• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

representational image
ପରକୀୟା ପ୍ରୀତିରୁ ଗଲା ଯୁବକଙ୍କ ଜୀବନ!

ମାଲକାନଗିରି: ପରକୀୟା ପ୍ରୀତିକୁ ନେଇ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ନିରଞ୍ଜନ ସରଦାର୍। ଏମ୍‌ପିଭି-୪ରେ ତାଙ୍କ ଘର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ଭେଜିଙ୍ଗିଗୁଆ ଗାଁରୁ ଯାତ୍ରା ଦେଖି ଫେରୁଥିବା ବେଳେ ଏମ୍‌ପିଭି ୩୮ ନିକଟରେ ବୈରାଗୀ ନାମକ ଜଣେ ଯୁବକ ନିରଞ୍ଜନଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଅଭିଯୁକ୍ତ ବୈରାଗୀକୁ ଗିରଫ କରିଛି। ଅଭିଯୁକ୍ତର ସ୍ତ୍ରୀ ସହ […]

  • Friday, 16 July 2021
make in odisha
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ରେ ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଅାସିଛି। ୧୫ଟି ସେକ୍ଟରରେ ପୁଞ୍ଜି ନିବେଶ ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରସ୍ତାବ ମିଳିଥିବା ବେଳେ ଏହାଦ୍ୱାରା ରାଜ୍ୟରେ ୫ ଲକ୍ଷ ୯୧ ହଜାର ଅତିରିକ୍ତ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍ ଅବସରରେ ଅାଜି ଅଭିଭାଷଣ ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ମେକ୍ […]

  • Friday, 16 July 2021
besha-up
୨୦୨୦ ମସିହାରେ ହୋଇପାରେ ଶ୍ରୀମନ୍ଦିରରେ ଦୁର୍ଲଭ ରଘୁନାଥ ବେଶ

ପୁରୀ : ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅାହ୍ଲାଦିତ ହେବେ ଭକ୍ତ। ୨୦୨୦ ମସିହାରେ ଶ୍ରୀମନ୍ଦିରରେ ହୋଇପାରେ ଦୁର୍ଲଭ ରଘୁନାଥ ବେଶ। ପୁଣି ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା ଯୁଗର ଧନୁର୍ଦ୍ଧର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏ ବିରଳ ବେଶ କରାଯିବାକୁ ଉଦ୍ୟମ ଅାରମ୍ଭ ହୋଇଛି। ଶ୍ରୀମନ୍ଦିର ମାଦଳାପାଞ୍ଜି କହୁଛି, ବିଗତ ୫ଶହ ବର୍ଷ […]

  • Friday, 16 July 2021
chhita-up
ନୀରବି ଗଲା ସୁମଧୁର କଣ୍ଠ ସଙ୍ଗୀତର ବେତାଜ୍ ବାଦଶାହଙ୍କ ସ୍ୱର

ଭୁବନେଶ୍ୱର : ଅାଉ ନାହାନ୍ତି ଓଡ଼ିଆ ସଙ୍ଗୀତର ଏ ଅଲ ଟାଇମ୍ ହିଟ୍ ଗୀତର ସାରସ୍ୱତ ସାଧକ ଚିତ୍ତ ଜେନା। ଶେଷ ହୋଇଛି ତାଙ୍କ ସଙ୍ଗୀତ ସାଧାନା , ଅାଉ ନୀରବି ଯାଇଛି ତାଙ୍କ ସ୍ୱର। କୋଟି କୋଟି ବିଦଗ୍ଧ ଶ୍ରୋତାଙ୍କୁ ଶୋକ ସାଗରରେ ଭସାଇ ସେ ଅାର ପାରିକୁ ଚାଲି ଯାଇଛନ୍ତି। ୭୬ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିତ୍ତ ଜେନା ଅାଜି ଭୋର ପ୍ରାୟ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ […]

  • Friday, 16 July 2021
1
ଗାତରୁ ବାହାରୁଛି ଧୂଆଁ, ଗରମ ପାଣି

ଭଦ୍ରକ: ଗାତରୁ ବାହାରୁଛି ଧୂଆଁ। ଆଉ ସେହି ଧୂଆଁକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ କରଞ୍ଜମାଳ ଗାଁରେ ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି। କରଞ୍ଜମାଳ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପାଇଁ କିଛି ଶ୍ରମିକ ଗାତ ଖୋଳୁଥିଲେ। ତେବେ ୫ରୁ ୬ ଫୁଟ୍ ଖୋଳିବା ପରେ ସେହି ସ୍ଥାନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏପରିକି ଗରମ ପାଣି ବାହାରୁଥିବା ଲୋକେ କହିଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକଙ୍କ […]

  • Friday, 16 July 2021
modi-up
ମୋଦି ପୁରୀରୁ ଲଢ଼ିବା ଚର୍ଚ୍ଚା ପରେ ସରଗରମ ରାଜ୍ୟ ରାଜନୀତି

ଭୁବନେଶ୍ୱର : ବିଜେପି ଫୋକସ୍‌ରେ ଥିବା ପୂର୍ବାଞ୍ଚଳର ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଦଳୀୟ ସଭାପତିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଲଚଲ୍। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ିବେ ତାହେଲେ ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଶାହ ବି କହିଥିଲେ, ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଦଳ ଜିତିଲେ ବିଜେପିର ସ୍ୱର୍ଣ୍ଣିମ ଯୁଗ ଅାସିବ। ତେଣୁ ବିଜେପିର ଶୀର୍ଷସ୍ତରରେ […]

  • Friday, 16 July 2021
death-mother
ମଦ ପିଇବା ପାଇଁ ଟଙ୍କା ନଦେବାରୁ ମା’କୁ ମାରିଦେଲା ପୁଅ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମଦ ପାଇଁ ନିଜ ଜନ୍ମକଲା ମାଆକୁ ମାରିଦେଇଛି ପୁଅ। ଏପରି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୁଅ ମହେଶ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଓଭୁବନପୁର ଗାଁରେ ସପରିବାରେ ବାସ କରନ୍ତି ସୋମବାରୀ ବାର୍ଲା। ସବୁ ଦିନ ପରି ଗତକାଲି ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମଝିଆ ପୁଅ ମହେଶ ଶୋଇବା ଘରୁ […]

  • Friday, 16 July 2021
lata
ଏସ୍‌.ପି.ଙ୍କ ଦ୍ୱାରସ୍ଥ ହେଲେ ନିଜକୁ ଦୈତାରୀ ପଣ୍ଡାଙ୍କ ସ୍ତ୍ରୀ ଦାବି କରୁଥିବା ଲତା ମଣ୍ଡଳ

ବାଲେଶ୍ୱର : ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କୁ ନିଜର ସ୍ୱାମୀ ବୋଲି ଦାବି କରୁଥିବା ଝାମୁଛାଡି ଅଞ୍ଚଳର ଜଣେ ମହିଳା ଲତା ମଣ୍ଡଳ ଅାଜି ବାଲେଶ୍ୱର ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଛିଦିନ ତଳେ ଲତା ମଣ୍ଡଳ ଦୈତାରୀ ପଣ୍ଡାଙ୍କ ନାଁରେ ସିମୁଳିଅା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହାରି ଭିତରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଅାଜି ସେ ଓ ତାଙ୍କ ପୁଅ ବାଲେଶ୍ୱର […]

  • Friday, 16 July 2021
bjd
ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଲେଣି କିଛି ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଗତ ଥର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ସୁଶାନ୍ତ। ପୁରୁଖା ନେତାଙ୍କୁ ଅଣଦେଖା କରୁଛନ୍ତି। ତେଣୁ ଅାଗାମୀ ନିର୍ବାଚନରେ ତାଙ୍କୁ ଟିକଟ ନ ଦେବାକୁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ବିଜେଡିରେ ଗୋଷ୍ଠୀ କନ୍ଦଳକୁ […]

  • Friday, 16 July 2021
ri
ତହସିଲଦାର ଓ RIଙ୍କୁ ଅଟକ ରଖିଲେ ଗାଁ ଲୋକେ

ସୁବର୍ଣ୍ଣପୁର  : ଚକଡା ପୋକ ଜନିତ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇ ତହସିଲଦାର ଓ RI ଅଟକ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ବେହେରାମାଲ ଗାଁରେ ଘଟିଛି ଏହି ଘଟଣା। ଚକଡା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଧାନ ଫସଲର ଅନୁଧ୍ୟାନ ଲାଗି ଏସ୍.ରାମପୁରର ତହସିଲଦାର ପଞ୍ଚାନନ ପାତ୍ର  ଓ ବେହେରାମାଲ RI ଗାଁକୁ ଯାଇଥିଲେ। ତେବେ ସେଠାରେ ଗାଁ ଲୋକେ କ୍ଷୟକ୍ଷତିର ଅାକଳନ କରି ତୁରନ୍ତ କ୍ଷତିପୂରଣ ଦାବି କରି ଉଭୟ ତହସିଲଦାର ଏବଂ RIଙ୍କୁ […]

