
ପୁରୀ: ଏବେ ରାଜ୍ୟ ରାଜନୀତିର ମାହୋଲ ସରଗରମ। ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍। ଏ ମଧ୍ୟରେ ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ପୀୟୂଷ ଗୋଏଲ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଦଳ ପାଇଁ ପ୍ରଚାର କରିଥିଲେ। ଏଥିସହ ସୁକଳରୁ ସତ୍ୟବାଦୀ ଯାଏ ଏକ ରାଲି ମଧ୍ୟ କରାଯାଇଥିଲା। ଏଥିରେ ଉଭୟ ବିଧାୟକ ଓ ସାଂସଦ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଜେଲ୍ରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଫେରୁଥିବା ବେଳେ ଅଧା ବାଟରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ମାଲକାନଗିରି ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଚମ୍ପଟ୍ ମାରିଥିବା ବିଚାରାଧୀନ କଏଦୀଙ୍କ ନାଁ ରାଜୁ ବରେଇ। ସୂଚନା ଅନୁସାରେ, ଗଞ୍ଜେଇ କାରବାର ସହିତ ଜଡ଼ିତ ଏକ ମାମଲାରେ ଗିରଫ ହୋଇ ରାଜୁ ମାଲକାନଗିରି ଉପ-କାରାଗାର ଥିଲା ଗତ କିଛି ଦିନ ହେବ ତା’ର ଦେହ ଖରାପ ରହୁଥିବାରୁ ଚିକିତ୍ସା ପାଇଁ ଜେଲ୍ର ଫାର୍ମାସିଷ୍ଟ୍ ଓ ଗାର୍ଡଙ୍କ ସହାୟତାରେ ତାକୁ ମାଲକାନଗିରି […]
କେନ୍ଦ୍ରାପଡ଼ା: ପୁରୀ ସ୍ୱର୍ଗଦ୍ୱାରରେ ଦିବଙ୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି କେନ୍ଦ୍ରାପଡ଼ାରେ ଶେଷ ଦର୍ଶନ ପରେ ତାଙ୍କୁ ପୁରୀକୁ ଅଣାଯାଇଥିଲା। ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ କ୍ରିୟା ସଂପନ୍ନ ହୋଇଥିଲା। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସ୍ଥିତ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବାସଭବନକୁ ଯାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ତାଙ୍କର ଶେଷ ଦର୍ଶନ କରିଥିଲେ। ବୈଜୟନ୍ତଙ୍କ ବ୍ୟତୀତ ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର […]
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା ।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ କାଳବୈଶାଖୀ ତାଣ୍ଡବରେ ମା’, ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗଣେଶୀ ତାଣ୍ଡି ଓ ତାଙ୍କ ଝିଅ ତୁଳସୀ ତାଣ୍ଡି। ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ […]
ଆଳି(ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜୁଆଣିଆ ଛକଠାରେ ବିଜେଡ଼ିର କିଛି କର୍ମୀ ଦୁଇ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ବାଲେଶ୍ୱର/ ଜୟପୁର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଫଳରେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ହୋଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି। ସୂଚନା ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଗତ ୮ ତାରିଖରୁ ଆରମ୍ଭ ହୋଇ ୧୮ରେ ଶେଷ ହେବା କଥା। ମାତ୍ର କେତୋଟି ମୂଲ୍ୟାୟନ କେନ୍ଦ୍ରରେ ଆନୁସଙ୍ଗିକ ସୁବିଧାର ଅଭାବ ପାଇଁ ଖାତା ଦେଖାରେ […]
ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାଯର୍ୟାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଗତକାଲି ଅନୁଷ୍ଠିତ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟିଂ ହୋଇଥିଲା। ଏହି ୫ ଲୋକସଭା କ୍ଷେତ୍ର ମଧ୍ୟରୁ ବରଗଡ଼ରେ ସର୍ବାଧିକ ୭୭.୫୭, କନ୍ଧମାଳରେ ୭୨.୮୮, ବଲାଙ୍ଗିରରେ ୭୨.୪୨, ସୁନ୍ଦରଗଡ଼ରେ ୭୧.୪୪ ଏବଂ ଆସ୍କାରେ ସର୍ବନିମ୍ନ ୬୬.୩୦ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ […]
କନ୍ଧମାଳ(ତ୍ରିନାଥ ସାହୁ): ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି ଓ ଢୁଉଢୁଉ ବର୍ଷା ସାଙ୍ଗକୁ ମାଓବାଦୀଙ୍କ ଭୟ। ଏ ସବୁକୁ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥଳକୁ ସୁରକ୍ଷିତ ଭାବେ ଫେରିଛନ୍ତି ପୋଲିଂ କର୍ମଚାରୀ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାରହଲା ଗ୍ରାମରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ପାର୍ଟି ଫୁଲବାଣୀ ସ୍ଥିତ ଡିସ୍ପର୍ସାଲ୍ ସେଣ୍ଟରକୁ ସୁରକ୍ଷିତ ଫେରିପାରିଛନ୍ତି। ସୂଚନା ଅନୁସାରେ ପୋଲିଂ କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ପାଇଁ ମାଓବାଦୀ ମାନେ ବିଭିନ୍ନ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ […]
