/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746024469.jpg)
India's military strength vs Pakistan
ଚିର ପାରଂପରିକ ଶତ୍ରୁ ଭାରତ ଓ ପାକିସ୍ତାନ ମଧ୍ୟରୁ ବଳୁଆ କିଏ ? ସାମରିକ କ୍ଷେତ୍ରରେ କିଏ ଅଧିକ ଶକ୍ତିଶାଳୀ ? ସୈନ୍ୟ ବଳ, ଯୁଦ୍ଧାସ୍ତ୍ର ଏବଂ ରଣନୀତିରେ କିଏ ଆଗରେ ? ଆସନ୍ତୁ ଜାଣିବା...
ଭାରତର 'ବ୍ରହ୍ମୋସ୍', 'ଅଗ୍ନି' ଓ 'ପୃଥ୍ବୀ' ବାହୁବଳୀ । ପାକିସ୍ତାନର 'ଶାହିନ୍', 'ବାବର', 'ଘୋରୀ' ପେଁକାଳି । ଆକାଶ ଚିରୁଥିବା ଭାରତର ରାଫେଲ୍, ସୁଖୋଇ । ପାକିସ୍ତାନର F-16 ପଛରେ ହେଉଥିବ ଧକେଇ । ପଡ଼ୋଶୀ ପାକିସ୍ତାନ ସହ ଯଦି ଯୁଦ୍ଧ ହୁଏ, ତେବେ କାହାର ହେବ ବାଜିମାତ୍ ? ଦୁଇ ଚିର ପାରମ୍ପରିକ ଶତ୍ରୁରାଷ୍ଟ୍ର ମଧ୍ୟରୁ କିଏ ପଡ଼ିବ ଭାରି ? ବିଭିନ୍ନ ଦେଶର ସାମରିକ ଶକ୍ତିର ହିସାବ ରଖୁଥିବା Global FirePower Indexର ତଥ୍ୟ ଅନୁସାରେ, ୧୪୫ ଦେଶ ଭିତରୁ ଭାରତ ଏବେ ଆମେରିକା, ରୁଷିଆ ଓ ଚୀନ ପରେ ୪ ନମ୍ବର ସ୍ଥାନରେ ରହିଛି। ଆଉ ପାକିସ୍ତାନ ରହିଛି ୧୨ ନମ୍ବରରେ । ସ୍ଥଳସେନାରେ ଭାରତର ଲଢୁଆ ଯବାନଙ୍କ ସଂଖ୍ୟା ୧୪ ଲକ୍ଷରୁ ଅଧିକ। ହେଲେ ପାକିସ୍ତାନ ପାଖରେ ମାତ୍ର ୬ ଲକ୍ଷ ଲଢୁଆ ଯବାନ। ଭାରତର ରିଜର୍ଭ ଫୋର୍ସ ସଂଖ୍ୟା ୧୧ ଲକ୍ଷରୁ ଅଧିକ ହୋଇଥିବା ବେଳେ ପାକିସ୍ତାନର ପ୍ରାୟ ୫ ଲକ୍ଷ। ସେହିଭଳି ଯୁଦ୍ଧ ଟ୍ୟାଙ୍କ ମହଜୁଦ କ୍ଷେତ୍ରରେ ଭାରତ ଢେର ଆଗରେ। ଆମର ଟ୍ୟାଙ୍କ୍ ସଂଖ୍ୟା ୪ ହଜାର ୨୦୨ ଏବଂ ପାକିସ୍ତାନର ୨ ହଜାର ୬୨୭। ଭାରତ ପାଖରେ ୧ ଲକ୍ଷ ୪୮ ହଜାର ୫୯୪ଟି ଆର୍ମୋଡ୍ ଭେଇକିଲ୍ ବା ସଶସ୍ତ୍ର ଯୁଦ୍ଧ ଯାନ ରହିଥିବା ବେଳେ ପାକିସ୍ତାନ ନିକଟରେ ଏ ସଂଖ୍ୟା ମାତ୍ର ୧୭ ହଜାର ୫୧୬।
ଅଧିକ ପଢ଼ନ୍ତୁ: ରୁଷିଆ ଗସ୍ତ ବାତିଲ କଲେ ମୋଦି
ବାୟୁସେନା କ୍ଷେତ୍ରରେ ପାକିସ୍ତାନଠୁ ଢେର ଆଗରେ ଭାରତ। ଭାରତ ନିକଟରେ ଏବେ ଅତ୍ୟାଧୁନିକ ରାଫେଲ୍, ସୁଖୋଇ-୩୦ ଏବଂ ତେଜସ୍ ଭଳି ଲଢୁଆ ଯୁଦ୍ଧ ବିମାନ ଥିବା ବେଳେ ପାକିସ୍ତାନ ରଖିଛି F16, JF 17 ଓ ମିରେଜ୍ ଭଳି ଲଢୁଆ ବିମାନ। ଭାରତୀୟ ବାୟୁସେନାର ମୋଟ ୫୧୩ ଲଢୁଆ ଯୁଦ୍ଧ ବିମାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ବେଳେ ପାକିସ୍ତାନ ରଖିଛି ୩୨୮ଟି ଫାଇଟର୍ ଜେଟ୍। ବାୟୁସେନାରେ ଭାରତର ଯବାନଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ତୁଳନାରେ ପାକିସ୍ତାନର ରହିଛନ୍ତି ମାତ୍ର ୭୦ ହଜାର ଯବାନ।
ନୌବାହିନୀରେ ବି ଶତ୍ରୁ ରାଷ୍ଟ୍ରଠୁ ଢେର ଶକ୍ତିଶାଳୀ ଭାରତ। ଭାରତର ଯୁଦ୍ଧ ଜାହଜ ସଂଖ୍ୟା ୧୫୦ ତୁଳନାରେ ପାକିସ୍ତାନ ନିକଟରେ ରହିଛି ମାତ୍ର ୫୦। ଭାରତ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରଖିଥିବା ବେଳେ ଏ କ୍ଷେତ୍ରରେ ପାକିସ୍ତାନର ହାତ ଖାଲି। ସେହିଭଳି ନୌବୀରଙ୍କ ସଂଖ୍ୟାରେ ବି ପାକିସ୍ତାନଠୁ ଦୁଇଗୁଣାରୁ ଅଧିକ। ଭାରତର ନୌବୀରଙ୍କ ସଂଖ୍ୟା ୬୭ ହଜାର ତୁଳନାରେ ପାକିସ୍ତାନର ରହିଛନ୍ତି ମାତ୍ର ୩୦ ହଜାର। ଭାରତ ପାଖରେ ୧୮ ସବମେରିନ୍ ବା ବୁଡ଼ା ଜାହାଜ ଥିବା ବେଳେ ପାକିସ୍ତାନ ପାଖରେ ରହିଛି ମାତ୍ର ୮। ସେହିପରି ଭାରତ ୧୩ଟି ବିଧ୍ବଂସକାରୀ ଜାହାଜ ବା ଡେଷ୍ଟ୍ରୟର ରଖିଥିବା ବେଳେ ପାକିସ୍ତାନ ଏଯାଏଁ ଏଭଳି ଶକ୍ତିର ଅଧିକାରୀ ହୋଇପାରିନି।
ପରମାଣୁ ଶକ୍ତି ସଂପନ୍ନ ଉଭୟ ରାଷ୍ଟ୍ର ମଧ୍ୟରୁ ଭାରତ ନିକଟରେ ରହିଛି ୧୮୦ ପରମାଣୁ ବୋମା। ପାଖାପାଖି ୧୭୦ଟି ପରମାଣୁ ବୋମାର ଅଧିକାରୀ ପାକିସ୍ତାନୀ ସେନା। ସେହିଭଳି ଉଭୟ ଦେଶ ନିକଟରେ ରହିଛି ବାଲିଷ୍ଟିକ୍ ମିଜାଇଲ। ଭାରତର ଅତ୍ୟାଧୁନିକ ଅଗ୍ନି-୫ର ରେଞ୍ଜ୍ ୫ ହଜାର ୨୦୦ କିଲୋମିଟର ଥିବା ବେଳେ ପାକିସ୍ତାନ ପାଖରେ ଥିବା ସାହିନ୍ ୩ର ଲକ୍ଷଭେଦ କ୍ଷମତା ୨ ହଜାର ୭୫୦ କିଲୋମିଟର। ସେହିଭଳି ସୁପରସୋନିକ କ୍ରୁଇଜ୍ ମିଜାଇଲ ବ୍ରହ୍ମୋସ ଏବଂ ପୃଥ୍ବୀ ଭଳି ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ରଖିଛି ଭାରତ। ସେପଟେ ପାକିସ୍ତାନ ନିକଟରେ ପାରା ମିଲିଟାରୀ ଯବାନଙ୍କ ସଂଖ୍ୟା ମାତ୍ର ୫ ଲକ୍ଷ ଥିବା ବେଳେ ଭାରତର ନିକଟରେ ଏ ସଂଖ୍ୟା ୨୫ ଲକ୍ଷରୁ ଅଧିକ।
୧୯୬୫...୧୯୭୧...୧୯୯୯। ପ୍ରତିଥର ଯୁଦ୍ଧଭୂମିରେ ପାକିସ୍ତାନକୁ ତା ନିଜ ଔକାତ୍ ଦେଖାଇଦେଇଛି ଭାରତ। ୧୯୭୧ ଲଢ଼େଇରେ ଭାରତୀୟ ବୀରଙ୍କ ଆଗରେ ହାତ ଟେକିଦେଇଥିଲେ ୯୩ ହଜାର ପାକିସ୍ତାନୀ ସୈନିକ, ଯାହାକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସର୍ବବୃହତ ସୈନ୍ୟ ଆତ୍ମସମର୍ପଣ ଥିଲା। ଢାକାରେ ଭାରତର ତତ୍କାଳୀନ ଇଷ୍ଟର୍ଣ୍ଣ କମାଣ୍ଡ୍ ଜିଓସି ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଜଗଜିତ ସିଂ ଅରୋରାଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ ତତ୍କାଳୀନ ପାକିସ୍ତାନ ଇଷ୍ଟର୍ଣ୍ଣ କମାଣ୍ଡ୍ ର କମାଣ୍ଡର୍ ଲେଫ୍ଟନାଣ୍ଟ ଜେନେରାଲ୍ ଏଏକେ ନିଆଜି। ହାତ କାଟି ଲେଖିଦେଇଥିଲେ ଇନଷ୍ଟ୍ରୁମେଣ୍ଟ ଅଫ୍ ସରେଣ୍ଡର୍। ଆଉ ୧୯୯୯ କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଧୂଳି ଚଟାଇ, ଭାରତ କିଭଳି ଟାଇଗର ହିଲ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲା, ତାର ସାକ୍ଷୀ ତ ସାରା ବିଶ୍ବ ବନିଛି । ଆଉ ଏବେ ଯଦି ପୁଣି ଯୁଦ୍ଧ ହୁଏ, ପାକିସ୍ତାନର ଅବସ୍ଥା ତ ଯାହା ହେବ ହେବ... ପିଓକେ କିନ୍ତୁ ପୁଣି ଭାରତକୁ ନିଶ୍ଚୟ ଫେରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)