  • Friday, 16 July 2021
train derail
ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ ପରେ ସ୍ୱାଭାବିକ ହୋଇଛି ସ୍ଥିତି

ଭୁବନେଶ୍ୱର  : ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ ପରେ ସ୍ୱାଭାବିକ ହୋଇଛି ସ୍ଥିତି। ଟ୍ରେନ୍‌ର ୧୫ଟି ବଗି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ତେବେ ଦୁର୍ଘଟଣାସ୍ଥଳେ ୫ଟି ବଗି ରହିଛି। ଯାତ୍ରୀଙ୍କୁ ଭୁବନେଶ୍ୱର ଏବଂ ପୁରୀ ଅଭିମୁଖେ ପଠାଯାଇଛି। ଫାଲୋକନାମା ଏବଂ ନୀଳାଚଳ ଏକ୍ସପ୍ରେସ୍ ମାଧ୍ୟମରେ ଅାସୁଛନ୍ତି ଯାତ୍ରୀ। ଅାଜି ସକାଳ ୭ଟା ୮ ମିନିଟ୍‌ରେ ଭୋଗପୁର-ପାଂସକୁରା ମଧ୍ୟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା। ତେବେ ଦୁର୍ଘଟଣାରେ କୌଣସି […]

  • Friday, 16 July 2021
ayub-1--up
ପୁଣି ପଦାକୁ ଆସିଲା ବିଜେଡି ବିଧାୟକ ଅାୟୁବ ଖାନଙ୍କ ଔଦ୍ଧତ୍ୟର ଚିତ୍ର

ବଲାଙ୍ଗିର : କଣ୍ଟାବାଞ୍ଜିର ବିଜେଡି ବିଧାୟକ ଅାୟୁବ ଖାନ୍‌ଙ୍କ ପୁଣି ଔଦ୍ଧତ୍ୟ। ପୁଣି ତୋଡ଼ ଦେଖାଉଛନ୍ତି ସଭା ମଝିରେ। ଜିଲ୍ଲାପାଳ, ସାଂସଦଙ୍କ ସହ ଅନ୍ୟ ଜନପ୍ରତିନିଧି ଓ କର୍ମଚାରୀଙ୍କ ଉପସ୍ଥିତିରେ ମୁରିବାହାଲ ବ୍ଲକ୍‌ ଅଧ୍ୟକ୍ଷ ହଂସରାଜ ଜୈନଙ୍କୁ ଚୋର ବୋଲି କହୁଛନ୍ତି ଆୟୁବ ଖାନ୍‌। କଣ୍ଟାବାଞ୍ଜି ଏନ୍ଏସି ଅଫିସରରେ ଅନୁଷ୍ଠିତ ଦିଶା ମିଟିଂରେ ମୁରିବାହାଲ ବ୍ଲକ୍‌ରେ ଶିଶୁ ଶ୍ରମିକ କାମ କରୁଛନ୍ତି ବୋଲି ଅଭିଯୋଗ ଅାଣି ଏକ ଚିତ୍ର ଦେଖାଇଥିଲେ ବିଧାୟକ। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ […]

  • Friday, 16 July 2021
meeting-up
ପୁଳା ପୁଳା ପୁଞ୍ଜିର ପ୍ରତିଶ୍ରୁତି ଦେଲେ ଶିଳ୍ପପତି

ଭୁବନେଶ୍ୱର : ମେକ୍ ଇନ ଓଡ଼ିଶା କନ୍‌କ୍ଲେଭର ବିଜିନେସ୍ ଲିଡରସିପ୍ ସମିଟ୍‌ରେ ଶିଳ୍ପ ଜଗତର ବଡ଼ ହସ୍ତୀ ମୁକେଶ ଅମ୍ବାନୀ । ଓଡ଼ିଶାରେ କେତେ ପୁଞ୍ଜି ଖଟାଇବେ ଦେଶର ସର୍ବବୃହତ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ । ତା ଉପରେ ଥିଲା ସମସ୍ତଙ୍କ ନଜର। ମୁକେଶ କହିଥିଲେ, ଜିଓ ଜରିଅାରେ ଓଡ଼ିଶାରେ ରିଲାଏନ୍ସ ୬ ହଜାର କୋଟି ଟଙ୍କା ନିବେଶ କରିଛି। ଅାଗକୁ ଅାଉ ୩ ହଜାର କୋଟି ବଢ଼ିବ। ତେବେ ମୁକେଶଙ୍କ କ୍ଷେତ୍ରରେ ଏହା କମ୍ […]

