• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri
ଶ୍ରୀମନ୍ଦିର ନାଟ ମଣ୍ଡପ ଛାତରେ ଫାଟ

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ଛାତ ଓ ୨ଟି କଲମ୍‌ କ୍ୟାପିଟାଲ୍‌ରେ ଫାଟ ରହିଛି। କିଛି ସ୍ଥାନରେ ଫାଟ ଥିବାରୁ ପାଣି ଗଳି ନାଟ ମଣ୍ଡପ ଚୂନ ଛାଡ଼ୁଛି। ଶ୍ରୀମନ୍ଦିର ନାଟ ମଣ୍ଡପର ମିଳିତ ଅନୁଧ୍ୟାନ ସାରି ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ। ତେବେ ଜଗମୋହନ ଭଳି ଷ୍ଟିଲ୍ ବକ୍ସ ଫ୍ରେମ୍ ଲଗାଯିବ ନା ନାହିଁ, ସେନେଇ ତର୍ଜମା କରାଯିବ ବୋଲି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ ସୂଚନା ଦେଇଛନ୍ତି। […]

  • Tuesday, 20 July 2021
vlcsnap-error113
ଓଡିଶାରେ ପହଞ୍ଚିଲା ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର: ସବୁ ରାଜ୍ୟର ବିଜେପି ମୁଖିଆମାନଙ୍କୁ ବାଜପେୟୀଙ୍କ ଚିତାଭସ୍ମକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଅସ୍ଥିକଳସକୁ ଦିଆଯାଇଛି। ଦେଶର ଏକ ଶହ ନଦୀରେ ବିସର୍ଜନ ହେବ ଦଳର ଆଇଡଲ ବାଜପେୟୀଙ୍କ ଚିତାଭସ୍ମ। ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା, ବୈଦଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଛନ୍ତି ଚିତାଭସ୍ମ କଳସ। ଏହାକୁ ନେଇ ଆଜି ଓଡିଶା ମାଟିରେ ଚିତାଭସ୍ମ […]

  • Tuesday, 20 July 2021
venkaiah-naidu-
ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ୨୫ ପ୍ଲାଟୁନ୍‌ ଫୋର୍ସ ସହ ୮୦ରୁ  ଅଧିକ ଅଫିସର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ବୋଲି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଥିବାରୁ, ଭୁବନେଶ୍ୱର ଏୟାରପୋର୍ଟ, ରାଜଭବନ, ଏମ୍‌ସର ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କମିଶନର ଏବଂ ତାଙ୍କ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଜାଞ୍ଚ କରିଛନ୍ତି। ଉପରାଷ୍ଟ୍ରପତି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନ […]

  • Tuesday, 20 July 2021
bjp
ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର: ଆଜି ବିଜେପିରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇଛନ୍ତି। ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ଘରେ ମିଶ୍ରଣ ପର୍ବ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଏବଂ ନୟାଗଡ଼ ବିଜେପି ପ୍ରାର୍ଥୀ ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ପ୍ରତ୍ୟୁଷା […]

  • Tuesday, 20 July 2021
vlcsnap-error658
ଭଙ୍ଗା ଦଦରା ନୁଆଁଣିଆ ଚାଳଘରେ ଚାଲିଛି ସ୍କୁଲ୍‌

ଭୁବନେଶ୍ୱର/କେନ୍ଦ୍ରାପଡ଼ା/ପୁରୀ : ଚାରିଆଡ଼େ ସନ୍ତସସନ୍ତିଆ ପରିବେଶ। ନା ଯିବାକୁ ଅଛି ରାସ୍ତା, ନା ରହିଛି ଉତ୍ତମ ପରିବେଶ। ଗୁହାଳଘର ଭଳି ବାହାରକୁ ଦେଖାଯାଉଛି ଝାଟିମାଟି ଚାଳଘର। ଏ ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ତୋଟାସାହି ର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। କେବଳ ବାହାର ନୁହେଁ, ଭିତରର ଅବସ୍ଥା ଆହୁରି ଦୟନୀୟ। ଅନ୍ଧାର କୋଠରୀ ପାଲଟିଛି ଜ୍ଞାନ ଅାହରଣର କେନ୍ଦ୍ର। ପିଲାଙ୍କ ବସିବା ଜାଗାରେ ଗଦା ହୋଇଛି ଅବ୍ୟବହୃତ ସାମଗ୍ରୀ ଏବଂ ଜାଳ। ତେବେ ବର୍ଷାଦିନେ ଅବସ୍ଥା ଅାହୁରି […]

  • Tuesday, 20 July 2021
vlcsnap-error265
ବିଶ୍ୱାସ ହେଉନାହିଁ; କନ୍ଧମାଳ ଜିଲ୍ଲାରେ ଲୋକେ ନଈପାରି ହୁଅନ୍ତି ଏମିତି

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ତାରରେ ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାରେ ୬ଜଣ ଅାହତ ହୋଇଛନ୍ତି। ବିଦ୍ୟୁତ୍‌ ତାର ବାନ୍ଧି ଲୋକେ ନଦୀ ପାର ହେଉଥିବା ବେଳେ ତାର ଛିଣ୍ଡିଯିବାରୁ ୬ଜଣ ମହିଳା ନଦୀ ଭିତରକୁ ଖସି ପଡ଼ିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା ଜଣାପଡ଼ିଛି। ନଦୀ ପାର ହୋଇ ବୁରାଙ୍ଗିଆ ଅଞ୍ଚଳର ମହିଳାମାନେ ଦାରିଙ୍ଗବାଡ଼ି ଅାସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। […]

  • Tuesday, 20 July 2021
loksabha
୭ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର: ବିଜେପି, କଂଗ୍ରେସ ଓ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ୭ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ନେଇ ସ୍ପଷ୍ଟ ହୋଇଛି। କଳାହାଣ୍ଡି ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିର ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ଲଢ଼େଇ ହେବ। ନବରଙ୍ଗପୁରରେ ବିଜେଡିର ରମେଶ ମାଝୀ, ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀଙ୍କ ମଧ୍ୟରେ ଲଢ଼େଇ ହେବ। ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର […]

  • Tuesday, 20 July 2021
mohana
ମୋହନା ବିଧାୟିକା ବାସନ୍ତୀ ମଲ୍ଲିକଙ୍କୁ ବିରୋଧ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତୀ ମଲ୍ଲିକଙ୍କ ବିରୋଧରେ ନାରା ଦେବା ସହ ପୋଷ୍ଟର ପୋଡ଼ିଥିଲେ। ସେ ବିଜେପିରେ ମିଶିବା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ବ୍ଲକ୍‌ ବିଜେଡି ସଭାପତି ରଞ୍ଜିତ ଶବର କହିଛନ୍ତି।

  • Tuesday, 20 July 2021
drowning
ହୋଲି ଖେଳି ଗାଧୋଇବାକୁ ଯାଇ ବୁଡ଼ିଗଲେ ବାପା ଓ ପୁଅଝିଅ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ। ରାଜୁଙ୍କ ଘର ବିହାରର ବନାହି ଗାଁରେ। ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ। […]

  • Tuesday, 20 July 2021
congress
ଦ୍ୱିତୀୟ ଦଫାରେ ୫୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ମିଳିଛି। ଆସନ୍ତୁ ନଜର ପକାଇବା ପୂରା ତାଲିକା ଉପରେ। ବିଜେପୁର- ରିପୁନାଥ ସେଠ,ଭଟଲି- ସରୋଜ ମହାପାତ୍ର, ଝାରସୁଗୁଡା-ମହେନ୍ଦ୍ର ନାଏକ, ତଳସରା-ପ୍ରଫୁଲ୍ଲ ମାଝି,ସୁନ୍ଦରଗଡ- ଅମିତା ବିଶ୍ୱାଳ, ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ, ରାଉରକେଲା-ମୁକ୍ତିକାନ୍ତ ବିଶ୍ୱାଳ,କୁଚିଣ୍ଡା- ଶୋଭାରାମ ପ୍ରଧାନ,ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ, ସମ୍ବଲପୁର- […]

