ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ ହୋଇଛି। ୨୬ ମାର୍ଚ୍ଚ ୨୦୧୪ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। M/S ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। […]
ପଦମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ବିରୋଧ କରିଛନ୍ତି ଦଳର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଜରାଜ ସିଂ ପୁଟା। ଗଜରାଜଙ୍କୁ ଟିକେଟ୍ ଦିଆଯାଇ ନଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଭବିଷ୍ୟତରେ ସେ ଅନ୍ୟ ଦଳକୁ ଯିବେ ନା ସ୍ୱାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିବେ, ସେ ସମ୍ପର୍କରେ ସମର୍ଥକଙ୍କ ସହ ଆଲୋଚନା କରିବା […]
ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଲୋକସଭା ଆସନ ପାଇଁ ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି।
ଯାଜପୁର : ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଅା ପାଣି ବାହାରୁଥିବା ଅଭିଯୋଗ ହୋଇଅାସୁଛି। ପାଣି ସମସ୍ୟା ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରୁ ପାଣି ଅଣାଯାଉଛି । ଏନେଇ ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ନମିଳିବାରୁ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜି ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରମିଳା। ପ୍ରମିଳାଙ୍କ ସାଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପଣିଗ୍ରାହୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସକାଳେ ପ୍ରମିଳା ମନ୍ଦିରରେ ପୂଜାର୍ଚ୍ଚନା କରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। କର୍ମୀମାନେ ଏକ ଶୋଭାଯାତ୍ରାରେ ପ୍ରମିଳାଙ୍କୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ନେଇ ଯାଇଥିଲେ।
ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ତେବେ ଏଥର ନିର୍ବାଚନ ଲଢିବେନି ବୋଲି ସୁବାସ ଚୌହାନ ସ୍ପଷ୍ଟ କରିଛନ୍ତି। ଗତଥର ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନ ସମର୍ଥନ ପାଇଥିଲେ। ହେଲେ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ […]
ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ସହ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀନେଶ ଜୈନ, ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କୁ ଦଳ ଟିକେଟ୍ ପ୍ରଦାନ କରିଛି ଦଳ। ସେହିପରି ଭଦ୍ରକ ବିଧାନସଭା ଆସନରେ ଡାକ୍ତର ପ୍ରଦୀପ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। ପ୍ରଦୀପ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଫୁଲବାଣୀ […]
ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି। ଶେଷରେ ରାତି ୧୨ଟା ପରେ ପିଲାଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ଭାତ ସହ ଡାଲି କି ତରକାରି କିଛି ବି ନଥିଲା। ସ୍କୁଲରେ ଜାଳେଣି କାଠ […]
ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ।
ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରଖାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅାସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅାଜି ମହୋଦଧିରେ ଚିତାଭସ୍ମ ବିସର୍ଜନ ପରେ […]
ଭୁବନେଶ୍ୱର: ପୁଣି ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହୋଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟ୍ରେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଉତ୍କଳ ଭାରତ ନାଁରେ ନୂଆ ଦଳ […]
ଭୁବନେଶ୍ୱର: ଓକିଲ ବେଶରେ ବାଇକ୍ ଚୋରି। ଏଭଳି ଅଭିନବ ଉପାୟ ଆପଣାଇଥିଲେ କିଛି ଲୁଟେରା। ତହସିଲ୍ ଅଫିସ ପରିସରରୁ ଏହି ଲୁଟେରାମାନେ ଓକିଲ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ। ଯେମିତି ସେମାନଙ୍କୁ କେହି ଆଉ ସନ୍ଦେହ କରିପାରିବେ ନାହିଁ। ଏହି ଚୋରିର ପର୍ଦ୍ଦାଫାସ କରିଛନ୍ତି ପୁଲିସ୍ କମିଶନର। ସିସିଟିଭି ଫୁଟେଜ୍ ଆଧାରରେ ବଡଗଡ଼ ପୁଲିସ୍ ଥାନା ଚୋରି ବାଇକ୍ ଉଦ୍ଧାର କରିଛନ୍ତି। ଚୋରା ବାଇକ୍କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଆଜି ସୁଦ୍ଧା ୪୬ ଚୋରା ବାଇକ୍ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି। ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ରେଭେନ୍ସା ଦୁର୍ନୀତିର ତଦନ୍ତ କରୁଥିଲେ। ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ଗୋଟିଏ ନୁହେଁ ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି। ସପ୍ତାହକ ମଧ୍ୟରେ ସେ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି। ସୂଚନା ମୁତାବକ, ୨୦୧୪-୧୫ରେ ବିନା ଟେଣ୍ଡରରେ କଂପ୍ୟୁଟର କିଣାଯାଇଛି। ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହୋଇଛି। ଠିକା ଅଧ୍ୟାପକଙ୍କୁ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସହର ଉପକଣ୍ଠ ଯୋଗଧାରୀ ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଏକ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥୀ। ଗୁରୁତର ଯୁବକ ହେଲେ ଅଲାଭର ଶାସନ ଗାଁର ମୁନା ଦାସ। ଉଭୟ ଏକ ବାଇକରେ କଟକ ଯାଉଥିଲେ। ହେଲେ ଘନ କୁହୁଡ଼ି ଯୋଗୁ […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଁଟାପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୀନକେତନ ପଟେଲ। ତାଙ୍କ ଘର ଗୁଚ୍ଛାପଡ଼ାରେ। ସୂଚନା ଅନୁସାରେ, ଗତକାଲି ରାତିରେ ମୀନକେତନ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟୁକୁପିଢୀ-ଚିକଟଫଣ୍ଡି ଫରେଷ୍ଟ ରୋଡରେ ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ଅନୀଲ ତିର୍କି ଆହତ ହୋଇଛି। ଗତକାଲି ସନ୍ଧ୍ୟାରେ ଅନୀଲ ଡକାୟତି ଯୋଜନା କରୁଥିବାବେଳେ ପୁଲିସ୍ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସର ପାଲଟା ଫାୟାରିଂରେ ଅନୀଲର ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅନୀଲକୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ପୁଲିସ୍ […]
ଯାଜପୁର/ମାଲକାନଗିରି: ବିଜେପି ଟିକେଟ୍ ଘୋଷଣା କରିବା ପରେ ଯାଜପୁର ବଡ଼ଚଣା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ରାଜ୍ୟ ସଂପାଦିକା ତଥା ବଡ଼ଚଣା ବିଜେପି ନେତ୍ରୀ ସୀମନ୍ତିନୀ ଜେନା ମୁହଁ ଖୋଲିଛନ୍ତି। ୧୯୯୫ ପରଠାରୁ ଦଳରେ ରହି କାମ କରି ଆସୁଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ବଡ଼ଚଣାରୁ ସେ ବିଜେପି ଟିକେଟ୍ରେ ଲଢ଼ିଥିଲେ। ତେବେ ବର୍ତ୍ତମାନ ଏହି ଆସନରୁ ଅମର ନାୟକଙ୍କୁ ଦଳ ଟିକେଟ୍ ଦେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଏଭଳି ନିଷ୍ପତ୍ତି […]
ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ଭବନର କାର୍ଯ୍ୟାଳୟ ସଂପାଦକ ବୈଦନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଗତ ୨୩ ତାରିଖରେ ଶତାଧିକ ଯୁକକ କଂଗ୍ରେସ ଭବନରେ ପଶି ହଠାତ୍ ଭଙ୍ଗାରୁଜା କରିଥିଲେ। ଯୁବକଙ୍କ ଆକ୍ରମଣରେ କଂଗ୍ରେସ ଭବନର ଟେବୁଲ, ଚେୟାର ଓ କମ୍ପ୍ୟୁଟର ଭାଙ୍ଗିଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା […]
ବରଗଡ଼(ଦୀପକ ଶର୍ମା): ଆଜି ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବେ। ଦିନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରେ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିନ ୨ଟା ୧୫ରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି।
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର […]
ବଲାଙ୍ଗିର/ଗୁଣପୁର: ବଲାଙ୍ଗିର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ଦଳ ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଗତଥରର ବିଜେପିର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ଅନନ୍ତ ଦାସଙ୍କୁ ଟିକେଟ୍ ଦିଆଯିବାକୁ ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବାସୁଦେବ ବିଷ ଓଗାଲିଛନ୍ତି। ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା […]
ରାଉରାକେଲା(ସତ୍ୟା଼ନନ୍ଦ ମହାନ୍ତି): ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍କୁ ଅଟାଇଥିଲେ। ଏହି ରୁଟ୍ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି। ଘଟଣା ପରେ ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ଚଳାଇଛନ୍ତି।
ନୀଳଗିରି(ବିଶ୍ୱମ୍ୱର ଦାସ): ଏମିତି ବି ଆସେ ମୃତ୍ୟୁ। ନିଜ କାର୍କୁ ଷ୍ଟାର୍ଟରେ ରଖି ସାମ୍ନାରେ ମୋବାଇଲରେ ଫଟୋ ଉଠାଉଥିଲେ। କାର୍ ଭିତରେ ବସିଥିଲେ ତାଙ୍କ ସ୍ତ୍ରୀ। ହେଲେ କାର୍ଟି ହଠାତ୍ ଗଡ଼ି ଚାପି ଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଢ଼ିଆ ଅଭୟାରଣ୍ୟରେ ଏମିତି ଏକ ଅଘଟଣ ଘଟିଛି। କାର୍ରେ ଚାପି ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟ ବାନାର୍ଜୀ। ତାଙ୍କ ଉପରେ କାର୍ଟି ଓଲଟିଯିବା ଫଳରେ ସେ ଚାପି ହୋଇ ପ୍ରାଣ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖିବାକୁ ମିଳିଛି। ରାତି ଅଧିଆ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍ ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ୟତମ ଆଶାୟୀ ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ଉତ୍ତମଙ୍କୁ ବିଜେପି ଟିକେଟ୍ ଦିଆ ନଗଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ୫ହଜାର କର୍ମୀ ବିଜେପିରୁ ଇସ୍ତଫା […]