Advertisment

ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି।

author-image
Chandan Shishu
ଅଦ୍ୟତନ ହୋଇଛି
ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

Soumya Father in law

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ। ସୌମ୍ୟଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା। ଯାହାବି ମନୋମାଳିନ୍ୟ ଥିଲା ତାହା ସମାଧାନ ହୋଇଥିଲା। ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ସେ କହିଛନ୍ତି।

Advertisment

IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି। 

ସେହିପରି ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ  ବିଦ୍ୟାଭାରତୀ କହିଛନ୍ତି, ‘ଏହା ସମ୍ପୁର୍ଣ୍ଣ ମିଥ୍ୟା। ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ।ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି। ତାହା ବ୍ୟାଚଲର ପାର୍ଟି ନଥିଲା, ବିବାହ ପରବର୍ତ୍ତୀ ଭୋଜି ଥିଲା। କରୋନା ଯୋଗୁ ସାଙ୍ଗମାନଙ୍କୁ ବିବାହରେ ଡାକି ପାରି ନଥିଲି। ତେଣୁ ବିବାହ ପରେ ଏକ ଭୋଜି ଦେଇଥିଲି।

Advertisment

ସୌମ୍ୟ ଓ ତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ବିଦ୍ୟାଭାରତୀ କହିଛନ୍ତି। ଶ୍ୱଶୁର ଓ ଶାଶୁଙ୍କ ସହ ପ୍ରତ୍ୟେକ ଦିନ କଥା ହୁଏ ବୋଲି ସେ କହିଛନ୍ତି। ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗରେ  ବିଦ୍ୟାଭାରତୀ କହିଛନ୍ତି, ଏଟିଏମ୍ କାର୍ଡ ଓ କିଛି ଜିନିଷ ପାଇଁ କେବଳ ଘରକୁ ଯାଇଥିଲି।

ଏହାସହ ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। ସୌମ୍ୟଙ୍କର ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ପତ୍ନୀ କହିଛନ୍ତି।  ସୌମ୍ୟ ଝିଅଙ୍କୁ  I LOVE YOU ମେସେଜ୍ ପଠାଉଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ସୌମ୍ୟ ମୋବାଇଲ ପାସୱାର୍ଡ ବଦଳାଇ ଦେଇଥିଲେ। 

ତେବେ ଏହା ଉପରେ ACF ସୌମ୍ୟରଞ୍ଜନ ମହାପାତ୍ର ମା ଓ ବାପା ପ୍ରତିକ୍ରିୟା ରଖିବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଅଭିଯୋଗ ମିଛ। ଯଦି ସେମିତି କିଛି ବୋହୂ ଜାଣିଥଲା, ମୋତେ କାହିଁକି କହିନଥଥିଲା। ମୋ ପୁଅର ସାଙ୍ଗମାନେ ତାକୁ ଫୋନ କରନ୍ତି, ରାକ୍ଷୀ ମଧ୍ୟ ବାନ୍ଧନ୍ତି। ସେମିତି କୋଉ ଝିଅ ସହ ସମ୍ପର୍କ ଥିବା କଥା ଆମେ ଜାଣିନୁ। ମାମଲାରୁ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଛିି। 

ସେହିପରି ସୌମ୍ୟଙ୍କ ବାପା ମଧ୍ୟ ବିଦ୍ୟାଭାରତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବୋହୂର ପୁଅ ପୋଡ଼ିଯିବା ପରବର୍ତ୍ତୀ ହାବଭାବ ନେଇ ପ୍ରଶ୍ନ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚାଇବା ଆଗ, ନା ଗହଣାଗାଣ୍ଠି ଠୁଳେଇବା ଆଗ ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିଯୋଗରୁ ଖସି ଯିବାକୁ ନୂଆ ଅଭିିଯୋଗ ଅଣାଯାଇଛି। 

DFO Odisha News Odisha Police Paralakhemundi Death
Advertisment
Advertisment