଟେ ସମ୍ବିତ ପାତ୍ର କହିଛନ୍ତି ପୁରୀ ଜିଲ୍ଲାପାଳଙ୍କ ନୋଟିସ୍ ହସ୍ତଗତ ହୋଇନି। ନୋଟିସ୍ ପାଇଲେ ଏହାର […]

  • Thursday, 15 July 2021
subash
ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହ୍ୱାନ

ଭୁବନେଶ୍ୱର: ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ।  ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ ସୁବାସ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ ଇସ୍ତଫା ଦେଇଛନ୍ତି। ଦଳ ଏଥର ତାଙ୍କ ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଘୋର ଅପମାନ ବୋଲି ଗତକାଲି ସୋଶାଲ ମିଡିଆରେ […]

  • Thursday, 15 July 2021
ambulance1
ରୋଗୀଙ୍କୁ ଛାଡ଼ି ଫେରିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରଗୁଡିଆପଡ଼ା ନିକଟରେ ପୋଲ ତଳକୁ ଖସିପଡ଼ିଲା ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡ଼ି ବୁର୍ଲା ଅଭିମୁଖେ ଫେରୁଥିବାବେଳେ ରଗୁଡ଼ିଆପଡ଼ା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ସମେତ ୨ ମେଡ଼ିକାଲ କର୍ମଚାରୀ ଆହତ ହୋଇଛନ୍ତି। ବନ୍ତଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

  • Thursday, 15 July 2021
panda
ବିଜେପିର ବିଜୟ ସଂକଳ୍ପ ସମାବେଶ: ଜଗତସିଂହପୁରରେ ଯୋଗଦେବେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ।  ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବ୍ଲକର ତୁଳସୀପୁର ଗାଁର ବଳଙ୍ଗ ପଡ଼ିଆରେ ଏହି ସମାବେଶ ଅନୁଷ୍ଠିତ ହେବ। ସଭା ପରେ ଶିବରାଜ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ରେମୁଣା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ […]

  • Thursday, 15 July 2021
nirbachan
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ, ବାକି ରହିଥିବା ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ୍‌ କରାଯିବ। ୨୯ ତାରିଖ ସୁଦ୍ଧା ଏହା ପ୍ରତ୍ୟାହାର […]

  • Thursday, 15 July 2021
umarkote
ଜାମୁ ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି।  ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଖବର ପାଇ ପୁଲିସ୍‌ ଗାଁରେ […]

  • Thursday, 15 July 2021
tiger
କଲରାପତରିଆ ବାଘ ଚମଡ଼ା ଜବତ: ୩ ଗିରଫ

ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍‌ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍‌ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ […]

  • Thursday, 15 July 2021
school
ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା

ଭୁବନେଶ୍ୱର:  ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା।  ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବାକୁ ମୋଟ ୬୦ ମୂଲ୍ୟାୟନ କେନ୍ଦ୍ର ହୋଇଛି।  ଏଥର ୧୬ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ।  ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ରେ ଶେଷ ହେବ। ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ବିଶେଷ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।  

  • Thursday, 15 July 2021
nirbachan
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ହେବ। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ଲୋକସଭା […]

  • Thursday, 15 July 2021
Tower
ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର

ରାଉରକେଲା: ମୋବାଇଲ୍ ଟାୱାର ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର। ରାଉରକେଲା ସାରନଗରୀରେ ଥିବା ଏକ ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍‌ ସାମଗ୍ରୀରେ ଆଜି ସକାଳେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ପରେ ଏହା ନିକଟରେ ଥିବା ଏକ ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଘରେ ଥିବା ଲୋକ ଏବଂ ୩ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

  • Thursday, 15 July 2021
boy
ଗ୍ରାହକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ

ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍‌ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ପେଟ୍ରୋଲ୍‌ ପମ୍ପ୍‌ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ୩ ଜଣ ଗ୍ରାହରକଙ୍କୁ ମାଡ଼ […]

  • Thursday, 15 July 2021
shop
ଦୋକାନ ଉପରକୁ ବୋମା ମାଡ଼

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଫୁଟିଲା ବୋମା। ବ୍ରହ୍ମଗିରିର ପଲଙ୍କ ଗାଁରେ ଥିବା ଏକ ଦୋକାନ ଉପରେ ବୋମାମାଡ଼ ହୋଇଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ କ୍ୟାବିନ୍ ଉପରେ ବୋମା ମାଡ଼ କରି ୧୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଚୋରି କରି ନେଇଛି। କିଏ ଓ କାହିଁକି ଏପରି କରିଛି ସେ ନେଇ କୌଣସି ସୂଚନା ମିଳିପାରିନି। ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

  • Thursday, 15 July 2021
bank
ବ୍ୟାଙ୍କ୍‌ କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କ୍‌ର ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ୟାଙ୍କ୍‌ର କାନ୍ଥ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍‌ ଓ ଶାବଳ ଆଦି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଲୁଟେରା ନଷ୍ଟ କରିଦେଇଛନ୍ତି।

  • Thursday, 15 July 2021
puri
ବାଲୁକା କଳାରେ ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ

ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିଛନ୍ତି। ପ୍ରାୟ ୧୫ଟନ୍ ବାଲିରେ ୧୫ଫୁଟ୍‌ ଓସାରର ଏହି ବାଲୁକା କଳା ତିଆରି ହୋଇଛି। ଭାରତରେ ପ୍ରାୟ ୨୨ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ […]

  • Thursday, 15 July 2021
asana
ଆଜି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୧୧ ଓ ୧୮ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ଏହି ଦୁଇ ପର୍ଯ୍ୟାୟ ପାଇଁ ତଥା ୬୩ଟି ବିଧାନ ସଭା ଓ ୯ଟି ଲୋକସଭା ଲାଗି ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଏହି ୯ଟି ଲୋକସଭା ଆସନ ହେଲା ଲାଞ୍ଜିଗଡ଼, ଝରିଗାଁ ଓ ମାଲକାନଗିରି, ପଟ୍ଟାଙ୍ଗି, ବ୍ରଜରାଜନଗର, ବୀରମିତ୍ରପୁର, ଲୋଇସିଂହା, ବଲାଙ୍ଗିର ଓ ଫୁଲବାଣୀ। ତେବେ ଆଜି […]

  • Thursday, 15 July 2021
police
୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୁଲିସ୍‌ ମୁତୟନ

ଜୟପୁର(ଟି ଗୌରୀଶଙ୍କର):  ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ପରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।  ଉଭୟ ସାହିରେ ଫୋର୍ସ ମୁତୟନ କରାଯିବା ସହ ପୁଲିସ୍‌ ଓ ବିଏସଏଫ୍‌ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଘଟଣାସ୍ଥଳରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି।  କାଲି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିଲା।  ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍‌  ବ୍ଲାଙ୍କ […]

  • Thursday, 15 July 2021
police
ବୋହୂ ବାପଘରୁ ଫେରିବାରେ ବିଳମ୍ବ ନେଇ ଗଣ୍ଡଗୋଳ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍‌ର ମଧ୍ୟସ୍ଥତାରେ […]

  • Thursday, 15 July 2021