• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୁରକ୍ଷାକର୍ମୀଙ୍କ ବର୍ବରତା । ନିଶା ସେବନ ପରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କଲେ ବିଏସଏଫ୍ ଯବାନ। ଏପରି ଏକ ଘଟଣା ବିହାରର ସିୱନ ଜିଲ୍ଲାର ପୋଖରା ଅଞ୍ଚଳରେ ଘଟିଛି । ଘଟଣାରେ ବିଏସଏଫ୍ ଯବାନ ଉଜ୍ଜୱଲ କୁମାର ପାଣ୍ଡେଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ ଗତ ରବିବାର ଦିନ ଏହି ଘଟଣା ଘଟିଛି । ଯବାନ ଜଣକ ଖଜୁରି ତାଡ଼ି ପିଇସାରିବା ପରେ ଏପରି କାଣ୍ଡ ଭିଆଇଛନ୍ତି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯବାନ ଜଣଙ୍କୁ ଗିରଫ କରିଛି ।

ହତ୍ୟାକାଣ୍ଡକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ପୁଲିସ କହିଛି ଗତ ରବିବାର ଦିନ ଯବାନ ଜଣକ ଜଣେ ଖଜୁରି ତାଡ଼ି ବ୍ୟବସାୟୀଙ୍କ ନିକଟରୁ ତାଡ଼ି ପିଇଥିଲେ । ତାଡ଼ି ପିଇବା ପରେ ବ୍ୟବସାୟୀ ଜଣକ ତାଙ୍କ ପ୍ରାପ୍ୟ ୮୦ ଟଙ୍କା ଯବାନ ଜଣଙ୍କୁ ମାଗିଥିଲେ ।

ବ୍ୟବସାୟୀ ଜଣକ ଟଙ୍କା ମାଗିବାରୁ ଯବାନ ଜଣକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ଟଙ୍କା ନଦେଇ ବିକ୍ରେତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ବ୍ୟବସାୟୀ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି ।

ଘଟଣାକୁ ନେଇ ମହାରାଜଗଞ୍ଜର ଏସଡିପିଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗୁଳିକାଣ୍ଡ ପରେ ବ୍ୟବସାୟୀ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଯବାନ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ପିସ୍ତଲ ଓ ଗୁଳି ସହ ବାଇକ୍ ଜବତ କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।