• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jogi
ବ୍ରହ୍ମପୁର ଆସୁଛନ୍ତି ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ଶନିବାର ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଧ୍ୟାହ୍ନ ୨ଟାବେଳେ ବ୍ରହ୍ମପୁରରେ ପହଞ୍ଚିବା ପରେ ଆମ୍ବପୁଆ ବିବେକ ବିହାର ସ୍ଥିତ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଯୋଗୀ। ଏଥିପାଇଁ ସମାବେଶ ପଡ଼ିଆରେ ଆରମ୍ଭ ହୋଇଛି ପ୍ରସ୍ତୁତି। ପଡ଼ିଆକୁ ସମତୁଲ କରିବା ସହ ଟେଣ୍ଟ ଭିଡିବା କାର୍ଯ୍ୟ ବି ଆରମ୍ଭ ହୋଇଛି। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ […]

  • Thursday, 15 July 2021
man
ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର(ପ୍ରଣୟ ପାଣି): ଲାଞ୍ଚ ନେଇ ଧରାପଡ଼ିଲେ ଟାଉନ୍‌ ପ୍ଲାନିଂ ଅମିନ ଅନ୍ତର୍ଯାମୀ ଦାସ। କେନ୍ଦୁଝର ସହରରେ ଜଣଙ୍କ ଘର ପାଇଁ ପ୍ଲାନ୍ ଅନୁମୋଦନ କରିବା ଲାଗି ଅନ୍ତର୍ଯାମୀ ଲାଞ୍ଚ ମାଗିଥିଲେ। ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଅନ୍ତର୍ଯାମୀଙ୍କୁ ଟଙ୍କା ଦେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ। ଦୀର୍ଘଦିନ ହେଲା ତାଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ହୋଇ ଆସୁଥିଲା

  • Thursday, 15 July 2021
bag
କାର୍‌ରୁ ଜବତ ହେଲା ୯ ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରେ ୯ ଲକ୍ଷ ଟଙ୍କା ଜବତ ହୋଇଛି। କାର୍‌ରେ ଚାଲାଣ ହେଉଥିବା ବେଳେ ଫ୍ଲାଇଂ ସ୍କ୍ୱାର୍ଡ୍‌ ୯ ଲକ୍ଷ ଟଙ୍କା ଜବତ କରିଛି। ଗାଡ଼ିର ମାଲିକ ହେଉଛନ୍ତି ଆଳି ବ୍ଲକ କଅଁରପୁରର ବସନ୍ତ ଦାସ। ବସନ୍ତଙ୍କର ପେଟ୍ରୋଲ୍‌ ପମ୍ପ୍‌ ଅଛି। ତେବେ ବସନ୍ତ ତାଙ୍କ ଗାଡ଼ିରେ ତେଲ ଟାଙ୍କି ପଇସା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ନେଉଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଅଟକ ରଖି ଏ ବିଷୟରେ ଅଧିକ […]

  • Thursday, 15 July 2021
2
ଆଜି ନବୀନଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, କୋରାପୁଟ ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ। ସ୍ୱତନ୍ତ୍ର ବସ୍‌ରେ ନବୀନ ରୋଡ୍‌ ଶୋ’ କରିବା ସହ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟପୁରରେ ପହଞ୍ଚିବା ପରେ ମାଲକାନଗିରି ଯାତ୍ରା କରିବେ। ମାଲକାନଗିରିର କାଲିମେଳା ଓ ମାଥିଲିରେ ସଭା କରିବେ। ଏହାପରେ ନବୀନ ପଟାଙ୍ଗୀ ଓ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ […]

  • Thursday, 15 July 2021
vvv
ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ

ଉଦଳା (ମାନସ ସାହୁ): ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର କିରିକିଚିଆ ଗାଁରେ ଅନେକ ଦିନ ହେଲା ପାଣି ପାଇଁ ହଇରାଣ ହେଉଥିବାରୁ ଗ୍ରାମବାସୀ କ୍ରୋଧରେ ବିଡିଓଙ୍କୁ ଘେରିଛନ୍ତି। ଗାଁରେ ଦୁଇଟି ନଳକୂଅ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିରେ କ୍ରୋଧପ୍ରକାଶ କରି ଗାଁର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ହାତରେ ଗରା, ବାଲ୍‌ଟି ଧରି ଗୋପବନ୍ଧୁନଗର ବ୍ଲକ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ […]

  • Thursday, 15 July 2021
jjjjjj
ବୁଢ଼ୀ ଠାକୁରାଣୀଙ୍କୁ କାକରା ଭୋଗ ଲାଗି

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୫ମ ଦିନରେ ପହଞ୍ଚିଛି। ମଙ୍ଗଳବାର ରୀତିନୀତି ଅନୁସାରେ ଧର୍ମ ଝଣ୍ଡା ସ୍ଥାପିତ ହୋଇଯାଇଛି। ଏହାପରେ ମହିଳାମାନେ ସେଠାରେ ହଳଦୀ ପାଣି ସହ କାକରା ଓ ପୋଳି ଭୋଗ କରିଛନ୍ତି। ବିଶ୍ୱାସ ରହିଛି ଚୈତ୍ର୍ୟ ମାସରେ ବସନ୍ତ ହାଡ଼ଫୁଟି ଭଳି ରୋଗ ବ୍ୟାପିଥାଏ। ମା’ ବାପଘରକୁ ଆସିଥିବାରୁ, ଅସ୍ଥାୟୀ ପୀଠ ଆଗରେ ଧର୍ମଝଣ୍ଡା ସ୍ଥାପନ କରି ଏଭଳି ପୂଜା କଲେ ରୋଗରୁ ଲୋକେ ରକ୍ଷା ପାଇଥାନ୍ତି ବୋଲି ବିଶ୍ୱାସ […]

  • Thursday, 15 July 2021
naveen
ଆଜି ଗଞ୍ଜାମରେ ନବୀନ କରିବେ ମେଗା ରୋଡ୍‌ ଶୋ’

ବ୍ରହ୍ମପୁର: ଗଞ୍ଜାମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ରୋଡ୍‌ ଶୋ’ କରିବେ। ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗଞ୍ଜାମରେ ଦୀର୍ଘ ୬୦ କିଲୋମିଟର ରାସ୍ତାରେ ରାଲି କରିବେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ବିଧାନସଭା ନିର୍ବାଚନୀମଣ୍ଡଳୀରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୩ଟା ୫ମିନିଟରେ ଭୁବନେଶ୍ୱରରୁ ବିମାନ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୩ଟା ୫୦ରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିସିରେ ପହଞ୍ଚିବା […]

  • Thursday, 15 July 2021
strike
ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ଛାତ୍ରୀ ନିବାସର ଜଣେ ଛାତ୍ରୀଙ୍କୁ ସେହି ହଷ୍ଟେଲର ସିନିୟର ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ ଛାତ୍ରୀମାନେ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାଡ଼ ମାରିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ହଷ୍ଟେଲରୁ ବାହାର କରିବା ଦାବିରେ କୁଳସଚିବଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣାରେ ବସିଥିଲେ। ମାଡ଼ ମାରିଥିବା ଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି। ତେବେ ଏହି […]

  • Thursday, 15 July 2021
ctc
ଆଜିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମକୁ ଆଖି ଆଗରେ ରଖି ଆଜି ରାଜ୍ୟର ସବୁ ସ୍କୁଲ ସକାଳୁଆ ଖୋଲିଛି। ସକାଳ ସାଢ଼େ ଛଅଟାରୁ ସ୍କୁଲ ଆରମ୍ଭ ହୋଇ ଦିନ ସାଢ଼େ ୧୦ଟାରେ ଶେଷ କରିବାକୁ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକର ସବୁ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଛତା ଓ ପାଣି ବୋତଲ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହ ଶିକ୍ଷକମାନଙ୍କୁ ୧୧ଟା ସୁଦ୍ଧା ସ୍କୁଲ ଛାଡିବାକୁ କୁହାଯାଇଛି। ଗ୍ଲୋବାଲ ୱାମିଂ ଯୋଗୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ […]

  • Thursday, 15 July 2021
commission
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶାର ୬ଟି ଲୋକସଭା ତଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୯ ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୨ ତାରିଖ ସୁଦ୍ଧା […]

  • Thursday, 15 July 2021
jharsuguda airport
ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବ୍ୟବସ୍ଥା ଫେଲ୍‌ ମାରିଥିବା ଅଭିଯୋଗ

ଝାରସୁଗୁଡ଼ା: ଖାଁ ଖାଁ ଟର୍ମିନାଲ୍‌ ଓ ଟିକେଟ୍‌ କାଉଣ୍ଟର। କାହାରି ଦେଖା ଦର୍ଶନ ନାହିଁ। ନା ଯାତ୍ରୀ ନା କର୍ମଚାରୀ … ସବୁ ଶୁନଶାନ୍। ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। ଏଥିପାଇଁ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାବାସୀ ଅଳ୍ପ ସମୟରେ ଯାଇ ଆସିପାରିବାର ସ୍ୱପ୍ନ ବି ଦେଖିଥିଲେ। ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ […]

  • Thursday, 15 July 2021
bali yatra..
କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କଟକ: କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସିଏମ୍‌ସି ମେୟର ଓ କମିଶନର ଉପସ୍ଥିତ ଥିଲେ। ନଭେମ୍ବର ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଭିନ୍ନ ବିଭାଗର ବାକି ଥିବା ସମସ୍ତ କାମ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ବାଲିଯାତ୍ରାରେ କିଛି ନୂଆ କାର୍ଯ୍ୟକ୍ରମ […]

  • Thursday, 15 July 2021
4
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା

ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସହରରେ ବନ୍ଦ ପାଳନ ହେଉଛି। ଏଥିରେ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିଛନ୍ତି।  

  • Thursday, 15 July 2021
9
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ନୟାଗଡ଼: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀଙ୍କ ନାଁ ନିରଞ୍ଜନ ପ୍ରଧାନ। ସକାଳେ ନିରଞ୍ଜନ ବିଲକୁ ଯାଉଥିବା ବେଳେ ତଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା କାରଣରୁ ଏହି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ […]

  • Thursday, 15 July 2021
2
ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର: ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ତେଜୁଛି। ଖରିଫ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ ପୂର୍ବ ବର୍ଷର ପ୍ରଧାନ ମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ। ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଥିଲେ ଚାଷୀ। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏ ଚାଷୀମାନେ ଆନ୍ଦୋଳନ କରିଥିଲେ। ଯଦି ବୀମା ରାଶି […]

  • Thursday, 15 July 2021
7
ଧରାପୃଷ୍ଠରେ ଧନଦାତ୍ରୀ

ଢେଙ୍କାନାଳ: ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ପରେ ସବୁଠି ପୂଜାର୍ଚ୍ଚନା ଚାଲିଛି। ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯିବା ସହ ସହର ଗୁଡ଼ିକ ରଙ୍ଗୀନ ଆଲୋକ ମାଲାରେ ଝଟକୁଛି। ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଆଡ଼ମ୍ବର ଭାବେ ପୂଜା ପାଳନ ହେଉଛି। ବୁଧବାର ଦିନଠୁ ଆରମ୍ଭ ହୋଇଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ଦୀର୍ଘ ୧୦ ଦିନ ଧରି ଚାଲିବ। ଚଳିତ ବର୍ଷ ଢେଙ୍କାନାଳ ସହରରେ ପ୍ରାୟ ୩୮ ମଣ୍ଡପରେ […]

  • Thursday, 15 July 2021
3
ଧୁମ୍‌ଧାମ୍‌ରେ ଚାଲିଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଛି। ବିନକାର ଜୁହ୍ନାପଡ଼ାରେ ଚଳିତଥର ୩୫ ତମ ଗଜଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି। ସେହିପରି ନୂଆପଡ଼ା ପୂଜା କମିଟି ପକ୍ଷରୁ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି। ୩୩ ବର୍ଷରେ ପଦାର୍ପଣ କରିଛି ମା’ଙ୍କ ପୂଜା। ସେହିପରି ଡୁଙ୍ଗୁରୁପାଲି ରାମପୁର ପୂଜା କମିଟି ତରଫରୁ ମଧ୍ୟ ପୂଜାର ଆୟୋଜନ କରାଯାଇଛି। ଏଠାରେ ୪୦ ବର୍ଷରେ ପଦାର୍ପଣ କରିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଆସନ୍ତା ୫ […]

  • Thursday, 15 July 2021
elephant
ଅନୁଗୁଳରେ ହାତୀ ଆତଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜରେ ହାତୀ ଆତଙ୍କ ଦେଖାଦେଇଛି। ଟିଟିପିଏସ ଆସ୍ ପଣ୍ଡ୍‌ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ଅନୁମାନ କରାଯାଉଛି। ଟିଟିପିଏସ୍‌ ଆସ୍ ପଣ୍ଡ ଓ କଙ୍କିଳି ଗାଁ ନିକଟରେ ବନ ବିଭାଗ ଓ […]

  • Thursday, 15 July 2021
1
କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ମଧ୍ୟ ଯୋଗ ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ, ଦୁଷ୍କର୍ମ, ନାବାଳିକାଙ୍କୁ ଯୌନ ନିର୍ଯାତନା, ପାରିବାରିକ ହିଂସା ବଢ଼ି ଚାଲିଥିବାବେଳେ, ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଉଭୟ […]

  • Thursday, 15 July 2021
6
ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସାଧାରଣରେ ଅସନ୍ତୋଷ

ବାଲେଶ୍ୱର: ବାଲେଶ୍ୱରରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଅସନ୍ତୋଷ ଦେଖା ଦେଇଛି। ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଘନଘନ ବିଦ୍ୟୁତ କାଟ୍ ହୋଇଥିବା ବେଳେ ଏହାକୁ ନେଇ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେପଟେ ଘୋଷଣା ମାଧ୍ୟମରେ ବିଦ୍ୟୁତ୍‌ କାଟ୍ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ସହର ସାରା ଆଲୋକ ବ୍ୟବସ୍ଥା ହୋଇଛି। ସ୍ଥାନେସ୍ଥାନେ ବିଦ୍ୟୁତ୍‌ ଖୁଣ୍ଟ। ହେଲେ କେତେବେଳ ବିଦ୍ୟୁତ୍‌ ଆସିବ ଓ ଯିବ ତାହା କାହାକୁ ବି ଜଣାନାହିଁ। […]

  • Thursday, 15 July 2021
1
ତିତ୍‌ଲି ପ୍ରଭାବରେ ଉଜୁଡ଼ି ଯାଇଛି ଫସଲ; ଚିନ୍ତାରେ ଚାଷୀ

ଗଜପତି: ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ଫସଲ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଛି। ତିତ୍‌ଲି ବାତ୍ୟା ବେଳେ ହୋଇଥିବା ପ୍ରବଳ ପବନରେ ଧାନ ଗଛ ସବୁ ନଇଁ ଯାଇଛି। ହଜାର ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କରଜ ଓ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। କିନ୍ତୁ ବାତ୍ୟା ସବୁ ଧୂଳିସାତ୍ କରିଦେଲା। ଏବେ ସରକାରୀ ସହାୟତା […]

  • Thursday, 15 July 2021
gajalaxmi puja
ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପୂଜା ଦୀର୍ଘ ୧୦ଦିନ ଧରି ଚାଲିବ। ଏଥିପାଇଁ ସହରର ସମସ୍ତ ପୂଜା ମଣ୍ଡପକୁ ବେଶ୍‌ ଆକର୍ଷଣୀୟ ଭାବେ ସଜା ଯାଇଛି। ଚଳିତ ବର୍ଷ ସହରରେ ପ୍ରାୟ ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି। ପ୍ରତିଦିନ ସକାଳୁ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଗୋ ପୂଜା ସହ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଗଜଲକ୍ଷ୍ମୀଙ୍କ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ […]

  • Thursday, 15 July 2021
lockdown
ଅଗଷ୍ଟ ୧ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି। 

7
ପୁଣି ଚିଟ୍‌ଫଣ୍ଡ୍ ଠକେଇର ଶିକାର ହେଲେ ଜମାକାରୀ

ଜୟପୁର: ପୁଣି ଏକ ଚିଟ୍‌ଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ଜମାକାରୀ। ଏହି ଅଭିଯୋଗ ଆସିଛି ଜୟପୁର ସହରରୁ। ସନ୍‌ସାଇନ୍ ଇନ୍‌ଫ୍ରା ବିଲ୍‌ଡ କର୍ପୋରେସନ୍ ଲିମିଟେଡ୍ ନାମକ ଏକ ଠକ ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ କୋରାପୁଟ ଜିଲ୍ଲାର ଶହଶହ ଜମାକାରୀଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା ହରିଲୁଟ୍ କରିଥିବା ଜୟପୁର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। କମ୍ପାନୀ ଗତ ୨୦୧୧ ମସିହାରୁ ଜୟପୁରଠାରେ ନିଜର କାର୍ଯ୍ୟାଳୟ ଖୋଲିଥିଲା। ହେଲେ ୨୦୧୩ରୁ କମ୍ପାନୀ କାର୍ଯ୍ୟାଳୟ ବନ୍ଦ କରି […]

  • Thursday, 15 July 2021
gaja
ଆଜିଠାରୁ ଆରମ୍ଭ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପରିବେଶ। ପୂଜା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳରେ ଝଲସୁଛି ପୂଜାପେଣ୍ଡାଲ୍‌। ମା’ଙ୍କ ପୂଜା ପାଇଁ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ସେଠାରେ ପ୍ରାୟ ୨୫୦ରୁ ଅଧିକ ପେଣ୍ଡାଲ୍‌ରେ ପୂଜାର ଆୟୋଜନ କରାଇଛି। ୧୧ ଦିନ ଧରି ଚାଲିବ ମାଆଙ୍କ ପୂଜାର୍ଚ୍ଚନା। ଗଜଲକ୍ଷ୍ମୀଙ୍କ ପୂଜାରେ […]

  • Thursday, 15 July 2021