• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

murder
ବିଭୂତି ଭୂଷଣ ଜେନା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁଲୁଡ଼ା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ନିରଞ୍ଜନ ଜେନାଙ୍କୁ ପୁଲିସ୍‌ ଗିରଫ କରିଛି। ଗତ ୧୭ ତାରିଖରେ ନିରଞ୍ଜନ ଛୁରୀ ଭୁସି ଅତି ବୀଭତ୍ସ ଭାବେ ବିଭୂତିଙ୍କୁ ହତ୍ୟା କରିଥିଲା। ତେବେ ଟଙ୍କା କାରବାରକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଲିସ୍‌ କହିଛି।

  • Thursday, 15 July 2021
family
ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଗଟେସରବରପଡ଼ାରେ ଗୋଟିଏ ପରିବାର ଉପରକୁ ସଂଘବନ୍ଧ ଆକ୍ରମଣ ହୋଇଛି। କିଛି ଯୁବକ ଦୈତାରୀ କୁମ୍ଭାରଙ୍କ ଘର ଭିତରକୁ ଧଶେଇ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ପରିବାର ଲୋକଙ୍କୁ ମାଡ଼ପିଟ୍‌ କରିବା ସହ ସବୁ ଜିନିଷ ଭଙ୍ଗାରୁଜା କରିଛନ୍ତି। ଏଥିରେ ଦୈତାରୀଙ୍କ ସହ ପରିବାର ଅନ୍ୟ ସଦସ୍ୟ ବି ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ କାକା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା ପୁଲିସ୍‌ ଘଟଣାର ତଦନ୍ତ […]

  • Thursday, 15 July 2021
atm
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Thursday, 15 July 2021
gun-attack
ଗୁଳିମାଡ଼ରେ ବୃଦ୍ଧ ଗୁରୁତର

ଖୋର୍ଦ୍ଧା: ଗୁଳିମାଡ଼ରେ ବୃଦ୍ଧ ଗୁରୁତର। ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ତେନ୍ତୁଳିମୂଳ ଗାଁରେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଯୁଧିଷ୍ଠିର ମହାପାତ୍ର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଏସ୍‌ଡିପିଓ ଏବଂ ଜଙ୍କିଆ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି।

  • Thursday, 15 July 2021
sameer
ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ବି ପଦକ୍ଷେପ ନେଇନାହାନ୍ତି CEO। ବିଜେପି ନା କେନ୍ଦ୍ର ସରକାର ଚାପରେ ପଦକ୍ଷେପ ନିଆଯାଉନାହିଁ ସେ ବିଷୟରେ ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ କହିଛି। ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା […]

  • Thursday, 15 July 2021
women
ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପୁଅର ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ୫ ଜଣ ବଳପୂର୍ବକ ବିଷ ପିଆଇ ଦେଇଛନ୍ତି। ଗତକାଲି ସ୍ୱାମୀ ସହ ଝଗଡ଼ା ହେବା ପରେ ମହିଳା ଜଣକ ଘରୁ ପଳାଇ ଆସି ତାଙ୍କ ସାଙ୍ଗ ଘରେ ରହିଥିଲେ। ଆଜି କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ବିଷ ପିଆଯାଇଛି, ତାହା […]

  • Thursday, 15 July 2021
bottle
କୋରେକ୍ସ ବୋତଲ ଜବତ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ ହୋଇଛି। ୨ଟି ଗାଡ଼ିରୁ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ବୋତଲ ଜବତ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। କିନ୍ତୁ କୋରେକ୍ସ ବୋତଲ କେଉଁଠିକୁ ଚାଲାଣ ହେଉଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

  • Thursday, 15 July 2021
brother
ବଡ଼ ଭାଇ ନେଲା ସାନ ଭାଇର ଜୀବନ

ପାରାଦୀପ(ରମାନାଥ ନାୟକ): ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଏହି ଜଘନ୍ୟକାଣ୍ଡ ଘଟିଛି ପାରାଦୀପ ନୂଆବଜାରରେ। ମୃତକ ଜଣକ ହେଲେ ସୁଦୀପ୍ତ ସ୍ୱାଇଁ।  ତାଙ୍କ ବୟସ ପ୍ରାୟ ୩୨ ବର୍ଷ ହେବ।  କୌଣସି କାରଣରୁ ଆଜି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ବଡ଼ ଭାଇ ରକ୍ତମୁଖା ହୋଇ ଉଠିଥିଲା। ଆଉ ତାପରେ ସାନ ଭାଇ ଉପରେ ଆକ୍ରମଣ କରିଥିଲେ।  ତା ଆକ୍ରମଣରେ ସାନଭାଇ ସୁଦୀପ୍ତଙ୍କ ମୃତ୍ୟୁ ହୋଇଛି।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି […]

  • Thursday, 15 July 2021
stone
ଆଜି କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସାଙ୍ଗରୁ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଝଡ଼ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। […]

  • Thursday, 15 July 2021
basta
ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ଭଦ୍ରକ(ତପନ ସ୍ୱାଇଁ): ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ। ଏହି ଆନ୍ଦୋଳନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଦେଖିବାକୁ ମିଳିଛି। ସେଠାରେ ଚାଷୀମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରିଫ ଋତୁରେ ୨୨ଟି ସମିତି ଜରିଆରେ ଧାନକିଣା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ମିଳିଥିବା ଟାର୍ଗେଟ ଅନୁସାରେ ସମିତି ଗୁଡ଼ିକ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା। ଏମିତିକି ସମିତିରେ ଆଣି ଚାଷୀ ଧାନ ଗଦା କରୁଥିଲେ ବି, ମିଲର ନେଉ […]

  • Thursday, 15 July 2021
boy
ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଆସ୍କା(ମନୋଜ ମୁନି): ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗାଁରେ। ଆଜି ସକାଳୁ ଅଜଣା ଯୁବକକୁ ଚୋର ସନ୍ଦେହରେ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗାଁରେ ବୁଲାଇଥିଲେ ଲୋକେ। ପରେ ତାଙ୍କୁ ଲଣ୍ଡା କରିବା ସହ ଅମାନୁଷିକ ଭାବେ ପିଟିଥିବା କୁହାଯାଉଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା।

  • Thursday, 15 July 2021
sand
ଏନଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ

ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍‌ଭାର୍ଣ୍ଣମେଣ୍ଟ ଇମ୍ପା ଆସେସ୍‌ମେଣ୍ଟ ଅଥରିଟି ସ୍ଥାନୀୟ ଜଳେଶ୍ୱର ତହସିଲଦାର ଓ ବାଲିଖାଦାନ ମାଲିକଙ୍କୁ ବେଆଇନ ବାଲିଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Thursday, 15 July 2021
ramnathh
ପ୍ରଦୀପ ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର

ନୂଆଦିଲ୍ଲୀ: ଓଡିଶାର ସିଆରପିଏଫ୍ କନେଷ୍ଟବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କୁ  ମରଣୋତ୍ତର କୀର୍ତ୍ତି ଚକ୍ର ପୁରସ୍କାର ଦିଆଯାଇଛି। ସହିଦ ପ୍ରଦୀପ କୁମାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।  ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ଜୈଶ-ଏ -ମହମ୍ମଦ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ ପ୍ରଦୀପ ସହିଦ୍‌ ହୋଇଥିଲେ। ଦକ୍ଷିଣ କାଶ୍ମୀରରେ  ଏକ ସିଆରପିଏଫ୍ ଟ୍ରେନିଂ କ୍ୟାମ୍ପ […]

  • Thursday, 15 July 2021
elephant
ନୀଳଗିରିରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ପ୍ରାୟ ୨୫ରୁ ଅଧିକ ହାତୀ ଆସି ମୟୂରଭଞ୍ଜ ରାସ୍ତାର ନୀଳଗିରି ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏବେ ଏହି ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛନ୍ତି। ହାତୀପଲ ଦ୍ୱାରା ଯେପରି ଜନଜୀବନ କ୍ଷତିଗ୍ରସ୍ତ ନ ହେବ, ସେଥିପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି। ଗାଁରେ ଫସଲ ହୋଇଥିବାରୁ ହାତୀଗୁଡ଼ିକ ଗାଁ ଭିତରକୁ ପଶିବା ନେଇ ଲୋକେ ଆଶଙ୍କା କରିଛନ୍ତି। […]

  • Thursday, 15 July 2021
social-media
ଆଜି ସୋଶାଲ୍‌ ମିଡିଆ ପ୍ରତିନିଧିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସୋଶାଲ୍‌ ମିଡିଆ ପ୍ରତିନିଧିଙ୍କ ସହ ଆଜି ନିର୍ବାଚନ କମିଶନଙ୍କ ବୈଠକ ବସିବ। ଏହି ବୈଠକରେ ବିଭିନ୍ନ ସୋଶାଲ ମିଡିଆ ସଂସ୍ଥାର ବରିଷ୍ଠ ଅଧିକାରୀ ଯୋଗଦେବେ। ନିର୍ବାଚନ ସମୟରେ ସୋଶାଲ ମିଡିଆରେ ଛଡ଼ା ଯାଉଥିବା ବିଷୟବସ୍ତୁ ଉପରେ ନିର୍ବାଚନ କମିଶନର ଆଲୋଚନା କରିବେ। ବିଶେଷ କରି ଆଦର୍ଶ ଆଚରଣ ବିଧି ନେଇ ବୈଠକରେ ସୋଶାଲ୍‌ ମିଡିଆ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ନିର୍ବାଚନ କମିଶନ ନିର୍ବାଚନ ବେଳେ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ସୋଶାଲ୍‌ […]

  • Thursday, 15 July 2021
sbi
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମଧୁପୁରା ପଞ୍ଚାୟତ କାଣ୍ଡ ଗାଁରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଏହି ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଙ୍କ କର୍ମଚାରୀ ପହଞ୍ଚିଲେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ଜଣାପଡ଼ିବ।

  • Thursday, 15 July 2021
dead-body
ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କଟକ: କଟକ ଜିଲ୍ଲା ମାହାଙ୍ଗା ପଲ୍ଲି ସାହିରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ହାଟପଡ଼ାର ଧ୍ରୁବଚରଣ ସାହୁ। ଆଜି ସକାଳେ ଧ୍ରୁବ ପଲ୍ଲୀସାହି-ଏରକଣା ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ […]

  • Thursday, 15 July 2021
puri
ବାଲୁକା କଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ପାରିକରଙ୍କ ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭି଼ଡ଼ ଲାଗିଥିଲା। ବର୍ଷେଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଗତ ରବିବାର ସନ୍ଧ୍ୟାରେ ପାରିକର […]

  • Thursday, 15 July 2021
rajya
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୨୬ ଓ ଏହାକୁ ମାର୍ଚ୍ଚ ୨୭ରେ ଯାଞ୍ଚ୍‌ କରାଯିବ। […]

  • Thursday, 15 July 2021
naveen
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ […]

  • Thursday, 15 July 2021
leave3
କଦଳୀ ବଗିଚା ନଷ୍ଟ କରିଦେଲେ ହାତୀ ପଲ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।

  • Thursday, 15 July 2021
death
ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ବରଗଡ଼( ଦୀପକ ଶର୍ମା):  ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରିଛି ପୁଅ।  ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ତରଭା ଗାଁରୁ। ମୃତକଙ୍କ ନାଁ ପର୍ଶୁରାମ ସାହୁ। ପୁଅ କମ୍ପାଲ ସାହୁ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଘର ଭିତରେ ପୋତି ଦେଉଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ତାସହ ମୃତଦେହକୁ ଜବତ […]

  • Thursday, 15 July 2021
accident
ଦୁଇଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ସୋର(ଶଶିକାନ୍ତ ବେହେରା): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ୨ଟି ଦୁର୍ଘଟଣା ହୋଇଛି।ସେହି ଦୁଇଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସିମୁଳିଆ ଜଳଙ୍ଗର ନରହରି ରଣା ବାଇକରେ ଘରକୁ ଫେରୁଥିବାବେଳେ ଚନ୍ଦନପୁର ବଜାର ପାଖରେ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା।  ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ତେବେ […]

  • Thursday, 15 July 2021
fire
ବଜାରରେ ଲାଗିଗଲା ନିଆଁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ସୋମପୁର ବଜାରରେ ନିଆଁ ଲାଗି ଗୋଟିଏ ଦୋକାନ ସହ ୨ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ବୁଲାକି ସାହୁଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ପରେ ଦୋକାନକୁ ଲାଗି ରହିଥିବା ହେଦାୟଦ ଶାହାଙ୍କ ୨ ବଖରା ଘର ପୋଡ଼ି ଯାଇଥିଲା। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡର କାରଣ […]

  • Thursday, 15 July 2021
parikara
ଓଡ଼ିଶା ଗସ୍ତ ବେଳେ ଗୁରୁଙ୍କୁ ଭେଟିବାକୁ ଭୁଲି ନଥିଲେ ପାରିକର

ଭୁବନେଶ୍ୱର: ଶେଷ ଥର ପାଇଁ ୨୦୧୬ ଜୁନ୍‌ରେ ଓଡ଼ିଶା ଆସିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ। ଏହି ଗସ୍ତ ସମୟରେ କଟକରେ ବିଜେପିର ବିକାଶ ଉତ୍ସବ ତଥା ବୁଦ୍ଧିଜୀବୀ ସମାବେଶରେ ପାରିକର ସାମିଲ ହୋଇଥିଲେ। ତେବେ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ପାରିକରଙ୍କ ଗୁରୁ ଜଣେ ଓଡ଼ିଆ ହୋଇଥିବା ବେଳେ ତାଙ୍କ ଘର ଭୁବନେଶ୍ୱରରେ। ତାଙ୍କ ଗୁରୁଙ୍କ ନାଁ ହେଉଛି ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ। ୨୦୧୬ରେ […]

  • Thursday, 15 July 2021