  • Friday, 16 July 2021
abhijit
ଅଭିଜିତ ଆୟରଙ୍କ ସପକ୍ଷରେ ଆମନେଷ୍ଟି ଇଣ୍ଡିଆ

ଭୁବନେଶ୍ୱର : ଅଭିଜିତ ଅାୟାର ମିତ୍ରଙ୍କ ସପକ୍ଷରେ ବାହାରିଲା ମାନବାଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଅା । ଓଡ଼ିଶାର ଦୁଇଟି ମନ୍ଦିର ସମ୍ପର୍କରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡୁଥିବାରୁ ଓଡ଼ିଶା ସରକାର ତାଙ୍କୁ ମୁକ୍ତ କରିବା ଉଚିତ ବୋଲି ସଂଗଠନ କହିଛି।  ଜଣେ ବ୍ୟକ୍ତିଙ୍କ କହିବାର ଅଧିକାର ଥିବାବେଳେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ନ୍ୟାୟ ସଙ୍ଗତ ନୁହେଁ ବୋଲି କହିଛି ଆମନେଷ୍ଟି ଇଣ୍ଡିଅା। ତେଣୁ ତାଙ୍କ ବିରୋଧରେ […]

  • Friday, 16 July 2021
rr-up
ମଞ୍ଜ କଥା କହି ଖୋଲିଲେ ଶିଳ୍ପାୟନ ସ୍ୱପ୍ନ ଓ ବାସ୍ତବତାର ଗୁମର

ଭୁବନେଶ୍ୱର : ଶିଳ୍ପର ମହାକୁମ୍ଭରେ ଶିଳ୍ପ ଜଗତର ହେଭିୱେଟ୍ ଶିଳ୍ପପତିମାନେ। ମିଳିଛି ଗଦା ଗଦା ପ୍ରତିଶ୍ରୁତି ଅାଉ ଭୁରି ଭୁରି ପ୍ରଶଂସା । ଟାଟା, ବିର୍ଲା ,ଅଦାନୀ ଅମ୍ବାନୀଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ଉଦ୍‌ଘାଟିତ ହୋଇଛି ମେକ୍ ଇନ୍ ଓଡିଶା କନକ୍ସେଭର ବିଜନେସ ସମିଟ୍। ପୁଞ୍ଜିନିବଶର ପ୍ରତିଶ୍ରୁତି ସହ ସରକାରଙ୍କୁ ପ୍ରଲୋଭିତ କଲା ଭଳି ପ୍ରଶଂସା। ହେଲେ ତା ଭିତରେ ବି ଅସଲ କଥା କହିବାକୁ ଭୁଲି ନଥିଲେ ଦେଶର ଏ ନାମୀ ଦାମୀ […]

  • Friday, 16 July 2021
jail-up
ଜେଲ୍‌ରେ କଏଦୀଙ୍କ ଜଳଖିଅା ଖର୍ଚ୍ଚ ୧୮ଲକ୍ଷ ଟଙ୍କା !

ଭୁବନେଶ୍ୱର : ଜେଲ୍‌ରେ ଜଳଖିଅା ବାବଦରେ ଖର୍ଚ୍ଚ ୧୮ଲକ୍ଷ ଟଙ୍କା। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଶହେ ପ୍ରତିଶତ ସତ। ରାଜ୍ୟର ୬ଟି ଜେଲରେ ଥିବା କ୍ୟାଣ୍ଟିନ୍‌ରୁ ଅନ୍ତେବାସୀଙ୍କ ଜଳଖିଅା ବାବଦକୁ  ବର୍ଷକ ଭିତରେ ଏତେ ଟଙ୍କା ଅାୟ ହୋଇଛି। ସବୁଠୁ ଅଧିକ ୭ଲକ୍ଷ ୨୨ ହଜାର ଟଙ୍କାର ଜଳଖିଅା ଖାଇଛନ୍ତି ଝାରପଡା ଜେଲର ଅନ୍ତେବାସୀ। ତା ପଛକୁ ଅଛି ଚୌଦ୍ୱାର ଜେଲ୍, ଏଠାରୁ ଅାୟ ହୋଇଛି ୬ ଲକ୍ଷ ୩୦ହଜାର। ବ୍ରହ୍ମପୁର ଜେଲରୁ ୩ […]

  • Friday, 16 July 2021
baDRI
ମନ୍ତ୍ରୀଙ୍କ ପୁଅ ଗୁଣ୍ଡାରାଜ ଚଳାଉଥିବା ଅଭିଯୋଗ

କଟକ : କଟକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କୁଶପୁତ୍ତଳିକା ଦାହ। ଯୁବ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି ଯେ, ମନ୍ତ୍ରୀଙ୍କ କ୍ଷମତା ବଳରେ ବଳିୟାନ ହୋଇ ବଦ୍ରିଙ୍କ ପୁଅ ବିରୋଧୀ ଦଳର କର୍ମୀଙ୍କ ଉପରେ ଅାକ୍ରମଣ କରୁଛନ୍ତି। ସାଧାରଣରେ ଅାତଙ୍କ ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଗୁଣ୍ଡାରାଜ ଚଳାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ।  ମନ୍ତ୍ରୀଙ୍କ ପୁଅଙ୍କ ନାଁରେ FIR ଦିଅାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଉ ନଥିବା ଅଭିଯୋଗ କରିଛି […]

  • Friday, 16 July 2021
modi
ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି

 ଭୁବନେଶ୍ୱର : ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସୂଚନା ଦେବାପରେ ଅାଲୋଚନା ଘନେଇଛି। ସେପଟେ ଅମିତ ଶାହଙ୍କୁ ପଶ୍ଚିମବଙ୍ଗରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ସେ […]

  • Friday, 16 July 2021
budha
ବୁଦ୍ଧଙ୍କ ନକଲି ଅସ୍ଥିଖଣ୍ଡ ରଖି ମ୍ୟୁଜିୟମ ଉଦ୍‌ଘାଟନକୁ ବିରୋଧ

ମାହାଙ୍ଗା : ତରବରିଅା ଭାବେ ଭଗବାନ ବୁଦ୍ଧଙ୍କ ନକଲି ଅସ୍ଥିଖଣ୍ଡ ରଖି ମ୍ୟୁଜିୟମ ଉଦ୍‌ଘାଟନ ନିଷ୍ପତ୍ତିକୁ ବୁଦ୍ଧାୟନ ଓଡିଶା ପକ୍ଷରୁ ବିରୋଧ। ଏନେଇ ବୁଦ୍ଧାୟନର ଶତାଧିକ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଲଳିତଗିରି ବୌଦ୍ଧବିହାରର ଏଏସ୍‌ଅାଇ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି ଠାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବୁଲେଟ୍ ପ୍ରୁଫ୍ ମ୍ୟୁଜିୟମ ଉଦ୍‌ଘାଟନ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୯୮୨ ମସିହା ଖନନରୁ ଏହି  ପୀଠରୁ ହିଁ ଭଗବାନ ବୁଦ୍ଧଙ୍କ […]

  • Friday, 16 July 2021
death 3
କୂଅରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ

ଅନୁଗୁଳ  : ଅନୁଗୁଳ ପାଲଲହଡ଼ା ଅଞ୍ଚଳରେ ଅଘଟଣ। ଅଙ୍ଗନବାଡି କେନ୍ଦ୍ରରୁ ଫେରିବାବେଳେ କୂଅରେ ପଡି ଦୁଇ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ଦୁଇ ମୃତକ ଶିଶୁକନ୍ୟାଙ୍କ ନାଁ ପଲ୍ଲବି କିଶାନ ଓ ଲଭ୍‌ଲି କିଶାନ। ଉଭୟଙ୍କ ବୟସ ୪ଓ ୩ ବର୍ଷ। ସୂଚନା ଅନୁସାରେ, ଉଭୟେ ଅାଲୋରୀ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ । ତେବେ ସେଠାରୁ ଫେରିବା ସମୟରେ ରାସ୍ତାରେ ଥିବା କୂଅରେ ଗୋଡ ଧୋଇବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ଗୋଡ […]

  • Friday, 16 July 2021
bar
ବୁଧବାର ଯାଏଁ କାର୍ଯ୍ୟବନ୍ଦ ଅାନ୍ଦୋଳନ ଜାରି ପାଇଁ ସଂଘର ନିଷ୍ପତ୍ତି

କଟକ : ଓକିଲ ଅାନ୍ଦୋଳରେ ବାହାରିପାରିଲାନି ନିଷ୍କର୍ସ। ହାଇକୋର୍ଟ ଓକିଲ ସଂଘ ବୈଠକରେ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅାସନ୍ତା ବୁଧବାର ଯାଏ ଅାନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଅାସୋସିଏସନ। ବୁଧବାର ଦିନ ପୁଣି ବସିବ ହାଇକୋର୍ଟ ବାର ଅାସୋସିଏସନ ସାଧାରଣ ପରିଷଦ ବୈଠକ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ସେପଟେ ଅାଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଦାଖଲ […]

  • Friday, 16 July 2021
j2
ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହୁଛି ଶତାଧିକ ଭାରିଯାନ

ଜୟପୁର: ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହୁଛି। ପ୍ରତିଦିନି ଗାଡ଼ି ଅଟକି ରହୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜର ଆସିଛି। ଅନ୍ୟପଟେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାଁରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ କରି ଅଧପନ୍ତରିଆ କାମ କରୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବସ୍‌, ଟ୍ରକ୍ ସବୁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା […]

  • Friday, 16 July 2021
flyover
ସମ୍ବଲପୁରରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ୍‌ରେ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ନିର୍ମାଣାଧୀନ ଏକ ଫ୍ଲାଏ ଓଭର ବ୍ରିଜ୍‌ରେ ଦୁର୍ଘଟଣା ଘଟିଛି। କିନ୍ତୁ ସୌଭାଗ୍ୟବଶତଃ କାମ କରୁଥିବା ଶ୍ରମିକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିର୍ମାଣାଧୀନ ବ୍ରିଜ୍‌ରେ ଦୁଇଟି କ୍ରେନ୍‌ ଜରିଆରେ ଲୁହା ନିର୍ମିତ ବଡ଼ ଗାର୍ଡ ୱାଲ୍‌କୁ ପୋଲ ଉପରକୁ ଉଠାଯାଇ ପିଲର୍‌ ଉପରେ ଥିବା ବେସ୍‌ରେ ରଖାଯାଇ ଫିଟିଙ୍ଗ୍‌ କରାଯାଉଥିଲା। କିନ୍ତୁ ଠିକ୍ ଭାବେ ଖଞ୍ଜା ହୋଇନପାରିବାରୁ ଲୁହା ଗାର୍ଡ ୱାଲ୍‌ଟି ତଳକୁ ଖସିପଡ଼ିଥିଲା। […]

  • Friday, 16 July 2021
dg
ପୁଲିସ୍‌-ଓକିଲ ବିବାଦ ଘଟଣା : ଡିଜିପିଙ୍କ ବୈଠକରେ ବି ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର : ପୁଲିସ୍‌-ଓକିଲ ବିବାଦର ସମାଧାନ କେବେ ହେବ ତାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଅାଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଏକ ବୈଠକ ଡାକି ଅାଲୋଚନା କରିଥିଲେ ହେଁ, କୌଣସି ନିଷ୍କର୍ସ ବାହାରିପାରିନାହିଁ। ଏହି ବୈଠକରେ ଉଭୟ ପକ୍ଷ ନିଜ ନିଜ ଦାବି ପ୍ରସଙ୍ଗ ଉଠାଇଥିଲେ। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ଅାଲୋଚନା ହୋଇଥିବା ଡିଜିପି କହିଛନ୍ତି। ବୈଠକରେ ପୁଲିସ […]

  • Friday, 16 July 2021
kandhamala
ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଦାରିଙ୍ଗବାଡ଼ି ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଛାତ୍ରୀଙ୍କୁ କ୍ଷତିପୂରଣ ଦାବି ସହ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ ଦାବିରେ କନ୍ଧମାଳ ସୁରକ୍ଷା ଅଭିଯାନ ଏହି ବନ୍ଦ ପାଳନ କରୁଛି। ବିଜେପି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି। ଜିଲ୍ଲାପାଳଙ୍କ ବଦଳି ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ […]

  • Friday, 16 July 2021