• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

car
କାରରୁ ୫ ଶହ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରୁ ଏକ କାର୍‌ରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଜଣକୁ ଗିରଫ କରିଛି। ତାଙ୍କ ନାଁ ହେଉଛି ବିଜୟ ନାଥ। ସେ ଭଦ୍ରକ ଜିଲ୍ଲା ମିଞ୍ଜାପୁର ଗାଁର। ବିଜୟ ନିଜ କାରରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମୋବାଇଲ ସ୍କ୍ୱାର୍ଡ ଧରିଥିଲା। କାର୍‌ରୁ ୫୦୦ଶହ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ହୋଇଥିବା ଜଣା ପଡ଼ିଛି। […]

  • Thursday, 15 July 2021
accident
ବେଆଇନ୍‌ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

  • Thursday, 15 July 2021
girl
ରେଳ ଲାଇନ୍ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ କଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ କିଛି ଥଣ୍ଡା ପାନୀୟ ଓ ବିଷ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Thursday, 15 July 2021
oldman
ବୃଦ୍ଧଙ୍କୁ ଦଳିଦେଲା ହାତୀ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ସେହି ଅଞ୍ଚଳରେ କିଛି ଦିନ ହେଲା ଗୋଟିଏ ବଣୁଆ […]

  • Thursday, 15 July 2021
tiger
କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ ହାତୀଧାର ଜଙ୍ଗଲରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ବ୍ୟବଚ୍ଛେଦ ପରେ ବନ ବିଭାଗ ବାଘଟିକୁ ପୋଡ଼ି ଦେଇଛି। ତେବେ କିପରି ଏବଂ କେଉଁ ପରିସ୍ଥିତି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

  • Thursday, 15 July 2021
tukuni
ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ହଟହଟା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯିବାବେଳେ ଟିଟିଲାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ହଟହଟା।  ଗତ ୫ ବର୍ଷ ଧରି ଅଞ୍ଚଳର କୌଣସି ଉନ୍ନତି ହୋଇନଥିବା କହି ତାଙ୍କୁ ଟିଟିଲାଗଡ଼ ଶିଭ୍ରଟାପଡ଼ାର ବାସିନ୍ଦା ଘେରିଯାଇଥିଲେ। ଏମିତିକି ପାଣି, ରାସ୍ତା, ବିଦ୍ୟୁତ୍ ସମସ୍ୟାକୁ ନେଇ ବିଧାୟିକାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଭୋଟର। କେବଳ ଟୁକୁନି ସାହୁ ନୁହଁନ୍ତି ତାଙ୍କ ସହ ଥିବା ବିଜେଡିର ଅନ୍ୟ ନେତାଙ୍କୁ ବି ଅଞ୍ଚଳବାସୀ ଘେରିଥିଲେ। ସେ ସମୟର ଭିଡିଓ ଏବେ […]

  • Thursday, 15 July 2021
baijayanta
ସାଲେପୁର ନିର୍ବାଚନମଣ୍ଡଳୀରେ ବୈଜୟନ୍ତଙ୍କ ରୋଡ୍ ଶୋ’

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ଶୋ’। ଆଜି ସାଲେପୁର ନିର୍ବାଚନମଣ୍ଡଳୀରେ ଏହି ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ଏଥିରେ ବୈଜୟନ୍ତଙ୍କ ସହ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ଓଲିଉଡ୍ ଷ୍ଟାର ବାବୁସାନ୍ ସାମିଲ ହୋଇଥିଲେ। ନପଙ୍ଗ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଡ୍ ଶୋ’ ଭଟିମୁଣ୍ଡା, ଜରିପଡା, ମାଗୁରା, ଗୋବିନ୍ଦପୁର ଦେଇ ଉଚ୍ଚପଦାରେ ସରିଥିଲା।

  • Thursday, 15 July 2021
vote
ଜିତିଲା ଗଣତନ୍ତ୍ର, ହାରିଲା ଲାଲ୍‌ବାହିନୀ

ମାଲ୍‌କାନଗିରି(ଜିତେନ୍ଦ୍ର ବେଉରା): ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି। ଏମିତି କହିବାର ଅର୍ଥ ହେଉଛି, ଲାଲ୍‌ଗଡ଼ରେ ମାଓବାଦୀଙ୍କ ଭୋଟ୍ ବର୍ଜନ ଧମକ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଆଉ ଏହା ସମ୍ଭବ ହୋଇଛି ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ। ଜୀବନ ପ୍ରତି ଭୟ ଥିଲେ ବି ପୋଲିଂ କାର୍ଯ୍ୟରେ ନିୟୋଜିତ ଏହି କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ସଂପାଦନ କରିବାରେ ଆଦୌ ଅବହେଳା କରି ନାହାନ୍ତି। ଶାନ୍ତିଶୃଙ୍ଖଳାର […]

  • Thursday, 15 July 2021
amit
ଆଜି ପୁରୀରେ ଅମିତ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ ପୁରୀରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ୍‌ ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ। ସେ ସିଂହଦ୍ୱାରରୁ ବଳଗଣ୍ଡି ଛକ ଯାଏ ରୋଡ୍ ଶୋ’ କରିବେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବିଜେପି ସୂତ୍ରରୁ ସୂଚନା ଦିଆଯାଇଛି। ମୋଦି ଆସନ୍ତା ୧୫ କିମ୍ବା ୧୬ […]

  • Thursday, 15 July 2021
car
ଗଛରେ ପିଟିହେଲା ଟାଟା ମ୍ୟାଜିକ

ବିନିକା(ଦିଲ୍ଲୀପ୍‌ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଏସ୍‌. ରାମପୁରରେ ସଡ଼କ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବିଶାପାଲି ଛକରେ ଏକ ଟାଟା ମ୍ୟାଜିକ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିନିକା ଦେଣ୍ଡୁପଦର ଗାଁ ଲୋକେ ବାହାଘର ପାଇଁ ଜିନିଷ […]

  • Thursday, 15 July 2021
baijayanta
ନାମାଙ୍କନପତ୍ର ଦାଖଲ କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଦିନ ୧୦ଟାରେ ସେ ବଉଳ ବିହାରର ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ପ୍ରଥମେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ରାମ ମନ୍ଦିର ଯାଇ ପୂଜା କରିଥିଲେ। ପୂଜାର୍ଚ୍ଚନା ପରେ ସେ […]

  • Thursday, 15 July 2021
damodara
ନାମାଙ୍କନପତ୍ର ଦାଖଲ କଲେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ। ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ବାଲିକୁଦା-ଏର୍‌ସମା ଆସନ ପାଇଁ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

  • Thursday, 15 July 2021
barsha
ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ରିଲିଜ୍‌ ହେଲା ନୂଆ ଭିଡିଓ ଟିଭିସି

ଭୁବନେଶ୍ୱର: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ନୂଆ ଭିଡିଓ ଟିଭିସି ପ୍ରସ୍ତୁତ ହୋଇଛି। ଗତକାଲି ରାଜଧାନୀର ଏକ ତାରକା ହୋଟେଲରେ ଏହାର ଲୋକାର୍ପଣ କରାଯାଇଛି। ଏହି ବିଜ୍ଞାପନରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପ୍ରତ୍ୟେକ ଉତ୍ସବରେ ନାରୀ ସହିତ ଗହଣାର ସଂପର୍କ ଦେଖିବାକୁ ମିଳିବ। ଲାଲ୍‌ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଂଜୟ ହଂସଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିଭି କମର୍ସିଆଲ୍‌ରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ର ବିଶିଷ୍ଟ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। […]

  • Thursday, 15 July 2021
nabin
ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିବେ। ପ୍ରଥମେ ନୂଆପଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ। ଏହାପରେ ନବୀନ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ଟାଉନରେ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

  • Thursday, 15 July 2021
firing
ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ତାଳଚୁଆ ପଥରମୁଣ୍ଡିଆ ପାହାଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଏଥିସହ ପଥରଫଟା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ହିଟାଚି ମେସିନକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ।

  • Thursday, 15 July 2021
water
ପାଣି ପାଇଁ ଆନ୍ଦୋଳନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ତେବେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା […]

  • Thursday, 15 July 2021
gggg
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସମୟ ନିକଟତର ହେଉଛି। ଆଉ ଏଭଳି ସମୟରେ ଓଡ଼ିଶାର ବିକାଶ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଥିଲେ ମଧ୍ୟ ରାଜ୍ୟର ବିକାଶ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସ୍ୱଚ୍ଛ ପାନୀୟ ଜଳ, ଚାଷ-ଚାଷୀ, ଶିକ୍ଷକ ସମସ୍ୟା, ନାରୀଙ୍କୁ ସୁରକ୍ଷା ଆଦି ଅନେକ ପ୍ରସଙ୍ଗରେ ପ୍ରଶ୍ନ […]

  • Thursday, 15 July 2021
muniguda
କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ। ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନର ୪ଟି ବଗିରୁ ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଷ୍ଟେସନ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ପ୍ରବଳ ଗରମ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି।

