• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

subarta
ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ବା ଓସଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ନିଜ ଇସ୍ତଫା ସମ୍ପର୍କରେ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୬  ମସିହାରେ ରାଜ୍ୟ ସରକାର ବାଗ୍‌ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍‌ଚୀଙ୍କୁ ରାଜ୍ୟ ସରକାର […]

  • Tuesday, 20 July 2021
BBSR
ନିର୍ବାଚନୀ ସଜବାଜ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ […]

  • Tuesday, 20 July 2021
TEACHER RALLY
ଭୁବନେଶ୍ୱରରେ ଗର୍ଜୁଛନ୍ତି ଗୁରୁ, ପାଠପଢ଼ା ବ୍ୟାହତ

ଭୁବନେଶ୍ୱର: ସାରା ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଖୋଲିଲାଣି, ହେଲେ ଏଯାଏଁ ପଢ଼ା ଆରମ୍ଭ ହୋଇନି। କାରଣ ଦାବି ହାସଲ ପାଇଁ ଅଧ୍ୟାପକ, ଅଧ୍ୟାପିକା ଏବେ ଆନ୍ଦୋଳନରେ। ବ୍ଲକ୍‌ ଗ୍ରାଣ୍ଟ କଲେଜକୁ ପିଲାଏ ସବୁ ଦିନ ଆସୁଛନ୍ତି, ଆଉ କ୍ଲାସ୍ ନକରି ଘରକୁ ଫେରୁଛନ୍ତି। ସେହିପରି ହାଇସ୍କୁଲର  ଶିକ୍ଷକମାନେ ବି ପାଠ ପଢ଼ାଇବା ଛାଡ଼ି ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେଉଛି ସତ, ହେଲେ ଅଧିକାଂଶ […]

  • Tuesday, 20 July 2021
gunupur
ବିଜେଡି ଛାଡ଼ିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ […]

  • Tuesday, 20 July 2021
AKHATI NA ALAGA
ପୁଣି ଜୋର୍ ଧରିଲା ଅାଗୁଅା ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ କେବେ ହେବ ବିଧାନସଭା ନିର୍ବାଚନ? ଡିସେମ୍ବର-ଜାନୁଆରୀରେ ୪ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ଅବଧି ପୂରଣ ହେଉଛି। ଏହି ସବୁ ରାଜ୍ୟ ସହ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ କମିଶନ୍ ସକ୍ଷମ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିବା ପରେ ଜୋର୍ ଧରିଛି ଚର୍ଚ୍ଚା। ଆଉ ଏଥିଯୋଗୁଁ ଓଡ଼ିଶାର ନିର୍ବାଚନ ଗଣିତ ଓଲଟ ପାଲଟ ହେବା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। CECଙ୍କ ସୂଚନା ପରେ ପ୍ରଶ୍ନ ଉଠୁଛି […]

  • Tuesday, 20 July 2021
kalahandi
ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ଜଣେ ଶ୍ରମିକ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର। ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ […]

  • Tuesday, 20 July 2021
sidharnta
ରମେଶଙ୍କ ସମର୍ଥନରେ ବାହାରିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ। ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ […]

  • Tuesday, 20 July 2021
TAKHAI
କମିଶନରେଟ୍‌ ପୁଲିସ କବ୍‌ଜାରେ ସାଇବର୍ ଠକ ଗ୍ୟାଙ୍ଗ୍

ଭୁବନେଶ୍ୱର: ସପ୍ତାହେ ରଖିଲେ ୨ ଗୁଣା, ଆଉ ମାସେ ରଖିଲେ ୩ରୁ ୫ ଗୁଣା ଲାଭ ମିଳିବ। ଏଭଳି କିଛି ପ୍ରଲୋଭନ ଦେଖାଇ ସେୟାର ବଜାରରେ ଇନ୍‌ଭେଷ୍ଟ୍‌ ନାଁରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ଠକେଇ। ବିଦେଶୀ ମୁଦ୍ରା କିଣି ଇନ୍‌ଭେଷ୍ଟ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ ଦୁର୍ବୃତ୍ତ। ଏହି ଠକ ଗ୍ୟାଙ୍ଗର ଖିଲାଡିମାନଙ୍କ ମଧ୍ୟରୁ ୪ଜଣ ଏବେ ପୁଲିସ୍ ଜାଲରେ। ସେମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟରେ ବୋଲି ଜଣାପଡ଼ିଛି। ପ୍ରଥମେ ଇଣ୍ଟରନେଟ୍‌ ମାଧ୍ୟମରେ […]

  • Tuesday, 20 July 2021
e;lection
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି ମାର୍ଚ୍ଚ ୨୫।  ମାର୍ଚ୍ଚ ୨୬ରେ ନାମାଙ୍କନ ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ […]

  • Tuesday, 20 July 2021
lightning
୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଗତ ସନ୍ଧ୍ୟାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଧୂଳିଝଡ଼ ହୋଇଛି। ତେବେ ଆଜି ମଧ୍ୟ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି-ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକାଳ […]

  • Tuesday, 20 July 2021
prkash
ପଦ୍ମ ଧରିଲେ ସାଲେପୁର ବିଧାୟକ

ଭୁବନେଶ୍ୱର: ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। କଂଗ୍ରେସରୁ ଗତକାଲି ଇସ୍ତଫା ଦେଇଥିବା ପ୍ରକାଶ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଭି ସିଂହଦେଓ ସମେତ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବହୁ କଳ୍ପନାଜଳ୍ପନା ପରେ ଗତକାଲି ସେ କଂଗ୍ରେସ ଛାଡ଼ିଥିଲେ। ଦଳରେ […]

  • Tuesday, 20 July 2021
BJD
ଆଜି ଘୋଷଣା ହୋଇପାରେ ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଏଥିପାଇଁ ସବୁ କସରତ ଶେଷ ହୋଇଛି। ଦଳର ବରିଷ୍ଠ ନେତାଙ୍କ ସହ ମାରାଥନ ବୈଠକ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟର କିଛି ପ୍ରାର୍ଥୀ ଘୋଷଣା ହୋଇପାରେ। ହେଲେ ଆଜି ଦିଲୀପ ରାୟ ବିଜେଡିରେ ମିଶିବା ସମ୍ଭାବନା ରହିଛି। ଗତ ଶନିବାର ସନ୍ଧ୍ୟାରେ ଦିଲ୍ଲୀପ ରାୟ […]

  • Tuesday, 20 July 2021
bjd
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଜେଡିର ସ୍ଥାନୀୟ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଚାଷୀ, ମହିଳା, ଛାତ୍ର ନେତାମାନେ ବି ପଶ୍ଚିମ ଓଡ଼ିଶାରୁ ଲଢ଼ିବା ପାଇଁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ସେ ଗୁରୁତର ସହ ବିଚାର କରୁଥିବା ବିଜେଡି ସୁପ୍ରିମୋ କହିଛନ୍ତି।

  • Tuesday, 20 July 2021
hospital
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ଟିକଟ୍‌ ପଞ୍ଜୀକରଣ ହୋଇପାରୁ ନଥିବାରୁ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଦରମା ନଦେବାରୁ କର୍ମଚାରୀମାନେ ପଞ୍ଜୀକରଣ କାର୍ଯ୍ୟରୁ ଓହରିଯାଇଛନ୍ତି। ଫଳରେ ପଞ୍ଜୀକରଣ ହୋଇପାରୁନି କି, ରୋଗୀ ଏବଂ ସମ୍ପର୍କୀୟଙ୍କୁ ଟିକଟ୍ ମିଳିପାରୁନାହିଁ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ୟୁନିସପ୍ ନାମକ ଏକ ଠିକା ସଂସ୍ଥା ପଞ୍ଜୀକରଣ ଦାୟିତ୍ୱ ନେଇଛି।

  • Tuesday, 20 July 2021
vlcsnap-error907
ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଛି। ଏହି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଲେଜ୍ ପରିସରରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିଜେବି କଲେଜ ପରିସରରେ ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। […]

  • Tuesday, 20 July 2021
attack
ପ୍ରେମିକାର ଭାଇକୁ ଟାଙ୍ଗିଆରେ ହାଣିଲା ପ୍ରେମିକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଭାଇ ଅଭିନାଶକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ,ଖୁଜେନପାଲି ଗାଁର ବିଜୟ ବନଛୋର ଦୀର୍ଘ ବର୍ଷ ହେବ ଅଭିନାଶ ଗହିରଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲେ। ଏମିତିକି ଅଭିନାଶଙ୍କ ଭଉଣୀ ବାହା ହେବା […]

  • Tuesday, 20 July 2021
helment
ଦୁର୍ଘଟଣା ରୋକିବ ‘ସ୍ମାର୍ଟ ହେଲମେଟ୍‌’

ରାୟଗଡ଼ା(ମନୋଜ ପାତ୍ର): ବାଇକ ଚାଳକ ମାନଙ୍କ ପାଇଁ ଖୁସି ଖବର। ଦୁର୍ଘଟଣା ରୋକିବା ପାଇଁ ସକ୍ଷମ ହେବ ‘ସ୍ମାର୍ଟ ହେଲମେଟ୍‌’। ଏହି ହେଲମେଟକୁ ନପିନ୍ଧିଲେ ବାଇକ ଷ୍ଟାର୍ଟ ହେବନି କି ଚାଳକ ମଦ୍ୟପାନ କରିଥିଲେ ମଧ୍ୟ ଗାଡ଼ି ଷ୍ଟାର୍ଟ ହେବନି। ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ହେଲମେଟ୍ ତିଆରି କରିଛନ୍ତି ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ଯାହାର ନାଁ ସେ ଦେଇଛନ୍ତି ‘ସ୍ମାର୍ଟ ହେଲମେଟ୍‌’। ରାୟଗଡ଼ା ଗାନ୍ଧି ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜିଷ୍ଟର […]

  • Tuesday, 20 July 2021
student
ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଅଭିନବ ପ୍ରତିବାଦ

ବାରିପଦା(ମାଣିକଲାଲ୍ ପାଣି): ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଅଭିନବ ପ୍ରତିବାଦ। ଚାଲି ଚାଲି ୫ କିଲୋମିଟର ଗଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଛାତ୍ରୀ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କିଲୋମିଟର ଚାଲିଛନ୍ତି। ଆଜି ସକାଳେ ହଷ୍ଟେଲର ୧୫ ଜଣ ଛାତ୍ରୀ ଅଭିଯୋଗ ଜଣାଇ‍ବା ପାଇଁ  ଜିଲ୍ଲାପାଳଙ୍କ ବାରିପଦା ଅଫିସ୍‌କୁ ବାହାରିଥିଲେ। ତେବେ ସେମାନେ ୫ କିଲୋମିଟର ଯିବା ପରେ ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପହଞ୍ଚି ଛାତ୍ରୀଙ୍କୁ ଅଟକାଇଥିଲେ। […]

  • Tuesday, 20 July 2021
accident
ଟ୍ରକ୍‌କୁ ଧକ୍କା ଦେଲା କାର୍, ୩ ମୃତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟରାତ୍ରରେ ଟ୍ରକ୍‌କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୀରମିତ୍ରପୁରର ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ଏଥିସହ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ […]

  • Tuesday, 20 July 2021
cvbn-740x430
ଅକ୍ଟୋବର ୨ରୁ ଲାଗୁ ହେବ ଖାଦ୍ୟ ସୁରକ୍ଷା ସ୍କିମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଲାଗୁ ପାଇଁ ତତ୍ପରତା ଦେଖାଇଛନ୍ତି। ଅକ୍ଟୋବର ୨ତାରିଖରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ ଚାଲିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚିହ୍ନଟ ପାଇଁ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ। ଅକ୍ଟୋବର୨ ତାରିଖ ସୁଦ୍ଧା […]

  • Tuesday, 20 July 2021
vlcsnap-error852
ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

କୋଣାର୍କ: ଜୁଆର ମାଡ଼ରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଣାର୍କ ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ନିଖୋଜ ଥିବା ମତ୍ସ୍ୟଜୀବୀ ଜଣଙ୍କର ନାମ ନିରଞ୍ଜନ ବେହେରା। ସେ ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଢେଉ ମାଡ଼ରେ ଡଙ୍ଗା ଓଲଟି ପଡିଥିଲା। ଭୁବନେଶ୍ୱରରୁ ଓଡ୍ରାଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ନିରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ।

  • Tuesday, 20 July 2021
rain
୨୦ ତାରିଖ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତରରୁ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରେ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି। ତେଣୁ […]

  • Tuesday, 20 July 2021
murder_
ଟଙ୍କା ପାଇଁ ଆଖି ତାଡ଼ିଦେଲେ ପୁଅ, ନାତି

ଅନୁଗୁଳ: ଟଙ୍କା ପାଇଁ ମଣିଷ ଭୁଲି ଯାଇଛି ସମ୍ପର୍କକୁ। ଆଉ ମାତ୍ର କିଛି ଟଙ୍କା ଲୋଭରେ ନିଜ ବାପାକୁ ହତ୍ୟା କରିବାକୁ ପଛାଇନି ପୁଅ। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏହି ଅମାନବୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗୌର ନାଏକ। ସୂଚନା ଅନୁସାରେ,  ଗୌର ନାଏକଙ୍କୁ ତାଙ୍କ ପୁଅ ଗଙ୍ଗାଧର […]

  • Tuesday, 20 July 2021
rain
ପ୍ରବଳ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଯାହର  ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପଟେ ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ଜାରି ରହିଛି। ଝଡ଼ତୋଫାନ, ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, କଟକ, […]

  • Tuesday, 20 July 2021
fire
ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଦଶପଲ୍ଲା ଅଗ୍ନିଶମ ବିଭାଗ ସହ ବନ ବିଭାଗ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଆଖ ପାଖ ଅଞ୍ଚଳ ଧୂଆଁମୟ ହେବା ସହ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହାସହ ଯାତାୟତରେ ମଧ୍ୟ […]

  • Tuesday, 20 July 2021