କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ବ୍ୟବସାୟୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ପରେ ପୁଲିସ୍ ମାମଲାର ଖୋଳତାଡ଼ କରୁଛି। ସେହିପରି କଟକ ପୀଠାପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଚେନ୍ ଲୁଟ୍ କରିଛନ୍ତି। ଏଥିରେ ମହିଳା ଜଣକ ଆହତ […]
ବାଲେଶ୍ୱର: ବାଇକ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୃ ଘଟିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଫୁଲାରି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ କଲମା ଅଞ୍ଚଳର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଜଣେ ସାଇକେଲରେ ଓ ଅନ୍ୟ ଦୁଇଜଣ ବାଇକ୍ରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […]
ବାଲିଗୁଡ଼ା( ଅଜିତ୍ ନାୟକ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ମାଓବାଦୀଙ୍କ ଓଡ଼ିଶା ଶାଖା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ବ୍ୟାନରରେ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍କେଖ ରହିଛି। ଏହା ବ୍ୟତୀତ ନେତାଙ୍କୁ ପୋଷ୍ଟରରେ […]
ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ନିକଟରେ ଏକ ପୋଖରୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କମଳାକାନ୍ତ ପାଢୀ। ଗତକାଲି ଭୁବନେଶ୍ୱରରୁ ପୁରୀ ଆସିଥିବା କମଳାକାନ୍ତ ଓ ତାଙ୍କ ୨ ଜଣ ସାଙ୍ଗ ପୋଖରୀ ଭିତରକୁ ଯାଇଥିବା ବେଳେ ହଠାତ୍ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ କରିବା ପାଇଁ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗିଛି। ଆଜି ଶେଷ ସୋମବାର ହୋଇଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା […]
ଭୁବନେଶ୍ୱର: ଆସନ୍ତା ମାସରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଏନେଇ ଗତକାଲି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ବୈଠକରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ସହ ଆଉ କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ଏହା ଭିତରେ ଓଡ଼ିଶାର ୪ଟି ଲୋକସଭା ଆସନ ମଧ୍ୟ ରହିଛି। ସେହିପରି ଓଡ଼ିଶାର […]
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଏସଟିଏଫ୍ ଯୋଜନା ରଖିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ୍ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତ ଦୂର ଲମ୍ବିଛି ତାର ଖୋଳତା଼ଡ଼ କରାଯାଉଛି। ବାଘକୁ ଗୁଳି କରି ହତ୍ୟା ପରେ ଶିକାରୀ ଛାଲ ବେପାର କରୁଥିବା ଜଣାପଡ଼ିଛି। ୪ଟି କଲରାପତରିଆ ବାଘକୁ […]
ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରେ ପୋଡ଼ାଜଳା ସହ ରାସ୍ତା ଅବରୋଧ କରିଛନ୍ତି।
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ କିଏ ନେବ ବିଜେଡି ଟିକେଟ୍ ସେ ନେଇ ଆଶାୟୀଙ୍କ ଭିଡ଼ ଲାଗିଛି। ଟିକେଟ୍ ଦୌଡ଼ରେ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡା ଓ ନୂଆକରି ଦଳରେ ମିଶି ସାଂସଦ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ରହିଛନ୍ତି। ନବୀନ ନିବାସରେ ଟିକେଟ୍ ପାଇଁ ତିନିଜଣଙ୍କ ମଧ୍ୟରେ କସରତ ଚାଲିଥିବା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ତାର ପ୍ରଭାବ […]
ଭୁବନେଶ୍ୱର: ଆଜି ଦିଲ୍ଲୀପ ରାୟ ବିଜେଡିରେ ମିଶିପାରନ୍ତି। ଗତକାଲି ସନ୍ଧ୍ୟାରେ ସେ ନବୀନ ନିବାସ ଆସି ଆଲୋଚନା କରି ଫେରି ଯାଇଥିଲେ। ଏହାପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବରରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ତା’ପରେ ସେ […]
ବାରିପଦା : ଗରିବଙ୍କୁ ଘର ଦେଇ ବାହାବା ନେବାର ପ୍ରତିଯୋଗିତାରେ ଟୁଇଷ୍ଟ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ତିଅାରି କରିବାରେ ରାଜ୍ୟର ପାରିବାପଣିଅା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି କେନ୍ଦ୍ର ତିନି ବର୍ଷ ପାଇଁ ରାଜ୍ୟକୁ ଦିଅାଯାଇଥିବା ଟାର୍ଗେଟର ମାତ୍ର ଅଧାପୂରଣ ହୋଇଛି। ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗାର ଲାଭାରା ହେମ୍ବ୍ରମ୍ବ । ୭ ଜଣିଆ ପରିବାରର ଅାଶ୍ରା ହେଉଛି ଏ ଛୋଟ ଟାଇଲ ଛପର ଭଙ୍ଗା ଦଦରା ଘର। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘରଟିଏ ପାଇଁ […]
ନୂଆଦିଲ୍ଲୀ: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏଥିସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୧୪ରେ ଇଞ୍ଜିନିୟର ଚାକିରି ଛାଡ଼ି ସେ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜେଡି ଟିକେଟରେ ନବରଙ୍ଗପୁରରୁ […]