କନ୍ଧମାଳ: ଛାତିରେ ମାଓ ଆକ୍ରମଣର ଛାତିଏ ଛନକା ଥିଲା। କିନ୍ତୁ ତଥାପି ଇଭିଏମ୍ ମେସିନ୍କୁ ଧରି ଜଙ୍ଗଲ ଭିତରେ ୧୫ କିମି ଚାଲି ଚାଲି ଆସିଲେ ପୁଲିଂ ପାର୍ଟି। ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ବୁଥ୍ରେ ନିୟୋଜିତ ପୋଲିଂ ପାର୍ଟି ୧୫ କିମି ଚାଲି ଚାଲି ଆସି ବାଲିଗୁଢ଼ାରେ ପହଞ୍ଚିଛନ୍ତି। ନିର୍ବାଚନରେ ନିୟୋଜିତ ଏହି କର୍ମଚାରୀମାନେ ମତଦାନ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ […]
ଭୁବନେଶ୍ୱର: ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି। ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ଏହିପରି ଭାବରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏବେ ବିଜେଡି ସେହି ଧାରା ବଜାୟ ରଖିବାକୁ ଚାହୁଁଛି ବୋଲି ଲେଖାଶ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା ବିଭିନ୍ନ […]
ଭଦ୍ରକ(ତପନ ସ୍ୱାଇଁ): ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ର୍ନିବାଚନ ମଣ୍ଡଳୀରେ ଜୋର୍ଦାର୍ ପ୍ରଚାର ଚଳାଇଛି କଂଗ୍ରେସ। ଚଳିତଥର ଏହି ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ସେ ଆଜି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଭାନୁପୂର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କୁ ଜିତାଇବାକୁ ଭୋଟର୍ଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଭଦ୍ରକରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀଙ୍କୁ ବିଜୟୀ କରାଇବାକୁ ନିରଞ୍ଜନ ନିବେଦନ କରିଛନ୍ତି। […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନିର୍ବାଚନୀ ପ୍ରଚାରବେଳେ ସାମ୍ବାଦିକଙ୍କ ଉପରେ ଚିହିଙ୍କି ଉଠିଛନ୍ତି କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ଗତକାଲି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅନୁଭବ ରାଲି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତିମାତ୍ରାରେ କ୍ଷୁବ୍ଧ ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ାରେ ନେତା, ଅଭିନେତା ଓ ଆଇନଜୀବୀଙ୍କ ମଧ୍ୟରେ ଲଢ଼େଇ ହେଉଛି କି ବୋଲି ପ୍ରଶ୍ନରେ ଅନୁଭବ ଭିଷଣ ମାତ୍ରାରେ ରାଗିଯାଇ କହିଛନ୍ତି, ଏହି ପ୍ରଶ୍ନ ଗଣମାଧ୍ୟମ ଦ୍ୱାରା ତିଆରି ହୋଇଥିବା ପ୍ରଶ୍ନ। ସେହିପରି ଗତ ୫ ବର୍ଷ […]
ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ୬୯ ଜଣ ଆଖି ବୁଜିଥିବା କୁହାଯାଇଛି। ମୃତ ଓ ଆକ୍ରାନ୍ତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ରୋଗୀ ଆଖି ବୁଜିଛନ୍ତି।
ଗତକାଲି ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି। କାଲିର ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି ।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୮ ଦିନରୁ ଅଧିକ ସମୟ ବିତିଲାଣି ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି ।
ଶ୍ରୀକ୍ଷେତ୍ରରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି ।
ବର୍ଷା-ଅନୁଭବ ବିବାଦ ସମାଧାନର ନା ଧରୁନି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି ।
ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ ।
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ରାଜଧାନୀରେ ଖତ ଖାଉଥିବା ବିଏମ୍ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ ।
ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି ।