• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rescue-up1
ଛାତ୍ରୀ ସନ୍ତାନ ପ୍ରସବ ଘଟଣାର ତଦନ୍ତ ନିର୍ଦ୍ଦେଶ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ହାଇସ୍କୁଲ ହଷ୍ଟେଲରେ ଜଣେ ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେ ସଂପର୍କରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ […]

  • Friday, 16 July 2021
dhan-teras-up
ଅାସନ୍ତାକାଲି ଧନ୍‌ତେରସ୍‌ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର : ରାତି ପାହିଲେ ଧନ୍‌ତେରସ। ସେଥିଲାଗି ରାଜଧାନୀର ଗହଣା ଦୋକାନୀ ମାନେ ନୂଅା ନୂଅା ଡିଜାଇନର ଅଳଙ୍କାର ଅାଣିବା ସହ ଅାକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ସୁନା ଦର ଉଚ୍ଚା ସତ୍ତ୍ୱେ ସୁନା ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼। ବିଶ୍ୱାସ ରହିଛି ଧନ୍‌ତେରସ୍‌ରେ ସୁନା କିଣିଲେ ମାଅା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖଶାନ୍ତି ବଢେ। ସେଥିଲାଗି ଗହଣା କିଣିବା ଲାଗି ଲୋକେ ଦୋକାନରେ ପହଞ୍ଚୁଛନ୍ତି। ଗହଣା ସାଙ୍ଗକୁ ଗଣେଶ ଓ ମାଅା ଲକ୍ଷ୍ମୀଙ୍କ ମୂର୍ତ୍ତି […]

  • Friday, 16 July 2021
ganjam rape
ପୋଲସରା ନାବାଳିକା ଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ଭେଟିଲେ ରାଜ୍ୟ ଶିଶୁ ଓ ସୁରକ୍ଷା ଅାୟୋଗ ଅଧ୍ୟକ୍ଷା

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ଚାରି ଦିନ ବିତିଲାଣି । କିନ୍ତୁ ଏଯାଏଁ ଗିରଫ ହୋଇପାରି ନାହାନ୍ତି ଅଭିଯୁକ୍ତ। ଅାଜି ରାଜ୍ୟ ଶିଶୁ ଓ ସୁରକ୍ଷା ଅାୟୋଗ ଅଧ୍ୟକ୍ଷା ପୀଡିତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି। ସେପଟେ ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଅାଇଜି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ […]

  • Friday, 16 July 2021
marriage
ବିବାହ ବନ୍ଧନରେ ଆବଦ୍ଧ ହେଲେ କେନ୍ଦ୍ରାପଡ଼ାର ଦୁଇ ଯୁବତୀ

କେନ୍ଦ୍ରାପଡ଼ା: ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଦୁଇ ଜଣ ଝିଅ ପରସ୍ପରକୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନୋଟାରି ନିକଟରେ ସେମାନେ ବିବାହ କରିଥିବା ସୂଚନା ମିଳିଛି। ଉକ୍ତ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ପଟ୍ଟାମୁଣ୍ଡାଇ ଓ ଅନ୍ୟ ଜଣଙ୍କ ଘର ମହାକାଳପଡ଼ାରେ ବୋଲି ଜଣାପଡ଼ିଛି। ଗତକାଲି ଏହି ଦୁଇ ଜଣ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୂଚନା ଅନୁସାରେ, କଲେଜରେ ପଢ଼ୁଥିବା ବେଳେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା। ଏହା ପରେ ସେମାନେ […]

  • Friday, 16 July 2021
rape
ପୁଣି ଲଜ୍ଜା ; ୩ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଖୋର୍ଦ୍ଧା  : ରାଜ୍ୟରେ ଥମୁନି ମହିଳାଙ୍କ ଉପରେ ବର୍ବରତା। ଅାଜି ପୁଣି ଥରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମାରଣାସ୍ତ୍ର ଦେଖାଇ ଗାଁ ପାଖରୁ ଉଠାଇ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଛନ୍ତି। ୩ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