କେନ୍ଦ୍ରାପଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଳି ନୂଆବଜାର ଠାରେ ଶତାଧିକ ଲୋକ ଏକାଠି ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। କର୍ମୀମାନେ ବାଜପେୟୀଙ୍କ ଅମର ଆତ୍ମାର ସତ୍ଗତି ପାଇଁ ସମବେତ ଦୀପ ଦାନ କରି ପ୍ରାର୍ଥନା କରିଥିଲେ। ବାଜପେୟୀଙ୍କ ଭଳି ବାଗ୍ମୀ, ବିଚକ୍ଷଣ, ଯୋଗଜନ୍ମା ଓ ମହାନ୍ ଜନନାୟକଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି […]
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ହରିଶଚନ୍ଦ୍ର ପଣ୍ଡା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ମୋତେ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ମୁଁ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛି।” ହରିଶଚନ୍ଦ୍ର ବିଜେଡିରେ ମିଶିବା ନେଇ […]
ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି […]
ଆଳି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଡିପିଆଇଏସ୍ ସ୍କୁଲ୍ ପକ୍ଷରୁ ବନ୍ଦେମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ,ଗୀତ,ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଳି ତହସିଲଦାର ଅଶ୍ୱିନ୍ କୁମାର ଭୂୟାଁ ଯୋଗ ଦେଇଥିଲେ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ’ଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ ହେଲା ତାହା ଜଣାପଡ଼ି ନାହିଁ।
ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି ଆଶ୍ରମରେ ବେନିୟମରେ ରଖାଯାଇଥିବା ୪୨ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ପରେ ସମସ୍ତ ପିଲାଙ୍କୁ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ରଖାଯାଇଛି। ସୂଚନା ଅନୁଯାୟୀ ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ସିଲ୍ ସହ […]
ନୂଅାପଡ଼ା : ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ । ଏପରି କିଛି ଘଟଣା ଘଟିଛି ନୂଅାପଡ଼ା ଜିଲ୍ଲାରେ । ନୂଅାପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପସି ଅାସିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଚାଷ ଜମି, ଗାଁ ଭିତରେ ଜମା ହୋଇଛି ଅାଣ୍ଠୁଏ ପାଣି । ଯାହାଦ୍ୱାରା ବ୍ୟାପକ ପରମାଣର ଫସଲ […]
ଭୁବନେଶ୍ୱର : ନୂଆସାହି , ନୟାପଲ୍ଲୀର ଆଖଣ୍ଡଳମଣୀ ପୂଜା କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ ନୂଆସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣୀ ପୂଜା କମିଟିର ସମସ୍ତ ସଦସ୍ୟ ଓ କିଛି ସ୍ଥାନୀୟ ଲୋକ ଏକତ୍ର ହୋଇଥିଲେ। ଏହାପରେ ସ୍ୱର୍ଗତ ଅଟଳ ବିହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ୍ର ନିରବ ପ୍ରାର୍ଥନା କରିଥିଲେ। […]
ବିନିକା(ଦିଲୀପ ସାହୁ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତରାତିରେ ଶୋଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କ ନାଁ ମମତା ଥପା। ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମମତା ଦେଢ଼ ବର୍ଷ ତଳେ ବରଗଡ଼ ଜିଲ୍ଲା ଖଲାବାହାଲର ରସିକ ଥପାଙ୍କୁ ବିବାହ କରିଥିଲେ। ହେଲେ ଶାଶୂ ଘରେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବାରୁ […]
ଭୁବନେଶ୍ୱର : ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ। ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଅାସନ୍ତାକାଲି ବସିବ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ଅାସନ୍ତା ୧୫ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।
ଉଦଳା(ମାନସ ପାଣି): ଘରୋଇ କଳିରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚତୁରିସାହି ଗାଁରେ। ଗତକାଲି ସ୍ୱାମୀ ହାଡ଼ିଆ ଖିଲାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗ଼ଡା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ହାଡ଼ିଆ ଏକ ବାଡ଼ିରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଘର ଭିତରେ ଥୋଇ ସେ ଫେରାର ହୋଇଯାଇଥିଲା। ପୁଲିସ୍ […]
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ବନ୍ୟାପ୍ରାଣୀ ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଏବେ ଆନ୍ଥ୍ରାକ୍ସର ଭୟ। ଦୁଇ ଦିନ ତଳେ ବାଲୁଚୁଆଟାରେ ଗୋଟିଏ ଦିନରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ବୋଲି ବନ ବିଭାଗ ଅନୁମାନ କରିଛି। ତେବେ ଏହା ଆନ୍ଥ୍ରାକ୍ସ କି ନୁହେଁ ତାର କାରଣ ଜାଣିବା ପାଇଁ ହାତୀର ନମୂନା ପରୀକ୍ଷା କରିବା ଲାଗି କଟକ ନଖରାରେ ଥିବା ସ୍ପେଶାଲ୍ ଲାବୋରେଟୋରୀକୁ ପଠାଯାଇଛି। ତେବେ ଆନ୍ଥ୍ରାକ୍ସ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଆଜି କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ବାରମ୍ବାର ଦଳୀୟ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି। ଏନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ ହେଁ କିଛି ଶୁଣାଯାଇ ନ ଥିବା ସେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଦଳ […]