• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

arati
୧୧ ଦିନ ହେବ ଖୋଜ ଖବର ନାହିଁ, ଆରତୀଙ୍କୁ ଝୁରୁଛନ୍ତି ପରିବାର ଲୋକ

ଭୁବନେଶ୍ୱର: ୧୧ଦିନ ହେବ ଖୋଜ୍ ଖବର ନାହିଁ। ଏଣେ ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର। ଆମେ କହୁଛୁ କଟକ ନୂଆବଜାର ଅଞ୍ଚଳର ଆରତୀ ଦତ୍ତଙ୍କ କଥା, ଯିଏ ଗତ ବୁଧବାରଠାରୁ ନିଖୋଜ ଅଛନ୍ତି। ଗତ ବୁଧବାର ଅର୍ଥାତ୍ ଜୁନ୍ ୨୪ ତାରିଖ ଅପରାହ୍ନରେ ଆରତୀ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଛନ୍ତି। ତାଙ୍କର ବୟସ ପ୍ରାୟ ୬୩ ହେବ। ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତା ମିଳୁନାହିଁ। ଯେଉଁ କାରଣରୁ ତାଙ୍କ […]

  • Thursday, 15 July 2021
poster
ବିଭିନ୍ନ ସ୍ଥାନରେ ଜାରି ହୋଇଛି ମାଓବାଦୀଙ୍କ ପୋଷ୍ଟର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ମାଓ ପୋଷ୍ଟର ଗୁଡିକ CPI KKBN ଡିଭିଜନାଲ କମିଟି ପକ୍ଷରୁ ଜାରି କରାଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷ ବିରୋଧକୁ ପୁଲିସ୍‌ର ଦମନଲୀଳା ଭାବେ ଉଲ୍ଲେଖ ରହିଛି। ଲୋକମାନଙ୍କୁ ପ୍ରଥମେ ରୋଜଗାର, ଜଙ୍ଗଲ ଜମି ଅଧିକାର ଓ ମୌଳିକ ସୁବିଧା ଦିଅ ତାପରେ ଗଞ୍ଜେଇ ଗଛ କାଟ ବୋଲି ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ କନ୍ଧମାଳ ପୁଲିସ୍‌ ପକ୍ଷରୁ […]

  • Thursday, 15 July 2021
snake
ରୋଷେଇ ଘରୁ ବାହାରିଲା ୧୪ ନାଗ ସାପ ଛୁଆ

ଭୁବନେଶ୍ୱର: ପୁଣି ଘରୁ ବାହାରିଲା ମାଳମାଳ ସାପ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗାଁର ପଦ୍ମଲୋଚନ ମହାନ୍ତଙ୍କ ଘରୁ ୧୪ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ବାରମ୍ବାର ଘରୁ ନାଗ ସାପ ଛୁଆ ବାହାରିବାରୁ ପଦ୍ମଲୋଚନ ସ୍ନେକ ହେଲପଲାଇନ୍ ସଦସ୍ୟ ସୌମ୍ୟଜିତ୍ ବେହୁରାଙ୍କୁ ଯୋଗାଯୋଗ କରିଥିଲେ। ସୌମ୍ୟଜିତ୍ ପଦ୍ମଲୋଚନଙ୍କ ଘରର ସବୁସ୍ଥାନ ତନଖିବା ପରେ ରୋଷେଇ ଘରର ଗ୍ୟାସ ଟାଙ୍କି ନିକଟରେ ଥିବା ଏକ ଗାତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର […]

  • Thursday, 15 July 2021
naxal
ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା

ରାୟପୁର: ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ବଡ଼ ଧକ୍କା ମିଳିଛି। ନାରାୟଣପୁର ଅଞ୍ଚଳରେ ୬୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ୫୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ମାଓ ସଂଗଠନର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ନାରାୟଣପୁର ଏସ୍‌ପି ଜିତେନ୍ଦ୍ର ଶୁକ୍ଳାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।

  • Thursday, 15 July 2021
aparajita
ଅପରାଜିତାଙ୍କ ନାଁରେ ମାମଲା ପଛରେ ରାଜନୀତିର ଗନ୍ଧ!

ଭୁବନେଶ୍ୱର: କୋଭିଡ୍ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି। ଅପରାଜିତା କୋଭିଡ୍ କଟକଣା ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ଦୁଇଟି ସଂସ୍ଥା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏପଟେ ସାଂସଦ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଘଟଣାର ତଦନ୍ତ କରୁଥିବା […]

  • Thursday, 15 July 2021
death
ସେଲ୍‌ଫି ନେଲା ବେଳେ ପାଣିରେ ବୁଡ଼ି ଯୁବକ ମୃତ

ରାୟଗଡ଼ା: ସେଲ୍‌ଫି ହେଲା କାଳ। ନଦୀ ଭିତରେ ସେଲ୍‌ଫି ନେବା ବେଳେ ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ରାୟଗଡ଼ା ଜିଲ୍ଲାରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଯୁବକ ଜଣଙ୍କ ସେଲ୍‌ଫି ନେଉଥିଲେ। ତେବେ ପାଣିର ସ୍ରୋତ ଅଧିକ ହେବାରୁ ସେ ନଦୀରେ ଭାସି ଯାଇଥିଲେ। ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତକ ଜଣକ ଆନ୍ଧ୍ରପ୍ରଦେଶର କୋତାବାଲସାର ଟି.ଗଙ୍ଗାରାଜୁ ବୋଲି ଜଣାପଡ଼ିଛି। […]

  • Thursday, 15 July 2021
mo bus
ସ୍ମାର୍ଟ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାଟ୍ ବସ୍ ବ୍ୟବସ୍ଥା ‘ମୋ ବସ୍‌’ ସେବା। ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୮ଟି ରୁଟ୍‌ରେ ୧୦୦ଟି ବସ୍ ଚଳାଚଳ କରିବ। ଆଜି ଉଦ୍‌ଘାଟନ ପରେ ବିମାନ ବନ୍ଦର ନିକଟରୁ ସଚିବାଳୟ ଯାଏ ମୁଖ୍ୟମନ୍ତ୍ରୀ ବସ୍‌ରେ ବସି ଆସିଥିଲେ। ‘ମୋ ବସ୍‌’ରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ୱାଇଫାଇ ସାଙ୍ଗକୁ […]

  • Thursday, 15 July 2021
sundari
‘ଅପରେସନ୍‌ ଟ୍ରାଙ୍କୁଲାଇଜ୍‌’ ଶେଷ: ଧରାପଡ଼ିଲା ମଣିଷ ଖିଆ ବାଘୁଣୀ

ଅନୁଗୁଳ: ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଧରାପଡ଼ିଛି। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଏନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ଯାହା ସଫଳ ହୋଇଛି। ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ର ମିଳିତ ଉଦ୍ୟମରେ ସୁନ୍ଦରୀ ଧରାପଡ଼ିଛି। ଏବେ ତାକୁ ରାଇଗୁଡ଼ାକୁ ନିଆଯିବ।” ସୂଚନାଯୋଗ୍ୟ, ଅନୁଗୁଳ […]

  • Thursday, 15 July 2021
body1
ହାତୁଡ଼ିରେ ଛେଚି ବ୍ୟବସାୟୀଙ୍କୁ ମାରିଦେଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଯାହା ସାରା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ବିଚ୍‌ ରାସ୍ତାରେ କେହି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜଗନ୍ନାଥପ୍ରସାଦ ଥାନା ଲୁଣିଢ଼ିପି ଗାଁରେ ଘଟିଛି। ମୃତକ ଜଣକ ନିକଟସ୍ଥ ଗାଁର ଇଟାମାଟି ଚମ୍ପେତପୁରର ବ୍ୟବସାୟୀ ବାଲକୃଷ୍ଣ ବୋଲି ଜଣାପଡ଼ିଛି। ବାଲକୃଷ୍ଣଙ୍କ ମୁହଁ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି […]

  • Thursday, 15 July 2021
farmar1
ଅସହଯୋଗ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବଦଳିବ ଚାଷୀ ଆନ୍ଦୋଳନର ରୂପରେଖ। ଏବେ ଅସହଯୋଗ ଆନ୍ଦୋଳନ କରାଯିବ। ନବ ନିର୍ମାଣ କୃଷକ ସଂଗଠନ ଆଇନ ଅମାନ୍ୟ ଲାଗି ନିଷ୍ପତ୍ତି ନେଇଛି। ଭୁବନେଶ୍ୱର ସମାବେଶ ଆଗରୁ ଶହ ଶହ ଚାଷୀଙ୍କୁ ଗିରଫ କରାଯିବା ପରେ ସଂଗଠନର ଏକ ବୈଠକ କରାଯାଇଥିଲା। ବୈଠକ ପରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ବ୍ଲକରୁ ଜିଲ୍ଲା ଯାଏ ଅସହଯୋଗ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ। ଗାଁରେ ନେତା ଓ ଅଫିସରଙ୍କୁ […]

  • Thursday, 15 July 2021
talaq2
କେନ୍ଦ୍ରାପଡ଼ାରେ ଟ୍ରିପଲ୍‌ ତଲାକ୍‌ ଅଭିଯୋଗ

କେନ୍ଦ୍ରାପଡ଼ା: ଟ୍ରିପଲ ତଲାକ୍‌ ଉପରେ ଆଙ୍କୁଶ ଲାଗିବା ପରେ ମଧ୍ୟ ଏହାକୁ ନେଇ ପୁଣି ଥରେ ଅଭିଯୋଗ ଆସିଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମିର୍ଜାପାଟଣା ଗାଁରୁ ଆସିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତିନ୍ ତଲାକ୍ ଦେଇଥିବା ନେଇ ମାମଲା ରୁଜୁ ହୋଇଛି। ଗତବର୍ଷ ଜାନୁଆରୀ ମାସରେ ମିର୍ଯ୍ୟାପାଟଣା ଗାଁର ସଲାଉର୍ଦ୍ଦିନ ଖାନ୍‌ଙ୍କ ସହ ମହିଳାଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ସ୍ୱାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ। ଯୌତୁକ ନଦେବାରୁ […]

  • Thursday, 15 July 2021
team1
ବାଘ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

ବରଗଡ଼: ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଡେବ୍ରିଗଡ଼ ଜଙ୍ଗଲକୁ ଯାଇ ପୂରା ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏହି ମାମଲାରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ପଞ୍ଝା, ନିଶ ଏବଂ ମୃତ ବାଘର ଅବଶେଷ ଜବତ ହୋଇଛି। ଅଭିଯୁକ୍ତ ମାନେ ନିଜ […]

  • Thursday, 15 July 2021
nh2
ମରଣଯନ୍ତା ପାଲଟିଛି ରାସ୍ତା

ସମ୍ବଲପୁର: ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଏନ୍‌ଏଚ୍‌ର ଅଇଁଠାପାଲି ବିର୍ସାମୁଣ୍ଡା ଛକ ମରଣଯନ୍ତା ପାଲଟିଛି । ରାସ୍ତାଟି ଖାଲଖମା ଭର୍ତ୍ତି ଥିବା ସହ ଉଡୁଥିବା ଧୂଳି ଗୁଣ୍ଡରେ ଯାତ୍ରୀ ଅତିଷ୍ଠ ହୋଇ ପଡୁଛନ୍ତି। ରାସ୍ତାର ଅବସ୍ଥା ଏତେ ଶୋଚନୀୟ, ଯେ ଦୈନିକ ଦୁର୍ଘଟଣା ବି ଘଟୁଛି। ଅଭିଯୋଗ ହେଲେ, ତାଳିପକା କାମ ହେଉଛି। କିନ୍ତୁ କିଛିଦିନ ପରେ ଯେଉଁ କଥାକୁ ସେଇ କଥା। ରାସ୍ତାର ଅବସ୍ଥା ଦେଖିଲେ ବିଶ୍ୱାସ ବି କରିହେବନି ଯେ ଏହା […]

  • Thursday, 15 July 2021
body
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ଶ୍ରମିକଙ୍କ ଜୀବନ

ବାରିପଦା: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ। ବସ୍‌ଷ୍ଟାଣ୍ଡ ନିକଟ ଏକ ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ କାର୍ ଆସି ୨ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ଲୁବିନା ମାରାଣ୍ଡି ଓ ସୁରୁ ମାରାଣ୍ଡି। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜୋକା ପଞ୍ଚାୟତ ଅନ୍ତର୍ଗତ କାଶିଆବେଡ଼ା ଗାଁରେ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଶନିବାର ଦିନ ଏହି […]

  • Thursday, 15 July 2021
bus
ବରଗଡ଼ରେ ବସ୍‌ ଚଳାଚଳ ବନ୍ଦ

ବରଗଡ଼: ଆଜି ବରଗଡ଼ ଜିଲ୍ଲାରେ ଗଡ଼ିବନି ଘରୋଇ ବସ୍। ବରଗଡ଼ ସହରରେ ନୂତନ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଅଭିଯୋଗ ଅନୁସାରେ, ପୌର ପରିଷଦ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡରେ ବେଆଇନ ନିର୍ମାଣ କରାଯାଇଛି। ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସୁବିଧାକୁ ଗୁରୁତ୍ୱ ନ ଦେଇ କେବଳ ବହୁତ ଗୁଡ଼ିଏ ଦୋକାନ ଗୃହ ନିର୍ମାଣ କରାଯାଇଛି। ଏନେଇ ବସ୍ ମାଲିକ ସଂଘ […]

  • Thursday, 15 July 2021
sundari up
ସୁନ୍ଦରୀକୁ ଧରିବାପାଇଁ ଅପରେସନ୍‌ ଜାରି

ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଅପରେସନ୍‌ ଜାରି ରହିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସ୍ୱତନ୍ତ୍ର ଟିମ୍‌ ତା’ ଉପରେ ନଜର ରଖିଛି। ଏହି ଅପରେସନ୍‌ରେ ଚନ୍ଦକାରୁ ଆସିଥିବା ହାତୀ ‘ଯଶୋଦା’ ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। Wildlife Institute of India (WII) ର ବରିଷ୍ଠ ବୈଜ୍ଞାନିକ କେ. ରମେଶଙ୍କ ସହ ମଧ୍ୟପ୍ରଦେଶରୁ ଆସିଥିବା ଟ୍ରାଙ୍କୁଲାଇଜ୍‌ ଟିମ୍‌, ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ, ସାତକୋଶିଆ ବନ୍ୟପ୍ରାଣୀ ଡିଏଫ୍ଓ ସହ […]

  • Thursday, 15 July 2021
badrinath
ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ବଦ୍ରିନାଥରେ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ଜଣ ତୀର୍ଥଯାତ୍ରୀ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଫସି ରହିଥିଲେ। ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୩ ଜଣ ତୀର୍ଥଯାତ୍ରୀ ବଦ୍ରିନାଥରେ ସୁରକ୍ଷିତ ଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନେ ସୁରକ୍ଷିତ ଭାବେ ବଦ୍ରିନାଥର ଏକ ହୋଟେଲରେ ଆଶ୍ରୟ ନେଇଛନ୍ତି। ଆଜି ସେମାନେ ଫେରିବେ ବୋଲି ଜଣାପଡ଼ିଛି। ଗତ ୨୬ […]

  • Thursday, 15 July 2021
p1
କଟକରେ ଗୋଷ୍ଠୀ ସଂଘର୍ଷ

କଟକ: କଟକରେ ଗୋଷ୍ଠୀ ସଂଘର୍ଷ। କଟକ ପଟାପୋଲ ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ପକ୍ଷରୁ ଘଟ ଶୋଭାଯାତ୍ରା କରାଯାଉଥିଲା। ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ହିଂସାର ରୂପ ନେଇଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

  • Thursday, 15 July 2021
DP
‘ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି’

କଟକ: କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ପାଇଁ କଟକରେ MSME ସହଯୋଗ ଓ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିବା ବେଳେ କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। MSME ମନ୍ତ୍ରାଳୟ ଓ ୟୁକୋ […]

  • Thursday, 15 July 2021
7
କମୁଛି ହୀରାକୁଦ୍‌ ଡ୍ୟାମ୍‌ର ଜଳ ପ୍ରବାହ, ଜାଣନ୍ତୁ କ’ଣ ରହିଛି କାରଣ

ଭୁବନେଶ୍ୱର: ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲ୍‌ମା ବ୍ୟାରେଜ୍। ଉପର ମୁଣ୍ଡରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡ଼ ବ୍ୟାରେଜ୍‌ ଅଧିକାଂଶ ଗେଟ୍ ବନ୍ଦ କରିଦେବା ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ଯେଉଁଠି ଅକ୍ଟୋବର ୩୧ ସୁଦ୍ଧା ଡ୍ୟାମ୍‌ରେ ୬୩୦ ଫୁଟ୍ ପାଣି ରହିବା କଥା ସେଠି ଏବେ ୬୨୭ ଫୁଟ୍ ପାଣି ରହିଛି। ଫଳରେ ଆଗକୁ ଜଳସେଚନ, ଶିଳ୍ପ ଓ ବିଦ୍ୟୁତ୍ ଉତ୍ପାଦନରେ ଘୋର ସଙ୍କଟ ଦେଖାଦେବା […]

  • Thursday, 15 July 2021
minor boy
ତାମିଲନାଡୁରେ ଫସି ରହିଛନ୍ତି ୩ ଓଡ଼ିଆ ନାବାଳକ ଶ୍ରମିକ

ଚେନ୍ନାଇ: ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଳକ୍‌ ଅନ୍ତର୍ଗତ ରହେନମାଲ ଗାଁର ୩ ଜଣ ନାବାଳକ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଏକ ଅଜଣା ନମ୍ବରରୁ ୫୦ ହଜାର ଟଙ୍କା ଡିପୋଜିଟ୍ ପାଇଁ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ୍‌ ଆସୁଥିବାରୁ ସେମାନଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ୬ […]

  • Thursday, 15 July 2021
1
ହାତୀର ମୃତଦେହ ମିଳିବା ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁରୁ ହାତୀର ମୃତଦେହ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବନ ବିଭାଗ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଫରେଷ୍ଟର ହରିଶ ଜେନା ଓ ଫରେଷ୍ଟ୍‌ ଗାର୍ଡ ସବିତା କିଷାନ୍‌ଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହାତୀକୁ ପ୍ରଥମେ ମାରି, […]

  • Thursday, 15 July 2021
dead body
ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ମୃତ, ସ୍ତ୍ରୀ ଜୀବିତ ଅବସ୍ଥାରେ ଉଦ୍ଧାର

କଳାହାଣ୍ଡି: ଫସଲ ନଷ୍ଟ ହେବାରୁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ପୋଖରୀରେ ବୁଡ଼ି ବୃଦ୍ଧ ଦମ୍ପତି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ତୁନ ଗାଁରେ ଏହି ଅଭାବନୀୟ ଘଟଣାଟି ଘଟିଛି। ୬୫ ବର୍ଷୀୟ ସୁଦର୍ଶନ ମାଝୀ ଚଳିତ ବର୍ଷ ୫ ଏକର ଜମିରେ ଧାନ ଫସଲ କରିଥିଲେ। କିନ୍ତୁ ବର୍ଷା ଅଭାବରୁ ସବୁ ଫସଲ ଉଜୁଡ଼ି ଯାଇଛି। […]

  • Thursday, 15 July 2021
1r
ଅସହାୟଙ୍କ ସାହାରା ଜଳନ୍ଧର; ନିଜ ଖର୍ଚ୍ଚରେ କରୁଛନ୍ତି ସେବା

ବରଗଡ଼:  ବୟସର ଅପରାହ୍ନରେ ପହଞ୍ଚିବା ପରେ ଅଲୋଡ଼ା ହୋଇ ପଡୁଛନ୍ତି ଘରର ବୟୋଜ୍ୟେଷ୍ଠମାନେ। କେଉଁଠି ପୁଅ ମା’କୁ ବଜାରରେ ଛାଡ଼ି ଚାଲି ଯାଉଛି ତ ଆଉ କିଏ ବୋହୂ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏମାନଙ୍କ ଦେବଦୂତ ସାଜିଛନ୍ତି ଏଭଳି ଜଣେ ବ୍ୟକ୍ତି ଯିଏକି ଏମାନଙ୍କୁ ନିଜର ଭାବି ଆପଣାଇଛନ୍ତି। ଏହି ବ୍ୟକ୍ତି ଜଣକ ମାନବ ସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ […]

  • Thursday, 15 July 2021
5
ଢେଙ୍କାନାଳରେ ଧୁମ୍‌ଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଢେଙ୍କାନାଳରେ ଧୁମଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ସୁଉଚ୍ଚ ତୋରଣ, ସୁସଜ୍ଜିତ ମେଢ ଆଉ ମୀନାବଜାର ପାଲଟିଛି ମୁଖ୍ୟ ଆର୍କଷଣ। ଚଳିତ ବର୍ଷ ସହରରେ ୪ଟି ଚାନ୍ଦି ମେଢ ନିର୍ମାଣ ହୋଇଛି। ସେପଟେ ଆଉ ଦିନ କେଇଟା ପରେ ଭସାଣ ଥିବାରୁ ମା’ଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଗଣେଶ ବଜାରର ମା’ ଗଜଲକ୍ଷ୍ମୀଙ୍କ ଚାନ୍ଦିମେଢ଼, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀର ଚାନ୍ଦିମେଢ଼, ଲକ୍ଷ୍ମୀ ବଜାରର ଜରି ମେଢ଼ ଓ ପାର୍ଶ୍ୱ ପ୍ରତିମୂର୍ତ୍ତୀ ବହୁତ […]

  • Thursday, 15 July 2021