• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

titilagarh
ଟିଟିଲାଗଡରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅାଜି ବରିଷ୍ଠ ନାଗରିକ ତୀର୍ଥ ଯୋଜାନର ଶୁଭାରମ୍ଭ ଅବସରରେ ଟିଟିଲାଗଡ ଗସ୍ତରେ ଅାସିଥିଲେ। ସେ ରେଳ ଷ୍ଟେସନକୁ ଯିବା ସମୟରେ  ଟିଟିଲାଗଡ ଜିଲ୍ଲା ଦାବିରେ ଅାନ୍ଦୋଳନ ଚଳାଇଥିବା ଅାନ୍ଦୋଳନାକାରୀମାନେ ତାଙ୍କୁ କିଛି ସମୟ ପାଇଁ ଅଟକାଇଥିଲେ। ଅାନ୍ଦୋଳନକାରୀମାନେ ତାଙ୍କୁ ଘେରିଯିବା ସହ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ […]

  • Friday, 16 July 2021
bb
ବଦଳିଲେ ବୁଗୁଡ଼ା ଥାନା ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ

ଗଂଜାମ : ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ବଦଳିଲେ ବୁଗୁଡ଼ା ଥାନା ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ। ତାଙ୍କୁ ଜିଲ୍ଲା ରିଜର୍ଭ ଅଫିସ୍‌କୁ ବଦଳି କରାଯାଇଛି। ବୁଗୁଡ଼ା ଥାନାରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଅଧିକାରୀଙ୍କ ମାଡ଼ ପ୍ରତିବାଦରେ ଗଂଜାମ ଓକିଲ ସଂଘ କାର୍ଯ୍ୟବନ୍ଦ କରିଛି। କାର୍ଯ୍ୟବନ୍ଦ ଯୋଗୁ ଗଂଜାମର ବିଭିନ୍ନ କୋର୍ଟରେ ଅାଜି କାମ ଠପ୍‌ ହୋଇଯାଇଥିଲା। ସେପଟେ ଦକ୍ଷିଣାଞ୍ଚଳ ଡିଅାଇଜି ଏବଂ ଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ମଙ୍ଗଳବାର […]

  • Friday, 16 July 2021
niranjana
ଦାରୁ ଫିକ୍ସିଂ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ୱର : ଦାରୁ ଫିକ୍ସିଂ ଅଭିଯୋଗ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟୁଇଟ୍ କରି ନିରଞ୍ଜନ ବିଜେଡି ସରକାରକୁ ସମାଲୋଚନା କରିବା ସହ ବିଜେଡିର ସଂଜ୍ଞା ନିରୂପଣ କରିଛନ୍ତି। ତାଙ୍କ ଅନୁସାରେ ବିଜେଡି ସଂଜ୍ଞା ହେଲା B ମାନେ ବାରମ୍ବାର  J ମାନେ ଜଗନ୍ନାଥଙ୍କ ସହିତ ଓ  D ମାନେ ଧୋକା ବୋଲି  କହିଛନ୍ତି ନିରଞ୍ଜନ। ବିଜେଡି କୋଟି କୋଟି ଜଗନ୍ନାଥ ପ୍ରେମୀକୁ ଅାଘାତ ଦେଇଥିବା ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି […]

  • Friday, 16 July 2021
ll-up
ଅାନ୍ଦୋଳନ ପ୍ରତ୍ୟାହୃତ

କଟକ : କାଲିଠାରୁ କାର୍ଯ୍ୟରେ ଯୋଗଦେବେ ଅାଇନଜୀବୀ। ଗଣ୍ଡଗୋଳ ଘଟଣାରେ ୩ ପୁଲିସ କର୍ମଚାରୀ କ୍ଷମା ମାଗିବା ପରେ ବିବାଦର ସମାଧାନ ହେବା ସହ ଓକିଲମାନଙ୍କ ଅାନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ବାର୍ ସାଧାରଣ ପରିଷଦ ବୈଠକରେ  ନିଷ୍ପତ୍ତି ନିଅାଯାଇଛି। ଅାଜି କଟକ ପୁଲିସ-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ୨ଜଣ କନେଷ୍ଟବଳ ନିଃସର୍ତ୍ତ କ୍ଷମା ମାଗିଥିଲେ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ […]

  • Friday, 16 July 2021
fas-up
ଭୁବନେଶ୍ୱରରେ ଫ୍ୟାଶନ ସୋ’

