• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

kjr
ବିଷାକ୍ତ ଛତୁ ଖାଇ ୩ ଅସୁସ୍ଥ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମିରିଗିଖୋଳି ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଅସୁସ୍ଥ ହୋଇଛନ୍ତି। ୨ ନାତୁଣୀ ଓ ଜେଜେମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଜେଜେମା ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ। ରାତିରେ ତିନି ଜଣ ଯାକ ଏହି ଛତୁ ତରକାରି ଖାଇଥିଲେ। ଛତୁ ଖାଇବା ପରେ ୨ ନାତୁଣୀ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଜେଜେମା ମଧ୍ୟ ଅସୁସ୍ଥ ହୋଇଥିଲେ। ତିନିଜଣଙ୍କୁ […]

  • Tuesday, 20 July 2021
bjp
ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

ଭୁ‍ବନେଶ୍ୱର: ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍‌ ନେଇ ଗତକାଲି ରାତିରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ପ୍ରମୁଖ ପଦାଧିକାରୀ ସାମିଲ ହୋଇଥିଲେ। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତ ମଙ୍ଗଳବାର ମଧ୍ୟ ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ଟି ରାଜ୍ୟର ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ […]

  • Tuesday, 20 July 2021
rain
ସାଢ଼େ ୭ଟା ଯାଏ ହୁସିଆର

ଭୁବନେଶ୍ୱର: ସଂଧ୍ୟା ସାଢ଼େ ୭ଟା ଯାଏ ହୁସିଆର। କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଏହି ୧୩ଟି ଜିଲ୍ଲାକୁ ରାତି ସାଢ଼େ ୭ଟା ଯାଏ ସତର୍କ ରହିବାକୁ ପରାମର୍ଶ। ବର୍ଷା, ବଜ୍ରପାତ, ଝଡ଼ତୋଫାନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

  • Tuesday, 20 July 2021
kalaisingpur
ବେଦାନ୍ତ ଆଲୁମିନାରେ ଶ୍ରମିକ ଉତ୍ତେଜନା ଥମିଲା

କଲ୍ୟାଣସିଂହପୁର(ମାଉଡ଼ି ବାରିକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଦେଖା ଦେଇଥିବା ଶ୍ରମିକ ଅଶାନ୍ତି ଶାନ୍ତ ହୋଇଛି। ଗତରାତିରେ ଏସ୍‌ପି ବାତୁଲ ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଶ୍ରମିକ ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା ପରେ ପରିସ୍ଥିତିରେ ସୁଧାର ଆସିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଗତକାଲି ବିଭିନ୍ନ ଦାବି ନେଇ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହାକୁ ସୁରକ୍ଷାକର୍ମୀମାନେ ରୋକିବାକୁ ଚେଷ୍ଟା […]

  • Tuesday, 20 July 2021
vlcsnap-error634
ଫେସ୍‌ବୁକ୍‌ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍‌ମେଲିଂ

ଯାଜପୁର: ଫେସ୍‌ବୁକ୍‌ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍‌ମେଲିଂ। ଫେସବୁକ୍‌ରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ୍‌ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗ୍ରାମର ନବକିଶୋର ବେହେରାଙ୍କ ଫେସ୍‌ବୁକ୍‌ରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ସେ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିଦେଇଥିଲେ। ଏନେଇ ଯୁବତୀ […]

  • Tuesday, 20 July 2021
JEE
ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷାକୁ ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ବଦଳରେ ୨୭ ତାରିଖରେ ହେବ ପରୀକ୍ଷା। ଆଇଆଇଟି ରୁର୍‌କି ପକ୍ଷରୁ ଏନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସିବିଟି ବା କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟ ଜରିଆରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

  • Tuesday, 20 July 2021
ctc
କଟକରେ ଏନ୍‌କାଉଣ୍ଟର

କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମ ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରେରେ ଅପରାଧୀ ମୁନୁ ଓରଫ୍ ମନୋଜ ସ୍ୱାଇଁ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ହେଲେ ମନୋଜ ପୁଲିସ୍‌ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ୩ ଜଣ ପୁଲିସ୍ କର୍ମୀ […]

  • Tuesday, 20 July 2021
cmo
କାଲି ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

  • Tuesday, 20 July 2021
vlcsnap-error288
ଅାଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଅାସୁଥିବା ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର: ଆଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଆସୁଥିବା ସ୍ପେଶାଲ ଟ୍ରେନ। କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ ଲୋକମାନେ ଏହି ଟ୍ରେନ୍‌ରେ ଆସୁଛନ୍ତି।  ଆଜି ସକାଳେ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବାର ଥିଲା।  କିନ୍ତୁ ୮ ଘଣ୍ଟା ବିଳମ୍ବ ଥିବା ଯୋଗୁଁ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବାନେଇ ସୂଚନା ମିଳିଛି। କେରଳର ପ୍ରଳୟଙ୍କରୀ ବନ୍ୟାରେ ବହୁ ଓଡ଼ିଆ ଫସି ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପେଶାଲ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। କେରଳରୁ ଓଡ଼ିଆ ଲୋକ ଆସିବା ପାଇଁ ବିନାମୂଲ୍ୟରେ […]

  • Tuesday, 20 July 2021
vlcsnap-error303
‍‍୨୦୧୯ ପାଇଁ ଏବେଠୁ କଂଗ୍ରେସର କସରତ ଆରମ୍ଭ

ଭୁବନେଶ୍ୱର: ୨୦୧୯ ପାଇଁ କଂଗ୍ରେସର ଏବେଠୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ଖୋଜା। ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟରେ ୨୫ ଆଶାୟୀଙ୍କୁ ନେଇ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯାଉଛି। ୨୦୧୪ରେ ୧୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଉପସ୍ଥିତ ଅଛନ୍ତି। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାର୍ଥୀଙ୍କ ସହ ପୃଥକ୍‌ ଆଲୋଚନା କରାଯାଉଛି। ସେମାନଙ୍କ ସହିତ ଆଲୋଚନା କରାଯାଇ ଆସନ୍ତା ନିର୍ବାଚନରେ ସେମାନଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିଚାର କରାଯିବ। ଯାହାର ଲୋକପ୍ରିୟତା ଅଛି, […]

  • Tuesday, 20 July 2021
cuttack
ଭୁଲ୍ ୱାରେଣ୍ଟରେ ପୁଲିସ୍‌ର ଗିରଫଦାରୀକୁ ବିରୋଧ

କଟକ(ଦେବାଶିଷ ମହାନ୍ତି): ଭୁଲ୍‌ ଲୋକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣକୁ ବିରୋଧ କରି କଟକ ଚାନ୍ଦିନୀଚୌକ ଅଞ୍ଚଳର ଲୋକେ ଲାଲବାଗ ଥାନା ଘେରାଉ କରିଛନ୍ତି। ୨୦୧୩ ଶିଖରପୁର ଅଞ୍ଚଳରେ ଏକ ରାହାଜାନୀ ମାମଲାରେ ଚନ୍ଦନ ମହାରାଣା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ।  ସେ ଫେରାରୁ ଥିବାରୁ ତାଙ୍କ ନାଁରେ NBW ଜାରି କରାଯାଇଥିଲା। ତେବେ ଅଭିଯୁକ୍ତ ଚନ୍ଦନ ମହାରଣା ବଦଳରେ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ […]

  • Tuesday, 20 July 2021
vlcsnap-error025
ପୁଞ୍ଜିଲାଲଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ବଲାଙ୍ଗିଲ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼ ଏସ୍‌ଡିଜେଏମ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି।  କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ […]

  • Tuesday, 20 July 2021
bjd
ଟିକେଟ୍‌କୁ ନେଇ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହାପରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ଆସନରୁ ଆଶାୟୀ ଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଟିକେଟ୍‌ ନମିଳିବା ପରେ ତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଚିରି ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାରଳାଖେମୁଣ୍ଡି ଆସନରେ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ […]

  • Tuesday, 20 July 2021
Congress-Bhavan
କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: କଳାହାଣ୍ଡିରୁ ଭକ୍ତ, ସୁନ୍ଦରଗଡ଼ରୁ ଜର୍ଜ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]

  • Tuesday, 20 July 2021
titilagarh
ଶରତଙ୍କ ନାଁ ଚର୍ଚ୍ଚାକୁ ଆସିଲା ପରେ ସଇଁତଳା ବନ୍ଦ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୁରେନ୍ଦ୍ରଙ୍କୁ […]

  • Tuesday, 20 July 2021
vlcsnap-error554
ନବରଙ୍ଗପୁର: ଆମ୍ବ ଟାକୁଆ ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ୨ ଜଣଙ୍କ ମୃତ୍ୟ

ନବରଙ୍ଗପୁର: ଆମ୍ବ ଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ଜଣ ଗୁରୁତର ଅସୁସ୍ଥ ରୋଗୀଙ୍କୁ ନବରଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସେମାନେ ସୋମବାର ଦିନ ଆମ୍ବ ଟାକୁଆ ଗୁଣ୍ତରେ ପ୍ରସ୍ତୁତ ବାସୀ ଖାଦ୍ୟ ଖାଇଥିବା ଅଭିଯୋଗ ହୋଇଛି। ଖାଇବା ପରେ ସେମାନେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ଓ ଜଣେ ୧୫ ବର୍ଷ ଝିଅର […]

