• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣଙ୍କୁ କେମିତି ଅନୁଭବ ହେବ । ଯେତେବଳେ ଆପଣ ଜାଣିବେ ଆଚାନକ ଆପଣଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଗାୟବ ହୋଇଯାଇଛି । ହଠାତ୍ ଆପଣ ସକାଳୁ ଉଠିବେ ଆଉ ଦେଖିବେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଛି । ଆଉ କିଛି ସମୟ ପରେ ଜାଣିବେ ସେହି ଟଙ୍କା ଆପଣ ନିଜେ ହିଁ ଅଜାଣତରେ ଦେଇଛନ୍ତି । ଆଉ ତାହା ପୁଣି ଗୋଟିଏ ଛୋଟ ବର୍ଗର୍ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ କେମିତି ଅନୁଭବ ହେବ ?

ଠିକ୍ ଏମିତି କିଛି ଘଟିଛି, ନିୟୁୟର୍କର ଜଣେ ଯୁବକଙ୍କ ସହ । ସେ ରାତିରେ ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିଲେ । ହେଲେ କୌଣସି ନିଶା ଦ୍ରବ୍ୟ ସେବନ କରିନଥିଲେ । ସେ କେବଳ ସାଙ୍ଗ ମାନଙ୍କ ସହ ପୂର୍ବଦିନ ରାତିରେ ମଜା ମସ୍ତି କରିବା ପାଇଁ ନାଇଟ୍‌ ଆଉଟ୍‌ରେ ଯାଇଥିଲେ । ଆଉ ରାତି ପ୍ରାୟ ୧୧ଟା ସମୟରେ ସେ ଏକ ଫୁଡ୍‌ ଟ୍ରକ୍‌ରେ ର୍ବର ଅର୍ଡର କରି ଖାଇଥିଲେ । ହେଲେ ସେଠାରେ ସେ ବର୍ଗର ପାଇଁ ଦେଇଥିଲେ ପ୍ରାୟ ୬୬ ହଜାର ଟଙ୍କା । ଆଉ ତାହା ପୁଣି ଅଜାଣତରେ । ଟଙ୍କା ପେମେଣ୍ଟ କରିବା ପରେ ଏହା ସେ ଜାଣିପାରିନଥିଲେ । କିନ୍ତୁ ସକାଳୁ ନିଦ ଭାଙ୍ଗିବା ପରେ ଆକାଉଣ୍ଟ ଚେକ୍‌ କରିବା ବେଳେ ଦେଖିଥିଲେ ତାଙ୍କ ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା ଗାୟବ ହୋଇଯାଇଛି । ଏହା ଦେଖି ସେ ଚମକି ପଡ଼ିଲେ । ସେ ଦେଖିଲେ ଯେ, ସାମାନ୍ୟ ଏକ ଭେଜ୍‌ ବର୍ଗର୍ ପାଇଁ ସେ ୬୬ ହଜାର ଟଙ୍କା ପୈଠ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପରୀକ୍ଷା ଦେବାକୁ ଛାତ୍ରୀମାନେ ଲୁହା ଗେଟ୍‌ ଡେଇଁ ଯାଉଛନ୍ତି.. ହେଲେ କାହିଁକି..?

ଯୁବକ ଜଣକ କହିଛନ୍ତି କହିଛନ୍ତି ମୁଁ କୌଣସି ନିଶା ଦ୍ରବ୍ୟ ସେବନ କରିନଥିଲି । ଯଦି ମୁଁ କୌଣସି ନିଶା ସେବନ କରିଥାନ୍ତି ତେବେ ଭୁଲ ବସତଃ ଟଙ୍କା ଦେଇଥିବା ସ୍ୱୀକାର କରିଥାନ୍ତି । ହେଲେ ସେଭଳି କିଛି ହୋଇନାହିଁ । 

ଅନ୍ୟପଟେ ଏହି ଘଟଣା ପରେ ଯୁବକ ଜଣକ ତାଙ୍କ ବନ୍ଧୁଙ୍କୁ ସୂଚନା ଦେଇଥିଲେ । ସେ ତୁରନ୍ତ ଯାଇ ସେହି ଫୁଡ୍‌ ଟ୍ରକ ମ୍ୟାନେଜର ସହ କଥା ହେବାକୁ କହିଥିଲେ । ଯୁବକଙ୍କ କଥା ମାନି ତାଙ୍କ ବନ୍ଧୁ ଅନୁରୂପ ଭାବେ ତାହା ହିଁ କରିଥିଲେ । ହେଲେ ସେହି ଫୁଡ୍‌ ଆଉଟ୍‌ଲେଟ୍‌ର ମ୍ୟାନେଜର ବା ଆକାଉଣ୍ଟାଣ୍ଟ କହିଥିଲେ, ‘ଆପଣ ବ୍ୟଙ୍କ ସହ ଯୋଗାଯୋଗ କରନ୍ତୁ’ । ଏହାପରେ ବ୍ୟାଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ଟଙ୍କା ହରାଇଥିବା ଯୁବକ । ବ୍ୟାଙ୍କ ମଧ୍ୟ ଏହା ସ୍ୱୀକାର କରିଥିଲା । ଏମିତି ଏକ ବଡ଼ ନେଣଦେଣ ତାଙ୍କ ଆକାଉଣ୍ଟରୁ ହୋଇଥିବା ବ୍ୟାଙ୍କ ସୂଚନା ଦେଇଥିଲା । 

ତେବେ ବ୍ୟାଙ୍କଠାରୁ ଏଭଳି କଥା ଶୁଣିବା ପରେ ଯୁବକ ଭାବିଥିଲେ ଯେ, ଏହି ସମସ୍ୟା ତୁରନ୍ତ ସମାଧାନ ହୋଇଯିବ । ଏହାସହ ବ୍ୟାଙ୍କ ମଧ୍ୟ ସ୍ୱୀକାର କରିବ ଯେ, ଟେକ୍ନିକାଲ ଏରର ଯୋଗୁଁ ଏଭଳି ଘଟିଛି । ଆଉ ତାଙ୍କ ଟଙ୍କା ଆକାଉଣ୍ଟକୁ ଫେରି ଆସିବ । ହେଲେ ବାସ୍ତବରେ କିନ୍ତୁ ତାହା ହେଲା ନାହିଁ । ଟଙ୍କା ଫେରାଇବା ବ୍ୟାପାରରେ ବ୍ୟାଙ୍କ ଧିମା ହୋଇଗଲା । ଅର୍ଥାତ୍‌ ତାର ପ୍ରୋସେସିଂ ସ୍ଲୋ ହେଲା । ବ୍ୟାଙ୍କ ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟ ମାଗିଥିଲା । ଆଉ ଟଙ୍କା କଟିଥିବାର ଏକ ରିସିପ୍ଟ ମଧ୍ୟ ମାଗିଥିଲା । ଯାହାକି ଉକ୍ତ ଯୁବକଙ୍କ ପାଇଁ ଦେବା କଷ୍ଟକର ଥିଲା । କାରଣ ଏଭଳି ଟ୍ରାଞ୍ଜାକ୍ସନର କୌଣସି ରିସିପ୍ଟ ହିଁ ମିଳିନଥାଏ । ପରେ ବ୍ୟାଙ୍କ ସମ୍ମୁଖରେ ଯୁବକ ଜଣକ ଯୁକ୍ତି ରଖିଥିଲେ ଯେ, ଟଙ୍କା ମୋର ଆଉ ସେହି ଟଙ୍କା ମୋତେ ଦେବାକୁ ଏତେ ଅସୁବିଧା କାହିଁକି ?

ଅନ୍ୟପଟେ ଉକ୍ତ ଦୋକାନର ମାଲିକ ବାରମ୍ବାର ବ୍ୟାଙ୍କ ସହ ଯୋଗାଯୋଗ କରିବା ପାଇଁ ଯୁବକଙ୍କୁ କହୁଥିଲେ । ଆଉ ତାହା ହିଁ ଥିଲା ଟଙ୍କା ଫେରାଇବାର ଆଇନଗତ ରାସ୍ତା । କିନ୍ତୁ ଏହି ସମସ୍ୟା ସମାଧାନର ବାଟ ଏତେ ସହଜରେ ବାହାରିନଥିଲା । ଏବେ ବି ବ୍ୟାଙ୍କ ଆଉ ଦୋକାନ ମାଲିକଙ୍କ ମଧ୍ୟରେ ଯୁବକଙ୍କ ଟଙ୍କା ଫଶି ରହିଛି ।