ଭୁବନେଶ୍ୱର : ଭୁବନେଶ୍ୱରରେ ଫ୍ୟାଶନ ସୋ’ । ବିଭୁ ମହାପାତ୍ରଙ୍କ ବିଭିନ୍ନ ଡିଜାଇନ୍‌ର ପୋଷାକ ପିନ୍ଧି ରାମ୍ପରେ ଚାଲିଲେ ମଡେଲ। ସେମାନଙ୍କ ଜଲୱାରେ ରଙ୍ଗୀନ ହେଲା ମେକ୍ ଇନ୍ ଓଡ଼ିଶାର ମଂଚ। ଗାଉନ୍‌ ଠାରୁ ଅାରମ୍ଭ କରି ଶାଢି ଭଳି ଡିଜାଇନ୍‌ର ବିଭିନ୍ନ ପୋଷାକ ଦେଖିବାକୁ ମିଳିଥିଲା ଏହି ଫ୍ୟାଶନ ସୋ’ରେ। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ହୋଇଥିଲେ ସୋ’ ଷ୍ଟପର୍। ପାଖାପାଖି ୫୦ ଜଣ ମଡେଲ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ‘ଫଲ୍ ୱିଣ୍ଟର କଲେକ୍ସନ୍‌କୁ’ […]

  • Friday, 16 July 2021
ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ

କଳାହାଣ୍ଡି : ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ। ଏହି ମର୍ମନ୍ତୁଦ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ଥନଟ ଗାଁରେ। ସକାଳେ ରୋଷେଇ କରିବା ବେଳେ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ମାଅା ଓ ଦୁଇ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।

  • Friday, 16 July 2021
11
ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର କବାଟ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମା’ଙ୍କ ବିଗ୍ରହକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ମୂର୍ତ୍ତି ବହୁତ ପ୍ରାଚୀନ ଏବଂ ମୂଲ୍ୟବାନ ବୋଲି କୁହାଯାଉଛି। ଅନ୍ୟପଟେ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରିକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଅଧିକ ସୂଚନାକୁ […]

  • Friday, 16 July 2021
police -lawyer
ପୁଲିସ-ଓକିଲ ବିବାଦ : ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ

କଟକ  : କଟକ ପୁଲିସ-ଓକିଲ ବିବାଦରେ ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ। ହାଇକୋର୍ଟରେ ସେମାନେ କ୍ଷମା ମାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହାବିଲଦାର ଓ ୨ ଜଣ କନ୍‌ଷ୍ଚେବଲ। ଏହା ପରେ ବିବାଦର ଏକପ୍ରକାର ସମାଧାନର ରାସ୍ତା ବାହାରିବ ବୋଲି ଅାଶା କରାଯାଉଛି। ସେପଟେ ଅାଜି ଅପରାହ୍ଣରେ ହାଇକୋର୍ଟ ବାର୍ ଅାସୋସିଏସନ୍‌ର ବୈଠକ ବସିବ। ସେହି ବୈଠକରେ ଅାନ୍ଦୋଳନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ […]

  • Friday, 16 July 2021
kendrapada
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମିଳିବ ସହାୟତା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ମିଳିବ। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ‌ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଯେଉଁ ମାନଙ୍କୁ ସହାୟତା ରାଶି ଦିଆଯିବ ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର […]

  • Friday, 16 July 2021
raid
ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI

ଭଦ୍ରକ : ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI । ଅାୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର MVI ଶଙ୍କର ଚୌଧୁରୀଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍। ଶଙ୍କରଙ୍କ ଭୁବନେଶ୍ୱର ସମେତ ଅନ୍ୟ ୬ଟି ଅଞ୍ଚଳରେ ଏକକାଳୀନ ଚଢ଼ଉ ହୋଇଛି। ସେପଟେ ଶଙ୍କରଙ୍କ ଭଦ୍ରକ ଚରମ୍ପା ସ୍ଥିତ ଘରେ ତାଲା ଝୁଲୁଥିବା ଜଣାପଡ଼ିଛି। ଘର ବାହାରେ ଭିଜିଲାନ୍ସ ଟିମ୍ ଅପେକ୍ଷା କରି ରହିଛନ୍ତି।  

  • Friday, 16 July 2021
police
ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ

ବାଲେଶ୍ୱର  : ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ। ଏହି ଘଟଣା ଘଟିଛି, ବାଲେଶ୍ୱର ରୂପସା ମିରିଗିମୁଣ୍ଡି ଛକରେ। ଅବକାରୀ ସ୍କ୍ୱାଡ୍ କର୍ମଚାରୀଙ୍କୁ ଲୋକ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି। ଏଥିରେ ୩ ଜଣ ଗୁରୁତର ଅାହତ ହୋଇଥିବା ସୂଚନା ମିଳିଛି। ଚୋରା ମଦ କାରବାରକୁ ନେଇ ସଦର ଅବକାରୀ ସ୍କ୍ୱାଡ୍ ରୁପ୍‌ସା ଅଞ୍ଚଳରେ ଚଢ଼ାଉ କରିଥଲେ। ବିପୁଳ ପରିମାଣର ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି […]

  • Friday, 16 July 2021
puri9
ଶ୍ରୀମନ୍ଦିରରେ ମଙ୍ଗଳ ଅାଳତି ସମୟରେ ଠେଲାପେଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଠେଲାପେଲା। ଏହା ଫଳରେ ବ୍ୟାରିକେଡ ପଡିଯିବାରୁ ଜଣେ ହବିଷ୍ୟାଳି ଗୁରୁତର ଅାହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାରୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ଅାହତ ହବିଷ୍ୟାଳିଙ୍କ ନାଁ ବିଳାସିନୀ ବେହେରା। ତାଙ୍କ ଘର ମାର୍କଣ୍ଡପୁର ବାଲିତୁଠ ଅଂଚଳରେ। ସେ ନରେନ୍ଦ୍ରକୋଣ ଅଂଚଳରେ ରହି କାର୍ତ୍ତିକବ୍ରତ କରୁଥିଲେ। ଅାଜି ମଙ୍ଗଳଅାଳତି ସମୟରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଜମିଥିଲା। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଠେଲାପେଲା ହୋଇଥିଲା। ଅାହତଙ୍କୁ ସବୁ ପ୍ରକାର ସାହାଯ୍ୟ […]

  • Friday, 16 July 2021
loot
୬୦ ଲକ୍ଷ ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଅା ଗେଡ଼ିଅାପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲାରେ ଗିରଫ ହେଲେ ଅଭିଯୁକ୍ତ। ବେଗୁନିଅା ବୈଦେଶ୍ୱର ଅଞ୍ଚଳରୁ ପୁଲିସ୍‌ ଅଭିଯୁକ୍ତଙ୍କୁ କାବୁ କରିଛି। ଏହାସହ ଟଙ୍କା ବ୍ୟାଗ୍‌କୁ ଜବତ କରାଯାଇଛି। ତେବେ ବ୍ୟାଗରେ କେତେ ଟଙ୍କା ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଲୁଟ୍ ପରେ ପୁଲିସ୍‌ ଏହି ମାମଲାରେ ଖୋଲତାଡ଼ ଅାରମ୍ଭ କରିଥିଲା। ଅାଜି ବେଗୁନିଅା ପୁଲିସ୍‌ ଏବଂ ସ୍ପେଶାଲ୍ ସ୍କ୍ୱାଡ୍‌ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏକ […]

  • Friday, 16 July 2021
anjali2
ଅାଜିଠାରୁ ଅାରମ୍ଭ ହେବ ୧୭ ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଭୁବନେଶ୍ୱର  : ଅାଜିଠାରୁ ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଅାରମ୍ଭ ହେବ ୧୭ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ସାମାଜିକ ଅନୁଷ୍ଠାନ ସ୍ୱାଭିମାନ ପକ୍ଷରୁ ଅାୟୋଜିତ ଏହି ମହୋତ୍ସବରେ ଓଡିଶା ସହିତ ୯ଟି ରାଜ୍ୟର ପ୍ରାୟ ୩୫୦୦ ପିଲା ଯୋଗଦେବେ। ଏହି ଉତ୍ସବର ଥିମ୍‌ ‘ସଶକ୍ତ’ ରହିଥିବାବେଳେ ଭିନ୍ନକ୍ଷମ ମାନଙ୍କ ଜୀବନଜୀବିକା, ନିଯୁକ୍ତି ଓ ଦକ୍ଷତା ବିକାଶକୁ ନେଇ ସେମିନାର ଅନୁଷ୍ଠିତ ହେବ। ଅାସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଭୁବନେଶ୍ୱର ଫିଲ୍ମ […]

  • Friday, 16 July 2021
2
ବେଲଘର ବନାଞ୍ଚଳରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘର ବନାଞ୍ଚଳ ଲଙ୍କାଗଡ଼ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଆରମ୍ଭ ହୋଇଛି। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ବୟସ ଅଧିକ ଯୋଗୁ ହାତୀଟି ଅସୁସ୍ଥ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଗତ କିଛି ଦିନ ଧରି କଳାହାଣ୍ଡି ଜିଲ୍ଲାର ପାଖ ଜଙ୍ଗଲରୁ କିଛି ହାତୀ ପଲ ଲଙ୍କାଗଡ଼ ଜଙ୍ଗଲକୁ ଆସି ବୁଲାବୁଲି କରୁଥିବା ବନ ବିଭାଗ କହିଛି। […]

  • Friday, 16 July 2021
elephantup
ନୀଳଗିରିରେ ପୁଣି ଥରେ ହାତୀ ଅାତଙ୍କ

ନୀଳଗିରି : ବାଲେଶ୍ୱର ନୀଳଗିରିରେ ପୁଣି ଥରେ ହାତୀ ପଳଙ୍କ ଅାତଙ୍କ । ଝାଡ଼ଖଣ୍ଡରୁ ୪୦ରୁ ଅଧିକ ହାତୀ ନୀଳଗିରି ଅଞ୍ଚଳରେ ପଶି ଅାସିଛନ୍ତି । ଗୋପାଳପୁର ଅଞ୍ଚଳର ବହୁ ସଂଖ୍ୟାରେ ଫସଲ ନଷ୍ଟ କରିଛନ୍ତି ହାତୀ। ଚାଷ ଜମି ଦେଇ ହାତୀ ଚଳ ପ୍ରଚଳ କରିବା ଯୋଗୁଁ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି। ସେପଟେ ହାତୀ ପଲଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅାତଙ୍କୀତ ଅବସ୍ଥାରେ ଅଛନ୍ତି। ହାତୀ ପଲକୁ ଘଉଡ଼ାଇବା ପାଇଁ ବନ […]

  • Friday, 16 July 2021
accident 1
NH-୧୬ରେ ଟ୍ରକକୁ ପଛ ପଟୁ ପିଟିଲା ମିନି ଟ୍ରକ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ମିନି ଟ୍ରକ୍‌ ପିଟିଛି। ଏହା ଫଳରେ ଘଟଣାସ୍ଥଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅାହତ ହୋଇଛନ୍ତି। ଅାଜି ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁରଠାରେ ଏହି ଦୁର୍ଘଟଣା ହୋଇଛି।  

  • Friday, 16 July 2021
ch1
ଅାଜି ଶିଶୁ ଦିବସ ; ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ସମସ୍ତ ସ୍କୁଲରେ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା। ତେବେ ପଣ୍ଡିତ ନେହରୁଙ୍କ ଦେହାନ୍ତ ପରେ ଅର୍ଥାତ ୧୯୬୪ ମସିହା ପର […]

  • Friday, 16 July 2021
1
ପୋଡ଼ିଗଲା ଖଳାରେ ଥିବା ଧାନ

ଗଞ୍ଜାମ: ନିଆଁରେ ଜଳିଗଲା ବର୍ଷକର ପରିଶ୍ରମ। ଖଳାରେ ଥିବା ଧାନ ସବୁ ଗଦା ହୋଇଥିବା ବେଳେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ଭଞ୍ଜନଗର ଗାମୁଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାମୁଣ୍ଡି ଗାଁର ଏକ ଖଳାରେ ପ୍ରାୟ ୧୫ ଗୋଟି ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗାମୁଣ୍ଡି ଗାଁର ଅଜୟ ମଲ୍ଲଙ୍କ ୧୨ଟି ଧାନଗଦା ଓ ଲମ୍ବୋଦର ସ୍ୱାଇଁଙ୍କର ୩ଟି ଧାନଗଦାରେ ଗତକାଲି ବିଳମ୍ବିତ […]

  • Friday, 16 July 2021
debasish
ପାରାଦୀପ ଉପରେ ଦେବାଶିଷଙ୍କ ଲୋଭ!

ପାରାଦୀପ  : ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରତି ଲୋଭ। ଗତକାଲି ପାରାଦୀପ ବିଜେଡି ସମାବେଶରେ ଦେବାଶିଷ କହୁ କହୁ ପାରାଦୀପ ପ୍ରତି ତାଙ୍କ ଲୋଭ ଥିବା କଥା ଜଣାଇଥିଲେ। ୨୦୦୯ରେ ପୁନର୍ଗଠନ ବେଳେ ଏ ନିର୍ବାଚନ ମଣ୍ଡଳୀକୁ ମୁଁ ଗଢ଼ିଥିଲି। ପାରାଦୀପରୁ ପ୍ରାର୍ଥୀ ହେବାକୁ ମୋର ବହୁତ ଇଛା ଥିଲା। କିନ୍ତୁ ଭାଗ୍ୟକୁ ଦାମ ବାବୁଙ୍କୁ ଏଠୁ ଟିକେଟ ମିଳିଲା, ମୁଁ କଟକ ଗଲି ବୋଲି କହିଥିଲେ ଦେବାଶିଷ। ଏହା କହିବା ବେଳେ ବର୍ତ୍ତମାନର […]

  • Friday, 16 July 2021
bus
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

କଟକ : ବାସୁଦେବପୁର କୁଅାମରା ଛକରେ ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା। ଏଥିରେ ୨୫ଜଣ ଯାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଅାହତ ମାନଙ୍କୁ ବାସୁଦେବପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅାଜି ସକାଳେ କୁଅାମରା ଛକରେ ଧାମରାରୁ କଟକ ଅାସୁଥିବା ଜୁଗୁନ୍ ବସକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଓଲଟି ପଡିଥିଲା।

  • Friday, 16 July 2021
lawyer betten
ଅାଜି ବସିବ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ବୈଠକ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅାଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ଅାଜି ବସିବ ଓକିଲ ସଂଘର ବୈଠକ। ଅାଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ, ସେନେଇ ନିଷ୍ପତ୍ତି ନିଅାଯିବ ଗତକାଲି ଗଂଜାମ ବୁଗୁଡା ଥାନାରେ ଜଣେ ଅାଇନଜୀବୀ ହରପ୍ରସାଦ ଦାସଙ୍କୁ ଅାଇଅାଇସି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବୁଗୁଡାରେ ଏକ ରାସ୍ତାକୁ ନେଇ ଥିବା ବିବାଦ ସମ୍ପର୍କରେ ଅାଲୋଚନାବେଳେ ଥାନାଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି […]

  • Friday, 16 July 2021
bar
ପୁଲିସ-ଓକିଲ ବିବାଦ ମାମଲା; ଆଜି ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : କଟକରେ ପୁଲିସ-ଓକିଲ ବିବାଦ ମାମଲାରେ ଅାଜି ହାଇକୋର୍ଟ ବାର ଅାସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅାନ୍ଦୋଳନର ପରବର୍ତ୍ତୀ ରୂପରେଖ ଏହି ବୈଠକରେ ସ୍ଥିର ହେବ। ସେପଟେ ଜଷ୍ଟିସ ସି.ଅାର ଦାସଙ୍କ ଖଣ୍ଡପୀଠରେ ଓକିଲ-ପୁଲିସ ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବାକୁ ଧାର୍ଯ୍ୟ ହୋଇଛି। ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ ନେଇ ଏହି ମାମଲା ଦାୟର ହୋଇଛି। ଏହି ମାମଲାର ଫଳାଫଳ ସାଧାରଣ ପରିଷଦ ବୈଠକରେ ଅାଲୋଚନା କରାଯାଇ […]

  • Friday, 16 July 2021
viral
OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ କରିବ ତଦନ୍ତ

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରିବ। ବୋର୍ଡ ପକ୍ଷରୁ ଚିଠି ଲେଖାଯିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରେ। ଅଧିକାରୀମାନେ ବୋର୍ଡ ଅଫିସକୁ ଯାଇ ପଚରାଉଚରା କରିପାରନ୍ତି। କେଉଁଠୁ ପ୍ରଶ୍ନପତ୍ର ଲିକ୍ ହୋଇଛି, କେମିତି ଲିକ୍ ହୋଇଛି, ଏହା ପଛରେ କିଏ ଅଛି, ଏସବୁକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ତନାଘନା କରିବ। ଗତକାଲି OTET ପରୀକ୍ଷା ପୂର୍ବରୁ ହିଁ ସୋଶାଲ ମିଡିଆରେ ପ୍ରଶ୍ନପତ୍ରର ଫଟୋ ଭାଇରାଲ୍ ହୋଇଥିଲା। ଏହା ପରେ ପରୀକ୍ଷାକୁ […]

  • Friday, 16 July 2021
brahma
ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍‌

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍‌। ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଅାଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କ ସମେତ ମୋଟ ୧୧ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗରେ ନୋଟିସ୍ କରାଯାଇଛି। ୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ନବକଳେବର ବେଳେ ବ୍ରହ୍ମ […]

  • Friday, 16 July 2021