
ପାରଳାଖେମୁଣ୍ଡି: ବାତ୍ୟା ‘ଫୋନି’ ତାଣ୍ଡବ ରଚିବାର ୬ ଦିନ ବିତିଗଲାଣି। ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ଲାଘବ ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର। ଏଭଳି ସ୍ଥିତିରେ ଗଜପତି ଏସ୍ପି ଏକ ନିଆରା ଢଙ୍ଗରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ହାତରେ ଥାଳି ଧରି ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଲୋକଙ୍କୁ ସହାଯ୍ୟ ମାଗୁଛନ୍ତି ଗଜପତି ଏସ୍ପି ସାରା […]
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରାଯାଇଛି । ଜଳ ଯୋଗାଣ କାର୍ଯ୍ୟରେ୨୧୪ଟି ଜେନେରେଟର ନିୟୋଜିତ କରାଯାଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ୩୩୯ଟି ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସ୍ ଟ୍ୟାଙ୍କ ନିୟୋଜିତ କରାଯାଇଛି […]
ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ […]
ଭୁବନେଶ୍ୱର: ବାତ୍ୟାରେ ରେଳ ବିଭାଗ କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାରୋଡ ରେଳବାଇର ଡିଭିଜନର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜୋନ୍ରେ କ୍ଷତି ହୋଇଛି। ପୁରୀରୁ ବିଭିନ୍ନ ଆଡ଼କୁ ଏବେ ୧୨ ପେୟାର ଟ୍ରେନ୍ ଚଳାଚଳ କରୁଛି । ୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଚଳାଚଳ କରିବ ବୋଲି ସମୀକ୍ଷା ପରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଓ୍ୱଡ଼ା-ଚେନ୍ନାଇ ରୁଟ୍ରେ ଟ୍ରେନ୍ ଚଳାଚଳ […]
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ। ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି […]
ଭୁବନେଶ୍ୱର: ଫୋନିର ଆଁରେ ଉଜୁଡ଼ି ଯାଇଛି ଐତିହ୍ୟ ସହର ଭୁବନେଶ୍ୱର। ପର୍ଯ୍ୟଟକଙ୍କ ଆକର୍ଷଣ ଥିଲା ଧଉଳିଗିରି। ହେଲେ ଏବେ ତାର ସୌନ୍ଦର୍ଯ୍ୟ ଓ ସବୁଜିମା ସବୁ ଯେମିତି ଛାରଖାର ହୋଇଯାଇଛି। ପ୍ରଭାବିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା। ବିଦ୍ୟୁତ୍ ନାହିଁ କି ପିଇବା ପାଣି ନାହିଁ । ସବୁଆଡ଼େ ଖାଁ ଖାଁ। ପର୍ଯ୍ୟଟକଙ୍କ ଭିଡ଼ ବି ନାହିଁ । ପର୍ଯ୍ୟଟକ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବ୍ୟାହତ ହୋଇଛି। କେବଳ ଧଉଳି ନୁହେଁ, ଲିଙ୍ଗରାଜ […]
ଭୁବନେଶ୍ୱର: ସର୍ବସ୍ୱ ଲୁଟି ନେଇଛି ଫୋନି । ଘରେ ନା ଅଛି ପାଣି, ନା ଅଛି ଜିନିଷ । ନିଜେ ରାନ୍ଧି ଖାଇବା ସ୍ଥିତିରେ ନାହାନ୍ତି ବାତ୍ୟା ବିପନ୍ନ। ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର । କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି ସମାନ ଅବସ୍ଥା । ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ରିଲିଫ୍ ସାମଗ୍ରୀ ବି ସମୁଦ୍ରକୁ ଶଙ୍ଖେ ଭଳି। ଏଭଳି ବିପଦ ସମୟରେ କିଛି ଦେବଦୂତ […]
ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେଣୁ କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ୍ ଅନ୍ ହୁଇଲ୍ ସେବା ଆରମ୍ଭ କରିଛି। ଏହାକୁ ଟେଲିକମ୍ ଭାଷାରେ ସେଲ୍ […]
ଭୁବନେଶ୍ୱର: ଅଣ୍ଟା ଭାଙ୍ଗି ଦେଇଛି ‘ଫୋନି’ । ଆଖି ସାମ୍ନାରେ ଭାସି ଯାଉଛି ପୃଥିବୀର ଏକ ବିଦୀର୍ଣ୍ଣ ଚେହେରା। ଉଜୁଡ଼ି ଯାଇଛି ଘର, ଉପୁଡି ଯାଇଛି ଗଛ। ହଜି ଯାଇଛି ମଣିଷ ମୁହଁରୁ ହସ। ସବୁକିଛି ଧ୍ୱଂସ କରି ଦେଇଛି ପ୍ରକୃତିର ଏହି ତାଣ୍ଡବ। ଆମକୁ ଏସବୁକୁ ସାମ୍ନା କରିବାକୁ ପଡ଼ିବ। ଅଣ୍ଟା ସଳଖି ପୁଣି ଠିଆ ହେବାକୁ ପଡ଼ିବ। ଏପରି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁଠାରୁ ବଡ ଶକ୍ତି ହେଲା ଧୈର୍ଯ୍ୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର […]
