
ଯାଜପୁର(ଗୁଲାମ ଗସ୍)/ ମୁନିଗୁଡା(ନନ୍ଦକିଶୋର ପଟ୍ଟନାୟକ): ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବହି, ଜୋତା, ସାଇକେଲ, ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦିଆଯାଉଛି। ଏହାସହ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ସବୁ ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବା। ହେଲେ ଏତିକି ଦେଇ ଦେଲେ ଯେ, ପିଲାମାନେ ସ୍କୁଲ୍ ଆସିଯିବେ ଓ ଆପଣାଛାଏଁ ସେମାନଙ୍କ ବଭିଷ୍ୟତ ଗଠନ ହୋଇଯିବ ତାହା ଭାବିବା ଭୁଲ। ରାଜ୍ୟର […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆଜିଠୁ ପ୍ରଚାର ଆରମ୍ଭ କରିଛି ବିଜେପି। ଏହି ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ୨୧ଟି ରଥ ବୁଲିବ। ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏ ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଏନେଇ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଜେପି ନେତ୍ରୀ, ଉର୍ମିଳା ସେଠୀ, […]
ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ଗତକାଲି ପମ୍ପ୍ ହାଉସ୍ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ରୁପସା ରେଳ ଷ୍ଟେସନରୁ ୪୫ଟି କଇଁଛ ଉଦ୍ଧାର କରାଯାଇଛି। ଚୋରାଚାଲଣ ହେଉଥିବା ଏହି କଇଁଛଙ୍କୁ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। କଇଁଛ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଧରି ଆରପିଏଫ୍ ବନ ବିଭାଗକୁ ହସ୍ତାନ୍ତର କରିଛି। କଇଁଛଗୁଡିକ କୋଲକାତା ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ସମଦଳା ଗାଁ ନିକଟ ପୋଖରୀ କୂଳରୁ ଜଣେ ୪ ବର୍ଷିଆ ନାବାଳିକାଙ୍କ ମୃତଦେହ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ନାବାଳିକାଙ୍କ ମୃତଦେହ ମିଳିବା ସ୍ଥାନଠାରୁ ମାତ୍ର ୧୦୦ ମିଟର ଦୂରରୁ ତାଙ୍କ ମାଆଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ମୁନିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟର ପୁରୁଲା ଛକରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାଟିଗୁଡ଼ା ଗାଁର ସଦା ପନକା ଏବଂ ମେଦନା ଗାଁର ଭଦର ପନକା। ସଦା ଏବଂ ମେଦନା ବାଇକରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି। ବିଜେଡି ଶାସନରେ ଆଦିବାସୀମାନଙ୍କ ବିକାଶ ହୋଇପାରି ନାହିଁ। ଆଦିବାସୀଙ୍କୁ ଭୁଆଁ ବୁଲାଇବାକୁ ସ୍ପେଶାଲ ଟ୍ରାଇବାଲ କାଉନସିଲ ଗଠନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସାଂସଦ ହିସାବରେ କୌଣସି ମତ ରଖିବାକୁ ବିଜେଡିରେ ସୁଯୋଗ ଦିଆଯାଇନାହିଁ। ମୋତେ ବିଜେଡି ବାରମ୍ବାର ଅଣଦେଖା କରିଛି।” ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି। ସେ କହିଛନ୍ତି, “ଅଞ୍ଚଳର […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ଠକିଥିବାରୁ କେତେକ ସ୍ଥାନରେ ଭୋଟରମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବସବାସ କରନ୍ତି ଝୋଡ଼ିଆ ସଂପ୍ରଦାୟ। ଆଦିବାସୀ ମାନ୍ୟତା ଦାବିରେ ଏମାନେ […]
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ପର୍ଦ୍ଦାଫାଶ କରିଛି। ଏହାସହ ଏସ୍ଟିଏଫ୍ ଟିମ୍ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି। ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚମଡ଼ାଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ ଚଢଉ କରି ଏମାନଙ୍କୁ ଗିରଫ କରିଛି।
