• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sundari
ବାଘୁଣୀକୁ କାବୁ କରିବାକୁ ଟ୍ରାଙ୍କୁଲାଇଜ୍ ଟିମ୍‌ ସାରା ରାତି ଅନିଦ୍ରା

ଅନୁଗୁଳ: ସାରା ରାତି ଅନିଦ୍ରା ରହି ପରିଶ୍ରମ କରିବା ବୃଥା ଯାଇଛି। ବାଘୁଣୀ ‘ସୁନ୍ଦରୀ’ର ପତ୍ତା ନାହିଁ। ଗତରାତିରେ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ଚକମା ଦେଇ କୁଆଡ଼େ ଛୁ ହୋଇଯାଉଛି ବାଘୁଣୀ। ଗଛ ଉପରେ ମଞ୍ଚା ବାନ୍ଧି ଜଗିବା ସତ୍ତ୍ୱେ ତାର ଖୋଜ ଖବର ନାହିଁ। ଗତ ରାତିରେ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ସଫଳତା ମିଳି ନାହିଁ। ଗତକାଲିଠାରୁ ଚାଲିଛି ଏହି ଅପରେସନ୍‌। ଟ୍ରାଙ୍କୁଲାଇଜ୍‌ କରି ‘ସୁନ୍ଦରୀ’କୁ ସୁରକ୍ଷିତ ଭାବେ ଯନ୍ତାରେ ରଖା ଯିବ।  […]

  • Thursday, 15 July 2021
2
ଆସନ୍ତାକାଲି ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମହିଳା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟାଳୟରେ ସ୍ୱାଭିମାନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶା କଂଗ୍ରେସର ବହୁ ନେତାଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ନିଶା ମୁକ୍ତ ଓଡ଼ିଶା ଗଠନ, ବିଧାନସଭା ଓ ସଂସଦରେ ସଂରକ୍ଷଣ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସରକାର ଫେଲ୍‌ […]

  • Thursday, 15 July 2021
1
ଝାରପଡ଼ା ଜେଲ୍‌ ଗଲେ ଅଭିଜିତ ଆୟାର

ଭୁବନେଶ୍ୱର: ଅଭିଜିତ ଆୟାରଙ୍କୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଜିତଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ SDJMଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅଭିଜିତ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପଟେ କୋଣାର୍କ ଥାନାରେ ବି ତାଙ୍କ ବିରୋଧରେ ଏତଲା ଥିବାରୁ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋଣାର୍କ ପୁଲିସ୍‌ ମଧ୍ୟ SDJM କୋର୍ଟରେ […]

  • Thursday, 15 July 2021
chiken
ବାର୍ଡ ଫ୍ଲୁ ଆତଙ୍କ: ଆଜି ବି ଜାରି ରହିବ କୁକୁଡ଼ା ମରା ଅଭିଯାନ

କଟକ(ବିବର୍ତ୍ତନ ପଣ୍ଡା): ବାର୍ଡ ଫ୍ଲୁର ପ୍ରତିକାର ପାଇଁ ଆଜି ବି କଟକର ବିଭିନ୍ନ ସ୍ଥାନରେ କୁକୁଡ଼ାମରା ଅଭିଯାନ ଜାରି ରହିବ। ଗତକାଲି କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଯାଇଥିଲା। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ […]

  • Thursday, 15 July 2021
7
ଅବହେଳା ଅଭିଯୋଗ ଆଣି ରିଲିଫ୍‌ କ୍ୟାମ୍ପ୍‌ ଛାଡ଼ିଲେ ଲୋକେ

ଗଜପତି: ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ଅବହେଳା ଅଭିଯୋଗ। ବାତ୍ୟା ଆଶ୍ରୟସ୍ଥଳରେ ଖାଇବାକୁ ମିଳିଲା ନାହିଁ। ଫଳରେ  ଖାଇବାକୁ ନ ପାଇ ଲୋକେ ରିଲିଫ୍‌ କ୍ୟାମ୍ପ୍‌ ଛାଡିଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଜୁରୀପଦା ଆଶ୍ରୟସ୍ଥଳ ଛାଡ଼ି ପଳାଇଛନ୍ତି। ବାତ୍ୟା ପରେ ବର୍ଷାରେ ପଥର ଅତଡ଼ା ଖସିବାରୁ ରାଗେଇଝୋଲି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ଯିବାରୁ ଲୋକମାନେ ଖଜୁରୀପଦା ଆଶ୍ରୟସ୍ଥଳରେ ରହୁଥିଲେ। ହେଲେ ସେଠାରେ ଠିକ୍ ଭାବେ ଖାଇବାକୁ ନମିଳିବାରୁ ଲୋକମାନେ ଆଶ୍ରୟସ୍ଥଳ ଛାଡ଼ି […]

  • Thursday, 15 July 2021
representational image
ଡ୍ରେନ ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଯାଜପୁର ଜିଲ୍ଲା ଚୋରଦା ଛକ ନିକଟ ଏକ ଡ୍ରେନ୍‌ ମଧ୍ୟରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଶିଶୁପୁତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଶିଶୁପୁତ୍ରକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ଛାଡି ଚାଲି ଦେଇଥିଲେ  ସେନେଇ ପୁଲିସ୍‌ ତଦନ୍ତ ଚଳାଇଛି।

  • Thursday, 15 July 2021
6
ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର

ଭୁବନେଶ୍ୱର: ତିତ୍‌ଲି ପ୍ରଭାବିତ ଜିଲ୍ଲାମାନଙ୍କରେ ଏଲ୍‌ପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ  ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତିତ୍‌ଲି ପ୍ରଭାବରେ ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡ଼ା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲ୍‌ପିଜି ଉପଭୋକ୍ତାମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ  ପଦକ୍ଷେପ ନେଇଛନ୍ତି। ବାତ୍ୟା […]

  • Thursday, 15 July 2021
3
କ୍ୟାମେରାରେ କଏଦ ହେଲା ‘ସୁନ୍ଦରୀ’ର ଗତିବିଧି

ଭୁବନେଶ୍ୱର: ରାତି ଅନ୍ଧାରରେ ଠାବ ହେଲା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ବାଘୁଣୀଟି ରହିଛି। ସେହି ଗାଁରେ ଏକ ବଳଦକୁ ଝୁଣି ଖାଇଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ ‘ସୁନ୍ଦରୀ’ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ସୁନ୍ଦରୀକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଛି। ଆଇନଶୃ଼ଙ୍ଖଳା ପରିସ୍ଥିତି ଦୃଷ୍ଟିରୁ  ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ […]

  • Thursday, 15 July 2021
1
ତିତ୍‌ଲିର ୧୨ ଦିନ ପରେ ପଥର ତଳୁ ଉଦ୍ଧାର ହେଲା ମୃତଦେହ

ଗଜପତି: ତିତ୍‌ଲିର ୧୨ ଦିନ ପରେ ଉଦ୍ଧାର ହେଲା ମୃତଦେହ। ତିତ୍‌ଲିରେ ପ୍ରଭାବିତ ଗଜପତି ଜିଲ୍ଲା କଇଁପୁର ପଞ୍ଚାୟତ ସୁଆବା ଗାଁର ଶେଖର ଶବରଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ଗାଁ ନିକଟ ଏକ ପଥର ତଳୁ ଶେଖରଙ୍କ ମୃତଦେହ ଠାବ ହୋଇଥିଲା। ଏହାପରେ ପୁଲିସ୍‌ କର୍ମୀ ଓ ଗାଁ ଲୋକଙ୍କ ସହାୟତାରେ ପ୍ରାୟ ୪ କିଲୋମିଟର କାନ୍ଧରେ ବୋହି ମୃତଦେହକୁ ଅଣାଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।  

  • Thursday, 15 July 2021
kkkkk
ଜଙ୍ଗଲରୁ ୪ ଅପରାଧୀ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଘିଆପଡ଼ା ନିକଟସ୍ଥ ଜଙ୍ଗଲରୁ ୪ ଅପରାଧୀ ଗିରଫ। ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି ପୁଲିସ୍‌। ପାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ଜଙ୍ଗଲର କିଛି ଅପରାଧୀ ହିଂସାକାଣ୍ଡ ଘଟାଇବା ନିମନ୍ତେ ଯୋଜନା କରୁଥିବାର କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ସେହି ସମୟରେ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍‌।

  • Thursday, 15 July 2021
elephant
କାନ୍ଥ ଭାଙ୍ଗିଲେ, ଧାନ ଖାଇଲେ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗାଁ ମୁହାଁ ହୋଇଛନ୍ତି କୁଳଡ଼ିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପ୍ରବେସ କରିଥିଲେ। ଗାଁରେ ପ୍ରଭାକର ପାତ୍ରଙ୍କ ଘରେ ପଶି ହାତୀପଲ ତାଙ୍କ ଘର କାନ୍ଥ ଭାଙ୍ଗି ଦେବା ସହିତ ଧାନ ସବୁ ଖାଇଦେଇଛନ୍ତି। ହାତୀ ଦେଖି ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।

  • Thursday, 15 July 2021
hhhhh
ଭାଲୁର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଖଇରପୁଟ ପାଣ୍ଡରାଗୁଡା ଗାଁ ନିକଟରୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବୃତ ଭାଲୁଟି ମାରି ତାର ନଖ କାଟି ନେଇଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।

  • Thursday, 15 July 2021
devi
‘ପ୍ରେମ କୁମାର’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନବମ ଫିଲ୍ମ ଫେୟାର ଆୱାର୍ଡ ଆୟୋଜିତ ହୋଇଯାଇଛି। ଏଥର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କମେଡି କିଙ୍ଗ୍‌ ଜନି ଲିଭର। ଚଳିତ ବର୍ଷ ୨୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ‘ପ୍ରେମକୁମାର’କୁ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ମିଳିଛି। ସେହିପରି ବାବୁସାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା, ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ପ୍ରେମାନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ […]

  • Thursday, 15 July 2021
money
୧୨୦ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ ହେଲା ବ୍ରାଉନ୍‌ସୁଗର। ଆଜି ଭୋରରୁ ଜଳେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୨୦ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଇଣ୍ଡିଗୋ କାରରେ ଧଳା ଜହର ଭୁବନେଶ୍ୱରକୁ ଆସୁଥିବା ବେଳେ ଅବକାରୀ ବିଭାଗ ୬୦ ନମ୍ବର NHର […]

  • Thursday, 15 July 2021
1
ଶୌଚାଳୟ ନିର୍ମାଣ ପାଇଁ ମିଳୁନି ହିତାଧିକାରୀଙ୍କୁ ଟଙ୍କା

ଆଳି(ବନମାଳି ସାହୁ): କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ଗାଁ ଗହଳିର ଗରିବ ଲୋକମାନଙ୍କୁ ସୁବିଧାରେ ପାଇଖାନା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ହିତାଧିକାରୀମାନଙ୍କୁ ୧୨ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିକୁ ୨ବର୍ଷ ହେବ ପାଇଖାନା ର୍ନିମାଣ କରିସାରିଥିଲେ ମଧ୍ୟ ହିତାଧୀକାରୀଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡି ନିରାଶ ହେଉଛନ୍ତି। ଗତ ୨ […]

  • Thursday, 15 July 2021
6
ଗଜଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ସହର

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାପାଇଁ ଢେଙ୍କାନାଳ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଗୁଡିକରେ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି। ଅନ୍ୟପଟେ ବିଭିନ୍ନ ପୂଜାକମିଟି ପକ୍ଷରୁ ତୋରଣ ଓ ଲାଇଟ୍‌ ସାଜସଜା ଚାଲିଛି। ୧୧ ଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ପାଇଁ ସହରରେ ୪୦ଟି ସ୍ଥାନରେ ମେଢ଼ ନିର୍ମାଣ ଚାଲିଛି। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିବା ସହିତ ଶାନ୍ତି କମିଟି […]

  • Thursday, 15 July 2021
12
ପାଟଣାଗଡ଼ରୁ ଜବତ ହେଲା ୮ଲକ୍ଷ ଟଙ୍କା

ସୋନପୁର(ରବିନ୍ଦ୍ର ହୋତା): ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା, ଗଂଜାମ ପରେ ଏବେ ସୋନପୁର ଓ ପାଟଣାଗଡ଼ରୁ ଜବତ ହୋଇଛି ବେନାମୀ ଟଙ୍କା। ପାଟଣାଗଡ଼ ବର୍ଥଲା ଛକରେ ଯାନବାହନ ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ ହୋଇଛି। ଏକ ମାରୁତି ବ୍ରିଜ୍ କାର୍‌ରେ ଓଡ଼ଇପାଲି ଗାଁର ଚୁଡ଼ାମଣି କଟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଧରିଛି। ଚୂଡ଼ାମଣି ତାଙ୍କ କପା ମିଲ୍ ପାଇଁ ଏହି ଟଙ୍କା ନେଉଥିବା କହିଛନ୍ତି। ସେପଟେ ପୁଲିସ […]

  • Thursday, 15 July 2021
1
ଏବେବି ଯାଇନି ତିତ୍‌ଲି ଦୁଃଖ

ଗଞ୍ଜାମ: ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏ ହୋଇଥିବା କ୍ଷୟକ୍ଷତିରେ ସୁଧାର ଆସିନି। ବିଶେଷ କରି ତିତ୍‌ଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି। ୧୨ ଦିନ ହେବ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି। ତିତ୍‌ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏକ ବିରାଟ ଘାଇ କାରଣରୁ ଧୋଇ ଯାଇଥିବା ରେଳଧାରଣା ଏବେ […]

  • Thursday, 15 July 2021
body1
ପୁଅ, ଝିଅଙ୍କୁ ବିଷ ଦେଇ ପୋଖରୀକୁ ଫିଙ୍ଗି ଦେଲା ମା’

