
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁ’ରେ ହୋଇଛି ଫିଲ୍ମ। ନାଁ ରହିଛି ‘ବିଜୁ ବାବୁ’। ପୋଷ୍ଟରରେ ମଧ୍ୟ ରହିଛି ବିଜୁ ବାବୁଙ୍କ ଫଟୋ। ହେଲେ ଫିଲ୍ମରେ କିନ୍ତୁ ଜମାରୁ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କି ଆଦର୍ଶ ଉପରେ ଗୋଟିଏ ବି ଦୃଶ୍ୟ। ଯେଉଁ ଦର୍ଶକ ବିଜୁବାବୁଙ୍କ ନାଁ ଶୁଣି ଆଗ୍ରହରେ ସିନେମା ଦେଖିବାକୁ ଯାଉଛନ୍ତି, ଶୋ’ ଶେଷରେ ବାହାରକୁ ଆସି ଗର ଗର ହେଉଛନ୍ତି। ନିର୍ବାଚନର ଠିକ ପୂର୍ବରୁ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମିଳେ କେତେ ଆଶା କେତେ ପ୍ରତିଶ୍ରୁତି। ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଭୋଟରଙ୍କୁ ଆକର୍ଷିତ କରନ୍ତି ସରକାରୀ ଦଳ। ହେଲେ ନିର୍ବାଚନ ସରିଗଲେ ଯେମିତି ଲୋକଙ୍କ ଦୁଃଖ ଦେଖିବାକୁ କାହାରି ପାଖରେ ସମୟ ନଥାଏ। ଏମିତିକି ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଜନତାଙ୍କ ପାଇଁ ବି ପାଣିର ଗାର ହୋଇଯାଏ ପ୍ରତିଶ୍ରୁତି। ଆଜି ‘ଭୋଟରଙ୍କ ମୁଦ୍ଦା’ରେ ଜାଣନ୍ତୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ […]
ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ। ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିର ସ୍ଥିତି ଉପରେ ନଜର ପକାନ୍ତୁ, ଦଳ କେନ୍ଦ୍ରାପଡ଼ା ଓ କାକଟପୁର ନିର୍ବାଚନମଣ୍ଡଳୀରେ ଦଳର ଟିକେଟ୍ ଘୋଷଣା ବାକି […]
ଭୁବନେଶ୍ୱର: କଂଗ୍ରେସରେ ଘଡ଼ିକେ ଘୋଡା ଛୁଟୁଛି। ଏ ଘଣ୍ଟାରେ ପ୍ରାର୍ଥୀଙ୍କ ନାଁ ଘୋଷଣା, ଆର ଘଣ୍ଟାକୁ ପରିବର୍ତ୍ତନ। ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଏମିତି ବଢିଛି ଯେ କାହାକୁ ପ୍ରାର୍ଥୀ କରିବେ କାହାକୁ କରିବେନି, ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି ନେତୃବୃନ୍ଦ। ମହିଳା କଂଗ୍ରେସ ସଭାନେତ୍ରୀ ହୁଅନ୍ତୁ କି ପିପିଲିର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ପିସିସି ସଭାପତିଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ ଘୋଷଣା କରିଛନ୍ତି। ଏଣେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ପ୍ରାର୍ଥିତ୍ୱ ପ୍ରସଙ୍ଗକୁ ନେଇ ଯେଉଁ […]
ଭୁବନେଶ୍ୱର: ଛକାପଞ୍ଝା ରାଜନୀତି ଭିତରେ ଏଥର ଟିକେଟକୁ ନେଇ ବିଜେପିରେ ଶେଷ ଯାଏଁ ଲାଗି ରହିଛି ସସ୍ପେନ୍ସ। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଭୁପ୍ରସାଦ ତରେଇ ଆଜି ପଦ୍ମ ଧରିବା ପରେ ଦଳ ତାଙ୍କୁ ଜଗତସିଂହପୁର ଲୋକସଭାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ତାଙ୍କ ପରି ଶେଷ ମୁହୁର୍ତ୍ତରେ ପଦ୍ମ ଧରି ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି ୪ ହେଭିୱେଟ୍। ବିଧାନସଭାର ପ୍ରାର୍ଥୀ ଅଙ୍କ ବି ଦଳକୁ ଏଥର ନାକେଦମ କରିଛି। ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଭିତରେ ଦଳ […]
ଭୁବନେଶ୍ୱର: ବର୍ଷକ ଭିତରେ ୧୩.୭୭ କେଜି ସୁନା ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍ଟି ବିଭାଗର ଚିଫ୍ କମିଶନର ନରେଶ ପେନୁ ମକା। ସୁନା ଚୋରାଚାଲାଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ ଏପ୍ରିଲ ୩ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରା ପଡ଼ିଥିଲା ୯ ଲକ୍ଷରୁ ଅଧିକ ଟଙ୍କାର ଚୋରା […]
