ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।
ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।
ଶାହା ଆସନ୍ତା ୨୬ ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ । ତୃଣମୂଳସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।