• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

drowning
ପୋଖରୀରେ ବୁଡ଼ି ଗଲେ ୩ ନାବାଳିକା

ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ […]

  • Tuesday, 20 July 2021
bjd-ticket
ଯୋଗ୍ୟତା କି ଭାବମୂର୍ତ୍ତି ନୁହେଁ: ବିଜେଡି ଟିକେଟ୍‌ ପାଇବାକୁ ହେଲେ ଦରକାର ଏମାନଙ୍କ ଗ୍ରୀନ୍ ସିଗ୍ନାଲ୍

ଭୁବନେଶ୍ୱର: ବିଜେଡି ଟିକେଟ୍ ବଣ୍ଟନର ମୂଳ ଆଧାର କ’ଣ ? କାହାକୁ ଭିତ୍ତି କରି ପ୍ରାର୍ଥୀ ଚୟନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଏ ନେଇ ନାନା ପ୍ରଶ୍ନ ଓ ପ୍ରହେଳିକା ଭିତରେ ଗୁମର ଖୋଲିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। କିଏ ଟିକେଟ୍ ପାଇବେ, କାହା ଟିକେଟ୍ କଟିବ ? କେଉଁ ଅଞ୍ଚଳର ଦାୟିତ୍ୱ କେଉଁ ନେତାଙ୍କୁ ଦିଆଯାଇଛି, ସେ ସବୁ ଗୋଟି ଗୋଟି କରି ଖୋଲି କହିଛନ୍ତି ସୁଶାନ୍ତ। ବିଜେଡିର […]

  • Tuesday, 20 July 2021
pcr
ହାଇୱେ ଲୁଟେରାଙ୍କୁ କାବୁ କରିଥିବା ପିସିଆର ଷ୍ଟାଫ୍ ପୁରସ୍କୃତ

ଭୁବନେଶ୍ୱର: ହାଇୱେ ଲୁଟେରାଙ୍କୁ କାବୁ କରି ମଞ୍ଚେଶ୍ୱର ଥାନାର ଦୁଇ ପିସିଆର ଷ୍ଟାଫଙ୍କୁ ପୁଲିସ କମିଶନର ପୁରସ୍କୃତ କରିଛନ୍ତି। ଠିକଣା ସମୟରେ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। କିଛିଦିନ ତଳେ ପାଟ୍ରୋଲିଂ କରୁଥିବାବେଳେ ରାଜ୍ୟ ବାହାରର ଏକ ଟ୍ରକକୁ ହାଇୱେ ଉପରେ  ଲୁଟ୍ କରାଯାଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ସେଠାରୁ ଦୌଡି ଦୌଡି ଆସି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର୍ ଷ୍ଟାଫ ନିଜର ଉପସ୍ଥିତ ବୁଦ୍ଧିରୁ ଲୁଟେରାଙ୍କୁ […]

  • Tuesday, 20 July 2021
puri
୪ ଚୋରଙ୍କୁ ଧରିଲା ପୁଲିସ୍‌

ପୁରୀ: ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁରୀ ପୁଲିସ୍‌ ୪ ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ବେହେରା, ପହଲି, ରାଜୁ ଓ ରାହୁଲ। ସେମାନଙ୍କ ପାଖରୁ ପୁଲିସ୍‌ ଗୋଟିଏ ଟିଭି, ଦୁଇଟି ଲାପଟପ୍, ୨ଟି ମୋବାଇଲ୍ ଓ ଏକ ଟ୍ୟାବ୍ ଜବତ କରିଛି। ସୂଚନା ମୁତାବକ, ଗତ ୨ ମାସ ଧରି ଅପରାଧୀମାନେ ଏସସିଏସ୍ କଲେଜ ଅଞ୍ଚଳରେ ବିଭିନ୍ନ ଘରର କବାଟ ଓ ଝରକା କାଟି ଚୋରି କରୁଥିଲେ। […]

  • Tuesday, 20 July 2021
bjp
ବିଜେପିରେ ମିଶିଲେ ବିଜେଡି କର୍ମୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ମଇଦାନକୁ ଓହ୍ଲେଇଛନ୍ତି ବିଜେପିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସୁଦୃଢ କରିବା ପାଇଁ ସଙ୍କଳ୍ପ ନେଇଛି ବିଜେପି। କଟକ ସିଏମସି କଲ୍ୟାଣୀ ମଣ୍ଡପ ପରିସରରେ ଆୟୋଜିତ ବୈଠକରେ ବିଜେପି ନେତା ଏନେଇ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ କର୍ମୀମାନେ ବିଜେପିରେ ଯୋଗ ଦେଇଥିଲେ।

  • Tuesday, 20 July 2021
bjd
ଲୋକଙ୍କ ମତକୁ ନେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି: ବିଜେଡି

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅରୁଣ ସାହୁ, ସସ୍ମିତ ପାତ୍ର, ଅରୁପ ପଟ୍ଟନାୟକଙ୍କ ସମେତ ସୁବାଷ ସିଂ ପ୍ରମୁଖ  ଯୋଗ ଦେଇଥିଲେ। ବିଶେଷ କରି ମାର୍ଚ୍ଚ ୫ ତାରିଖରୁ ବିଜେଡି ତରଫରୁ କରାଯାଉଥିବା ଘରେ ଘରେ ଶଙ୍ଖ  କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରାଯାଇଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, “ପ୍ରତି ପରିବାରରରୁ ମତାମତ ସଂଗ୍ରହ କରାଯାଇ […]

  • Tuesday, 20 July 2021
modi
୧ ନୁହେଁ ୨ରେ ଭବାନୀପାଟଣା ଆସିବେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି, “ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ ଏଥିରେ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଏପ୍ରିଲ୍‌ ୧ ତାରିଖ ପରିବର୍ତ୍ତେ ୨ ତାରିଖରେ ଭବାନୀପାଟଣାରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ।” ଏହା […]

  • Tuesday, 20 July 2021
otv
ବାପାଙ୍କ ବଦଳରେ ପୁଅଙ୍କୁ ଟିକେଟ୍‌ ଦେଲା ବିଜେଡି

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଆଉ ୩୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ସହିତ ଦଳ ମୋଟ ୧୦୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଦଳ ୩ଟି ପର୍ଯ୍ୟାୟରେ ୬୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ଯେଉଁମାନଙ୍କ ନାଁ ଘୋଷଣା କରାଯାଇଛି ସେଥିରେ ଦଳର ଦୁଇ ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ପୁଅମାନଙ୍କ ନାଁ ରହିଛି। ସେମାନେ ହେଉଛନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ […]

  • Tuesday, 20 July 2021
pitambara
ନବୀନଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣିଲେ ପୀତାମ୍ବର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ସେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୀତାମ୍ବର ଆଚାର୍ଯ୍ୟ ବିଜେପି ଟିକେଟ୍‌ରେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ସେ […]

  • Tuesday, 20 July 2021
12
ମଣ୍ଡିରୁ ଧାନ ଉଠିଲା, ହେଲେ ଟଙ୍କା ମିଳୁନି

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବହୁ ଆନ୍ଦୋଳନ ପରେ ମଣ୍ଡିରୁ ଧାନ ଉଠାଇ ଥିଲା ପ୍ରଶାସନ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କ ଅକାଉଣ୍ଟରେ ଟଙ୍କା ଆସି ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରୁ। ଏନେଇ କିଛି ଚାଷୀ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥା ସହ ମାସ ମାସ ଧରି ଧାନ ଉଠିପାରିନଥିଲା। ଯେଉଁଠି ବି […]

  • Tuesday, 20 July 2021
vote
ମୌଳିକ ସୁବିଧାରୁ ବଞ୍ଚିତ ଶୁଖୁଆବାସୀଙ୍କ ଭୋଟ ବର୍ଜନ ଚେତାବନୀ

ସାଲେପୁର (ମନୋଜ ଆଚାର୍ଯ୍ୟ): ମୌଳିକ ସୁବିଧା ମିଳୁ ନଥିବାରୁ କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଦୀର୍ଘଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ଶୁଖୁଆ ବାସିନ୍ଦା ଏପରି ନିଷ୍ପତ୍ତି ନେଇଛନ୍ତି। ରାସନ କାର୍ଡରେ ଚାଉଳ, କିରୋସିନକୁ ବାଦ୍ ଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନଥିବା ସାହି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ […]

  • Tuesday, 20 July 2021
1
ଜମି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ, ଜଣଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଲେ ଲୋକେ

ଉଦଳା (ମାନସ ପାଣି): ଜମି ଦେବା ନାଁରେ ଟଙ୍କା ଠକେଇ ଅଭଯୋଗରେ ଜଣଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଉଛନ୍ତି ଲୋକେ। ଏପରି ଘଟଣା ଘଟିଛି ଉଦଳା ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ କପ୍ତିପଦା ଥାନା ଅଞ୍ଚଳର ଦେବାଶିଷ ପଟ୍ଟନାୟକ। ଦେବାଶିଷ ଉଦଳା ଓ କପ୍ତିପଦା ଅଞ୍ଚଳରୁ ପ୍ରାୟ ୨୫ ଜଣଙ୍କ ପାଖରୁ ଦେଢ କୋଟିରୁ ଅଧିକ ଟଙ୍କା ନେଇ ଠକିଥିବା ଅଭିଯୋଗ କରିଛନ୍ତି ଲୋକେ। ଦେବାଶୀଷଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଠକେଇ ମାମଲା ରହିଛି।

  • Tuesday, 20 July 2021
anuvab
ବୈଜୟନ୍ତଙ୍କ ବିପକ୍ଷରେ ଅନୁଭବଙ୍କୁ ମଇଦାନକୁ ଛାଡ଼ିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ। ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା। ବାଲେଶ୍ୱରରୁ ସାଂସଦ ରବୀନ୍ଦ୍ର ଜେନା ପୁଣି ପ୍ରାର୍ଥୀ ହୋଇଛନ୍ତି। ପୁରୀରୁ […]

  • Tuesday, 20 July 2021
anandapur
ନଦୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

    ଆନନ୍ଦପୁର (ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ନଦୀରେ ବୁଡ଼ି ଦୁଇ ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀର କୋଡ଼ପଡ଼ା ଘାଟରେ ଗାଧଉ ଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଶଢା ଗାଁର ଜଗନ୍ନାଥ ସୁତାରଙ୍କ ପୁଅ ସୁବ୍ରପ୍ରସାଦ ସୁତାର (୧୧) ଏବଂ ବସନ୍ତିଆ ଗାଁର ଅନାମ ଓଝାଙ୍କ ପୁଅ ରୁଦ୍ର ପ୍ରତାପ ଓଝା (୧୭) l ମଙ୍ଗଳା ଓଷା ପାଇଁ ସୁବ୍ର ଏବଂ ରୁଦ୍ର […]

  • Tuesday, 20 July 2021
congress
କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ୩ ପୂର୍ବତନ ବିଧାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ଏହି ୩ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ […]

  • Tuesday, 20 July 2021
chitfund
ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରହସନ’

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମ୍ପାନୀ ମନଭରି ଠକିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଜମାକାରୀଙ୍କ ପାଇଁ ଉପହାସ ସାଜିଲା। ୭ ବର୍ଷ ତଳେ ୪ ହଜାର ଲେଖାଏଁ ଜମା ରଖିଥିବା କାକଟପୁର ଅଞ୍ଚଳର ଶତାଧିକ ଚିଟ୍‌ଫଣ୍ଡ ଜମାକାରୀଙ୍କୁ କ୍ଷତିପୂରଣ ମିଳିଛି ମାତ୍ର ୨ଶହ ଲେଖାଏଁ ଟଙ୍କା । ବାଲେଶ୍ୱରରେ ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ ପ୍ରତିଶ୍ରୁତି, ଯେମିତି ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି। ଭୋଟ୍‌ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍‌ଫଣ୍ଡ ଟଙ୍କା […]

