ଭୁବନେଶ୍ୱର: ୨୦୧୯ ପାଇଁ କଂଗ୍ରେସର ଏବେଠୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ଖୋଜା। ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟରେ ୨୫ ଆଶାୟୀଙ୍କୁ ନେଇ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯାଉଛି। ୨୦୧୪ରେ ୧୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଉପସ୍ଥିତ ଅଛନ୍ତି। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାର୍ଥୀଙ୍କ ସହ ପୃଥକ୍ ଆଲୋଚନା କରାଯାଉଛି। ସେମାନଙ୍କ ସହିତ ଆଲୋଚନା କରାଯାଇ ଆସନ୍ତା ନିର୍ବାଚନରେ ସେମାନଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିଚାର କରାଯିବ। ଯାହାର ଲୋକପ୍ରିୟତା ଅଛି, […]
କଟକ(ଦେବାଶିଷ ମହାନ୍ତି): ଭୁଲ୍ ଲୋକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣକୁ ବିରୋଧ କରି କଟକ ଚାନ୍ଦିନୀଚୌକ ଅଞ୍ଚଳର ଲୋକେ ଲାଲବାଗ ଥାନା ଘେରାଉ କରିଛନ୍ତି। ୨୦୧୩ ଶିଖରପୁର ଅଞ୍ଚଳରେ ଏକ ରାହାଜାନୀ ମାମଲାରେ ଚନ୍ଦନ ମହାରାଣା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ। ସେ ଫେରାରୁ ଥିବାରୁ ତାଙ୍କ ନାଁରେ NBW ଜାରି କରାଯାଇଥିଲା। ତେବେ ଅଭିଯୁକ୍ତ ଚନ୍ଦନ ମହାରଣା ବଦଳରେ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ […]
ବଲାଙ୍ଗିଲ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼ ଏସ୍ଡିଜେଏମ କୋର୍ଟରେ କ୍ରାଇମ୍ବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି। କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟ୍ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ […]
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହାପରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ଆସନରୁ ଆଶାୟୀ ଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଟିକେଟ୍ ନମିଳିବା ପରେ ତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଚିରି ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାରଳାଖେମୁଣ୍ଡି ଆସନରେ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ଦେବା ପରେ […]
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୁରେନ୍ଦ୍ରଙ୍କୁ […]
ନବରଙ୍ଗପୁର: ଆମ୍ବ ଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ଜଣ ଗୁରୁତର ଅସୁସ୍ଥ ରୋଗୀଙ୍କୁ ନବରଙ୍ଗପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସେମାନେ ସୋମବାର ଦିନ ଆମ୍ବ ଟାକୁଆ ଗୁଣ୍ତରେ ପ୍ରସ୍ତୁତ ବାସୀ ଖାଦ୍ୟ ଖାଇଥିବା ଅଭିଯୋଗ ହୋଇଛି। ଖାଇବା ପରେ ସେମାନେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ ଓ ଜଣେ ୧୫ ବର୍ଷ ଝିଅର […]
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟ୍ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି ଏଥର ତାଙ୍କୁ ପ୍ରାର୍ଥୀ କରାଯାଇନାହିଁ। ପୁଣି ଥରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଯାଇଛି। ଦଳର ନେତା ନିଜର କଥା ରଖିନାହାନ୍ତି ବୋଲି ପ୍ରମୋଦ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। […]
ବୌଦ୍ଧ: ଶାରୀରିକ ପରୀକ୍ଷା ବେଳେ ପୁଣି ଜଣେ ଚାକିରି ଆଶାୟୀ ଯୁବକଙ୍କ ମୃତ୍ୟୁ। କନ୍ଷ୍ଟେବଲ ଇଣ୍ଟରଭ୍ୟୁ ଦେବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଆଇଆରବି ନିଯୁକ୍ତି ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ନୟାଗଡ଼ ନୂଆଗାଁ ବ୍ଲକ୍ ଅଞ୍ଚଳର ପ୍ରବାସୀ ନାୟକ। ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବାସୀ ଦୌଡ଼ୁଥିବା ବେଳେ ଆଉ ୨୦୦ ମିଟର ବାକିଥାଇ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ […]
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରି ନଥିଲେ। ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କୁସୁମ କହିଛନ୍ତି। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା […]
ସୁନ୍ଦରଗଡ଼: ପୂଜା ସାରି ଘରକୁ ଫେରିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୧୯ଜଣ ମହିଳା ବୋଲ୍ବମ୍ ଭକ୍ତ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଗୋମାଡିହିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବଡ଼ଗାଁ ଗଡ଼ବାହଲ ଅଞ୍ଚଳର କିଛି ମହିଳା ଏକ ପିକ୍ଅପ୍ ଭ୍ୟାନରେ ରାଜଗାଙ୍ଗପୁର ସ୍ଥିତ ଘୋଗର ଧାମକୁ ପୂଜା ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରିବା ବେଳେ ସେମାନେ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍ ଧକ୍କା […]
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ […]
କୋଚି: କେରଳରେ ଛାଡ଼ିଯାଇଛି ବର୍ଷା, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା। ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଓ ସେନା କର୍ମଚାରୀ ଲାଗି ପଡିଛନ୍ତି। ରିଲିଫ ସାମଗ୍ରୀ କିପରି ବିପନ୍ନଙ୍କ ପାଖରେ ପହଞ୍ଚିପାରିବ, ତା ଉପରେ ଫୋକସ୍ କରାଯାଇଛି। ଏବେ ବି ବନ୍ୟା ଘେରରେ ଫସିଛନ୍ତି ଶହଶହ ଓଡ଼ିଆ। ଏଭଳି ସ୍ଥିତିରେ କେରଳର ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍ ପହଞ୍ଚିଛନ୍ତି। ତ୍ରିଭାନ୍ଦ୍ରମ୍ରେ ଅଟକି ରହିଥିବା ବୁଣାକାରଙ୍କୁ ଟିମ୍ ଭେଟିଛନ୍ତି। ଓର୍ମାସ୍ ପକ୍ଷରୁ ମେଳାକୁ ଯାଇ ୧୧ଟି […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍ ଆଜି ମୃତଦେହକୁ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ୍ ସନ୍ଦେହ କରୁଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଉକ୍ତ ଯୁବକଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍ ଜବତ ହୋଇଛି। ପୂର୍ବ […]
ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେଲେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଏବଂ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ ମିଲି ପଣ୍ଡା। ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପହଞ୍ଚି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ମିଲି ରଣପୁର ନିର୍ବାଚନମଣ୍ଡଳୀରୁ ଆମ ଓଡ଼ିଶା […]
ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ବା ଓସଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ନିଜ ଇସ୍ତଫା ସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍ଚୀଙ୍କୁ ରାଜ୍ୟ ସରକାର […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ […]
ଭୁବନେଶ୍ୱର: ସାରା ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଖୋଲିଲାଣି, ହେଲେ ଏଯାଏଁ ପଢ଼ା ଆରମ୍ଭ ହୋଇନି। କାରଣ ଦାବି ହାସଲ ପାଇଁ ଅଧ୍ୟାପକ, ଅଧ୍ୟାପିକା ଏବେ ଆନ୍ଦୋଳନରେ। ବ୍ଲକ୍ ଗ୍ରାଣ୍ଟ କଲେଜକୁ ପିଲାଏ ସବୁ ଦିନ ଆସୁଛନ୍ତି, ଆଉ କ୍ଲାସ୍ ନକରି ଘରକୁ ଫେରୁଛନ୍ତି। ସେହିପରି ହାଇସ୍କୁଲର ଶିକ୍ଷକମାନେ ବି ପାଠ ପଢ଼ାଇବା ଛାଡ଼ି ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେଉଛି ସତ, ହେଲେ ଅଧିକାଂଶ […]
ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ […]
ଭୁବନେଶ୍ୱର: ଓଡ଼ିଶାରେ କେବେ ହେବ ବିଧାନସଭା ନିର୍ବାଚନ? ଡିସେମ୍ବର-ଜାନୁଆରୀରେ ୪ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ଅବଧି ପୂରଣ ହେଉଛି। ଏହି ସବୁ ରାଜ୍ୟ ସହ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ କମିଶନ୍ ସକ୍ଷମ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିବା ପରେ ଜୋର୍ ଧରିଛି ଚର୍ଚ୍ଚା। ଆଉ ଏଥିଯୋଗୁଁ ଓଡ଼ିଶାର ନିର୍ବାଚନ ଗଣିତ ଓଲଟ ପାଲଟ ହେବା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। CECଙ୍କ ସୂଚନା ପରେ ପ୍ରଶ୍ନ ଉଠୁଛି […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର। ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ […]
ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ। ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ […]
ଭୁବନେଶ୍ୱର: ସପ୍ତାହେ ରଖିଲେ ୨ ଗୁଣା, ଆଉ ମାସେ ରଖିଲେ ୩ରୁ ୫ ଗୁଣା ଲାଭ ମିଳିବ। ଏଭଳି କିଛି ପ୍ରଲୋଭନ ଦେଖାଇ ସେୟାର ବଜାରରେ ଇନ୍ଭେଷ୍ଟ୍ ନାଁରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ଠକେଇ। ବିଦେଶୀ ମୁଦ୍ରା କିଣି ଇନ୍ଭେଷ୍ଟ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ ଦୁର୍ବୃତ୍ତ। ଏହି ଠକ ଗ୍ୟାଙ୍ଗର ଖିଲାଡିମାନଙ୍କ ମଧ୍ୟରୁ ୪ଜଣ ଏବେ ପୁଲିସ୍ ଜାଲରେ। ସେମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟରେ ବୋଲି ଜଣାପଡ଼ିଛି। ପ୍ରଥମେ ଇଣ୍ଟରନେଟ୍ ମାଧ୍ୟମରେ […]
ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି ମାର୍ଚ୍ଚ ୨୫। ମାର୍ଚ୍ଚ ୨୬ରେ ନାମାଙ୍କନ ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ […]