• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

attack
ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହର ଦର୍ଜି ପୋଖରୀ ଛକରେ ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାରହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ମହେଶ୍ୱର ମହାନ୍ତି ନାମକ ଜଣେ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଗାଲରେ କ୍ଷତ ହୋଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି। ଖବର ପାଇ […]

  • Tuesday, 20 July 2021
accident
ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୃତ

ବାରିପଦା (ମାଣିକଲାଲ ପାଣି): ବାରିପଦା-ଉଦଳା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଓ ଅନ୍ୟ ଜଣେ ବିଶିକେସନ ପୃଷ୍ଟି। କରଞ୍ଜିଆ ଛକରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କ ବାଇକ୍‌ ସହ ଧକ୍କା ହେବାରୁ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଗତକାଲି ବାରିପଦା ସହରର ଏକ ଲୁଗା ଦୋକାନର ଦୁଇ କର୍ମଚାରୀ ହୃଷିକେଶ ଏବଂ ବିଶିକେସନ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି […]

  • Tuesday, 20 July 2021
janaki
୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ବଳକା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ବାଲେଶ୍ୱର ବିଧାନସଭା ଆସନରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳରୁ ତ୍ରିନାଥ ବେହେରା […]

  • Tuesday, 20 July 2021
ggg
ରାଜ୍ୟ କଂଗ୍ରେସ୍‌ରେ ଘମାସାନ

ଭୁବନେଶ୍ୱର : ମହିଳାଙ୍କୁ ଟିକେଟ ଦେବାରେ ଅଣଦେଖା ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିଛି ଘମାସାନ। ଗତ ଦୁଇ ଦିନ ହେଲାଣି କମ୍ପୁଛି କଂଗ୍ରେସ ଭବନ ପରିସର। ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମୁଖ୍ୟାଳୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗତକାଲି ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ସ୍ଥିତି ଏପରି ହୋଇଛି ଯେ, ପୁଲିସ ଥାନା ଯାଏ ବି କଥାଯାଇଛି। ସେପଟେ ରାଜ୍ୟ ପ୍ରଭାରୀ ସୁମିତ୍ରାଙ୍କ ସହ ଆଲୋଚନା କରିଥିଲେ […]

  • Tuesday, 20 July 2021
modi
ଓଡ଼ିଶା ଉପରେ ନଜର : ଆସନ୍ତାକାଲି ପ୍ରଚାର କରିବେ ମୋଦି ଓ ମାୟାବତୀ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଯାଏଁ ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଦିନ ୧୧ଟା ବେଳେ ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ ମୋଦି। ଏହା ପୂର୍ବରୁ ମୋଦି ଗତ ୨୯ ତାରିଖରେ ଜୟପୁର ଆସି ରାଜ୍ୟରେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ। ସେହିପରି ଆସନ୍ତା […]

  • Tuesday, 20 July 2021
water
ନଳକୂପରୁ ବାହାରୁଛି ଫ୍ଲୋରାଇଡ୍ ପାଣି: ନାଳ ପାଣି ହିଁ ଶେଷ ଭରସା

ବାରିପଦା (ମାଣିକଲାଲ ପାଣି): ଗାଁରେ ନଳକୂପ ଅଛି, ହେଲେ ଏଥିରୁ ବାହାରୁଛି ଫ୍ଲୋରାଇଡ୍ ପାଣି। ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ନଦୀ ଓ ନାଳ ପାଣି ପିଇବାକୁ ପଡୁଛି। ନେତାଠାରୁ ପ୍ରଶାସନ ସମସ୍ତଙ୍କୁ ଜଣାଇଲେ ମଧ୍ୟ ଜଳକଷ୍ଟରୁ ମିକ୍ତି ମିଳୁନି। ଏପରି ସମସ୍ୟା ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଯୋକା ଗାଁର ହାଟସାହି ଲୋକେ। ଏଥର ଖାରଦିନେ ପାଣି ସମସ୍ୟା ଦୂର ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ନଳକୂପରୁ ଫ୍ଲୋରାଇଡ୍ […]

  • Tuesday, 20 July 2021
amit
ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର, ଉପାଡି ଫିଙ୍ଗ : ଅମିତ ଶାହ

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ମିଶନ ଓଡ଼ିଶାରେ ପାରଳାଖେମୁଣ୍ଡି ଓ ଉମରକୋଟ୍ ନବୀନଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା। ଦକ୍ଷିଣ ଓଡ଼ିଶାର ଏହି ଦୁଇଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଉପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ପାରଳାଖେମୁଣ୍ଡିରେ ହିନ୍ଦୁକାର୍ଡ ଖେଳିବା ସହ ବିଜେପି ସରକାରକୁ ଆସିଲେ ଉମରକୋଟରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଶାହ। ସେଇ ପୁରୁଣା […]

  • Tuesday, 20 July 2021
naveen
ଗୋଟିଏ ଲୋକସଭା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାଇ ତାଲିକା ଘୋଷଣା କରିଛନ୍ତି। ଏଥର ଘୋଷଣାରେ ଏକ ବଡ଼ କଥା ହେଉଛି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ ମିଳିନି। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକେଟ୍‌ ମଧ୍ୟ କଟିଛି। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସ […]

  • Tuesday, 20 July 2021
athagarh fire
ଜଳିଗଲା ବିଜେଡି ପ୍ରଚାର ଗାଡ଼ି

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ନିକଟରେ ବିଜେଡିର ପ୍ରଚାର ଗାଡ଼ି  (led van) ରେ ନିଆଁ ଲାଗିଯାଇଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେମିତି ନିଆଁ ଲାଗିଲା,ତାହା ଜଣାପଡ଼ି ନାହିଁ।

  • Tuesday, 20 July 2021
chandabali accident
ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକର ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ଜଣେ ଶ୍ରମିକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକ ହେଲେ କାର୍ତ୍ତିକ ଭୁଇଁଆ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବଳଭଦ୍ରପ୍ରସାଦ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚାନ୍ଦବାଲି ତହସିଲଦାର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଆନ୍ଦୋଳନକାରୀମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି।

  • Tuesday, 20 July 2021
venkeya-naidu
ଶିକ୍ଷାର ଉଦ୍ଦେଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ: ଉପରାଷ୍ଟ୍ରପତି

ଭୁବନେଶ୍ୱର: ଦିନିକିଆ ଓଡିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲ ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉତ୍କଳ ଦିବସ ପାଇଁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଥିଲେ। ସ୍କୁଲରେ ଭ୍ୟାଲୁ ଏଜୁକେସନ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ। ଶିକ୍ଷାର ଉଦ୍ଦେଶ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ ବୋଲି ସେ କହିଥିଲେ। ଏହାସହ ଉପରାଷ୍ଟ୍ରପତି ରେଲ ଭବନ ଅଡିଟୋରିୟମ୍‌ରେ ଯୁବ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରିଥିଲେ।

  • Tuesday, 20 July 2021
accident kantabanji
ବିଜେଡି ପ୍ରଚାର ଗାଡ଼ି ଧକ୍କାରେ ୨ ଗୁରୁତର

କଣ୍ଟାବାଞ୍ଜି (ସୁରଦାସ ବାଗ) : ନିର୍ବାଚନ ପ୍ରଚାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ରାସ୍ତାରେ ବିଜେଡି ପ୍ରଚାର ଗାଡି ଧକ୍କାରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କ ଲାଗି ପ୍ରଚାର ବେଳେ ଏହି ଅଘଟଣ ଘଟିଛି। ବିଜେଡି ପ୍ରଚାର ଗାଡି ଦୁଇ ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଆହତମାନେ ପଖନମୁଣ୍ଡା […]

  • Tuesday, 20 July 2021
protest kishor tarai
କେନ୍ଦ୍ରାପଡ଼ାରେ କିଶୋରଙ୍କୁ ବିରୋଧ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ଦଳୀୟ କର୍ମୀ ଜୋରଦାର ବିରୋଧ କରିଛନ୍ତି। ଆଜି ନବୀନ ନିବାସ ଆଗରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିକ୍ଷୋଭ କରିବା ସହ କିଶୋରଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏପରିକି କିଶୋରଙ୍କୁ ପୁଣି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ନକରିବାକୁ ସେମାନେ ଦାବି କରିଛନ୍ତି। ଏହାସହ ସିପ୍ରା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ାରୁ ଟିକେଟ ଦେବାରୁ ସେମାନେ ଦାବି କରିଛନ୍ତି।

  • Tuesday, 20 July 2021
puri
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଦୁଃସ୍ଥ ଚିତ୍ର

କଟକ/ପୁରୀ: ଚିକିତ୍ସା ବିଜ୍ଞାନ ଯେତେ ଆଗେଇଲେ ବି ରୋଗର ନିଦାନ ଲାଗି ମେଡିକାଲ୍ ଉପରେ ଭରଷା କରିପାରୁନି ରୋଗୀ। ଏ ମେଡିକାଲରୁ ସେ ମେଡିକାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ହତାଶ ହୋଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛି ଗରିବ ସରଳିଆ ମଣିଷ। ଆମ ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଚେତୁ ନାହାନ୍ତି ଲୋକେ କି ଚେତୁନି ପ୍ରଶାସନ। ଗତକାଲି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି ଯାହା […]

  • Tuesday, 20 July 2021
dutti
ଦୂତିଙ୍କ ବିରୋଧରେ ଅଶାଳୀନ ପୋଷ୍ଟ କରି ହରଡ଼ଘଣାରେ ଯୁବକ

ଯାଜପୁର (ଅଭୟ ପତି): ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଫେସବୁକ୍‌ରେ ଅଶାଳୀନ ପୋଷ୍ଟ କରିବା। ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ଘରଡ଼ଘଣାରେ ପଡ଼ିଛନ୍ତି ଯୁବକ ଜଣଙ୍କ। ସେ ହେଲେ ଯାଜପୁରର ଧୀରେନ୍ଦ୍ର ନାଥ। ଧୀରେନ୍ଦ୍ର ଶୋସାଲ ମିଡିଆରେ ଦୂତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତର ଦୂତି ନଦେବାରୁ ସେ ତାଙ୍କ ଚରିତ୍ର ସଂହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଧୀରେନ୍ଦ୍ରଙ୍କ ଲେଖିଥିବା ସମସ୍ତ ଲେଖାକୁ ନିଜ ପେଜ୍‌ରେ ପୋଷ୍ଟ […]

  • Tuesday, 20 July 2021
jharsuguda
ଝାରସୁଗୁଡ଼ାରୁ ପୁଣି ଉଡ଼ିଲା ବିମାନ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ବିମାନସେବା। ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ୧୮୯ ସିଟ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିଥିବା ବେଳେ କୋଲକତା ଓ ହାଇଦ୍ରାବାଦକୁ କ୍ୟୁ-୪୦୦ ମଡେଲ ୭୮ ସିଟ ବିଶିଷ୍ଟ ବିମାନ ଉଡିଛି। ସେପଟେ ଝୁରସୁଗୁଡାର ଦେଶର ୩ ପ୍ରମୁଖ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ […]

  • Tuesday, 20 July 2021
naveen
୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ଅନ୍ୟ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ବେଳେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏଥର ଦଳ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ରଘୁନନ୍ଦନ ଦାସଙ୍କୁ ଦଳ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଛି। ପିପିଲି ବିଧାନସଭା ଆସନ ପାଇଁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ […]

  • Tuesday, 20 July 2021
p
ମୋଦି ଓ ରାହୁଲଙ୍କ ନଜରରେ ଓଡ଼ିଶା: ଚେକ୍‌ ଦେବାକୁ ନବୀନଙ୍କ ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଗୋଟିଏ ପଟେ ୧୯ ବର୍ଷର ଶାସନ, ଅନ୍ୟପଟେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଜୋରଦାର ପ୍ରୟାସ। ସରକାର ବିରୋଧୀ ହାୱାକୁ ଦେଖି ନବୀନ ନିଜେ ପ୍ରଚାରର ମଙ୍ଗ ଧରିବା ସହ ସିଧା ଲୋକଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ମିଶନ ୧୨୦ ହାସଲ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ୍ ଶାହ ଜି ଜାନ୍ ଲଗାଇ ଦେବା ସହ ଓଡ଼ିଶା ଆସି ଘନ ଘନ ପ୍ରଚାର ଚଳାଇଛନ୍ତି। ଏଣେ ଉଭୟ […]

  • Tuesday, 20 July 2021
d
ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌ରେ ସୂର୍ଯ୍ୟ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିଗପହଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀ ଓ ତାଙ୍କ ପୁଅ ଚିଟ୍‌ଫଣ୍ଡ ଠକେଇରେ ସମ୍ପୃକ୍ତ ଅଛନ୍ତି। ଆଗକୁ ଉଭୟେ ଜେଲ୍ ଯିବେ।” ସେ ଆହୁରି କହିଛନ୍ତି, “ଏଠାରେ ଗାଁକୁ ପାଣି ନାହିଁ, ଚାଷ ଜମିକୁ ପାଣି ନାହିଁ। ଶୀତଳଭଣ୍ଡାର ନାହିଁ। ବାଘଲଟି, ଛେଳିଗଡ଼ ପ୍ରକଳ୍ପ ପୁନରୁଦ୍ଧାର ହୋଇପାରୁ ନାହିଁ। ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ମହିଷ ମର୍ଦ୍ଦିନୀ […]

  • Tuesday, 20 July 2021
bp
ପଦ୍ମ ଧରିଲେ ଜୟନ୍ତ

ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡି କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି।

  • Tuesday, 20 July 2021
amiya
ଅବସର ନେଲେ ଅମୀୟ

ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ। ୨୦୧୩ରେ ତାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ୪ ଥର ଏକ୍ସଟେନସନ୍ ଦେଇଥିଲେ ରାଜ୍ୟ ସରକାର। ଫଳରେ ୨୦୧୩ ଏପ୍ରିଲରୁ ଆଜି ଯାଏଁ ସେ ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ଆଉ ଥରେ ବଢାଇବା ଲାଗି ମଧ୍ୟ ରାଜ୍ୟ ସରକାର ସୁପାରିଶ କରିଥିଲେ। ମାତ୍ର ରାଜ୍ୟପାଳ ଏଥିରେ ଆପତ୍ତି ଉଠାଇଥିଲେ। ତେବେ ଅଭିଜ୍ଞତା ଦୃଷ୍ଟିରୁ ଅମୀୟଙ୍କ ନାଁ ସୁପାରିଶ କରାଯାଇଥିବା ବାଚସ୍ପଚି ରାଜ୍ୟପାଳଙ୍କୁ ଜଣାଇଥିଲେ। ଅମୀୟ […]

  • Tuesday, 20 July 2021
basudevpur
କ୍ଷେତରେ ହସୁଛି ସୁନା ଫସଲ: ବୀମାଭୁକ୍ତ ହୋଇ ନଥିବାରୁ ଚିନ୍ତାରେ ଚାଷୀ

ବାସୁଦେବପୁର (କିରିଟି ଦାସ): ତିନିମାସ ଭିତରେ ଚାଷୀଙ୍କୁ କମ୍ ଖର୍ଚ୍ଚରେ ଭଲ ଲାଭ ଦେଉଛି  ଅର୍ଥକାରୀ ଫସଲ ସୂର୍ଯ୍ୟମୂଖୀ। ଅନ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଉଥିବାରୁ ଏହାକୁ ଆଦର ନେଇଛନ୍ତି ବାସୁଦେବପୁରର ଚାଷୀ। ବ୍ଲକରେ ଦେଢ ଶହ ଏକର ଜମିରେ ସୂର୍ଯ୍ୟମୂଖୀ ଚାଷ କରିଛନ୍ତି ଚାଷୀ। ଫସଲ ଭଲ ହୋଇଥିବାରୁ ଚାଷୀମାନେ ବି ବେଶ୍ ଖୁସି ଅଛନ୍ତି। କ୍ଷେତକୁ ଚାହିଁଲେ ମନ ଭରି ଯିବ। ଏମିତି ଲାଗିବ ସୁନା ଖିଲି ଖଇଲି ହସରେ ସୂର୍ଯ୍ୟମୂଖି ଡାକୁଛି […]

  • Tuesday, 20 July 2021
kandhamal
୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ, ଚୁଆ ପାଣି ଶେଷ ଭରସା

କନ୍ଧମାଳ (ତ୍ରିନାଥ ସାହୁ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତରେ ଦେଖାଦେଇଛି ଏଭଳି ସମସ୍ୟା। ୫ ବର୍ଷ ପୂର୍ବେ ଏଠାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପାଞ୍ଚ ବର୍ଷ ହେବ ଅଚଳ ହୋଇ ପଡ଼ିଥିଲେ ବି ଏହାର ମରାମତି କରାଯାଉନାହିଁ। ବାରମ୍ବାର ଦାବି […]

  • Tuesday, 20 July 2021
kalia
ରାଜ୍ୟ ସରକାର ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ କମିଶନ କାଳିଆ ପାଇଁ ଲାଭାର୍ଥି ତାଲିକା ଓ ବଜେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୁଇଟି ଯାକ ବ୍ୟବସ୍ଥା ନକରି ରାଜ୍ୟ ସରକାର ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “କାଳିଆ ଏକ ସରକାରୀ ସ୍କିମ ହୋଇଥିବା ବେଳେ ବିଜେଡି ଏହାକୁ ପ୍ରଚାର ସାମଗ୍ରୀରେ ଛପାଇଛି। ଏଲପିଜି ପ୍ରଚାରରେ ଯଦି ଆପତ୍ତି ଥିଲା, ତେବେ […]

  • Tuesday, 20 July 2021
bari
ବରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା: କିଏ ହେବ ବିଜେଡି ପ୍ରାର୍ଥୀ ?

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯାହା ନବୀନ ନିବାସରେ ପହଞ୍ଚିଲାଣି। ଗତକାଲି ଟିକେଟ ଆଶାୟୀ ବିଜୟ ନାୟକଙ୍କ ସମର୍ଥକମାନେ ନବୀନ ନିବାସ ଆସି ତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ପ୍ରତିଯୋଗିତାମୂଳକ ଭାବେ ଆଜି ବରୀ ବିଧାୟକ ଦେବାଶିଷ ନାୟକଙ୍କ ସମର୍ଥକ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି। ଏହାସହ […]

  • Tuesday, 20 July 2021