• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bear
ଭାଲୁ ଆକ୍ରମଣରେ ମା’-ଝିଅ ଗୁରୁତର

ବେଲପାହାଡ : ବେଲପାହାଡ଼ ଜୁନାଡିହି କଲେଜ ପଡ଼ାରେ ଆଜି ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟେ ଭୋରରୁ ଘର ନିକଟରେ ଫୁଲତୋଳୁ ଥିବାବେଳେ ଭାଲୁଟି ତାଙ୍କ ଆଡକୁ ହଠାତ୍ ମାଡି ଆସିଥିଲା। ମା’-ଝିଅ କିଛି କରିବା ପୂର୍ବରୁ ଭାଲୁଟି ଆକ୍ରମଣ କରିଥିଲା। ଫଳରେ ମା’ ଅନୀତା ମେହେର ଓ ଝିଅ ରଶ୍ମିତା ଆହତ ହୋଇଛନ୍ତି। ସେମାନଙ୍କୁ ବେଲପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Wednesday, 21 July 2021
elephant--
କେନ୍ଦୁପତ୍ର ତୋଳୁଥିଲେ, ଦଳିଦେଲା ହାତୀ

ଅନୁଗୋଳ:ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଖେଡି ମାଝୀ। ସେ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଖେଡିଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

  • Wednesday, 21 July 2021
heatwave
ବଢୁଛି ତାପମାତ୍ରା, ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ତାପାମାତ୍ରା ବଢୁଛି। ଆସନ୍ତା ୨୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅଧିକ ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ଖବର ଆସିନଥିବା କହିଛନ୍ତି ଏସ୍‌ଆରସି ସେଠୀ।

  • Wednesday, 21 July 2021
Jaay_Panda_630_630
ବିଜେପି ବହୁମତ ପାଇବ ବୋଲି ଦଳ ଆଗରୁ ଆକଳନ କରିଥିଲା: ବୈଜୟନ୍ତ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ଅନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା କମୁଛି। ଏକ୍‌ଜିଟ ପୋଲ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ରବିବାର ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ଗଣ ମାଧ୍ୟମ ଓ ସର୍ଭେକାରୀ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ ପ୍ରକାଶ ପାଇଛି। ସମସ୍ତଙ୍କ ଆକଳନ କହୁଛି ଦେଶରେ ପୁଣି ବିଜେପି କ୍ଷମତାକୁ ଆସିବ […]

  • Wednesday, 21 July 2021
6
ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ବାପା ମୃତ, ମା’ ଓ ୨ ପୁଅ ଗୁରୁତର

ଗଞ୍ଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏରେଣ୍ଡା ଗାଁର ସନ୍ତୋଷ ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବାଇକ୍‌ରେ ଗାଁ ଅଭିମୁଖେ ଆସୁଥିବାବେଳେ ଏକ ବୋଲେରୋ ପଛପଟୁ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କୁ […]

  • Wednesday, 21 July 2021
pre monsoon
୭ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ୬୦ ପ୍ରତିଶତ କମିଛି

ଭୁବନେଶ୍ୱର:ସାରା ରାଜ୍ୟ ଜଳୁଛି। ଆକାଶରୁ ଯେମିତି ଖସି ପଡ଼ୁଛି ନିଆଁ ଝୁଲ। ତା ସାଙ୍ଗକୁ ଝାଞ୍ଜି ପବନ। ରାସ୍ତାକୁ ବାହାରିଲେ ଛାଇ ଟିକିଏ ନାହିଁ ଯେ, କେଉଁଠି ଠିଆ ହୋଇଯିବ। ଏମିତି ପରିସ୍ଥିତିରେ  ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ। ମୌସୁମୀ ଆସିଲେ ଆଶ୍ୱସ୍ତ ହେବ ଜୀବଜଗତ। ହେଲେ ଲାଗୁଛି ଯେମିତି ମୌସୁମୀ ସମସ୍ତଙ୍କୁ ହତାଶ କରୁଛି।  ଆସ୍ତେ ଆସ୍ତେ କମି ଯାଉଛି ବୃଷ୍ଟିପାତର ପରିମାଣ। ଆଉଏମଡ଼ି(ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ)ରୁ ମିଳିଥିବା ତଥ୍ୟ ଅନୁସାରେ […]

  • Wednesday, 21 July 2021
Prafulla-Ghadai-750x430
ଏଥର ବିଜେପି ଅଧିକ ଲୋକସଭା ଆସନ ପାଇବ: ପ୍ରଫୁଲ୍ଲ

ଭୁବନେଶ୍ୱର: ଏକ୍‌ଜିଟ ପୋଲ୍‌ ଆକଳନକୁ ନେଇ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି, ଏକଜିଟ୍‌ ପୋଲ୍‌ ଯାହା କରିଥାଏ, ତାହାର ବିପରୀତ ମଧ୍ୟ ବେଳେବେଳେ ହୋଇଥାଏ। ତେଣୁ ଏହା ଉପରେ ଭରସା କରି କୌଣସି ନିଷ୍ପତିରେ ପହଞ୍ଚିବା ଉଚିତ୍‌ ନୁହେଁ। ପ୍ରଫୁଲ୍ଲ ଆହୁରି ମଧ୍ୟ କହିଛନ୍ତି, ଏହା ସତ୍ୟ ଯେ, ସାରା ଭାରତବର୍ଷରେ ବିଜେପି ବା ମୋଦିଙ୍କ ସପକ୍ଷରେ ଜନମତ ଅଧିକ ରହିଛି। କିନ୍ତୁ ରାଜ୍ୟରେ ନବୀନଙ୍କ ସପକ୍ଷରେ ଜନାଦେଶ […]

  • Wednesday, 21 July 2021
44
ଏକ୍‌ଜିଟ୍‌ ପୋଲ୍‌: ଓଡ଼ିଶାରେ ବିଜେଡିକୁ ମିଳିବ  ୮୯ ସିଟ୍‌

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ  ରବିବାର ପ୍ରକାଶ ପାଇଛି ଏକ୍‌ଜିଟ୍‌ ପୋଲ। ଏକ୍‌ଜିଟ ପୋଲରେ ଅଧିକାଂଶ ଗଣମାଧ୍ୟମ କେନ୍ଦ୍ରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ପୂର୍ବାନୁମାନ କରିଛି। ସେହିପରି ରାଜ୍ୟର ଫଳାଫଳ ନେଇ ମଧ୍ୟ ଗଣମାଧ୍ୟମମାନେ ପୂର୍ବାନୁମାନ କରିଛନ୍ତି।  ଇଣ୍ଡିଆ ଟୁଡେ-ଆକ୍ସିସ୍ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ ଅନୁଯାୟୀ ଓଡ଼ିଶାରେ ୧୪୬ ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୮୯ରୁ ୧୦୫ ସିଟ୍‌। ସେହିପରି ୨୯ରୁ […]

  • Wednesday, 21 July 2021
3
ହଷ୍ଟେଲ ବାରଣ୍ଡାରୁ ମିଳିଲା ଛାତ୍ରଙ୍କ ମୃତଦେହ

ରାଉରକେଲା: ରାଉରକେଲା NITର ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏମ. ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ଭୁବନେଶ୍ୱର ଏବଂ ସେ NITରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ବୋଲି ସୂଚନା ମିଳିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣାରେ ପୁଲିସ ତନାଘନା ଜାରି ରହିଛି।

  • Wednesday, 21 July 2021
infant
ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭବାନୀପାଟଣା: ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ଥାନା ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ପ୍ରଥମେ ଦେଖିଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଉଦ୍ଧାର ଶିଶୁକନ୍ୟାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।   ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।

  • Wednesday, 21 July 2021
2
ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବଂଶଧାରା ନଦୀ ପୋଲ ତଳୁ ଆଜି ଜଣେ ଶିକ୍ଷକଙ୍କ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ଆଜି ସକାଳୁ ଗାଁ ଲୋକେ ବାଇକ୍ ସହ ମୃତଦେହ ପଡିଥିବା ଦେଖି  ପୋଲିସ୍‌କୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ୍ ଘଟଣାର ଛାନଭିନ୍ କରୁଛି।

  • Wednesday, 21 July 2021
elephant-`1..
ଆମ୍ବ ତୋଳିବାକୁ ଯାଇଥିଲେ, ଦଳିଦେଲା ହାତୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଗୁଣଦେଇ ଗାଁରେ ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ  ବ୍ୟକ୍ତିଙ୍କ ନାମ ମଙ୍ଗରାଜ ପାତ୍ର ଓ ତାଙ୍କର ବୟସ ୬୫ ବୋଲି ଜଣାପଡ଼ିଛି। ମଙ୍ଗରାଜ ଆମ୍ବ ତୋଳିବାକୁ ଗାଁ ନିକଟ ତୋଟାକୁ ଯାଇଥିବା ସମୟରେ ତାଙ୍କୁ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକ […]