ନୟାଗଡ଼: ପୁଅ, ଝିଅକୁ ବିଷ ଦେଇ ପୋଖରୀକୁ ଫିଙ୍ଗିଦେଲା ମା’। ଏହାସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମେଡ଼ିକାଲ୍‌ ନେବାବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପଟେ, ମା’କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଏହି ଘଟଣା ଘଟିଛି। କଲ୍ୟାଣୀ ଖୁଣ୍ଟିଆ ନାମକ ଜଣେ ମହିଳା ନିଜର ୫ ବର୍ଷୀୟ […]

  • Thursday, 15 July 2021
sundari
‘ସୁନ୍ଦରୀ’କୁ ଧରିବା ପାଇଁ କସରତ

ଅନୁଗୁଳ: ଗତକାଲିର ଉତ୍ତେଜନା ପରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍‌କ୍ଲୋଜର୍ ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍ କରିବା ପାଇଁ  ଗତକାଲି ରାତିରେ ଅନୁଗୁଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍‌ରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର ଅଛନ୍ତି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପାଖାପାଖି ଦେଢ଼ମାସ […]

  • Thursday, 15 July 2021
representational image
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାସୁଦେବପୁର: ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଞ୍ଜନ ଓ ଗୀତାରାଣୀ ମଳିକ। ସୂଚନା ଅନୁସାରେ, ଗାଁର ଭଶାଳୀ ମଳିକଙ୍କ ପୁଅ ରଞ୍ଜନ ୬ମାସ ତଳେ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳର ଗୀତାଙ୍କୁ  ଭଲ ପାଇ ବିବାହ କରିଥିଲେ। ବିବାହର କିଛିଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଗତକାଲି କୌଣସି କାରଣରୁ ଦୁଇଜଣ ନିଜର […]

  • Thursday, 15 July 2021
2
ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଥିବା SBI ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ ଲୁଟେରାମାନେ ଏଟିଏମ୍ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରାର ତାରକୁ କାଟିବା ପରେ ଲୁଟ୍ ଉଦ୍ୟମ କରିଥିଲେ। ଏଟିଏମ୍‌ର ଆଇରନ ଚେଷ୍ଟ ଭାଙ୍ଗିବାକୁ ଚେଷ୍ଟା କରି ସେମାନେ ବିଫଳ ହେବାରୁ ଚାଲି ଯାଇଥିଲେ। ଏହି ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

  • Thursday, 15 July 2021
vote
ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି

ଭୁବନେଶ୍ୱର:  ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ହେଉଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ସରିବ। ଏହାପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ। ହାଇକୋର୍ଟ ବାର୍ କାଉନ୍‌ସିଲ ସମେତ ଅନ୍ୟ ବାର୍ କାଉନ୍‌ସିଲ୍‌ରେ ଆଜି ଭୋଟ୍ ଗ୍ରହଣ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ‘ୱାନ୍ ବାର ୱାନ୍ ଭୋଟ୍’ ନୀତି ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ନିୟମ ଅନୁସାରେ […]

  • Thursday, 15 July 2021
2
ଚାନ୍ଦି ଅଳଙ୍କାରରେ ଝଲସିବେ ମା’ ଲକ୍ଷ୍ମୀ

କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଚମକିବ ଚାନ୍ଦି ମେଢ଼। ତାରକସି କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ମେଢ଼ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କଟକ ତାରକସିର ସୂକ୍ଷ୍ମ କାରୁକଳା ଚଳିତ ବର୍ଷ ଦେଖିବାକୁ ମିଳିବ। ଚଳିତ ବର୍ଷ ପ୍ରଥମ କରି କାକଟ ମଙ୍ଗଳା କ୍ଲବ୍‌ ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ ହେଉଛି। ପାଖାପାଖି ୪୨ କିଲୋ ଚାନ୍ଦିର ବ୍ୟବହାର ହୋଇଥିବା ମେଢ଼ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। […]

  • Thursday, 15 July 2021
9
୫ ଦିନ ଧରି ଚାଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ପୁରୀ: ପୁରୀ ଜିଲ୍ଲା କୋଣାର୍କ ନାଗାମଠ ଗାଁରେ ଭିନ୍ନ ଢଙ୍ଗରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଦଶହରାଠାରୁ ପାରମ୍ପରିକ ନୀତିରେ ହେଉଥିବା ଏହି ପୂଜା ୫ ଦିନ ଧରି ଚାଲିବା ପରେ କୁମାର ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଥାଏ। ଏହି ପୂଜାର ନୀତି ଗୁଡ଼ିକ ମୁଖ୍ୟତଃ କୁମାରୀମାନଙ୍କ ଦ୍ୱାରା କରାଯାଇଥାଏ।  କୁମାରୀମାନେ ପ୍ରଥମେ କଳସ ଧରି ଗାଁ ପରିକ୍ରମା କରିଥାନ୍ତି। ଦଶହରା ସରିବା ପରେ କୁମାରୀମାନେ ମିଶି ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପରଠାରୁ […]

  • Thursday, 15 July 2021