  • Tuesday, 20 July 2021
promad
ଟିକେଟ୍‌ ନମିଳିବାରୁ ବିଜେଡି ଛାଡ଼ିଲେ ପ୍ରମୋଦ ପଟ୍ଟନାୟକ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟ୍‌ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି ଏଥର ତାଙ୍କୁ ପ୍ରାର୍ଥୀ କରାଯାଇନାହିଁ। ପୁଣି ଥରେ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଯାଇଛି। ଦଳର ନେତା ନିଜର କଥା ରଖିନାହାନ୍ତି ବୋଲି ପ୍ରମୋଦ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। […]

  • Tuesday, 20 July 2021
vlcsnap-error288
କନ୍‌ଷ୍ଟେବଲ୍‌ ଇଣ୍ଟରଭ୍ୟୁ ଦେବା ବେଳେ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ

ବୌଦ୍ଧ: ଶାରୀରିକ ପରୀକ୍ଷା ବେଳେ ପୁଣି ଜଣେ ଚାକିରି ଆଶାୟୀ ଯୁବକଙ୍କ ମୃତ୍ୟୁ। କନ୍‌ଷ୍ଟେବଲ ଇଣ୍ଟରଭ୍ୟୁ ଦେବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଆଇଆରବି ନିଯୁକ୍ତି ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ନୟାଗଡ଼ ନୂଆଗାଁ ବ୍ଲକ୍‌ ଅଞ୍ଚଳର ପ୍ରବାସୀ ନାୟକ। ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବାସୀ ଦୌଡ଼ୁଥିବା ବେଳେ ଆଉ ୨୦୦ ମିଟର ବାକିଥାଇ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ […]

  • Tuesday, 20 July 2021
kusum
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରି ନଥିଲେ। ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କୁସୁମ କହିଛନ୍ତି। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା […]

  • Tuesday, 20 July 2021
pick up van
ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌; ୧୯ ମହିଳା ବୋଲ୍‌ବମ୍‌ ଭକ୍ତ ଆହତ

ସୁନ୍ଦରଗଡ଼: ପୂଜା ସାରି ଘରକୁ ଫେରିବା ବେଳେ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ୧୯ଜଣ ମହିଳା ବୋଲ୍‌ବମ୍‌ ଭକ୍ତ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଗୋମାଡିହିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବଡ଼ଗାଁ ଗଡ଼ବାହଲ ଅଞ୍ଚଳର କିଛି ମହିଳା ଏକ ପିକ୍‌ଅପ୍ ଭ୍ୟାନରେ ରାଜଗାଙ୍ଗପୁର ସ୍ଥିତ ଘୋଗର ଧାମକୁ ପୂଜା ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରିବା ବେଳେ ସେମାନେ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍‌ ଧକ୍କା […]

  • Tuesday, 20 July 2021
second
ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ […]

  • Tuesday, 20 July 2021
OTV in Kerala
କେରଳରେ OTV

କୋଚି: କେରଳରେ  ଛାଡ଼ିଯାଇଛି ବର୍ଷା, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା। ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ସେନା କର୍ମଚାରୀ ଲାଗି ପଡିଛନ୍ତି। ରିଲିଫ ସାମଗ୍ରୀ କିପରି ବିପନ୍ନଙ୍କ ପାଖରେ ପହଞ୍ଚିପାରିବ, ତା ଉପରେ ଫୋକସ୍ କରାଯାଇଛି। ଏବେ ବି ବନ୍ୟା ଘେରରେ ଫସିଛନ୍ତି ଶହଶହ ଓଡ଼ିଆ। ଏଭଳି ସ୍ଥିତିରେ କେରଳର ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍‌ ପହଞ୍ଚିଛନ୍ତି। ତ୍ରିଭାନ୍ଦ୍ରମ୍‌ରେ ଅଟକି ରହିଥିବା ବୁଣାକାରଙ୍କୁ ଟିମ୍‌ ଭେଟିଛନ୍ତି। ଓର୍‌ମାସ୍‌ ପକ୍ଷରୁ ମେଳାକୁ ଯାଇ ୧୧ଟି […]

  • Tuesday, 20 July 2021
binika bandh
୧୨ ଘଣ୍ଟିଆ ବିନିକା ବନ୍ଦ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହି […]

  • Tuesday, 20 July 2021
bbsr murder
ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍‌ ଆଜି ମୃତଦେହକୁ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ୍‌ ସନ୍ଦେହ କରୁଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଉକ୍ତ ଯୁବକଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍‌ ଜବତ ହୋଇଛି। ପୂର୍ବ […]

  • Tuesday, 20 July 2021
mili panda
କଂଗ୍ରେସରେ ଯୋଗଦେଲେ ମାଓବାଦୀ ନେତା ସବ୍ୟସାଚୀଙ୍କ ପତ୍ନୀ ମିଲି ପଣ୍ଡା

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେଲେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଏବଂ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ ମିଲି ପଣ୍ଡା। ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପହଞ୍ଚି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ମିଲି ରଣପୁର ନିର୍ବାଚନମଣ୍ଡଳୀରୁ ଆମ ଓଡ଼ିଶା […]

  • Tuesday, 20 July 2021