  • Wednesday, 21 July 2021
nuapada
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନାବାଳିକାଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକାଙ୍କ ପରିବାର ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। […]

  • Wednesday, 21 July 2021
dutee-chand
ଦୂତିଙ୍କ ସମଲିଙ୍ଗୀ ବିବାହ ନିଷ୍ପତ୍ତିକୁ ପରିବାର ଲୋକଙ୍କ ବିରୋଧ, ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଧାବିକା ଦୂତି ଚାନ୍ଦ। ଏଥର କିନ୍ତୁ ଶରୀରରେ ଅଧିକ ପୁରୁଷ ହରମୋନ୍ କି ପଦକ ଜିଣିବାକୁ ନେଇ ନୁହେଁ, ବରଂ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତି ଚାନ୍ଦ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜ ଗାଁର ଜଣେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କଥା ଖୋଦ୍ ଦୂତି ସ୍ୱୀକାର କରିବା ପରେ ତାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। କେବେ ବାହାଘର, ସେ କଥା ସ୍ପଷ୍ଟ କରିନଥିଲେ ବି ୨୦୨୦ ଅଲିମ୍ପିକ୍ସ ପରେ ଏହା […]

  • Wednesday, 21 July 2021
DmleqpMX0AAFTl-
ଦାମଙ୍କ ପୂର୍ବାନୁମାନ: ବିଜେଡି ମ୍ୟାଜିକ୍‌ ନମ୍ବର ଛୁଇଁବନି

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ? ସେଥିପାଇଁ ସମସ୍ତଙ୍କର ଅପେକ୍ଷା ମେ ୨୩ ତାରିଖକୁ। ଏହି ଦିନ ଓଡ଼ିଶା ସମେତ ସାରା ଦେଶରେ ହେବ ଭୋଟ୍ ଗଣତି। ଭୋଟ ଫଳାଫଳକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ଅନେକ ମତ ରଖୁଛନ୍ତି। ଏ ପରିପ୍ରକ୍ଷୀରେ ଡାକ୍ତର ଦାମୋଦର ରାଉତ ଫଳାଫଳ ନେଇ ନିଜ ମତ ରଖିଛନ୍ତି। କେଉଁ ଦଳ କେତେ ଆସନ ପାଇବ ତାର ତାର ଆକଳନ କରିଛନ୍ତି। ସେ ଆକଳନ କରିଛନ୍ତି, ଓଡ଼ିଶାରେ […]

  • Wednesday, 21 July 2021
vlcsnap-2019-05-19-12h51m50s13
ହଷ୍ଟେଲ୍‌ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ମଧୁସୂଦନ ଲ’ କଲେଜ ଛାତ୍ରାବାସରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଛାତ୍ରଙ୍କ ନାମ  ଅଜିତ କୁମାର ସେଠୀ ଓ ତାଙ୍କ ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଏବଂ ଯୋବ୍ରାର ରହେମାନ ଛକସ୍ଥିତ କଲେଜ ହଷ୍ଟେଲରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ରୁମ୍‌ରେ ତାଙ୍କର ଝୁଲନ୍ତା ମୃତଦେହ ସହପାଠୀମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ […]

  • Wednesday, 21 July 2021
sahid-nagar
ସହିଦ ନଗର ହାଇସ୍କୁଲରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଥିଲାବେଳେ ଓଡ଼ିଶାର ୩୪ଟି ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ ହେଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୧୨୭ ନମ୍ବର ବୁଥ୍‌ରେ ମଧ୍ୟ ସାନି ମତଦାନ ହଉଛି। ଏଠାରେ ଏପ୍ରିଲ ୨୩ ତାରିଖ ମତଦାନ ହୋଇଥିଲା। ଏହି ମତଦାନ କେନ୍ଦ୍ରରେ ବିଭିନ୍ନ ବିଶୃଙ୍ଖଳା ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ଏଠାରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମଧ୍ୟ ଭୁବନେଶ୍ୱରସ୍ଥିତ ସହିଦ ନଗର ହାଇସ୍କୁଲ […]

  • Wednesday, 21 July 2021
representational image
ଜମି ପାଇଁ ବିବାହର ୫ ଦିନ ପରେ ଭାଇକୁ ହାଣିଦେଲେ

