Advertisment

ଖୁବଶୀଘ୍ର ହେବ ହୀରାକୁଦ ଡ୍ୟାମର ନବୀକରଣ କାମ; ଖର୍ଚ୍ଚ ହେବ ୮୫୫ କୋଟି

୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Hirakud Dam

Hirakud Dam

ଖୁବଶୀଘ୍ର ହୀରାକୁଦ ଡ୍ୟାମ କେନାଲ ସିଷ୍ଟମର ହେବ ନବୀକରଣ। ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି ସଂକଳ୍ପ ପତ୍ର। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାର ଆସିଲା ବିସ୍ତୃତ ତଥ୍ୟ। ପୂର୍ବରୁ ଏହି ନବୀକରଣ ଲାଗି ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ ନେଇ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା। 

Advertisment

୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃନାମିତ କରାଯିବ। 

ଏଥସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ। କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ବଣ୍ଟନ ବ୍ୟବସ୍ଥାରେ ଜଳ କ୍ଷତିକୁ ହ୍ରାସ କରି ତଳ ମୁଣ୍ଡରେ ପାଣି ଉପଲବ୍ଧତା ବୃଦ୍ଧି କରାଯିବ। କେନାଲର ସିପେଜ୍ ଯୋଗୁ ଜଳମଗ୍ନ କୃଷି ଜମିରୁ କରାଯିବ ପୁନରୁଦ୍ଧାର। 

Advertisment

ବରଗଡ଼ ମୁଖ୍ୟ କେନାଲ୍, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ୍, ଆଉଟଲେଟର ନବୀକରଣ କରାଯବ। ଦକ୍ଷିଣ ଓ ବା ସ୍ପିଲୱେ ଫାଉଣ୍ଡେସନ୍ ଗ୍ୟାଲେରୀର ମରାମତି ଓ ନବୀକରଣ ସହିତ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମର ଛୋଟ କୁଦର ପୁନଃସଯୋଜନ କରାଯିବ। ୧୯୫୭ ମସିହାରେ ଦେଶର ସବୁଠାରୁ ଲମ୍ବା ମାଟିବନ୍ଧ ହୀରାକୁଦ ଡ୍ୟାମ୍ ନିର୍ମାଣ କରାଯାଇଥିଲା।

Hirakud Dam
Advertisment
Advertisment