  • Tuesday, 20 July 2021
keral;a2
କେରଳ ବନ୍ୟା ପୀଡ଼ିତଙ୍କ ଲାଗି ସହାୟତା

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍‌ଲାଇନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅର୍ଥ ଦେଇପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହାସହ ଏକ ସଚେତନତା ଭ୍ୟାନ୍‌କୁ ଉଦ୍‌ଘାଟନ କରାଯାଇଛି। ଏହା ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ କରିବ।  […]

  • Tuesday, 20 July 2021
samarendra-mishra
ଆଉ ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଗତକାଲି ୨ଟି ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହେବେ। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି ଉଲାକା ନିର୍ବାଚନ ଲଢ଼ିବେ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସ୍କା ଲୋକସଭା ଆସନକୁ ଦଳ ସିପିଆଇ ପାଇଁ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିବା ପୂର୍ବରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଥିଲେ। ତେବେ ଏଆଇସିସି ପକ୍ଷରୁ […]

  • Tuesday, 20 July 2021
assembly
୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହେଉଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ। ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମ୍‌ସିଂ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ। ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ […]

  • Tuesday, 20 July 2021
BJP
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: ପୁରୀରୁ ସମ୍ୱିତ, କଳାହାଣ୍ଡିରୁ ବସନ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ୩୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ରହିଛି ଓଡ଼ିଶାର ୫ଟି ସିଟ୍। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସେହପିରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ। ରାଜ୍ୟ ବିଜେପି […]

  • Tuesday, 20 July 2021
death
ସୀତାକୁଣ୍ଡରେ ବୁଡ଼ି ଯୁବକ ମୃତ

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)। ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

  • Tuesday, 20 July 2021
train
ତପସ୍ୱିନୀ ଏକ୍ସପ୍ରେସ୍‌ରେ ନିଆଁ

ପୁରୀ (ମଧୁସୂଦନ ମିଶ୍ର): ପୁରୀ ରେଳଷ୍ଟେସନର ୪ନଂ ପ୍ଳାଟଫର୍ମରେ ଭୟାନକ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡରେ ପୁରୀ ତପସ୍ୱିନୀ ହାତିଆ ଏକ୍ସପ୍ରେସ୍‌ର ୩ଟି ସ୍ଳିପର ବଗି ପୋଡ଼ି ଧ୍ୱଂସ ହୋଇଯାଇଛି। ଦିନ ପ୍ରାୟ ୧୨ଟା ୫୦ରେ ଟ୍ରେନ୍‌ ବଗିରୁ ଧୂଆଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଏସ୍-୪ ବଗିରେ ନିଆଁ ଲାଗିଥିଲା। ପରେ ଏସ୍-୩ ଏବଂ ଏସ୍-୫ ବଗିକୁ ନିଆଁ ଡେଇଁ ପୁରା […]

  • Tuesday, 20 July 2021
student
ହୋଲି ଖେଳି ଗାଧୋଇବାକୁ ଯାଇଥିଲେ ବୁଡ଼ିଗଲେ

କଟକ (ପ୍ରଭାତ ବିଷୋୟୀ): ହୋଲି ଖେଳ ବେଳେ କଟକ ଜିଲ୍ଲାରେ ଏକ ଅଘଟଣ ଘଟି ଯାଇଛି। ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଗୋପାଳପୁର କାଠଯୋଡ଼ି ଘାଟକୁ ଗାଧୋଇବାକୁ ଯାଇ ଜଣେ ୧୫ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତୀଶ ସାହୁ। ଚଳିତବର୍ଷ ସତୀଶ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।    

  • Tuesday, 20 July 2021
puri
ଶ୍ରୀମନ୍ଦିର ନାଟମଣ୍ଡପର ଚାଲିଛି ଯାଞ୍ଚ

ପୁରୀ: ବିଶେଷଜ୍ଞ ଟିମ୍‌ ଆଜି ତୃତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କରିବେ। ଗତକାଲି ଆଇ.ଆଇ.ଟି ଚେନ୍ନାଇର ଆସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତ, ଆଇ.ଆଇ.ଟି ଖଡଗପୁର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଆଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ଼ ସ୍ତମ୍ବ ଆଦିକୁ ଟିକିନିଖି ଯାଞ୍ଚ କରିଥିଲେ। ପରେ ପାନ୍ଥ ନିବାସ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ […]

