ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ତେବେ ନିର୍ବାଚନ ସମୟରେ ଅନିୟମିତତା ରୋକିବାକୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ୍ ରୁମ ନମ୍ବର ହେଉଛି ୦୬୭୪-୨୩୯୫୦୧୫। ନିର୍ବାଚନରେ କୌଣସି ଅନିୟମିତତା କିମ୍ବା ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସମ୍ପର୍କୀତ ସୂଚନା ବା ଅଭିଯୋଗ ନେଇ ସାଧାରଣ ଲୋକେ ଏହି ନମ୍ବରରେ ଜଣାଇ ପାରିବେ। ଅଭିଯୋଗ ପାଇବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ […]
ଅନୁଗୁଳ: ଗୁଣିଗାରେଡ଼ି କରି ମୃତ ଲୋକକୁ ବଞ୍ଚାଇବାକୁ ଉଦ୍ୟମ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଉଦ୍ୟମ ହୋଇଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁରେ। ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆସନ୍ତାମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଟିକଟ୍ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାଲକାନଗିରି କୁମୁଟିଗୁଡ଼ାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ୍ ପାଇଁ ପୂର୍ବତନ ବିଧାୟକ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅାଲୁଅ ଝରଣ ପଞ୍ଚସଖା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାମାକ୍ଷାନଗର ଅାଳତୁମା ଗାଁର ୩ଜଣ ଯୁବକ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ବାଇକ୍ଟି ପୋଖରୀକୁ ପଶି ଯାଇଥିଲା। ଦୁଇ ମୃତକ ହେଉଛନ୍ତି ବୁଲୁ ପାତ୍ର ଓ ଟୁଟୁ ପାତ୍ର। ଗୁରୁତର ଅାହତ ହୋଇଥିବା କହ୍ନେଇ ବେହେରାଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଟଙ୍କାପାଣି ରୋଡରେ ଗୁଳିକାଣ୍ଡ ହୋଇଛି। ପାଣି ମାଗିବା ବାହାନା କରି ଏକ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଆହତ ସିକ୍ୟୁରିଟି ଗାର୍ଡଙ୍କ ନାଁ ଜ୍ଞାନେନ୍ଦ୍ର ମଲ୍ଲିକ। ତାଙ୍କ ପିଠି ଉପରି ଭାଗରେ ଗୁଳି ବାଜିଛି। ଜ୍ଞାନେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବସ୍ଷ୍ଟାଣ୍ଡ୍ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍କୁ ପୁଲିସ୍ ଜବତ କରିଛି। ଏହି ଟ୍ରକ୍ଗୁଡ଼ିକରେ ପ୍ରାୟ ୩୦୦ ଗୋରୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ୪ଟି ଟ୍ରକ୍କୁ ଲୋକେ ସନ୍ଦେହରେ ଅଟକାଇ ଥିଲେ। ତେବେ ଟ୍ରକ୍ରେ ଗୋରୁ ଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ପୁଲିସ୍ ଟ୍ରକ୍ ଗୁଡ଼ିକୁ […]
ନବରଙ୍ଗପୁର: ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏହି ଦୁଇ କର୍ମଚରୀ ଏସ୍ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ସେମାନେ ହେଲେ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା। ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଗତକାଲି ରବୀନ କୁମାର ଲିମାଙ୍କୁ ଏସ୍ପି ୧୦ ରାଉଣ୍ଡ ଦୌଡ଼ିବା ସହ ୫୦ ଥର ବସଉଠ ହେବାକୁ କହିଥିଲେ। ଏହାପରେ […]
IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ୨ଟି ବାଇକରେ ଆସିଥିବା ୫ ଦୁର୍ବୃତ୍ତ ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଲେ। ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ବେକରେ କଟୁରି ଲଗାଇ ପ୍ରଥମେ ଲୁଟ୍ ଉଦ୍ୟମ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ କଟୁରିରେ ହାଣିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଲୋକେ ଆସିଯିବାରୁ ଲୁଟେରାମାନେ ଢେଲା ମାଡ଼ କରିଥିବା ସୂଚନା ମିଳିଛି। […]
ଭୁବନେଶ୍ୱର: ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍ରେ ଚଢ଼ଉ। ଲାଇସେନ୍ସ ନ ଥାଇ ବେଆଇନ୍ ଭାବରେ ଡ୍ୟାନ୍ସ ବାର୍ରେ ନୃତ୍ୟଗୀତ ଚାଲୁଥିବା ସମୟରେ ପୁଲିସ୍ ଚଢ଼ଉ କରିଛି। ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ୍ ଟିମ୍ ମିଳିତ ଭାବେ ରାଜଧାନୀର ୩ଟି ବାର୍ ଉପରେ ଚଢ଼ଉ କରିଥିଲେ। ଡ୍ୟାନ୍ସ କରୁଥିବା ୭ରୁ ୮ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ବାର୍କୁ ସିଲ୍ କରାଯିବା ସହ ବାର୍ର କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲାଇସେନ୍ସ ନ ଥାଇ […]
ଭୁବନେଶ୍ୱର: ଗତକାଲି ବିଜେପିରେ ସାମିଲ ହୋଇ ଆଜି ଓଡ଼ିଶା ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ଏକ ରାଲିରେ ତାଙ୍କୁ ନିଆଯାଇଥିଲା। ତେବେ ସମ୍ଭର୍ଦ୍ଧନା ସଭାରେ ବିଜେପି ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି। ଚିରାଚରିତ ଭାବେ ସେ ନବୀନଙ୍କ ଉପରେ ବର୍ଷିବା ସହ ବିଜୁ କାହିଁକି ତାଙ୍କ ଘରକୁ ଯାଉ ନଥିଲେ ବୋଲି ପ୍ରଶ୍ନ ପଚାରିଛନ୍ତି। […]
ନୀଳଗିରି (ବିଶ୍ୱମ୍ବର ଦାସ): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ […]
କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଟେଲିଫୋନ ଛକ ନିକଟରେ ଥିବା ଏକ ଟିଣ ଛପର ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ହୋଟେଲ ଭିତରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ହୁ ହୁ ହୋଇ ଜଳୁଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ହୋଟେଲଟି […]
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ମିଶିବା ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହାସହିତ ସେ […]
ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜେପିରେ ନିର୍ବାଚନୀ ତତ୍ପରତା ଦେଖା ଦେଇଛି। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ବୈଠକ ଅନୁଷ୍ଠିତ ହେବ। ବରିଷ୍ଠ ବିଧାୟକ, ନେତାଙ୍କ ସହ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ବରିଷ୍ଠ ନେତା ଦାମୋଦର ରାଉତ ଦଳରେ ଯୋଗ ଦେବା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି। ପଦ୍ମ ଧରିବା ପରେ ଆଜି […]
ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା କିଛି ଶ୍ରମିକ ଏଯାଏ ଫେରି ନାହାନ୍ତି। ତିନି ମାସ ତଳେ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗାଁରୁ ୨୬ ଜଣ ଯୁବକ ତାମିଲନାଡୁ କାମ କରିବାକୁ ଯାଇଥିଲେ। ହେଲେ ଟଙ୍କା ତ ଦୂରର କଥା, ନିଜ ପିଲାଙ୍କ ସହ ଫୋନ୍ରେ କଥା ହେବାକୁ ବି ମାଲିକ ଅନୁମତି ଦେଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀ […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହର ବହିଦାରପଡ଼ା ରେଳ ଧାରଣ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ଆଶଙ୍କା କରଯାଉଛି। ମୃତଦେହଟି ଏକ କମ୍ବଳରେ ଘୋଡ଼ା ହୋଇଥିବା ଅବସ୍ଥାରେ ରେଳ ଧାରଣା କଡ଼ରେ ପଡ଼ିଥିଲା। ମୃତଦେହ ନିକଟରେ ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା। […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳରେ ବି ବର୍ଷା […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଦିନ ପ୍ରାୟ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ୨୦୧୯-୨୦ ପାଇଁ ଶ୍ରୀମନ୍ଦିର ବଜେଟ୍ ଉପସ୍ଥାପନ ହେବ। ଏହାସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି, ଶ୍ରୀମନ୍ଦିରରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ, ପୁରୀ ଏସ୍ପି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ […]
ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ପୁଲିସ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଆର୍. ପି. ଶର୍ମା ସମୀକ୍ଷା କରିଥିଲେ। ଏଥିରେ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀ ଏବଂ ସମସ୍ତ ଏସ୍ପିଙ୍କ ସହ ଲୋଚନା କରିଥିଲେ। ବୈଠକରେ ନିର୍ବାଚନ ସମ୍ପର୍କିତ ଟିକିନିକି ଆଲୋଚନା କରାଯାଇଥିଲା। ପ୍ରତି ଜିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରିବା […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆନ୍ଧ୍ର ପ୍ରଦେଶରୁ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତ ଡିସେମ୍ବର ମାସରେ ଗଗନ ସୁନା ନାମକ ଜଣେ ଦଲାଲ ଆଗୁଆ ଟଙ୍କା ଦେଇ ବେଲପଡ଼ା ବ୍ଳକ୍ ଅନ୍ତର୍ଗତ ହଟକଟ ଗାଁର ଏହି ୧୨ ଜଣ ଶ୍ରମିକଙ୍କୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ଚାଲଣ କରିଥିଲା। ସେମାନେ ଶ୍ରୀକାକୁଲମ ଜିଲ୍ଳାର ବନ୍ଧପୁଲି ଗାଁରେ ଥିବା ଇଟାଭାଟିରେ […]
ବରଗଡ଼(ଦୀପକ ଶର୍ମା): ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍ବୋଧନ ଦେବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି। ରାହୁଲଙ୍କ ଗସ୍ତ ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ହମିଦ୍ ହୁସେନ୍ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଏସ୍ପିଜି ଅଧିକାରୀମାନେ […]
ଭୁବନେଶ୍ୱର: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବେଦପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ […]
ପାରାଦୀପ(ରମାକାନ୍ତ ନାୟକ):ପାରାଦୀପ କୁଜଙ୍ଗ ଥାନା ସାହାରାଡ଼ିଆ ଗ୍ରାମରେ ମାରପିଟ୍ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ଗ୍ରାମବାସୀ କୁଜଙ୍ଗ ଥାନାରେ ପହଞ୍ଚିଥିଲେ। ପୁଲିସ୍ ଜଣକୁ ଅଟକ ରଖି ପଚରାଉଚରା କରିବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗାଁରେ ଡ୍ରାମା ଚାଲିଥିବା ବେଳେ ଜଣେ ଡ୍ରାମା କଳାକାର ଉନ୍ମତ୍ତ କାଣ୍ଡ ଭିଆଇଥିଲେ। ଷ୍ଟେଜରେ ଭଙ୍ଗାରୁଜା […]