Advertisment

India's Strategic Military Moves: ପହଲଗାମ୍ ବଦଲା ନନେବା ଯାଏଁ ଚୁପ୍ ବସିବନି ଭାରତ, ଘନ ଘନ CCS ବୈଠକ ପରେ ବଢ଼ିଲା ନାନା ଚର୍ଚ୍ଚା

ବନ୍ଧୁକ ରେଡ୍ଡି... ଗୁଳି ବି ରେଡ୍ଡି... କେବଳ ଟ୍ରିଗର୍ ଦବିବା ବାକି ! ଭାରତ-ପାକ୍ ଯୁଦ୍ଧ ଆଶଙ୍କାକୁ ନେଇ ଏବେ ଏଭଳି ସ୍ଥିତି । ପହଲଗାମ ପ୍ରତିଶୋଧ ନନେବା ଯାଏଁ ଚୁପ୍ ବସିବନି ଭାରତ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ନିଷ୍ପତ୍ତି ଶେଷ ଆକ୍ସନକୁ ଅପେକ୍ଷା

ନିଷ୍ପତ୍ତି ଶେଷ ଆକ୍ସନକୁ ଅପେକ୍ଷା

ପାକିସ୍ତାନକୁ ପାନେ ଚଖାଇବାକୁ ଭାରତ ଖୁଲ୍ଲମଖୁଲ୍ଲା ଯୁଦ୍ଧ ଘୋଷଣା କରିବ ନା ସର୍ଜିକାଲ୍ ଓ ଏୟାରଷ୍ଟ୍ରାଇକ୍ ଭଳି କିଛି ଟପ୍ ସିକ୍ରେଟ୍ ମିଶନ୍ ହାତକୁ ନେବ ? ପହଲଗାମ୍ ହମଲା ପରେ ନୂଆଦିଲ୍ଲୀର ରଣନୀତିକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଚାଲିଛି କଳ୍ପନାଜଳ୍ପନା । ଏସବୁ ଭିତରେ ଆଜି ଦୀର୍ଘ ୬ ବର୍ଷ ପରେ ସୁପର୍ କ୍ୟାବିନେଟ୍ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁଲୱାମା ହମଲା ପରେ ଏହି ବୈଠକ ବସିଥିବା ବେଳେ, ତା ପରେ ପରେ ପାକିସ୍ତାନ ଉପରେ ହୋଇଥିଲା ଏୟାରଷ୍ଟ୍ରାଇକ୍ । ଏବେ ପହଲଗାମ୍ ହମଲା ପରେ ପୁଣି ସୁପର କ୍ୟାବିନେଟ୍ ବୈଠକ ବସିଥିବାରୁ, ମୋଦି ଆଗକୁ କେଉଁ ଆକ୍ସନ୍ ନେବାକୁ ଯାଉଛନ୍ତି, ତାକୁ ନେଇ ସସପେନ୍ସ ଲାଗି ରହିଛି ।

Advertisment

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

ବନ୍ଧୁକ ରେଡ୍ଡି... ଗୁଳି ବି ରେଡ୍ଡି... କେବଳ ଟ୍ରିଗର୍ ଦବିବା ବାକି ! ଭାରତ-ପାକ୍ ଯୁଦ୍ଧ ଆଶଙ୍କାକୁ ନେଇ ଏବେ ଏଭଳି ସ୍ଥିତି । ପହଲଗାମ ପ୍ରତିଶୋଧ ନନେବା ଯାଏଁ ଚୁପ୍ ବସିବନି ଭାରତ । ମୋଦିଙ୍କ 'ସୁପର୍ କ୍ୟାବିନେଟ୍' ମିଟିଂ ପରେ ସବୁଠି 'ହାଇ ଯୋଶ୍' । ତେବେ କ’ଣ ଏହି ସୁପର୍ କ୍ୟାବିନେଟ୍ ମିଟିଂ, ଯାହା ବସିଛି ଦୀର୍ଘ ୬ ବର୍ଷ ପରେ ? ପାକିସ୍ତାନ ଉପରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଛି ଆଜି ହୋଇଥିବା ସୁପର୍ କ୍ୟାବିନେଟ୍ ମିଟିଂ ।

Advertisment

କ୍ୟାବିନେଟ୍ କମିଟି ଅନ୍ ପଲିଟିକାଲ୍ ଆଫାୟାର୍ସ ବା ସିସିପିଏ ବୈଠକ । ମୋଦି, ରାଜନାଥ, ଶାହଙ୍କ ସମେତ ଅଳ୍ପକିଛି ହାତଗଣତି ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ଏହି ହାଇ ପ୍ରୋଫାଇଲ୍ କମିଟି । ଶେଷଥର ପାଇଁ ଏହି ବୈଠକ ୨୦୧୯ ପୁଲୱାମା ଆଟାକ୍ ପରେ ବସିଥିଲା । ତା ପରେ ହୋଇଥିଲା ବହୁଚର୍ଚ୍ଚିତ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ । ଆଉ ଏହାର ୬ ବର୍ଷ ପରେ, ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପୁଣି ଏହି ଟପ୍-ସିକ୍ରେଟ୍ ମିଟିଂ ହୋଇଥିବା ବେଳେ, ଆଗକୁ ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର୍ ଷ୍ଟ୍ରାଇକ୍ ନା ଖୁଲ୍ଲମଖୁଲ୍ଲା ଯୁଦ୍ଧ ଦେଖିବାକୁ ମିଳିବ, ତାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ସିସିପିଏ ମିଟିଂ ପୂର୍ବରୁ ଆଜି ପୁଣି ହୋଇଥିଲା ସିସିଏସ୍ ବୈଠକ । ଗତକାଲି ସେନାକୁ ଫ୍ରି ହ୍ୟାଣ୍ଡ୍ ଦେବା ପରେ, ଆଜି ପୁଣି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପହଲଗାମ୍ ଆଟାକ୍ ପରେ, ୮ ଦିନ ଭିତରେ ଦୁଇ ଦୁଇଥର ବସିଲାଣି ଏହି ଜରୁରୀ ବୈଠକ । ଏହା ପୂର୍ବରୁ ଗତ ୨୩ ତାରିଖରେ, ଅର୍ଥାତ୍ ପହଲଗାମ୍ ଆଟାକ୍ ପରଦିନ ସିସିଏସ୍ ବୈଠକ ବସି, ପାକିସ୍ତାନ ବିରୋଧରେ ନିଆଯାଇଥିଲା ସିନ୍ଧୁ ଚୁକ୍ତି ବାତିଲ ସମେତ ୫ ବଡ଼ ପଦକ୍ଷେପ। ସେପଟେ ଆଜି କ୍ୟାବିନେଟ୍ କମିଟି ଅନ୍ ଇକନମିକ୍ ଆଫାୟାର୍ସ- CCEA ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।

ଆଜି ପ୍ରତିରକ୍ଷା ସଂପର୍କିତ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ନ୍ୟାସନାଲ୍ ସିକ୍ୟୁରିଟି ଆଡଭାଇଜରି ବୋର୍ଡ ବା ଜାତୀୟ ସୁରକ୍ଷା ପରାମର୍ଶଦାତା ପରିଷଦର ପୁନର୍ଗଠନ ହୋଇଛି । NSABର ଅଧ୍ୟକ୍ଷ ବନିଛନ୍ତି ପୂର୍ବତନ R&AW ମୁଖ୍ୟ ଆଲୋକ ଯୋଶୀ । ଲକ୍ଷ୍ନୌର ଆଲୋକ ଯୋଶୀ ୧୯୭୬ରେ ହରିୟାଣା କ୍ୟାଡର୍ ଆଇପିଏସ୍ ବନିଥିଲେ ଏବଂ ୨୦୦୫ରେ ଗୁଇନ୍ଦା ଯୁଗ୍ମ ନିର୍ଦ୍ଦେଶକ ଓ ୨୦୧୦ରେ R&AW ସ୍ବତନ୍ତ୍ର ସଚିବ ଥିଲେ । ଏହାପରେ ୨୦୧୨ରୁ ୨୦୧୪ ଯାଏଁ R&AW ଚିଫ୍ ବନିଥିଲେ ଆଲୋକ ଯୋଶୀ। ଆଜି ସେ ୭ ଜଣିଆ NSAB ଅଧ୍ୟକ୍ଷ ବନିଥିବା ବେଳେ, ବୋର୍ଡର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସେନାଧିକାରୀ ଏବଂ ଅବସରପ୍ରାପ୍ତ ଆଇପିଏସ୍ ଓ ଆଇଏଫ୍ଏସ୍ ଅଫିସର୍। ୨୦୧୮ ପରେ NSAB ପୁନର୍ଗଠନ ହୋଇଛି ।

ଏଲ୍ଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଅନ୍ତର୍ଜାତୀୟ ସୀମାରେଖା ବା ଆଇବିରେ ବି ବଦମାସୀ ଆରମ୍ଭ କରିଛି ପାକିସ୍ତାନ ସେନା । ଏଭଳି ସ୍ଥିତିରେ ଭାରତ ଗୋଟିଏ ପଟେ ପାକିସ୍ତାନ ସହ ହଟଲାଇନରେ ଡିଜିଏମ୍ଓ ସ୍ତରୀୟ ଆଲୋଚନା କରିଥିବା ବେଳେ, ଅନ୍ୟପଟେ ଖେଳୁଛି ଆଉ ଏକ ବଡ଼ ଚାଲ୍ । କାବୁଲ ସହ କଥା ହୋଇ ପାକିସ୍ତାନର କଡ଼ା ଦୁଷ୍ମନ୍ ପାଲଟିଥିବା ତାଲିବାନକୁ ନିଜ ପକ୍ଷକୁ ନେବାକୁ ଚେଷ୍ଟା କରୁଛି ନୂଆଦିଲ୍ଲୀ। ଫଳରେ ପାକିସ୍ତାନକୁ ଉଭୟ ଭାରତ ଓ ଆଫଗାନିସ୍ତାନ ପଟୁ ଶନିଦଶା ଭୋଗିବାକୁ ପଡ଼ିପାରେ ।

ଅଧିକ ପଢ଼ନ୍ତୁ: ସୁରକ୍ଷା ବାହିନୀଙ୍କୁ ବଡ ସଫଳତା,ମାଓମୁକ୍ତ ହେଲା କାରେଗୁଟ୍ଟା ପାହାଡ

India Pakistan Pahalgam Terrorist Attack Pahalgam Attack
Advertisment
Advertisment