  • Tuesday, 20 July 2021
bjd2
ନବୀନ ନିବାସ ଆଗରେ ମୁହାଁମୁହିଁ ହେଲେ ଆଶାୟୀଙ୍କ ସମର୍ଥକ

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିର ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଜଣଙ୍କ ପରେ ଜଣେ ସିଟିଂ ବିଧାୟକ ଓ ସାଂସଦ ଦଳ ଛାଡୁଛନ୍ତି। ସେତିକିରେ ଦଳୀୟ ଅସନ୍ତୋଷ ସୀମିତ ରହିନାହିଁ। ସ୍ଥିତି ଏମିତି ହୋଇଛି ଯେ, ନବୀନ ନିବାସ ଆଗରେ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଟିକେଟ୍ କସରତ ଚାଲିଥିବାବେଳେ ଆଜି ଏପରି ଦୃଶ୍ୟ ନବୀନ ନିବାସ […]

  • Tuesday, 20 July 2021
b
ଓଡ଼ିଶାରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲା ବିଜେପି

ଭୁବନେଶ୍ୱର: ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ  କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା କଥା କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ। ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଜେପି […]

  • Tuesday, 20 July 2021
murder1
ନେତାଙ୍କ ରକ୍ତରେ ନିର୍ବାଚନୀ ହୋଲି ଖେଳିଲେ ଦୁର୍ବୃତ୍ତ

ଆନନ୍ଦପୁର (ମୁନା ସିଂ)/କେନ୍ଦୁଝର (ପ୍ରଣୟ ପାଣି): ନିର୍ବାଚନ ପୂର୍ବରୁ ନେତାଙ୍କୁ ଜଘନ୍ୟ ହତ୍ୟା। ଏପରି ଘଟଣା ଘଟିଛି ଘସିପୁରାରେ। ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହାତଗୋଡ଼ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘଟଣାରେ ୫ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ହାତ ରହିଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି। ଆନନ୍ଦପୁରର ଧକୋଟାରେ ନେତାଙ୍କ ରକ୍ତରେ ନିର୍ବାଚନୀ […]

  • Tuesday, 20 July 2021
election
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ସରିଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିନ୍ଦାବାଦ ଧ୍ୱନି ସହ ସମର୍ଥକଙ୍କ ରାଲିରେ ଆଜି କମ୍ପିଥିଲା ରାଉରକେଲା ସହର। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ।  ରାଉରକେଲାରେ ଥିବା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଆଶିଷ ଲାଭ କରିବା ପରେ ନାମାଙ୍କନପତ୍ର ଦାଖଲ ପାଇଁ ବାହାରିଥିଲେ ବିଜେପି ପ୍ରାର୍ଥୀ […]

  • Tuesday, 20 July 2021
bjp
ଦୁଷ୍କର୍ମ ତଥ୍ୟ ଲୁଚାଇବାକୁ ମହିଳା ସଂରକ୍ଷଣ କାର୍ଡ ଖେଳିଛି ବିଜେଡି: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବଢ଼ି ଚାଲିଥିବା ନାରୀ ନିର୍ଯାତନା ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା କାର୍ଡ ଖେଳିଛନ୍ତି ବୋଲି ବିଜେପି ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି। ସେ ଏକ […]

  • Tuesday, 20 July 2021
melana2
ସରିଲା ମୁନସି ମେଳଣ: ପରମ୍ପରା ଅନୁସାରେ ଲୋକଙ୍କ ସହ ଫଗୁ ଖେଳିଲା ପୁଲିସ୍‌

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଐତିହାସିକ ଧର୍ମଶାଳା ମୁନସି ମେଳଣ ଉଦ୍‌ଯାପିତ ହୋଇଯାଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଆଉ ପରମ୍ପରା ଅନୁସାରେ ପୁଲିସଙ୍କ ସହ ହୋଲି ଖେଳି ଉତ୍ସବ ମନାଇଛନ୍ତି ଲୋକେ। ମେଳଣ ପଡ଼ିଆରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସହ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ। ଆଖପାଖ ଅଞ୍ଚଳର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ପାରମ୍ପରିକ ବାଦ୍ୟ, ନୃତ୍ୟ, ସଂର୍କୀତ୍ତନର ତାଳେ ତାଳେ ଶୋଭାଯାତ୍ରାରେ […]

  • Tuesday, 20 July 2021
road
‘ରୋଡ୍‌ ନାହିଁ ତ ଭୋଟ୍‌ ନାହିଁ’

ବିନିକା (ଦିଲୀପ କୁମାର ସାହୁ): ଗାଁ ଗାଁକୁ ରାସ୍ତା ହେବ। ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ହାତ ପାହାନ୍ତାରେ ମିଳିବ। ନିର୍ବାଚନ ସମୟରେ ଏମିତି କେତେ କ’ଣ ପ୍ରତିଶ୍ରୁତି ମିଳୁଛି। ହେଲେ ନିର୍ବାଚନ ସରିଲା ପରେ ସବୁ ପ୍ରତିଶ୍ରୁତି ପାଣି ଫଟକା ପରି ମେଳାଇ ଯାଉଛି। କିନ୍ତୁ ଏଥର ଏପରି ପ୍ରତିଶ୍ରୁତି କାମ ଦେବନି ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ତିଲେଇମାଲ ଗାଁ ଲୋକେ । ଖାଲି ସେତିକି ନୁହେଁ, […]

  • Tuesday, 20 July 2021
school1
ଏମିତି ଆମ ଶିକ୍ଷା ବ୍ୟବସ୍ଥା: ଛାତ୍ରୀନିବାସ ଟଙ୍କା ବି ଖାଇଯାଉଛନ୍ତି

ଲଖନପୁର/ବିନିକା: ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଝିଅମାନଙ୍କୁ ଶିକ୍ଷିତ କରିବାକୁ ବହୁ ଯୋଜନା କରାଯାଉଛି। ଛାତ୍ରୀନିବାସ ନିର୍ମାଣ କରାଯାଉଛି, ସେଠାରେ ଝିଅମାନେ ରହି ପାଠ ପଢ଼ିବାକୁ। ହେଲେ ଝାରସୁଗୁଡାର ଲଖନପୁର ଏବଂ ସୁବର୍ଣ୍ଣପୁରର ବିନିକାରେ ଥିବା ଛାତ୍ରୀନିବାସକୁ ଦେଖିଲେ, ମନକୁ ପ୍ରଶ୍ନ ଆସିବ ଏହି ଛାତ୍ରୀନିବାସ କାହା ସ୍ୱାର୍ଥରେ ? ଛାତ୍ରଛାତ୍ରୀଙ୍କ ଶିକ୍ଷିତ କରିବା ଲକ୍ଷ୍ୟରେ ସରକାର ଆଶ୍ରମ ସ୍କୁଲ୍ ଖୋଲୁଛନ୍ତି। ସ୍କୁଲର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ […]

  • Tuesday, 20 July 2021
pitambara
ପ୍ରାର୍ଥିପତ୍ର ଦାଖଲ କଲେ ପୀତାମ୍ବର, ନବୀନଙ୍କ ସହ ଟକ୍କର

ବ୍ରହ୍ମପୁର: ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇ ଆସୁଛନ୍ତି। ବିକାଶକୁ ନେଇ ହିଞ୍ଜିଳିବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଏଥର ନିର୍ବାଚନୀ ବୈତରଣୀ ପାର ହେବା ନବୀନଙ୍କ ପାଇଁ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ନବୀନ ଓ ପୀତାମ୍ବରଙ୍କ ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି କୁହାଯାଉଛି। ଆଜି ନାମାଙ୍କନପତ୍ର ଦାଖଲ ବେଳେ […]

  • Tuesday, 20 July 2021