  • Tuesday, 20 July 2021
pratyiusha
ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର: କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ ଯୋଗଦେବେ। ତେବେ କେଉଁଠୁ ସେ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଚୂଡ଼ାନ୍ତ […]

  • Tuesday, 20 July 2021
rkl
ରାଉରକେଲା ରେଳଷ୍ଟେସନରୁ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ, ୩ ଗିରଫ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍‌ରୁ ରେଳବାଇ ପୁଲିସ୍‌ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍‌ ଶ୍ରୀବାସ୍ତବ। କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍‌ରେ ଏତେ ଟଙ୍କା ଧରି ଟ୍ରେନ୍‌ରେ ଯାଉଥିଲେ, ତା’ର ତଦନ୍ତ କରୁଛି ରାଉରକେଲା ରେଳବାଇ ପୁଲିସ୍‌। ତେବେ ପ୍ରାଥମିକ ସୂଚନା ମୁତାବକ, କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର […]

  • Tuesday, 20 July 2021
holi
ହୋଲି ରଙ୍ଗରେ ରଙ୍ଗୀନ ହେଲେ ରାଜନେତା

ଭୁବନେଶ୍ୱର: ଆଜି ସାରାଦେଶରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ହୋଲି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେଡି ନେତା ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ହୋଲି ଉତ୍ସବ ପାଳନ କରିଛନ୍ତି। ଜୟପୁର ସହର ତାରାପ୍ରସାଦ ବାହିନୀପତି ମଧ୍ୟ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି।

  • Tuesday, 20 July 2021
congress
କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଦଳ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟୀକରଣ  ହୋଇଯାଇଛି ବୋଲି ଦେବୀ ପ୍ରସନ୍ନ ଅଭିଯୋଗ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ଜଳେଶ୍ୱରରୁ […]

  • Tuesday, 20 July 2021
arrest
ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍‌ ଠାବ କରିଛି। ପୁଲିସ୍‌ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ରେଙ୍ଗାଲିର ଚାଉଳଢ଼ିପରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ରେଙ୍ଗାଲି ପୁଲିସ୍‌କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି […]

  • Tuesday, 20 July 2021
bjp
ଗୁଇନ୍ଦା ଚିଠି ପ୍ରସଙ୍ଗ: ଥାନାରେ ହାଜର ହେଲେ ସମୀର ମହାନ୍ତିଙ୍କ ଓକିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳ ସଂପର୍କିତ ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ଖାରବେଳ ନଗର ଥାନାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଓକିଲ ହାଜର ହୋଇଛନ୍ତି। ତାଙ୍କ ସହ ସମୀରଙ୍କ କିଛି ସମର୍ଥକ ମଧ୍ୟ ଥାନାକୁ ଯାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଖାରବେଳନଗର ପୁଲିସ୍ ପକ୍ଷରୁ ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରାଯାଇଥିଲା। ସମସ୍ତଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ସମୀରଙ୍କୁ ଆଜି, ୨୩ରେ […]

  • Tuesday, 20 July 2021
holi
ଏକାଠି ଫଗୁ ଖେଳିଲେ ସବୁ ଧର୍ମର ଲୋକେ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ରେଙ୍ଘାଳରେ ଫଗୁ ଖେଳ ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ମନାଉଛନ୍ତି ହୋଲି। ରେଙ୍ଘାଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକେ ବେଶ୍‌ ଧୂମଧାମରେ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭକାମନା ଦେଉଛନ୍ତି। ପରମ୍ପରା ଅନୁଯାୟୀ ଫଗୁ ଦଶମୀଠାରୁ ୫ଦିନ ବ୍ୟାପୀ ବଡ଼ ମାଛପୁର ଗାଁର ଗୋପୀନାଥଦେବ ଓ ରେଙ୍ଘାଳ ଗାଁର ମହାପ୍ରଭୁ ଚନ୍ଦ୍ରଶେଖର ଦେବ ଗାଁ ଗାଁ ପରିକ୍ରମା […]

  • Tuesday, 20 July 2021