  • Thursday, 15 July 2021
book
‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର:  ରୁବେନ୍‌ ବାନାର୍ଜିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଲୋହିଆ ଭବନରେ ଏହାର ଉନ୍ମୋଚନ କରାଯାଇଛି। ସାହିତ୍ୟିକ ଅଶୋକ ମିଶ୍ର ଏହି ଓଡ଼ିଆ ପୁସ୍ତକକୁ ଅନୁବାଦ କରିଛନ୍ତି। ଇଂରାଜୀ ପୁସ୍ତକରେ ଯାହା ଥିଲା, ସେହି ସମାନ ତଥ୍ୟ ଓଡ଼ିଆ ଅନୁବାଦ ପୁସ୍ତକରେ ମଧ୍ୟ ଅଛି। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ଏହି ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନୀ ସହ ଅନେକ […]

  • Thursday, 15 July 2021
women
ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ବାଲେଶ୍ୱର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରର ମୂଳେଶ୍ୱର ଗାଁରେ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଛି। ମହିଳା ଜଣକ ଠାକୁର ପୂଜା କରୁଥିବା ସମୟରେ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯିବାରୁ ସେ ବାହାରକୁ ଆସି ପାରି ନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଯାଇଥିବା […]

  • Thursday, 15 July 2021
bus
କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବରେ ଚଳାଚଳ କରିବ ବସ୍‌

ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।

nabin1
‘୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି’

ଭୁବନେଶ୍ୱର: ମହିଳା ସଶକ୍ତିକରଣକୁ ଡବଲ ଇଞ୍ଜିନ୍‌ର ଆଖ୍ୟା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି ବୋଲି କଂଗ୍ରେସ ଉପସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ପଚାରିଛନ୍ତି ଯେ, ୧୯ ବର୍ଷରେ କେତେ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ନବୀନ। ନିର୍ବାଚନ ଆସିବାରୁ ନବୀନଙ୍କୁ ମହିଳାଙ୍କ କଥା ମନେପଡ଼ିଲା। ବିଜେପୁରରେ ଜଣେ ମହିଳା ବିଧାୟକ ଥିବାସତ୍ତ୍ୱେ ନିଜେ ପ୍ରାର୍ଥୀ ହେଲେ। ଏହାଛଡ଼ା […]

  • Thursday, 15 July 2021
paper
କଂଗ୍ରେସରୁ ଇସ୍ତଫା ଦେଲେ ପ୍ରମୋଦ କିଶୋର ଜେନା

ପାରାଦୀପ: ପାରାଦୀପରେ କଂଗ୍ରେସକୁ ଝଟକା। କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ସଂପାଦକ ପ୍ରମୋଦ କିଶୋର ଜେନା। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସର ନେତୃତ୍ୱ ନେଇଥିବା ଚିରଞ୍ଜିବ ବିଶ୍ୱାଳଙ୍କୁ ସମାଲୋଚନା କରିଛନ୍ତି। ଚିରଞ୍ଜିବ ବିଶ୍ୱାଳ ଜଗତସିଂହପୁରରେ ନିଜର ସ୍ଥିତି ବଜାୟ ରଖିବାପାଇଁ, ବିଜେଡି ସହ ସଲାସୁତରା […]

  • Thursday, 15 July 2021
ticket
ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ନବୀନ ନିବାସ ଆଗରେ କାକାଟପୁର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍‌ ମିଳିବା ପରେ ଗତକାଲି ସୁରନ୍ଦ୍ର ସେଠୀ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ପୁରୀ ବାହାରିଥିଲେ। ଶୋଭାଯାତ୍ରାରେ ପ୍ରାୟ ୧୫ହଜାର ସମର୍ଥକ ସାମିଲ ହୋଇଥିଲେ। ତେବେ ହଠାତ ତାଙ୍କୁ ନାମାଙ୍କନ ଦାଖଲ ପାଇଁ ମନା କରାଯାଇଥିଲା। ଫଳରେ ସେ ଅଧା ରାସ୍ତାରୁ ନାମାଙ୍କନ ନଭରି ଫେରିଥିଲେ। ପରେ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। […]

  • Thursday, 15 July 2021
nabin
ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ହାତରେ ମାତ୍ର ଆଉ ୪ଦିନ ରହିଲା। ୯ତାରିଖ ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ତରଫରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ରାଇଘର ଯାଇ ସେଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପରେ ସେଠାରୁ ଝରିଗାଁ ଯିବେ। ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବେ। ଏହା ପରେ ନବୀନ ମଇଦଳପରୁ ପାପଡାହାଣ୍ଡି ଓ ପରେ […]

  • Thursday, 15 July 2021