ଭୁବନେଶ୍ୱର: ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି ଫୋନି । ବ୍ୟବସାୟ ଠପ୍ ହୋଇଯାଇଥିବା ବେଳେ ଘରଦ୍ୱାର କିପରି ସମ୍ଭାଳିବେ ସେ ଚିନ୍ତା ଘାରିଛି। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି, ତ ଆଉ କାହାର ଛପର ଉଡ଼ିଯାଇଛି। ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ନିରୂପାୟ । […]
ବ୍ରହ୍ମଗିରି: ‘ଫୋନି’ର ଲ୍ୟାଣ୍ଡଫଲ୍ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲା ବାସିନ୍ଦା। ବାତ୍ୟା, ବିଭୀଷିକା ଆଉ ତା ପରର ଦୁର୍ଦ୍ଦଶା ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଏହି ଜିଲ୍ଲା ଅଧୀନ ବ୍ରହ୍ମଗିରି ବ୍ଲକର ରେବଣାନୂଆଗାଁ, ତଳମାଳ ଓ ଆଳିଆପୁଟ ବାତ୍ୟାର କୋପରେ ହୋଇଛି ସମ୍ପୂର୍ଣ୍ଣ ଧରାଶାୟୀ। ପ୍ରଳୟଙ୍କରୀ ବାତ୍ୟା ଉଡ଼ାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ, ଚୁଲି, ଉଜୁଡିଯାଇଛି ଚାଷ, ବାସ। କାଳରୂପୀ ବାତ୍ୟା ଫୋନିରେ […]
ଭୁବନେଶ୍ୱର: ବାତ୍ୟା ପରେ ଧୀରେ ଧୀରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି। ଭଦ୍ରକ- ବିଜୟନଗରମ୍ରୁ ଟ୍ରେନ୍ ସେବା ଆଶିଂକ ଭାବେ ଆରମ୍ଭ ହୋଇଛି। ଗତ ସଂଧ୍ୟାରୁ ଅନେକ ସ୍ପେଶାଲ ଟ୍ରେନ ଭୁବନେଶ୍ୱରରୁ ବେଙ୍ଗଳୁରୁ, ଜଗଦଲପୁର, ଜୁନାଗଡ଼ ରୋଡ୍, ସମ୍ବଲପୁର, ହାତିଆ ଓ ଦୁର୍ଗକୁ ଚାଲିଛି। ଏହା ସହିତ ସମ୍ବଲପୁରରୁ ଭୁବନେଶ୍ୱର, ଜଗଦଲପୁରରୁ ଭୁବନେଶ୍ୱର, ଜୁନାଗଡ଼ ରୋଡ୍ରୁ ଭୁବନେଶ୍ୱର ମଧ୍ୟ ଟ୍ରେନ ଚାଲିଛି। ଯାତ୍ରୀଙ୍କ ସୁବିଧା ପାଇଁ କେତେକ ସ୍ପେଶାଲ ଟ୍ରେନ ବି ଚାଲିଛି। ଏହି ଟ୍ରେନଗୁଡ଼ିକ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସମୀକ୍ଷା କରି ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା ଓ ଖୋର୍ଦ୍ଧାର ଯେଉଁ ସବୁ ଅଞ୍ଚଳ ଅତି ଭୀଷଣ ଭାବେ ପ୍ରଭାବିତ ସେଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରଙ୍କୁ ୫୦ କେଜି ଚାଉଳ, ନଗଦ ୨ ହଜାର ଟଙ୍କା ଏବଂ ପଲିଥିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଭୀଷଣ ଭାବେ ପ୍ରଭାବିତ ପରିବାରକୁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ସେଠାରେ ଖାଦ୍ୟ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ଟ୍ରେନ୍ ଓ ବିମାନସେବା ପ୍ରଭାବିତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଟ୍ରାକ୍ ସଜାଡ଼ି ଭାଇଜାଗ୍-ଭଦ୍ରକ ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷେ, ରନ୍ୱେ ସଫା କରାଯିବା ସହ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାଓ୍ୱାର ମରାମତି ହେବା ପରେ ଧୀରେ ଧୀରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ୱାଭାବିକ ହେଉଛି। ସେହିପରି ‘ଫୋନି’ ଯୋଗୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଟ୍ରେନ୍ ସେବା ଠପ୍ ହୋଇଥିବା ବେଳେ ଭୁବନେଶ୍ୱରରୁ […]
ବାଲେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣାଧୀନ ଅବସ୍ଥାରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ନଦୀର ଜଳ ଫୁଲିବା ଫଳରେ ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ପୋଲଟି ୪ ବର୍ଷ ଧରି ନିର୍ମାଣ ଚାଲିଥିଲା। ପଳାସିଆ ଗାଁରେ ଏହି ନିର୍ମାଣଧୀନ ପୋଲର କଂଙ୍କ୍ରିଟ କିଛି ଦିନ ଆଗରୁ ପଡ଼ିଥିଲା।
ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ସକାଳ ସାଢ଼େ ୫ଟା ସୁଦ୍ଧା ଏଠାରେ ୧୪୯ ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି […]
ଭୁବନେଶ୍ୱର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପାଇଁ ପୁରା ପ୍ରସ୍ତୁତ। ଫୋନି ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଆତଙ୍କିତ ନହେବାକୁ ମଧ୍ୟ ପରମର୍ଶ ଦେଇଛନ୍ତି। ସଚିବାଳୟରେ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଶକ୍ତି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ସଚିବ ଉପସ୍ଥିତ ଥିଲେ। ବାତ୍ୟା ଓ ପରବର୍ତ୍ତୀ ଥଇଥାନ ନେଇ ବୈଠକରେ ଆଲୋଚନା ହୋଇଥିଲା। ସମ୍ଭାବ୍ୟ ବାତ୍ୟା […]
ଭୁବନେଶ୍ୱର: ‘ଫୋନି’ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ୪ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ନନ୍ଦନକାନନକୁ ନ ଆସିବା ଲାଗି ପ୍ରାଣୀ ଉଦ୍ୟାନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇ ପାରେ। ଏହି ଅନୁସାରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲେୱେ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ସନ୍ଧ୍ୟାରେ ରେଳ ସେବା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୂର୍ବତନ ରେଲୱେ ସୂଚନା ଦେଇଛି।
ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତରା ନବରଙ୍ଗପୁର ଜିଲ୍ଲା ଶାସନ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତିା ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁପତ୍ର ବିଭାଗର କର୍ମଚାରୀ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତିା ଗୁରୁତର ବ୍ୟକ୍ତି ହେଲେ ଶାସନ ଗାଁର ଦୟାନିଧି ହରିଜନା ସକାଳୁ ଦୟାନିଧି କେନ୍ଦୁ ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।
ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯିବେ। ଯଦି ବାତ୍ୟା ହିଟ୍ କରେ, ତା ହେଲେ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି। ଆସନ୍ତା ୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଅଛି। ଆସନ୍ତା ୩ ତାରିଖରେ ଓଡ଼ିଶାରେ ଫୋନି ଲାଣ୍ଡଫଲ୍ କରିବାର ସମ୍ଭାବନା ଅଛି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ ହେବାର ଥିଲା କିନ୍ତୁ […]
ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଅତି ନିର୍ମମ ଭାବେ ଖୁଡ଼ୀକୁ କୁରାଢ଼ୀରେ ହାଣି ହତ୍ୟା ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ରୁବେଇ ଦାସ।ରୁବେଇଙ୍କୁ ହତ୍ୟା କରିଥିବା ତାଙ୍କ ପୁତୁରାଙ୍କ ନାଁ ସାଧୁ ଦାସ। ସୂଚନା ଅନୁଯାୟୀ, ସାଧୁ ଘରେ ୫ ଶହ ଟଙ୍କା ରଖିଥିଲେ। ମାତ୍ର ଯେତେବେଳେ ସେ ଏହି ଟଙ୍କା ଖୋଜି ଥିଲେ ସେ ଏହାକୁ ପାଇନଥିଲେ। […]
କୁଚିଣ୍ଡା/ସୁବର୍ଣ୍ଣପୁର(ଦେବେନ୍ଦ୍ର ବେହେରା/ ରବୀନ୍ଦ୍ର ହୋତା): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିନ୍ତୁ ପୂରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସମ୍ବଲପୁରରୁ ବଲାଙ୍ଗିର, ଟିଟିଲାଗଡ଼ରୁ ସୁବର୍ଣ୍ଣପୁର ସବୁଠି ପାରଦ ୪୦ ପାର ହୋଇଗଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଛି। ଦିନ ୧୦ଟା ପରେ ରାସ୍ତାଘାଟ, ଦୋକାନ ବଜାର ସବୁ ଶୂନଶାନ୍ ହୋଇଯାଉଛି। କୁଚିଣ୍ଡାରେ ପ୍ରବଳ […]
କଟକ: କଟକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦଳର କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ, ଯୁବକଙ୍କୁ ଆକ୍ରମଣ କରିଥିବା ଦୃର୍ବୃତ୍ତଙ୍କୁ ଗିରଫ ଦାବିରେ ମର୍କତନଗର ଥାନା ଆଗରେ କାଠଯୋଡ଼ି ବିହାରର ବସ୍ତି ବାସିନ୍ଦା ଧାରଣା ଦେଇଥିଲେ।
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଇଭିଏମ୍, ଭିଭିପ୍ୟାଟ୍ ଓ ଅନ୍ୟାନ୍ୟ ଭୋଟିଂ ସରଞ୍ଜାମ ସହ ମତଦାନ କେନ୍ଦ୍ର ଗୁଡିକରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଯେଉଁ ବୁଥ୍ରେ ପୋଲିଂ କର୍ମଚାରୀ ପହଞ୍ଚି ନାହାନ୍ତି, ସେହି ବୁଥ୍ରେ ଆଜି ପହଞ୍ଚିବେ। ଓଡ଼ିଶାରେ ୬ଟି ଲୋକସଭା […]