  • Friday, 16 July 2021
w1
କାନ୍ଥ ପଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଥୁରିଆ ଆବାସିକ ବିଦ୍ୟାଳୟରେ କାନ୍ଥ ପଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଭିଆର୍ ରାଓ କହିଛନ୍ତି। ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ମୃତ ଦୁଇ ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ରେଡକ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ […]

  • Friday, 16 July 2021
Dharmendra2
ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ

ଭୁବନେଶ୍ୱର : ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତ ତୀର୍ଥଯାତ୍ରୀ ଯେମିତି ସୁରକ୍ଷିତ ଘରକୁ ଫେରିବେ ସେ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଅାଲୋଚନା କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ନେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ନିର୍ଦ୍ଦେଶ […]

  • Friday, 16 July 2021
tiger accused
କଲରାପତରିଅା ନୁହଁ ମହାବଳ ବାଘର ଶିକାର ହୋଇଛି ; ମାମଲାରେ ୪ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମିଳିଥିବା ଗଳିତ ମୃତଦେହ ମହାବଳ ବାଘର ହୋଇଥିବା ସଂଦେହ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ।  ଅଭିଯୁକ୍ତଙ୍କ ବୟାନ ଓ ଜବତ ହୋଇଥିବା ପଞ୍ଝା ଓ ନିଶରୁ ଏହା ମହାବଳର ହୋଇଥିବା ସୂଚନା ମିଳୁଛି ବୋଲି ସେ କହିଛନ୍ତି। ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ୱାଇଲଣ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ରିପୋର୍ଟ ଅାସିବା ପରେ ହିଁ ଜଣାପଡ଼ିବ ବୋଲି ଡିଏଫ୍ଓ କହିଛନ୍ତି । ଏହାସହ ବେଙ୍ଗାଲୁରୁରୁ ଫରେନ୍ସିକ୍ ରିପୋର୍ଟକୁ […]

  • Friday, 16 July 2021
phd-up
ପରିଣତ ବୟସରେ ଡକ୍ଟରେଟ୍ ନିଶା

ଭୁବନେଶ୍ୱର : ବୟସର ଅପରାହ୍ନରେ ଡକ୍ଟରେଟ୍ ନିଶା। ୮୦ ବର୍ଷ ବୟସରେ ବାଣୀବିହାର ହଷ୍ଟେଲରେ ରହି ପିଏଚ୍‌ଡି କରୁଥିବା ଦେବଗ଼ଡ଼ର ପୂର୍ବତନ ସାଂସଦ ନାରାୟଣ ସାହୁ ଏବେ ଚର୍ଚ୍ଚାରେ। ଦିନେ ରାଜନୀତିର ପଶାପାଲିରେ ଗୋଟି ଚାଳନା କରୁଥିବା ନାରାୟଣ ଆଜି ଜଣେ ଛାତ୍ର ପାଲଟି ଯାଇଛନ୍ତି। ପାଲଲହଡାରୁ ଦୁଇ ଦୁଇଥର ବିଧାୟକ, ପରେ ୧୯୮୦ରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନାରାୟଣ ସାହୁ। ହେଲେ ଶେଷରେ ରାଜନୀତିକୁ ତ୍ୟାଗ କଲେ ନାରାୟଣ । କାରଣ ସେ […]

  • Friday, 16 July 2021
sahid-up
ପୁଅ ଅଚ୍ୟୁତାନନ୍ଦଙ୍କୁ ହରେଇ ବେସାହାରା ବାପା-ମାଆ

ଭୁବନେଶ୍ୱର : ଦାନ୍ତେଓ୍ୱାଡା ନକ୍ସଲ ଅାକ୍ରମଣରେ ସହିଦ, ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ କେତେ? ତାକୁ ନେଇ ଏବେ ପ୍ରଶ୍ନ। ଅଚ୍ୟୁତାନନ୍ଦଙ୍କ ଗାଁକୁ ନେତାଙ୍କ ସୁଅ ତ ଛୁଟୁଛି, ହେଲେ ତାଙ୍କ ରୋଗୀଣା ମାଅାଙ୍କ ଚିକିତ୍ସା ଓ ବିଧବା ପତ୍ନୀଙ୍କ ଥଇଥାନ ପାଇଁ କାହାରି ମୁହଁ ଖୋଲୁନି । ଶୂନ୍ୟ ହୋଇଯାଇଛି କୋଳ, ଭାଙ୍ଗି ଯାଇଛି ସାହାରା। ରୋଜଗାରିଅା ପୁଅକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମାଓ ଅାକ୍ରମଣରେ ସହିଦ, […]

  • Friday, 16 July 2021
a2
ରାୟଗଡ଼ାରେ ଆହାର ଯୋଜନା ବାଟବଣା ହେଉଥିବା ଅଭିଯୋଗ

ରାୟଗଡ଼ା: ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ। ଆଉ ନିୟମ ଥିଲା ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ୫ଟଙ୍କାରେ ଖାଦ୍ୟ ମିଳିବ। ତେବେ ରାୟଗଡ଼ାରେ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ରାତି ୯ଟା ବଦଳରେ ସନ୍ଧ୍ୟା ୮ଟାରୁ ଆହାର କେନ୍ଦ୍ର ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି। ରାୟଗଡ଼ା ସହର ଜିସିଡି ହାଇସ୍କୁଲ ନିକଟରେ ଥିବା ଆହାର କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଘୋଷଣା […]

  • Friday, 16 July 2021
b14
ମଥୁରାନଗରୀରେ ଚାଲିଛି ମହାରାଜା କଂସଙ୍କ ରାଜୁତି

ବରଗଡ଼: ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଚାଲିଛି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜା ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ରଙ୍ଗମହଲ ମଧ୍ୟ ଉଦ୍‌ଘାଟନ କରିଥିଲେ ମହାରାଜା କଂସ। ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ମଥୁରାନଗରୀ ଭ୍ରମଣ କରିବେ। ଏହାସହ ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ଶ୍ୟାମେଶ୍ୱର ମହାଦେବ ଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ସେହପରି ଗୋପପୁରରେ ନନ୍ଦୋତ୍ସୋବ, କୃଷ୍ଣଙ୍କ ଦୋଳି ଝୁଲା, ରାସ ନୃତ୍ୟ, କୃଷ୍ଣ-ବଳରାମଙ୍କ ଗୋପପୁର ଭ୍ରମଣ […]

  • Friday, 16 July 2021
c1
କଟକରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ଗାଁରେ ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ସୋନା ଖାନ୍ ଓ ସେକ୍ ନିଜାମ୍‌ଙ୍କ ପରିବାର ମଧ୍ୟରେ ଗତ କିଛି ଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ ଏହି ଗଣ୍ଡଗୋଳ […]

  • Friday, 16 July 2021
school
ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା। ସ୍କୁଲର ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ଅଭିଭାବକ ମାନେ ଅାଣିଛନ୍ତି ସଙ୍ଗୀନ ଅଭିଯୋଗ। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାରଣ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେବେଳେ ଭିନ୍ନଭିନ୍ନ କାରଣ ନେଇ ସେମାନଙ୍କୁ ସ୍କୁଲ ଶିକ୍ଷକ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। […]

  • Friday, 16 July 2021
b1
ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।  ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍‌ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଟ୍‌ ମାଲିକ ସଂଘ ଦାବି କରିଥିଲେ। ମୃତ ବୋଟ୍ ଚାଳକଙ୍କ ପୁଅଙ୍କୁ ୧୮ ବର୍ଷ ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ […]

  • Friday, 16 July 2021
m1
ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ବାସହୀନ ମହିଳାଙ୍କ ପାଇଁ ସୁରକ୍ଷା ଚିନ୍ତା। ମୁକ୍ତାକାଶ, ରେଲ୍‌ୱେ ଓ ଫୁଟ୍‌ପାଥ୍‌ରେ ଶୋଉଥିବା ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଯାଇ ମହିଳା ଆଶ୍ରୟସ୍ଥଳୀରେ ରଖାଯିବ। ଏଥିଲାଗି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଏକ ସ୍ୱତନ୍ତ୍ର ମହିଳା ଆଶ୍ରୟସ୍ଥଳୀ ଖୋଲାଯାଇଛି। ଶହେ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀକୁ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଛନ୍ତି।   ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀରେ ମହିଳାମାନଙ୍କ ପାଇଁ ସମସ୍ତ ପ୍ରକାର […]

  • Friday, 16 July 2021
d1
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ବରଗଡ଼ ପାଲଟିଛି ମଥୁରା ନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି। ଆଜିଠୁ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି […]

  • Friday, 16 July 2021
rape
ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲା ; ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍

ଗଞ୍ଜାମ : ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍।  ଗଞ୍ଜାମ ଏସ୍‌ପି ବ୍ରିଜେଶ୍ ରାୟ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦିନକ ତଳେ ପୋଲସରାର ବାଲିଛାଇ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ନାବାଳିକା ଶୋଇଥିବା ବେଳେ ଚୋରି କରିବାକୁ ଯାଇ ଚୋରମାନେ ତାଙ୍କୁ ଘରୁ ଟେକି ନେଇ ପାଖରେ ଥିବା ଏକ ଜମିରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। […]

  • Friday, 16 July 2021
tito
ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ନାଁରେ ଥିବା ଫିଲିଂ ଷ୍ଟେସନରେ ଚଢ଼ାଉ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ାରେ ଥିବା ସୟଦ ଫିଲିଂ ଷ୍ଟେସନ୍‌ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଟିମ୍‌ ପକ୍ଷରୁ ଗତକାଲି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଟିଟୋ ଗିରଫ ହେବା ପରେ ତା’ର ବ୍ୟବସାୟ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ସମୟରେ ଏଭଳି ଚଢ଼ାଉ କରାଯାଉଛି।

  • Friday, 16 July 2021
ctc
ପୁଅ ଦିବ୍ୟାଙ୍ଗ, ପାନ ବିକି ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧା ମା’

କଟକ: ପଲିଥିନ ଟଣା ଘରେ ବିତୁଛି ଜୀବନ। ବର୍ଷେ କି ଦୁଇ ବର୍ଷେ ନୁହେଁ, ୪୦ ବର୍ଷରୁ ଅଧିକ ହେବ ଦୁର୍ବିସହ ଭାବେ ଜୀବନ କଟୁଛି। ଏପରିକି ସଳଖି ଠିଆ ହେବା ପାଇଁ ଅଣ୍ଟାରେ ବଳ ନାହିଁ। ଏହା ସତ୍ତ୍ୱେ ବି ସେ ହାର୍‌ ମାନି ନାହାନ୍ତି। ଏ ହେଉଛି ଅସହାୟ ବୃଦ୍ଧା ପୁନି ନାୟକଙ୍କ ସଂଘର୍ଷର କାହାଣୀ। ସ୍ୱାମୀଙ୍କର ଦେହାନ୍ତ ପରେ ପୁନି କଟକ ମାଲଗୋଦାମ ଓଭରବ୍ରିଜ୍‌ ତଳେ ଏକ ପାନ ଦୋକାନ କରି ଗୁଜୁରାଣ […]

  • Friday, 16 July 2021
child
ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି: ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର ବୋଲି ଜଣାପଡ଼ିଛି। ଏହି ଶିଶୁ ଶ୍ରମିକମାନଙ୍କୁ ୩ଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁକୁ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ କୌଣସି ସୂତ୍ରରୁ ଖବର ପାଇ ପଡ଼ିଆ ଅଞ୍ଚଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର […]

  • Friday, 16 July 2021
boom
ବିସ୍ଫୋରଣ ଘଟଣା: ସନ୍ଦେହରେ ବାଣ ବ୍ୟବସାୟୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳିପୁରରେ ଭୟଙ୍କର ବାଣ ବିସ୍ଫରଣ ଘଟଣାକୁ ଦିନଟିଏ ପୂରିବାକୁ ବସିଛି ହେଲେ ଏବେ ବି ନିଖୋଜ ବାଣ ବ୍ୟବସାୟୀ ଜ୍ଞାନେନ୍ଦ୍ର ମିଶ୍ର। ସେ ଜୀବିତ କି ମୃତ ତାକୁ ନେଇ ସନ୍ଦିହାନ ଗାଁ ଲୋକେ ଓ ପୁଲିସ। ତେଣେ ଆଜି ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜ୍ଞାନେନ୍ଦ୍ର ଓ ତାଙ୍କ ଦୁଇ ଭାଇ ବେଆଇନ୍ ବାଣ ତିଆରି ଓ ବିକ୍ରି କରୁଥିବା ନିଶ୍ଚିତ ହୋଇଥିବାବେଳେ ଏପଟେ […]

  • Friday, 16 July 2021
odishaAssembly
୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ଅନୂସୂଚିତ ଜାତି ସମବାୟ ନିଗମ ବା ଟିଡିସିସିର ୩୬ କୋଟି ଋଣ ପରିଶୋଧ କରିବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସରକାରଙ୍କ ସହାୟତାରେ ଅନୂସୂଚିତ ଜାତି ଓ ଜନଜାତି ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଋଣମୁକ୍ତ ହେବ। ଏହାସହ ରାଜ୍ୟ ସରକାର ଆଜି ୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସେହିଭଳି  ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନ ଓ ଓଡ଼ିଶା ୱାଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନକୁ ମଧ୍ୟ […]

  • Friday, 16 July 2021
titli
ଗଞ୍ଜାମ ପରେ ଗଜପତିରେ ତିତ୍‌ଲି କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଗଜପତି: କେନ୍ଦ୍ରୀୟ ଟିମ୍‌ ତିତ୍‌ଲି କ୍ଷୟକ୍ଷତି ଆକଳନ କରିଛନ୍ତି। ଗତକାଲି ଗଞ୍ଜାମ ପରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଆଜି ପ୍ରଭାବିତ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁକୁ ଯାଇଥିଲେ। ପ୍ରଭାବିତଙ୍କ ସହ ଆଲୋଚନା ସହ ପୁନରୁଦ୍ଧାର କାମର ତଦାରଖ କରିଥିଲେ। ପରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର […]

  • Friday, 16 July 2021
11
ମଣ୍ଡିରୁ ଧାନ ନ ଉଠାଯିବାରୁ ରାସ୍ତା ଅବରୋଧ କଲେ ଚାଷୀ

ମାଲକାନଗିରି: ମଣ୍ଡିରୁ ଧାନ ନ ଉଠିବାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା। ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଯେ, ଜିଲ୍ଲାର ୬୨ଟି ମଣ୍ଡିରେ ୧୫-୨୦ ଦିନ ହେଲାଣି ଧାନ ବସ୍ତାପଡ଼ି ରହିଛି। ମିଲ୍‌ ମାଲିକମାନେ ଠିକ୍ ସମୟରେ ଧାନବସ୍ତା ଉଠାଉ ନାହାନ୍ତି। ଧାନ ବିକ୍ରି କରି ନ ପାରି ଚାଷୀ ହଇରାଣ ହେଉଛନ୍ତି। ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ପରିସ୍ଥିତିରେ କିଛି […]

  • Friday, 16 July 2021