ଗଞ୍ଜାମ: ବିବାହାର ୫ ଦିନ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦୀନବନ୍ଧୁ ସ୍ୱାଇଁ । ଗତକାଲି ସଂଧ୍ୟାରେ ସେ ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ମୁଖା ପିନ୍ଧା ୩ଜଣ ବ୍ୟକ୍ତି ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲେ।  ଏଥରେ ସେ ଗୁରୁତର ହୋଇ ପଡିଥିଲେ। ପରେ ଆଉ ୪ ଜଣ ବ୍ୟକ୍ତି ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ନୃଶଂସ ଭାବେ […]

  • Wednesday, 21 July 2021
t6
୨୫ ତାରିଖ ଭିତରେ ଅନ୍ଧାରରୁ ମୁକୁଳିବ ଶ୍ରୀକ୍ଷେତ୍ର

ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି […]

sss
ଆଜୀବନ କାରାଦଣ୍ଡାଦେଶ ପରେ ଉପର କୋର୍ଟକୁ ଯିବେ ବୋଲି କହିଲେ ସବ୍ୟସାଚୀ

ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ। ଆଜି କୋର୍ଟ […]

maobadi
ନୂଆପଡ଼ାରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଏସ୍‌ପିଙ୍କ ପାଖରେ ଆଜି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାଁ ପର୍ଶୁରାମ ଧରୁଆ ଓରଫ ପର୍ଶୁରାମ ମାଝି । ପୁଲିସ ଅଭିଯାନରେ ଭୟଭୀତ ହୋଇ ତଥା ଛତିଶଗଡ଼-ଆନ୍ଧ୍ର କ୍ୟାଡର ମାଓ ସଂଗଠନ ମୁଖ୍ୟଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମସମର୍ପଣ କରିଥିବା ଏସପି ସ୍ମିଥ ପରମାରଙ୍କ ପାଖରେ କହିଛନ୍ତି। ୨୦୧୪ରୁ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ପର୍ଶୁରାମ। ସେ ୨୦୧୭ରେ ମୈନପୁର-ନୂଆପଡ଼ା ଡିଭିଜନରେ […]

  • Wednesday, 21 July 2021
o
ନରଣପୁରରେ ଠିଆ ହୋଇଛି ଗଛ ଉପରେ ଘର

କେନ୍ଦୁଝର: ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି। କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍‌’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ […]

dead
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ୱଶୁର-ଜ୍ୱାଇଁ ମୃତ

ନୟାଗଡ଼ : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜ୍ୱାଇଁ ଓ ଦାଦା ଶ୍ୱଶୁରଙ୍କର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ତୁମାଣ୍ଡି ପଞ୍ଚାୟତ ବାଲିସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗାଁର ଭକ୍ତ ଜାନୀଙ୍କ ଘରେ ବାହାଘର ଭୋଜିରେ ଯୋଗଦେବାକୁ ଝିଆରି ଜ୍ୱାଇଁ ନକୁଳ ଜାନୀ ଆସିଥିଲେ। ଆଜି ସକାଳେ ନକୁଳ ଘର ପଛ ପଟେ ଥିବା ଏକ ବିଜୁଳି ଖୁଣ୍ଟରେ ଲାଗି ଯାଇଥିଲେ। ଖୁଣ୍ଟରେ ଲାଗି ସେ ଛଟପଟ ହେଉଥିବାବେଳେ ଦାଦା ଶ୍ୱଶୁର ତାଙ୍କୁ ବଞ୍ଚାଇବା […]

  • Wednesday, 21 July 2021
mausumi
୪୮ ଘଣ୍ଟାରେ ଆଣ୍ଡାମାନ ଛୁଇଁପାରେ ମୌସୁମୀ !

ଭୁବନେଶ୍ୱର: ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି । ହେଲେ ରାଜ୍ୟରେ ଗ୍ରୀଷ୍ମ ଲହରୀ କମି ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି। ଆସନ୍ତା ୩ ଦିନ ଯାଏ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ଲହରୀ ଜାରି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ […]

  • Wednesday, 21 July 2021
foni
ସୁଦୂର ଫ୍ରାନ୍ସରୁ ଓଡ଼ିଶା ପାଇଁ ସମବେଦନା ଜଣାଇଲେ ବିଦେଶୀ ଓଡ଼ିଶୀ ନୃତ୍ୟାଙ୍ଗନା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]