
ଭୁବନେଶ୍ୱର: ଜଣେ ସରକାରୀ ବାବୁଙ୍କୁ ଏତେ ଅନୁକମ୍ପା କାହିଁକି? ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ସାତ ବର୍ଷ ହେଲା ବଢ଼ି ଚାଲିଛି ତାଙ୍କ କାର୍ଯ୍ୟକାଳ। ଏହି ସରକାରୀ ବାବୁ ଜଣଙ୍କ ହେଲେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ। ପଞ୍ଚମ ଥର ଲାଗି ତାଙ୍କ ଏକ୍ସଟେନସନ ଲାଗି ସୁପାରିସ କରାଯିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇବାରୁ ପଦାରେ ପଡ଼ିଛି ସରକାରଙ୍କ କାରସାଦି। ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟ କିଛି ଲୋକଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍ପି କେ. ଶିବା ସୁବ୍ରମଣୀ କହିଛନ୍ତି। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କ’ଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା, ସେନେଇ ଏସ୍ପି କିଛି […]
ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିପାରେ କଳା ଟଙ୍କାର ଖେଳ। ଯାହାର ଆଭାସ ଏବେଠୁ ମିଳିଲାଣି। ଝାରସୁଗୁଡ଼ାରୁ ରାୟଗଡ଼ା, ଗୁଣପୁରରୁ ଗଞ୍ଜାମ ଗତକିଛି ଦିନ ହେଲାଣି ଏସବୁ ଅଞ୍ଚଳରେ ନିତିଦିନ ଠାବ ହେବାରେ ଲାଗିଛି ପୁଳା ପୁଳା ଟଙ୍କା। ଅବଶ୍ୟ ଜବତ ଟଙ୍କା କାହାର ଏବଂ କୌଣସି ଦଳର କି ନୁହଁ, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଭୋଟ ପୂର୍ବରୁ ଏଭଳି କ୍ରମାଗତ ଭାବେ ହାଟେ ବାଟେ ଟଙ୍କା ଜବତ ଘଟଣା, ଭୋଟ ପାଇଁ ନୋଟ୍ ସଙ୍କେତ […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏକ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହିତ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପିପିଲି ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଥିବା ଓମ୍ପ୍ରକାଶ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ଓ […]
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍ ? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁକୁ ଆନ୍ଧ୍ର ସରକାର ନିଜ କବ୍ଜାକୁ ନେବା ଲାଗି ଉଦ୍ୟମ କରୁଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଥିଲେ ରାଜ୍ୟ ସରକାର। […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ୧୮ଟି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଏଥିରୁ ୯ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ଆଜି ବିଜେପିର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ତାଲିକା ଅନୁସାରେ ୬ […]
ଭୁବନେଶ୍ୱର: ଧୀରେ ଧୀରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରୁଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ନାଁରୁ ଜଣାପଡ଼ୁଛି, କଂଗ୍ରେସ୍ ପୁରୁଣା ପ୍ରାର୍ଥୀଙ୍କୁ ଭରଷାକୁ ନେଇପାରୁନାହିଁ। କାରଣ ବହୁ ମାନସମନ୍ଥନ ପରେ ଏପର୍ଯ୍ୟନ୍ତ ଘୋଷିତ ୧୧୧ ନାଁରେ ଅଛି ୮୦ଟି ନୂଆ ମୁହଁ। ଏପଟେ ଆଜି ଘୋଷଣା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ତାଲିକାରେ ବି ପରିବାରବାଦ୍ ଜଳ ଜଳ ହୋଇ ଦିଶୁଛି। ଅନେକ ସ୍ଥାନରେ ବାପା-ପୁଅ ଉଭୟଙ୍କୁ ଟିକେଟ ଦେଇଛି ଦଳ। ବାକି ଥିବା […]
ଦେବଗଡ଼: ଦେବଗଡ ଜିଲ୍ଲା ଝରାକଣ୍ଢଳ ପଞ୍ଚାୟତ ପୁରୁଣାପାଣି ଗାଁରେ ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଯୋଗ୍ୟ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦିଆ ନଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୁରୁଣାପାଣି ଅଙ୍ଗନଓ୍ୱାଡି କେନ୍ଦ୍ରର କର୍ମୀ ନିଯୁକ୍ତି ପାଇଁ ୯ ଜଣ ଆବେଦନ କରିଥିଲେ। ଆବେଦନ କରିଥିବା ଜୟନ୍ତୀ ତିର୍କୀ ଜାଲ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରି ଆବେଦନ […]
କଟକ: ସୁଧୁରିବାର ନାଁ ଧରୁନି କଟକ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା। ରାସ୍ତା କଡରେ ବସ୍ ଛିଡ଼ା ହେଉଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିକି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦିନକୁ ଦିନ ବାଙ୍କୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମୁଖ୍ୟରାସ୍ତାରେ କେବଳ ବସ୍ ଛିଡା ହେଉନାହିଁ, ଛୋଟ ବଡ ଗାଡି ମଧ୍ୟ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଠାରେ ଯାତ୍ରୀଙ୍କ ପାଇଁ […]
ମାଲକାନଗିରି: ମାଲକାନଗିରି ଗୌଡଗଡା ଏବଂ ତମସା ପଞ୍ଚାୟତର ୬ଟି ଗାଁକୁ ପକ୍କା ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଭଲ ରାସ୍ତା ପାଇଁ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାସହ ନିର୍ବାଚନ ପ୍ରଚାର ପାଇଁ ଗାଁକୁ କୌଣସି ନେତାଙ୍କୁ ପୂରାଇ ନଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଫୁଲବାଣୀ (ତ୍ରୀନାଥ ସାହୁ): ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଯାତାୟତ ସୁବିଧା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ହେଲେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁଡିପାଜୁ ପଞ୍ଚାୟତରେ। ପଞ୍ଚାୟତର ୨୫ଟି ଗାଁର ମୁଖ୍ୟ ସମସ୍ୟା ପାଲଟିଛି ସାଙ୍କୁଳୀ ନଦୀ। ନଦୀରେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏପରିସ୍ଥିତିରେ ‘ପୋଲ ନାହିଁ ତ ଭୋଟ୍ ନାହିଁ’ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଚେତାବନୀ ଦେଇଛନ୍ତି କନ୍ଧମାଳ ତୁଡିପାଜୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କିଏ ଓ କ’ଣ ପାଇଁ ଅପହରଣ କରିଛି, ତାହା ସ୍ପଷ୍ଟ ହୋଇନି। ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ଣରେ ବିଡିଓ ସରୋଜ ମିଶ୍ର ଅଫିସ୍ରେ ଥିଲେ। ଏହି ସମୟରେ ଏକ ସ୍କର୍ପିଓରେ କିଛି ଲୋକ ଆସି ଅଫିସ ଭିତରେ ପଶି ବିଡିଓଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ […]
ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏହି ତାଲିକାରେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅଙ୍କ ନାଁ ରହିଛି। ବିଜେଡି ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ତାଲିକାରେ ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ମହେଶ୍ୱର ମହାନ୍ତିଙ୍କ ନାଁ ରହିଛି। ବିଷ୍ଣୁଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଥିବା ବେଳେ ମହେଶ୍ୱର ପୂର୍ବପରି ପୁରୀରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି […]
ସମ୍ବଲପୁର (ସଞ୍ଜୟ ଜେନା): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ। ସମ୍ବଲପୁରରେ ଆଜି ବିଜେଡି ବିଧାନସଭା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମ୍ବଲପୁରରେ ରାସେଶ୍ୱରୀ ଏବଂ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ଟକ୍କର ହେବ। ସେପଟେ ଏହି ଦୁଇଜଣଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ। ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ସମ୍ବଲପୁର, […]
ଭୁବନେଶ୍ୱର: ଜୟପୁର ନିର୍ବାଚନୀ ସଭାରେ ପରୋକ୍ଷରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର କାର୍ଯ୍ୟକାରୀତାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଡବଲ ଇଞ୍ଜିନ ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର […]