ବ୍ରହ୍ମପୁର (ଜଗନ୍ନାଥ ): ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି। ଏପରିସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ କିପରି ନିର୍ବାଚନ ଶେଷ ହେବ ସେ ନେଇ ଦକ୍ଷିଣାଞ୍ଚଳ ଜିଲ୍ଲାର ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ହୋଇଯାଇଛି। ପୋଲିସ୍ ଡିଜି ଆର.ପି. ଶର୍ମା ବ୍ରହ୍ମପୁର ଗସ୍ତ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳାରେ କିଭଳି ର୍ନିର୍ବାଚନ ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଡିଜିପି। ଦକ୍ଷିଣାଞ୍ଚଳ ରେଞ୍ଜରେ ୨୦ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ […]
ଭୁବନେଶ୍ୱର: ସ୍କୁଲ ଫି ପୈଠ ନକରିପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଛଟେଇ କରିଛି ଭୁବନେଶ୍ୱର ଓଡିଏମ ସ୍କୁଲ। ଏଲ୍କେଜିରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଟିସି ଦେଇ ବିଦା କରିଦେଇଛ। ଘରୋଇ ସ୍କୁଲରେ ଶିକ୍ଷାର ଏପରି ବ୍ୟବସାୟୀକରଣକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୁପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି […]
ପୁରୀ (ମଧୁସୂଦନ ମିଶ୍ର): ୨୦୧୯-୨୦ ଆର୍ଥିକବର୍ଷ ଲାଗି ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଜେଟ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଛି ଆୟବ୍ୟୟ ଅଟକଳ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର। ସେ କହିଛନ୍ତି, “୨୦୧୯-୨୦ ବର୍ଷରେ ଶ୍ରୀମନ୍ଦିରର ଆୟ ୧୦୨ କୋଟି ହେବା ବୋଲି ଆକଳନ କରାଯାଇଛି। ୭୮ କୋଟି ବ୍ୟୟ ଆକଳନ ହୋଇଥିବାବେଳେ ରଥଯାତ୍ରା ପାଇଁ ୬ କୋଟି ଅନୁମୋଦନ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି। ସେପଟେ ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ […]
ଭୁବନେଶ୍ୱର: ବିଜେଡି ସଭାରେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡିଓକୁ ନେଇ ବିବାଦ ପରେ ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ସାଲେପୁର ମାଳଠାରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍କୁ ୧୫ ଲକ୍ଷ ଟଙ୍କା […]
ଭୁବନେଶ୍ୱର: କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯିବ। ପରବର୍ତ୍ତୀ ୬ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିବ। ନିଜ ନିର୍ବାଚନୀ ଇସ୍ତାହାର ପତ୍ରରେ ଏକଥା ସ୍ଥାନିତ କରିବାକୁ ବିଜେପି ଇସ୍ତାହାର କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଦଳ କ୍ଷମତାକୁ ଆସିଲେ ଭାଗଚାଷୀ ଆଇନ ଲାଗୁ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ। ଏ ଦୁଇ ପ୍ରସଙ୍ଗ ସହ ଜଳସେଚନକୁ ଗୁରୁତ୍ୱ ଓ […]
ଜଳେଶ୍ୱର (ଅଜିତ ଦାସ): ୪ ମାସ ତଳେ ଦଶହରା ମେଳା ବୁଲିବାକୁ ଯାଇଥିବା ବେଳେ, ଜଣେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମକାରୀ କେବଳ ଦୁଷ୍କର୍ମ କରିନଥିଲେ, ନିଜେ କରିଥିବା କୁକର୍ମର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ। ଆଉ ୪ ମାସ ତଳର ସେହି ଅଶ୍ଳୀଳ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲାର […]
ଭୁବନେଶ୍ୱର: ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆସି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ରାଲିରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଦାମ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ଏହି ସଭାରେ ଦାମବାବୁ ନବୀନଙ୍କ […]
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା ଓ ଆନ୍ଧ୍ର ପୁଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପାଲକୋଣ୍ଡା ଏସଡିପିଓ ଡା.ପ୍ରେମ କାଜଲ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନ ସମୟରେ ଉଭୟ ରାଜ୍ୟର ପୁଲିସ ସମନ୍ୱୟ ରକ୍ଷା କରି କିଭଳି ଶାନ୍ତି ଶୃଙ୍ଖଳା ସହ କାମ କରିବେ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ଉଭୟ ରାଜ୍ୟର ସୀମାବର୍ତ୍ତି ଥାନା […]
ବାଲିଗୁଡା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ବେଆଇନ୍ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍ ମୁନିବର ମଲିକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ଘଣ କତିଙ୍ଗିଆ ପଞ୍ଚାୟତ ଋଷିଗୁଡ଼ା ଗାଁରେ। ତା ଘରୁ ପୁଲିସ ୨ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ମୁନିବର ଦୀର୍ଘ ଦିନ ଧରି ବେଆଇନ ବନ୍ଧୁକ […]
ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନରହରିପୁର ପଡ଼ିଆ ପାଖ ବାଉଁଶ ବୁଦାରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ବେକରେ କଟା ଦାଗ ରହିଛି। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନରହରିପୁର ଗାଁକୁ ଟ୍ୟୁସନ୍ ଯାଇ ଛାତ୍ରୀ ଜଣକ ଫେରି ନଥିଲେ। ତାଙ୍କୁ ନରହରିପୁର ଗାଁର ଜଣେ ଯୁବକ ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଆଜି ରେମୁଣା ଥାନାରେ ଛାତ୍ରୀଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ରଘୁନାଥପୁର ବ୍ରିଜ ନିକଟରୁ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଛି। ଆଜି ସକାଳେ ପୂର୍ବତନ ସେନା କର୍ମଚାରୀ ଶରତ ରାୟ, ପତ୍ନୀଙ୍କ ସହ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ୬ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଧମକାଇ ସୁନା ଅଳଙ୍କାର ଲୁଟି ନେଇଥିଲେ। ଶରତ ଏହାକୁ ବିରୋଧ କରିବାକୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।
ଭୁବନେଶ୍ୱର: ପେଟ ପାଇଁ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଛି ଜୀବନ। ଦଲାଲର ପ୍ରଲୋଭନରେ ପଡ଼ି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ ଶ୍ରମିକ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରମିକ କିମ୍ବା ପ୍ରଶାସନର ଚେତା ପଶୁନି। ନିକଟରେ ଦୁବାଇ ସମେତ ତେଲେଙ୍ଗାନା ଓ ଚେନ୍ନାଇରୁ ଆସିଛି ଦାଦନ ନିର୍ଯାତନାର ଖବର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କଲରାକୋଠା ଗାଁର ୪୦ରୁ ଅଧିକ ଶ୍ରମିକ ଗତ ଡିସେମ୍ବର ମାସରେ […]
ଭୁବନେଶ୍ୱର: ନିର୍ବାଚନକୁ ଆଖି ଆଗରେ ରଖି ସ୍ମାର୍ଟ ସିଟି ଭୁବନେଶ୍ୱରର ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କୁ କମିଶନରେଟ ପୁଲିସ ସପ୍ତାହକ ମଧ୍ୟରେ ଲାଇସେନସ୍ ପ୍ରାପ୍ତ ବନ୍ଧୁକ ଜମା କରିବାକୁ ନୋଟିସ ପଠାଇଥିଲା। ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍ଲଭର୍ ଓ ୧୨ ରାଉଣ୍ଡ ଗୁଳି ଜମା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧୧୨୨ ଜଣ ଲାଇସେନ୍ସଧାରୀ ସେମାନଙ୍କ ବନ୍ଧୁକ ଡିପୋଜିଟ୍ କରିନାହାନ୍ତି। ମଡେଲ କୋଡ ଅଫ୍ କଣ୍ଡକଟ୍ ଅନୁଯାୟୀ, ନିର୍ବାଚନକୁ ମୁକ୍ତ ଓ […]
ଭୁବନେଶ୍ୱର: ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଇମ୍ପାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଚୌଦ୍ୱାର ରୂପଯାତ୍ରା ପଡିଆ ନିକଟରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ପବ୍ଲିକ ୱାଲଫେୟାର ସୋସାଇଟିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁରୋଗ, ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଭେଷଜ ବିଭାଗର ୫ଜଣ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ଅଞ୍ଚଳର ୫୮୦ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ସେହିଭଳି […]
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ […]