Advertisment

ଇଣ୍ଡି ମେଣ୍ଟ ଆଡକୁ ଢଳୁଛି BJD ! ଆସିଲା ନୂଆ ଟ୍ବିଷ୍ଟ...

ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ।

author-image
Satyendu Shekher Mishra
undefined

Odisha Politics

ଦିଲ୍ଲୀ କଂଗ୍ରେସ ନିର୍ଦ୍ଦେଶରେ ଚାଲୁଛି ବିଜେଡି । ଆଉ ବିଜେଡି ଇସାରାରେ ଚାଲୁଛି ରାଜ୍ୟ କଂଗ୍ରେସ । ବିଜେଡିର ବି-ଟିମ୍ ହେଉଛି କଂଗ୍ରେସ । ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରଗଡ଼ର ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଖାଲି ବୟାନ ଦେଇନାହାନ୍ତି, ବିଜେଡି ଓ କଂଗ୍ରେସ କିପରି ମିଳିତ ଭାବେ ଅଛନ୍ତି ତାର ତଥ୍ୟ ଭିତ୍ତିକ ପ୍ରମାଣ ବି ରଖିଛନ୍ତି। 

Advertisment

ଅଶ୍ୱିନୀ କହିଛନ୍ତି ବିଧାନସଭା ଚାଲୁଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ ରାତିରେ ମିଶିକରି କଥା ହେଉଥିଲେ ଏବଂ ତା ପରଦିନ ପ୍ରସଙ୍ଗକୁ ମିଳିତ ଭାବେ ଗୃହରେ ଉଠାଉଥିଲେ। ସେହିପରି ଇଣ୍ଡି ମେଣ୍ଟ ଆଡକୁ ବିଜେଡି ଢଳୁଥିବା ପ୍ରସଙ୍ଗରେ କହିଛନ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ବିଜେଡି କିଛି ବି କରିପାରେ। କିନ୍ତୁ ଏହା ବି କହିଛନ୍ତି, ଯଦି ନବୀନ ଇଣ୍ଡି ମେଣ୍ଟକୁ ସମର୍ଥନ କରନ୍ତି ତାର କୌଣସି ପ୍ରଭାବ ପଡିବନି ।

ଜବାବରେ ବିଜେଡି କହିଛି, ଦଳ ଏକଲା ଚଲୋ ନୀତିରେ ଚାଲିଛି । ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରୁଛି। ଆମର ଦିଲ୍ଲୀରେ କେହି ମାଷ୍ଟର ନାହାନ୍ତି, ଓଡ଼ିଶାବାସୀ ଆମ ମାଲିକ। ସେହିପରି କଂଗ୍ରେସର ଉତ୍ତର ହେଲା, ଆମେ ଜାତୀୟ ଦଳ, ଆମ ଆଦର୍ଶ ଭିନ୍ନ । ରାଜ୍ୟ କଂଗ୍ରେସକୁ ବିଜେଡି କାହିଁକ ଚଳାଇବ? ବରଂ ସମୟ ପଡିଲେ ବିଜେଡିକୁ ଆମେ ଚଳାଇବୁ।

Advertisment

ଗୋଟିଏ ପଟେ ଜାତୀୟ ରାଜନୀତିକୁ ନେଇ ଅନେକ ଆକଳନ କରାଯାଉଛି। ଅନ୍ୟପଟେ ୨୪ ବର୍ଷ ପରେ ରାଜ୍ୟରେ ବିଜେଡି କ୍ଷମତା ଗାଦିରୁ ଓହ୍ଲାଇଛି। ଆଉ ଏଭଳି ସ୍ଥିତିରେ ନିଜକୁ ପୁଣି କ୍ଷମତାଶାଳୀ କରିବାକୁ ଦଳ, ଜାତୀୟ ରାଜନୀତିର ହଲଚଲକୁ ଅପେକ୍ଷା କରିଛି । ଗତକାଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଇଣ୍ଡି ମେଣ୍ଟ ମଜଭୁତ ହେଉଥିବା ଓ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଥିବା କଥା କହିଥିଲେ । ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି କ୍ଷମତାକୁ ଫେରିବା ପାଇଁ ଇଣ୍ଡି ମେଣ୍ଟ ଆଡକୁ ଢଳିବାରେ ଅସ୍ୱାଭିବକତା ଆଦୌ ନାହିଁ ।

ଗୋଟିଏ ପଟେ ହରିୟାଣା ଓ ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ। ଅନ୍ୟପଟେ ଏହାକୁ ଆଧାର କରି ଓଡ଼ିଶା ରାଜନୀତିରେ ନୂଆ ସମୀକରଣର ଅଭ୍ୟୁଦୟ। ଏସବୁ ଭିତରେ ରାଜ୍ୟ ରାଜନୀତି ଆଗକୁ କି ରୋଚକ ମୋଡ଼ ନେଉଛି ତାଉପରେ ନଜର।

BJD BJP Congress Odisha Politics
Advertisment
Advertisment