ଭୁବନେଶ୍ୱର: ଆଜି ଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ନିର୍ବାଚନ ପାଇଁ ମୋଟ ୪୬୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୪୨ ବିଧାନସଭା ପାଇଁ ମୋଟ ୩୯୯ଜଣ ଓ ୬ ଲୋକସଭା ପାଇଁ ୬୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ଜଣ ପ୍ରାର୍ଥୀ ଓ ଲୋକସଭା ପାଇଁ ୩୫ଜଣ […]
ଜଳେଶ୍ୱର (ଅଜିତ ଦାସ): ବିଜେପିର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ ଦଳୀୟ କର୍ମୀ ତାଲା ପକାଇ ଦେଇ ଅଟକ ରଖିଥିବା ଅଭିଯୋଗ ହୋଇଛି। ଭୋଗରାଇ ଆସନର ଅସନ୍ତୁଷ୍ଟ ବିଜେପି କର୍ମୀ ଏପରି କରିଥିବା ଜଣାପଡ଼ିଛି। ଭୋଗରାଇର ବିଜେପି ପ୍ରାର୍ଥୀ ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି କର୍ମୀ ଏଭଳି କରିଥିବା ଅଭିଯୋଗ ହୋଇଛି। ମାନସଙ୍କ ପ୍ରାର୍ଥିତ୍ୱକୁ ନେଇ କିଛଇଟା ଅସନ୍ତୋଷ ରହିଛି। ଏହାର ସମାଧାନ ଓ ଅସନ୍ତୁଷ୍ଟଙ୍କୁ ବୁଝାଶୁଝା କରିବାକୁ ପ୍ରତାପ ଯାଇଥିଲେ। ହେଲେ ସେଠାରେ ଅସନ୍ତୁଷ୍ଟ […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୁଲିସ ଚଢଉ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ପିସ୍ତଲ, ଗୋଟିଏ ଜବନ୍ତ ଗୁଳି, ୪ଟି ମୋବାଇଲ, ୨ଟି ବାଇକ ସହ ନଗଦ ୨ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଜଟଣୀର ବାଲି ଛକ ସାହିରେ ଏକ ଭଡା ଘର ଉପରେ ପୁଲିସ ଚଢଉ କରିଥିଲା। ଅଭିଯୁକ୍ତ ଏସ୍.କେ ପୟଦ ଓ ଏସ୍.କେ ଚାନ୍ଦକୁ ଗିରଫ କରି କୋର୍ଟ ଚାଲାଣ […]
ଟିଟିଲାଗଡ଼: ଶବକୁ ଅସମ୍ମାନ ଓଡ଼ିଶାରେ କିଛି ନୂଆ କଥା ନୁହେଁ। କେତେବେଳେ ଏଠି କାନ୍ଧରେ ତ ଆଉ କେତେବେଳେ ରିକ୍ସାରେ ଶବ ବୁହା ହେବାର ବହୁ ନଜିର ରହିଛି। ଏପରି ଘଟଣା ଯେତେବେଳେ ଲୋକଲୋଚନକୁ ଆସେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଚେତା ପସେ। ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ନ୍ତି। ହେଲେ ସ୍ଥିତିରେ କିଛି ସୁଧାର ହେବା ପରି ଲାଗୁନାହିଁ। କାରଣ ନିର୍ବାଚନୀ ଉଷ୍ମତା ଭିତରେ ଆଜି ରାଜ୍ୟରେ ପୁଣି […]
କେନ୍ଦୁଝର (ପ୍ରଣୟ ପାଣି): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଆଜି ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି। ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହି ନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି, “ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍ ନେଇ ଲଢ଼େଇ ଜାରି ରହିବ। ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ଯିଏ ଏହି ପ୍ରତିଶ୍ରୁତି ପୂରଣ କରିବ, ତା’ ସହିତ ଆମେ ରହି କାମ କରିବୁ। […]
ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ଶ୍ରୀ ତରାଇ ଜଗତସିଂହପୁର ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ […]
ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗଞ୍ଜାମ ଜିଲ୍ଲା ପୋଲସରା ଓ ବରଗଡ଼ରେ ବିଜେପି ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ଗତ ଏକ ତାରିଖରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡି ଓ ଉମରକୋଟ ଆସି ନବୀନ ସରକାର ଉପରେ ବର୍ଷିଥିଲେ। ସେହିପରି ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଆସି […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ପରେ ତେଜିଛି ବିରୋଧର ସ୍ୱର। ବିଜେପିରୁ ମହାକାଳପଡ଼ା ବିଧାନସଭା ଆସନ ଲାଗି ବିଜୟ ପ୍ରଧାନ ଟିକେଟ ପାଇବା ପରେ ପ୍ରତିବାଦ ଦେଖାଦେଇଛି। ମାର୍ଶାଘାଇ କୁସୁନୁପୁରସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନମଣ୍ଡଳୀର ୪୮ଟି ପଞ୍ଚାୟତର କର୍ମୀ ଏକାଠି ହୋଇ ପ୍ରତିବାଦ ସଭା କରିଛନ୍ତି। ସଭାରେ ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି। ମହାକାଳପଡ଼ାରେ ବିଜେପି ପ୍ରାର୍ଥୀ ଚୟନର […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ମା ତାରାତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ହିଞ୍ଜିଳିକାଟୁ ନିକଟରେ ବସ୍ଟି ଏକ କଲଭର୍ଟରେ ଧକ୍କା ହୋଇ ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର: ବିଜେଡି କେନ୍ଦୁଝର ଲୋକସଭା ଆସନ ଚନ୍ଦ୍ରାଣୀ ମୁର୍ମୁ ଏବଂ ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀ ମହନ୍ତଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ଦୁଇ ନେତ୍ରୀଙ୍କୁ ବିଧାୟକ ସନାତନ ମହାକୁଡ଼ଙ୍କ ସୁପାରିଶରେ ଟିକେଟ୍ ମିଳିଥିବା ଚର୍ଚ୍ଚା ହେଉଥିଲା। ନିଜେ ସନା ମହାକୁଡ଼ ଏହାକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁସାରେ ବିଜେଡି ସୁପ୍ରିମୋ ଏମାନଙ୍କୁ ପ୍ରାର୍ଥୀ କରିଥିବା ସେ କହିଛନ୍ତି। ସେ କହିଛନ୍ତି, “ଚନ୍ଦ୍ରାଣୀ ଜଣେ ଶିକ୍ଷିତ ଝିଅ। ତାଙ୍କୁ ପ୍ରାର୍ଥୀ କରିବାକୁ ତାଙ୍କ ଦଳର […]
ଭୁବନେଶ୍ୱର: କଂଗ୍ରେସ ଗତକାଲି ରାତିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ନାଁ ରହିଛି। ତାଙ୍କୁ ବେଗୁନିଆ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୃଥ୍ୱୀବଲ୍ଲଭ ପ୍ରାର୍ଥୀ ହେବେନି। ନିରଞ୍ଜନଙ୍କ କହିବା ଅନୁଯାୟୀ, ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ସେ ବେଗୁନିଆରୁ ପ୍ରାର୍ଥୀ ହେବେନି। ତେଣୁ ପରବର୍ତ୍ତୀ […]
ଭୁବନେଶ୍ୱର: ଆଜି ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଶ୍ରୀନାଥ ସୋରେନ୍ ତାଙ୍କ ଇଜ୍ଜତ ସହିତ ଖେଳିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ମୋତେ ନ୍ୟାୟ ମିଳିନାହିଁ। ସେଥିପାଇଁ ମୁଁ […]
ଖୋର୍ଦ୍ଧା: ଟାଉନ ଥାନା ଜାମୁ ସାହି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ବୋମାମାଡ଼ ହୋଇଛି। ଏଥିରେ କିଛି ଗାଡ଼ି, ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଦୋଳ ମେଳଣକୁ ନେଇ ଆଗରୁ ଦୁଇ ସାହି ମଧ୍ୟରେ ବିବାଦ ଥିଲା। ଗତ ରାତିରେ ତାହା ଉଗ୍ରରୂପ ଧାରଣ କରିଥିଲା। ୨୦ରୁ ୨୫ ଲୋକ ଆସି ସାହିରେ କାର୍ ଭଙ୍ଗାରୁଜା କରିବା ସହ ବୋମା ଫିଙ୍ଗିଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଖବର […]
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ପୁରୁଣାପାଣି କମଳି ସେବାଶ୍ରମ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ୫୦ରୁ ଅଧିକ ଛାତ୍ରଛାତ୍ରୀ। ରବିବାର ଦିନ ସେବାଶ୍ରମରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ବଳକା ଖାଦ୍ୟକୁ ସୋମବାର ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଇଥିଲା। ବାସି ଖାଦ୍ୟ ଖାଇବା ପରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା। ଏହି ୫୦ଜଣଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଏବେ ଡୁକୁରା ଡାକ୍ତରଖାନାରେ ପିଲାମାନଙ୍କର ଚିକିତ୍ସା […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କାମାକ୍ଷାନଗର ଓ ଆଖପାଖ ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଏକ ଡକାୟତ ଗ୍ରୁପ୍କୁ ପୁଲିସ ଗିରଫ କରିଛି। ଗତ ମାସକ ମଧ୍ୟରେ ସାରୁଆଳି ଜଙ୍ଗଲ ରାସ୍ତାରୁ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ୍, ବିଜାଦିହ ଜଙ୍ଗଲ ରାସ୍ତାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରିଥିଲେ ଏହି ଡକାୟତ ଗ୍ୟାଙ୍ଗ। କେବଳ କାମାକ୍ଷାନଗର, ଢେଙ୍କାନାଳ ନୁହେଁ ଭୁବନେଶ୍ୱରର ଅନେକ ସ୍ଥାନରେ ହୋଇଥିବା ଲୁଟ୍ ଘଟଣାରେ ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ସାମିଲ ଥିବା କାମାକ୍ଷାନଗର […]
କଳାହାଣ୍ଡି (ରାଜକିଶୋର ସିଂଦେଓ): କଳାହାଣ୍ଡି ଜିଲ୍ଲା କାର୍ଲପଡ଼ା ଫାଣ୍ଡି ଗୁଡ଼ିପଦର ଗାଁର ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ୍। ଗତ ୩୦ତାରିଖରୁ ନିଖୋଜ ଥିବା ଦୁଇ ଭାଇଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ କୌଣସି ସନ୍ଧାନ ନମିଳିବାରୁ ଗତକାଲି ପୁଣି ପରିବାର ଓ ଗାଁ ଲୋକେ କଳାହାଣ୍ଡି ଏଏସପିଙ୍କୁ ଭେଟି ସେମାନଙ୍କୁ ଖୋଜି ବାହାର କରିବାକୁ ନିବେଦନ କରିଥିଲେ। ଦୁଇ ନାବାଳକଙ୍କୁ ଚାରବାହାଲ ଗାଁରୁ ଉଦ୍ଧାର କରିଛି ପୁଲିସ। […]
ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡ଼ି ପାରନ୍ତି ସୁମିତ୍ରା ଜେନା। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏପରି ସଙ୍କେତ ଦେଇଛନ୍ତି। ଏହାସହ ଆସନ୍ତା ନିର୍ବାଚନରେ ସେ କୌଣସି ଆସନରୁ ପ୍ରାର୍ଥୀ ହେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଆଜି ଅପରାହ୍ଣରେ ସେ ମହିଳା ସଭାନେତ୍ରୀ ପଦ ଛାଡ଼ିପାରନ୍ତି। ଟିକେଟ ବଣ୍ଟନ ଓ ବିଶେଷ କରି ମହିଳା ପ୍ରାର୍ଥୀଙ୍କୁ ଅଧିକ ଟିକେଟ ନମିଳିବାକୁ ନେଇ ସୁମିତ୍ରା ବହୁତ ଅସନ୍ତୁଷ୍ଟ ଥିଲେ। ଅଧିକ ମହିଳାଙ୍କୁ ଟିକେଟ୍ […]
ଭୁବନେଶ୍ୱର: ମଙ୍ଗଳବାର ବିଜେଡି ୭ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ପର୍ଯ୍ୟାୟ ଘୋଷଣାରେ ୫ ଜଣ ବିଧାୟକଙ୍କ ଟିକେଟ୍ କାଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କଟିଛି। ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଟିକେଟ ପାଇନାହାନ୍ତି। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ବି ଟିକେଟ ପାଇଲେନି। ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ ବି ନିରାଶ ହୋଇଛନ୍ତି। […]