ଭୁବନେଶ୍ୱର : ଲୋକସଭା ନିର୍ବାଚନ ଲାଗି ନୂଆ ମୁହଁ, ବିଧାନସଭା ପାଇଁ ପୁରୁଣା। ଗତକାଲି ବିଜେଡିର ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ବିଧାୟକ, ସାଂସଦ ଓ ନେତା ଦଳ ଛାଡିବା ସହ ଖୋଲାଖୋଲି ବିଦ୍ରୋହ କରିଥିଲେ। ଏହାପରେ ବିଜେଡି ଷ୍ଟ୍ରାଟେଜି ବଦଳାଇଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅସନ୍ତୋଷ ଭୟରେ ନୁହେଁ, ସର୍ଭେ ଅନୁସାରେ ହିଁ ଟିକେଟ୍ ଦିଆଯାଇଥିବା […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ ଅସ୍ଥାୟୀ ପୀଠକୁ ଯିବ। ଏହାସହ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳନରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ। ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ […]
ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେହି ପରିମାଣରେ ସରଗରମ ହେବାରେ ଲାଗିଛି। ଦଳଡିଆଁ ରୋଗ ଚରମସୀମାରେ ପହଞ୍ଚି ଥିବା ବେଳେ ଆରୋପ, ପ୍ରତ୍ୟାରୋପ ରାଜନୀତି ବ୍ୟାପକ ହୋଇଛି। ନିଜ ସରକାରର ସଫଳତାକୁ ଦଳ ତୁଣ୍ଡ ବାଇଦ କରୁଥିବା ବେଳେ ବିରୋଧୀଙ୍କ ବିଫଳତାକୁ ଜନତାର କାଠଗଡ଼ାରେ ଛିଡ଼ା କରୁଛି। ଏହାରି ଭିତରେ ଓଡ଼ିଶାରେ ଆଜି ଆଉ ଏକ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ଆଉ ସେଇଟା ହେଉଛି ‘ପ୍ରଶ୍ନ ରାଜନୀତି’। କୋଲବ୍ଲକ ଆବଣ୍ଟନରେ ଦୁର୍ନୀତି ଅଭିଯୋଗକୁ ନେଇ ନବୀନ ପଟ୍ଟନାୟକଙ୍କ […]
ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ […]
ଭୁବନେଶ୍ୱର: ବିଜେଡି ଟିକେଟ୍ ବଣ୍ଟନର ମୂଳ ଆଧାର କ’ଣ ? କାହାକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଏ ନେଇ ନାନା ପ୍ରଶ୍ନ ଓ ପ୍ରହେଳିକା ଭିତରେ ଗୁମର ଖୋଲିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। କିଏ ଟିକେଟ୍ ପାଇବେ, କାହା ଟିକେଟ୍ କଟିବ ? କେଉଁ ଅଞ୍ଚଳର ଦାୟିତ୍ୱ କେଉଁ ନେତାଙ୍କୁ ଦିଆଯାଇଛି, ସେ ସବୁ ଗୋଟି ଗୋଟି କରି ଖୋଲି କହିଛନ୍ତି ସୁଶାନ୍ତ। ବିଜେଡିର […]
ଭୁବନେଶ୍ୱର: ହାଇୱେ ଲୁଟେରାଙ୍କୁ କାବୁ କରି ମଞ୍ଚେଶ୍ୱର ଥାନାର ଦୁଇ ପିସିଆର ଷ୍ଟାଫଙ୍କୁ ପୁଲିସ କମିଶନର ପୁରସ୍କୃତ କରିଛନ୍ତି। ଠିକଣା ସମୟରେ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। କିଛିଦିନ ତଳେ ପାଟ୍ରୋଲିଂ କରୁଥିବାବେଳେ ରାଜ୍ୟ ବାହାରର ଏକ ଟ୍ରକକୁ ହାଇୱେ ଉପରେ ଲୁଟ୍ କରାଯାଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ସେଠାରୁ ଦୌଡି ଦୌଡି ଆସି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର୍ ଷ୍ଟାଫ ନିଜର ଉପସ୍ଥିତ ବୁଦ୍ଧିରୁ ଲୁଟେରାଙ୍କୁ […]
ପୁରୀ: ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁରୀ ପୁଲିସ୍ ୪ ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ବେହେରା, ପହଲି, ରାଜୁ ଓ ରାହୁଲ। ସେମାନଙ୍କ ପାଖରୁ ପୁଲିସ୍ ଗୋଟିଏ ଟିଭି, ଦୁଇଟି ଲାପଟପ୍, ୨ଟି ମୋବାଇଲ୍ ଓ ଏକ ଟ୍ୟାବ୍ ଜବତ କରିଛି। ସୂଚନା ମୁତାବକ, ଗତ ୨ ମାସ ଧରି ଅପରାଧୀମାନେ ଏସସିଏସ୍ କଲେଜ ଅଞ୍ଚଳରେ ବିଭିନ୍ନ ଘରର କବାଟ ଓ ଝରକା କାଟି ଚୋରି କରୁଥିଲେ। […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ମଇଦାନକୁ ଓହ୍ଲେଇଛନ୍ତି ବିଜେପିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସୁଦୃଢ କରିବା ପାଇଁ ସଙ୍କଳ୍ପ ନେଇଛି ବିଜେପି। କଟକ ସିଏମସି କଲ୍ୟାଣୀ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ବିଜେପି ନେତା ଏନେଇ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ କର୍ମୀମାନେ ବିଜେପିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅରୁଣ ସାହୁ, ସସ୍ମିତ ପାତ୍ର, ଅରୁପ ପଟ୍ଟନାୟକଙ୍କ ସମେତ ସୁବାଷ ସିଂ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ମାର୍ଚ୍ଚ ୫ ତାରିଖରୁ ବିଜେଡି ତରଫରୁ କରାଯାଉଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରାଯାଇଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, “ପ୍ରତି ପରିବାରରରୁ ମତାମତ ସଂଗ୍ରହ କରାଯାଇ […]